ଗୟାଧରକୁଁ ସାହାଯ୍‌ର ହାତ୍‌ ବଢ଼ାଲା ପରଶାସନ

ପର୍ଲା, ୧୬।୧ (ଡି.ଏନ୍‌.ଏ)- କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ ଜୟନ୍ତପୁର ଗାଁର ଗୟାଧର ଲୋହାର(୨୫) ଅନେକ୍‌ ଦିନ୍‌ ହେଲା କେହେନ୍‌ସି ଗୁଟେ ଅଜନା ରୋଗ୍‌ରେ ପୀଡ଼ିତ ଅଛନ୍‌। ଇ ବାବ୍‌ଦେ ୧୪ ତାରିଖ ମଙ୍ଗଲବାର ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ‘ଅଜନା ରୋଗ୍‌ରେ ପୀଡ଼ିତ ଗୟାଧର, ସରକାରୀ ଚିକିଛା ସାହାଯ୍‌ ଆଶ୍‌ରେ ମା’ବାପ୍‌’ ଶୀରଷକ୍‌ରେ ଖବର ବାହାରିଥିଲା। ଖବର ବାହାରଲା ଉତରୁ ଥାନୀଅ ପରଶାସନ ଗୟାଧରକୁଁ ସାହାଯ୍‌ର ହାତ୍‌ ବଢ଼େଇଛେ।
ପୂରବର ସୂଚନା ଅନ୍‌ସାରେ ଜୟନ୍ତପୁର ଗଁାର ଧନସିଂ ଲୋହାର(୬୫)କଁର ପରିବାର କହେଲେ ମାଏକିନା ଧନମତି(୫୫), ଦୁଇ ପୁଓ କେଶରୀ(୩୦), ଗୟାଧର(୨୫)କୁଁ ନେଇ ସଁସାର। ପରିବାରଟା ନିହାତି ଗରିବ୍‌। ଘରେ ଅଭାବ ଅନାଟନ ସବୁବେଲେ ଲାଗି ରହିଛେ। ଏନ୍‌ତାଥି ଗଲା ୪ ବଛର ତଲେ ସାନ୍‌ ପୁଓ ଗୟାଧରକଁର ଛାତିରେ ଗୁଟେ ଘା’ ହେଇଥିଲା। ପରିବାର ଲୋକ୍‌ ତାହାକୁ ଆସର ପାସର ଡାକ୍‌ତରଖାନାରେ ଚିକିଛା କରେଇ ନିରାଶ ହେଇଥିଲେ। ଇଆଡ଼େ ଡାକ୍‌ତରକଁର କହେବାର ହେଲା ଉଚ ଚିକିଛା କଲେ ଗୟାଧରକଁର ରୋଗ୍‌ ଭଲ ହେଇଯିବା। ହେଲେ ଟଁକା ପଏସା ଅଭାବୁ ପରିବାର ଲୋକ୍‌ ଗୟାଧରକଁର ଉଚ ଚିକିଛା କରେଇ ନାଇଁପାରୁଥାଇ। ଉପେ ଶୂଇନ୍‌ ପରିବାର ଲୋକ୍‌ ଇ ବାବ୍‌ଦେ ଥାନୀଅ ଧରିତ୍ରୀ ପରତିନିଧିକୁଁ ଜନେଇଥିଲେ। ସେ ହିସାବେ ଗଲା ୧୪ ତାରିଖ ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ଗୟାଧରକଁର ବାବ୍‌ଦେ ଟିକିନିଖିନୁ ଖବର ବାହାରିଥିଲା। ଖବର ବାହାରଲା ଉତାରୁ ମଙ୍ଗଲବାର ପର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଚିକିଛା ଅଧ୍‌କାରୀକଁର ନିରଦେଶରେ ଆର ଡା.ଲଲିତ ବେହେରାକଁର ମଂଗୁଆଲତିରେ ଗୁଟେ ଡାକ୍‌ତରୀ ଦଲ ଗୟାଧରକଁର ଘରେ ପୁହୁଁଚିଥିଲେ। ଡାକ୍‌ତରୀ ଦଲ ଗୟାଧରକଁର ପରୀକ୍ଷା ନିରୀକ୍ଷା କରବାର ସଂଗେ ଚିକିଛା କରିଥିଲେ। ଡା.ଲଲିତ ବେହେରା ଗୟାଧରକଁର ଉଚ ଚିକିଛା ନିହାତି ଦରକାର ବଲି କହିଛନ୍‌। ସେନ୍‌ତା ଗୟାଧରକୁଁ ପହେଲା ଚିକିଛା ଲାଗି ଜିଲା ମୁଖିଆ ଡାକ୍‌ତରଖାନାକେ ପଠାଯିବା ଆର ଦରକାର ପଡ଼ଲେ କଟକ ବଡ଼ ଡାକ୍‌ତରଖାନା ପଠାବାର ବେବସ୍‌ତା କରାଯିବା ବଲି ପର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଚିକିଛା ଅଧ୍‌କାରୀ ସଞ୍ଜୀବ ନାଏକ କହିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ସଲାସୁତୁରାରେ ଖଣି ଚୋରି

ଯାଜପୁର ଅଫିସ,୧୩ା୧୨: ରାଜ୍ୟରେ ୨୦୧୯-୨୦ରୁ ଅଦ୍ୟାବଧି ଖଣି ଲିଜ୍‌ଧାରୀମାନେ ନିୟମ ଉଲ୍ଲଂଘନ କରି ୮୨୦୧ କୋଟି ଟଙ୍କାର ଲୁହାପଥର ଓ ମାଙ୍ଗାନିଜ ଉତ୍ତୋଳନରେ ଚୋରି, ଅନିୟମିତତା...

ଶ୍ରମିକଙ୍କ ମୃତଦେହ ବୋଲେରୋରେ ନେଉଥିଲେ ପ୍ଲାଣ୍ଟ କର୍ମଚାରୀ: ରାସ୍ତାରୁ ଜବତ କଲା ପୋଲିସ

ପରଜଙ୍ଗ,୧୩।୨(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଦଦରାଘାଟି ଫାଣ୍ଡି ଅଧୀନ କୁଲେଇସ୍ଥିତ ଜିଏମ୍‌ ଆଇରନ ଆଣ୍ଡ୍‌ ଷ୍ଟିଲ୍‌ କମ୍ପାନୀରେ ଦୁର୍ଘଟଣାରେ ଜଣେ ଶ୍ରମିକ ମୃତ୍ୟୁ ଘଟିଥିବା...

ବିଜୟ ପାଇଁ କର୍ମୀଙ୍କ ସହ ରଣନୀତି ପ୍ରସ୍ତୁତି କଲେ ମନ୍ତ୍ରୀ

ଝାରସୁଗୁଡା ଅଫିସ,୧୭।୫: ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ନେତୃତ୍ୱରେ ଝାରସୁଗୁଡା ବ୍ଲକ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀର ୫ ପଞ୍ଚାୟତକୁ ନେଇ ଏକ କର୍ମୀ ସମ୍ମିଳନୀ...

ଝଡ଼ବର୍ଷାରେ ଭାଙ୍ଗିଲା ଗଛଡାଳ

ରସୁଲପୁର,୨୪।୯(ରଞ୍ଜିତ ରାଉତ): ଝଡ଼ବର୍ଷା ଯୋଗୁ ରସୁଲପୁର ବ୍ଲକ ନରସିଂହପୁର ପଞ୍ଚାୟତ ହରିପୁର ବଜାର ଦେଇ ଯାଇଥିବା ୨୦ନଂ. ଜାତୀୟ ରାଜପଥର ମା’ଝାଡ଼ଖଣ୍ଡି ଠାକୁରାଣୀଙ୍କ ନିକଟରେ ଶନିବାର...

୧ରେ ପରୀକ୍ଷା ପେ’ ଚର୍ଚ୍ଚା

ଢେଙ୍କାନାଳ ଅଫିସ୍‌, ୩୦।୩ – ପରୀକ୍ଷାର୍ଥୀଙ୍କ ମନରେ ଉତ୍ସାହ ଭରିବା, ଚାପ ହ୍ରାସ କରିବା ଲାଗି ଆସନ୍ତା ଏପ୍ରିଲ ପହିଲାରେ କେନ୍ଦ୍ର ସରକାରଙ୍କ ପ୍ରାୟୋଜିତ କାର୍ଯ୍ୟକ୍ରମ...

ବଞ୍ଚତ୍ବାକୁ କିଛି ସହାୟତା ଦିଅ

ଅନୁଗୋଳ ଅଫିସ, ୨୫ ।୧ ମା’ ବାପା ସ୍ବର୍ଗବାସୀ ହେବା ପରେ ୩ ମାସ ହେଲା ଦୁଇ ଭଉଣୀ ଅନାଥ, ଅସହାୟ ହୋଇପଡ଼ିଛୁ। କେମିତି ଜୀବନ...

ମାଓବାଦୀଙ୍କ ହିଂସା ଯୋଜନା ପଣ୍ଡ: ରେଳଧାରଣା ନିକଟରୁ ମିଳିଲା ଲ୍ୟାଣ୍ଡମାଇନ୍‌

ଟେନ୍‌ସା,୧୮ା୮(ଡି.ଏନ୍‌.ଏ.): ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ଥମୁନି ମାଓବାଦୀ ହିଂସା। ସୁନ୍ଦରଗଡ଼ ଜିଲା କେ.ବଲାଙ୍ଗ ଥାନା ଅନ୍ତର୍ଗତ ଟୋପାଡିହିରେ ମାଓବାଦୀଙ୍କ ବଡ଼ଧରଣର ହିଂସାକାଣ୍ଡ ଯୋଜନା ପଣ୍ଡ ହୋଇଯାଇଛି। ଟୋପାଡିହି...

କ୍ୟାମେରା ସ୍କାନରରେ ରହିବ ଅନୁଗୋଳ

ଅନୁଗୋଳ ଅଫିସ, ୨୯ା୯: ଏଣିକି ସହରରେ ଆଉ ଅଳିଆ ପଡ଼ିବ ନାହିଁ କି ଟ୍ରାଫିକ୍‌ ସମସ୍ୟାରେ ଲୋକମାନେ ଦହଗଞ୍ଜ ହେବେ ନାହିଁ। ସେହିଭଳି ଅପରାଧୀମାନେ ମଧ୍ୟ...

Advertisement
Archives

Model This Week