ଘରୁ ଲୁଟିନେଲେ ୫ଭରି ସୁନା, ୪ଲକ୍ଷ ଟଙ୍କା

ପୁରୀ ଅଫିସ,୪ା୩: କିଛି ଦିନର ନୀରବତା ପରେ ପୁଣି ପୁରୀ ସହରରେ ଆତଙ୍କ ଖେଳାଇଛନ୍ତି ଲୁଟେରା। ୫ଜଣ ମୁଖାଧାରୀ ଦୁର୍ବୃତ୍ତ ଟାଉନ ଥାନା ଅଧୀନ ରାଧାଗୋବିନ୍ଦ ଲେନସ୍ଥିତ ଏକ ଘରେ ପଶି ପରିବାର ଲୋକଙ୍କୁ ଭୟଭୀତ କରାଇ ସୁନାଗହଣା ଓ ୪ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଏ ସଂକ୍ରାନ୍ତରେ ଥାନାରେ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ ଜାରି ରଖିଛି। ରାଧାଗୋବିନ୍ଦ ଲେନ୍‌ରେ ଲାଗିଥିବା ସିସିଟିଭିକୁ ଯାଞ୍ଚ କରିବା ସହ ୨ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି।
ଅନୁଯାୟୀ, ସୋମବାର ରାତିରେ ୫ଜଣ ମୁଖାଧାରୀ ଦୁର୍ବୃତ୍ତ ରାଧାଗୋବିନ୍ଦ ଲେନ୍‌ ବାସିନ୍ଦା ମଧୁସୂଦନ ଜେନାଙ୍କ ଘର ଗ୍ରୀଲ୍‌ ତାଡ଼ିି ଘରେ ପଶିିଥିଲେ। ମଧୁସୂଦନଙ୍କୁ ମାରଣାସ୍ତ୍ର ଦେଖାଇ ଭୟଭୀତ କରିଥିଲେ। ସେ ବିରୋଧ କରିବାରୁ ତାଙ୍କ ନାତି ଏବଂ ବୋହୂଙ୍କ ବେକରେ ଖଣ୍ଡା ଓ ବନ୍ଧୁକ ଲଗାଇ ୫ଭରି ଓଜନର ସୁନା ଅଳଙ୍କାର, ନଗଦ ପ୍ରାୟ ୪ଲକ୍ଷ ଟଙ୍କା ଲୁଟି ନେଇଥିଲେ। ଯିବାବେଳେ ଘରର ସମସ୍ତ ଆସବାବପତ୍ର ଫିଙ୍ଗାଫିଙ୍ଗି କରିବା ସହ ୨ଟି ବାଇକକୁ ଭାଙ୍ଗିଦେଇଥିଲେ। ଏନେଇ ପୋଲିସ ଆଗରେ କିିଛି କହିଲେ ଅଥବା ଥାନାରେ ଅଭିଯୋଗ କଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ ବୋଲି ମଧୁସୂଦନ ଥାନାରେ ଦେଇଥିବା ଏତଲାରେ ଦର୍ଶାଇଛନ୍ତି। ରାଧାଗୋବିନ୍ଦ ଲେନ୍‌ ଏକ ଜନଗହଳିପୂର୍ଣ୍ଣ ଅଞ୍ଚଳ। ଚାରିପଟେ ଘରଦ୍ୱାର ଖୁନ୍ଦି ହୋଇ ରହିଛି। ତେବେ ଏଭଳି ଏକ ଅଞ୍ଚଳରେ ଦୁର୍ବୃତ୍ତମାନେ ଜଣକ ଘରେ ପଶିି ଲକ୍ଷାଧିକ ଟଙ୍କା ଲୁଟି ନେବା ଘଟଣାକୁ ନେଇ ପୋଲିସ ନିଷ୍କ୍ରିୟତାକୁ ସୂଚାଉଛି ବୋଲି ସାଧାରଣରେ ଆଲୋଚନା ହେଉଛି। ରାତ୍ରିକାଳୀନ ପାଟ୍ରୋଂଲି ହେଉ ନ ଥିବାରୁ ଏଭଳି ଘଟଣା ଘଟିଲା ବୋଲି ସ୍ଥାନୀୟ ଲୋକେ ଗଣମାଧ୍ୟମକୁ କହିଛନ୍ତି। ଏନେଇ ପୋଲିସର କାର୍ଯ୍ୟଦକ୍ଷତା ଉପରେ ସେମାନେ ପ୍ରଶ୍ନ ଉଠାଇଛନ୍ତି। ଅନ୍ୟପକ୍ଷେ ଘଟଣାର ତଦନ୍ତ ଚାଲିଛି ବୋଲି ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ଛାତ୍ରୀଙ୍କୁ ଅପହରଣ କରି ନେଉଥିବାବେଳେ ଧରାପଡିଲେ ଅଭିଯୁକ୍ତ

ପଟ୍ଟାମୁଣ୍ଡାଇ,୧୫।୧୦(ସ୍ବ.ପ୍ର.): ଦୁଇ ଛାତ୍ରୀଙ୍କୁ ଅପହରଣ କରି ନେଉଥିବାବେଳେ ଧରାପଡିଛନ୍ତି ଅଭିଯୁକ୍ତ। କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରୁ ମଙ୍ଗଳବାର ସକାଳ ୯ଟାବେଳେ ସ୍ଥାନୀୟ ଚୂନଢିଅ ପ୍ରକଳ୍ପ ପ୍ରାଥମିକ...

ଫେକ୍‌ ଆଇଡ଼ିରୁ ମହିଳାଙ୍କୁ ଅଶ୍ଳୀଳ ଭିଡିଓ ପଠାଉଥିଲେ, ଯୁବନେତାଙ୍କୁ ଧରିଲା ପୋଲିସ

ବ୍ରହ୍ମପୁର ଅଫିସ,୧ା୩: ଜନୈକା ମହିଳାଙ୍କୁ ଅଶ୍ଳୀଳ ଭିଡିଓ ପଠାଇ ଜଣେ ଯୁବକ ଗିରଫ ହୋଇଛନ୍ତି। ସେ ହେଲେ ଶିବରାମ ଜେନା (୨୯) । ପୋଲିସ ତାଙ୍କ...

ବିବାହ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ବଳାତ୍କାର

ଝାରସୁଗୁଡ଼ା ଅଫିସ,୧୨ା୨: ଝାରସୁଗୁଡ଼ା ଜିଲା ଲଇକେରା ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ପୋଲିସ ଅଭିଯୋଗକୁ ଭିତ୍ତି କରି ଘଟଣାରେ ସମ୍ପୃକ୍ତ...

ରାସ୍ତାରେ ପାଠ ପଢିଲେ ଛାତ୍ରୀଛାତ୍ର

ଖଇରା/ଔପଦା, ୧୬।୭ (ଡି.ଏନ.ଏ.) ବାଲେଶ୍ବର ଜିଲା ଔପଦା ବ୍ଲକ ବଡ଼ପୋଖରୀ ପଞ୍ଚାୟତ ଅଧୀନ ଦନ୍ତୋର ନୋଡାଲ ହାଇସ୍କୁଲରେ ଖାଲିଥିବା ଶିକ୍ଷକ ପଦବୀ ପୂରଣ କରା ନ...

କାଉନ୍‌ସିଲର ପଦବୀରେ ୩୦ ନାମାଙ୍କନ

କାମାକ୍ଷାନଗର, ୮ା୩ (ଡି.ଏନ୍‌.ଏ.) ଢେଙ୍କାନାଳ ଜିଲା କାମାକ୍ଷାନଗର ପୌର ନିର୍ବାଚନ ଲାଗି ସୋମବାର ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଛି। ନଗରପାଳ ପଦବୀ ଲାଗି ବିଜେଡିର...

ଟ୍ରକ ଡାଲାରୁ ହାତ ଗୋଡ଼ ବନ୍ଧା ଯୁବକ ଉଦ୍ଧାର

ପାରାଦୀପ, ୨୧ା୬(ସ୍ବ.ପ୍ର.):ପାରାଦୀପ-ଚଣ୍ଡିଖୋଲ ୫୩ନଂ.ଜାତୀୟ ରାଜପଥରେ ପୁଣି ଟ୍ରକ ଚାଳକଙ୍କ ବର୍ବରତା ଦେଖିବାକୁ ମିଳିଛି। ମୋବାଇଲ୍‌ ଓ ଟଙ୍କା ଚୋରି ଅଭିଯୋଗରେ ଜଣେ ଯୁବକଙ୍କ ହାତ ଗୋଡ଼...

ପ୍ରତାରଣା କରିଚାଲିଛି ଧାମରା ବନ୍ଦର କମ୍ପାନୀ

ଚାନ୍ଦବାଲି,୪।୬(ଡି.ଏନ.ଏ.) ଭଦ୍ରକ ଜିଲା ଧାମରା ବନ୍ଦର କମ୍ପାନୀ ପକ୍ଷରୁ ନିଯୁକ୍ତି ସୁଯୋଗଠାରୁ ଆରମ୍ଭ କରି ପାରିପାର୍ଶ୍ୱିକ ବିକାଶ ପାଇଁ ଗତ ୧୪ ବର୍ଷ ମଧ୍ୟରେ ଦିଆଯାଇଥିବା...

ଯୁବକଙ୍କୁ ଦଳିଦେଲା ହାତୀ

ହେମଗିର,୨୩।୧(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ସୀମାନ୍ତ ଛତିଶଗଡ଼ର ଚକ୍ରଧରପୁର ଏକ ଅଘଟଣ ଘଟିଛି। ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଦେବବାହାଲ ଗ୍ରାମର...

Advertisement
Archives

Model This Week