Posted inଖେଳ

ଘରୁ ୩ ମାସ ବାହାରି ପାରିବେନି ଫୁଟ୍‌ବଲର

ବେଲ୍‌ଗ୍ରେଡ୍‌ (ସର୍ବିୟା), ୬ା୪ (ଏପି)- ମହାମାରୀ କରୋନା ଭାଇରସ୍‌ ବ୍ୟାପିବାକୁ ରୋକିବା ଲାଗି ଜାରି ହୋଇଥିବା କର୍ଫ୍ୟୁ ଅମାନ୍ୟ କରିବା ଅଭିଯୋଗରେ ସର୍ବୀୟ ଫୁଟ୍‌ବଲ ଖେଳାଳି ଆଲେକ୍‌ଜାଣ୍ଡର ପ୍ରିଜୋଭିଚ୍‌ ଦଣ୍ଡିତ ହୋଇଛନ୍ତି। ସେ ୩ ମାସ ପର୍ଯ୍ୟନ୍ତ ଘରୁ ବାହାରି ପାରିବେ ନାହିଁ। ୨୯ ବର୍ଷୀୟ ଷ୍ଟ୍ରାଇକର ସୌଦି ଆରବ କ୍ଲବ ଅଲ୍‌-ଇତିହାଦ୍‌ ତରଫରୁ ଖେଳିଥାନ୍ତି। ଶନିବାର ତାଙ୍କର ଏକ ଭିଡିଓ ଲିଙ୍କ୍‌ ଟ୍ରାଏଲ୍‌ ହୋଇଥିଲା। ଏଥିରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ। କୋଭିଡ୍‌-୧୯ ମହାମାରୀ ରୋକିବା ଲାଗି ସନ୍ଧ୍ୟା ୫ରୁ ସକାଳ ୫ ପର୍ଯ୍ୟନ୍ତ କର୍ଫୁ୍ୟୁ ଜାରି କରାଯାଇଥିଲା। ଶୁକ୍ରବାର ବେଲ୍‌ଗ୍ରେଡ୍‌ସ୍ଥିତ ଏକ ହୋଟେଲ ଲବିରେ ପୋଲି ପ୍ରଜୋଭିଚ୍‌ ଓ ଅନ୍ୟ ୧୯ଜଣଙ୍କୁ ଗିରଫ କରିଥିଲା। ରିୟଲ ମାଡ୍ରିଡ୍‌ ଷ୍ଟ୍ରାଇକର ଲୁକା ଜୋଭିଚ୍‌ଙ୍କ ପରେ ଷ୍ଟେ ଆଟ୍‌ ହୋମ୍‌ ନିୟମ ଉଲ୍ଲଂଘନ କରିବାରେ ପ୍ରିଜୋଭିଚ୍‌ ହେଉଛନ୍ତି ଦ୍ୱିତୀୟ ସର୍ବୀୟ ଖେଳାଳି। ଦେଶରେ ସରକାର ଜରୁରିକାଳୀନ ପରିସ୍ଥିତି ଜାରି କରିଥିବାବେଳେ ଜୋଭିଚ୍‌ ଗତ ମାସରେ ବେଲ୍‌ଗ୍ରେଡ୍‌ସ୍ଥିତ ଏକ କାଫେରେ ତାଙ୍କ ଗର୍ଲଫ୍ରେଣ୍ଡ୍‌ଙ୍କ ଜନ୍ମଦିନ ପାର୍ଟିରେ ଯୋଗ ଦେଇଥିଲେ। ସରକାରୀ କଟକଣା ଅମାନ୍ୟ କଲେ ୩ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡର ବ୍ୟବସ୍ଥା ଅଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଉଟ୍‌ ଡୋର୍‌ ଟ୍ରେନିଂ ଆରମ୍ଭ କଲେ କ୍ରୁନାଲ ପାଣ୍ଡ୍ୟା

ଭଦୋଦରା, ୧ା୭ (ପି.ଟି.):କୋଭିଡ୍‌-୧୯ ମହାମାରୀ ଯୋଗୁ ୩ ମାସରୁ ଅଧିକ ଦିନ ଧରି ଘରର ଚାରି କାନ୍ଥ ଭିତରେ ରହିବା ପରେ ଭାରତ ଅଲ୍‌ରାଉଣ୍ଡର କ୍ରୁନାଲ...

ସ୍ବତନ୍ତ୍ର ଟି୨୦ ବ୍ୟାଟ୍ସମ୍ୟାନଙ୍କ କ୍ଲବରେ ଧାଓ୍ବନ

ବାଙ୍ଗାଲୋର,୨୨।୯(ପିଟି): ସ୍ଥାନୀୟ ଏମ୍‌. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଅନୁଷ୍ଠିତ ଦକ୍ଷିଣ ଆଫ୍ରିକା ବିପକ୍ଷ ୩ୟ ଟି୨୦ ମ୍ୟାଚ୍‌ରେ ଶିଖର ଧାଓ୍ବନ ୩୬ ରନ୍‌ର ବିସ୍ଫୋରକ ଇନିଂସ ଖେଳିଥିଲେ।...

ବଡ଼ ବିପର୍ଯ୍ୟୟ ଦେଖିଲା ଟିମ୍‌ ଇଣ୍ଡିଆ

ସେଞ୍ଚୁରିଆନ,୨୮।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ତଥା ସେଞ୍ଚୁରିଆନ ଟେଷ୍ଟରେ ଟିମ୍‌ ଇଣ୍ଡିଆକୁ ପ୍ରଥମ ଇନିଂସରେ ବଡ଼ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ପଡ଼ିଛି। ପ୍ରଥମ...

ଟସ୍‌ ଜିତି ଭାରତର ବୋଲିଂ ନିଷ୍ପତ୍ତି: ଜିମ୍ବାଓ୍ବେର ଧିମା ବ୍ୟାଟିଂ

ହରାରେ,୨୦।୮: ହରାରେ ସ୍ପୋର୍ଟସ କ୍ଲବରେ ଶନିବାର ଭାରତ ଏବଂ ଜିମ୍ବାଓ୍ବେ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଦିନିକିଆ ମ୍ୟାଚରେ ଅଧିନାୟକ ଲୋକେଶ ରାହୁଲ ଟସ୍‌ ଜିତି ବୋଲିଂ...

ବିବାହ ବନ୍ଧନରେ ଆବଦ୍ଧ ହେଲେ ଏହି ଭାରତୀୟ ଅଲରାଉଣ୍ଡର; ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ନୂଆଦିଲ୍ଲୀ,୧୭।୭: ଭାରତୀୟ ଟିମ୍‌ର ଅଲରାଉଣ୍ଡର ଶିବମ ଦୁବେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସେ ପ୍ରେମିକା ଅଞ୍ଜୁମ ଖାନ୍‌ଙ୍କ ହାତ ଧରିଛନ୍ତି। ଉଭୟ ଦୀର୍ଘଦିନ ଧରି...

ପୁଅ ସହ ନଜର ଆସିଲେ ସାନିଆ ମିର୍ଜା

ମୁମ୍ବାଇ,୨୬।୧୨-ଭାରତୀୟ ଟେନିସ୍‌ ତାରକା ସାନିଆ ମିର୍ଜା ନିଜ ପୁଅ ଇଜହାନ ମିର୍ଜା ମଲ୍ଲିକ ସହ ନଜର ଆସିଛନ୍ତି। ଦୀର୍ଘଦିନ ପରେ ସାନିଆଙ୍କୁ ଇଜହାନଙ୍କ ଦେଖିବାକୁ ମିଳିଛି।...

ଆଇପିଏଲ୍‌ରେ ଦୁର୍ନୀତି: ଏସିୟୁର ତଦନ୍ତ

ନୂଆଦିଲ୍ଲୀ, ୪ା୧୦ (ପି.ଟି.)-ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ଚାଲିଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଖେଳୁଥିବା ଜଣେ କ୍ରିକେଟରଙ୍କୁ ଦୁର୍ନୀତି କାର୍ଯ୍ୟରେ ଲିପ୍ତ ହେବା ଲାଗି...

ହକି ବିଶ୍ୱକପ୍‌

ଚଳିତ ମାସ ୧୩ ତାରିଖରୁ ଆରମ୍ଭ ହେବ ହକି ବିଶ୍ୱକପ୍‌। ଦ୍ୱିତୀୟ ଥର ପାଇଁ ଓଡ଼ିଶାରେ ହେବାକୁ ଯାଉଛି ଏହି ହକି ମହାକୁମ୍ଭ। ଏଥର ଦୁଇଟି...

Advertisement
Archives

Model This Week