ଗୟାଧରକୁଁ ସାହାଯ୍‌ର ହାତ୍‌ ବଢ଼ାଲା ପରଶାସନ

ପର୍ଲା, ୧୬।୧ (ଡି.ଏନ୍‌.ଏ)- କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ ଜୟନ୍ତପୁର ଗାଁର ଗୟାଧର ଲୋହାର(୨୫) ଅନେକ୍‌ ଦିନ୍‌ ହେଲା କେହେନ୍‌ସି ଗୁଟେ ଅଜନା ରୋଗ୍‌ରେ ପୀଡ଼ିତ ଅଛନ୍‌। ଇ ବାବ୍‌ଦେ ୧୪ ତାରିଖ ମଙ୍ଗଲବାର ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ‘ଅଜନା ରୋଗ୍‌ରେ ପୀଡ଼ିତ ଗୟାଧର, ସରକାରୀ ଚିକିଛା ସାହାଯ୍‌ ଆଶ୍‌ରେ ମା’ବାପ୍‌’ ଶୀରଷକ୍‌ରେ ଖବର ବାହାରିଥିଲା। ଖବର ବାହାରଲା ଉତରୁ ଥାନୀଅ ପରଶାସନ ଗୟାଧରକୁଁ ସାହାଯ୍‌ର ହାତ୍‌ ବଢ଼େଇଛେ।
ପୂରବର ସୂଚନା ଅନ୍‌ସାରେ ଜୟନ୍ତପୁର ଗଁାର ଧନସିଂ ଲୋହାର(୬୫)କଁର ପରିବାର କହେଲେ ମାଏକିନା ଧନମତି(୫୫), ଦୁଇ ପୁଓ କେଶରୀ(୩୦), ଗୟାଧର(୨୫)କୁଁ ନେଇ ସଁସାର। ପରିବାରଟା ନିହାତି ଗରିବ୍‌। ଘରେ ଅଭାବ ଅନାଟନ ସବୁବେଲେ ଲାଗି ରହିଛେ। ଏନ୍‌ତାଥି ଗଲା ୪ ବଛର ତଲେ ସାନ୍‌ ପୁଓ ଗୟାଧରକଁର ଛାତିରେ ଗୁଟେ ଘା’ ହେଇଥିଲା। ପରିବାର ଲୋକ୍‌ ତାହାକୁ ଆସର ପାସର ଡାକ୍‌ତରଖାନାରେ ଚିକିଛା କରେଇ ନିରାଶ ହେଇଥିଲେ। ଇଆଡ଼େ ଡାକ୍‌ତରକଁର କହେବାର ହେଲା ଉଚ ଚିକିଛା କଲେ ଗୟାଧରକଁର ରୋଗ୍‌ ଭଲ ହେଇଯିବା। ହେଲେ ଟଁକା ପଏସା ଅଭାବୁ ପରିବାର ଲୋକ୍‌ ଗୟାଧରକଁର ଉଚ ଚିକିଛା କରେଇ ନାଇଁପାରୁଥାଇ। ଉପେ ଶୂଇନ୍‌ ପରିବାର ଲୋକ୍‌ ଇ ବାବ୍‌ଦେ ଥାନୀଅ ଧରିତ୍ରୀ ପରତିନିଧିକୁଁ ଜନେଇଥିଲେ। ସେ ହିସାବେ ଗଲା ୧୪ ତାରିଖ ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ଗୟାଧରକଁର ବାବ୍‌ଦେ ଟିକିନିଖିନୁ ଖବର ବାହାରିଥିଲା। ଖବର ବାହାରଲା ଉତାରୁ ମଙ୍ଗଲବାର ପର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଚିକିଛା ଅଧ୍‌କାରୀକଁର ନିରଦେଶରେ ଆର ଡା.ଲଲିତ ବେହେରାକଁର ମଂଗୁଆଲତିରେ ଗୁଟେ ଡାକ୍‌ତରୀ ଦଲ ଗୟାଧରକଁର ଘରେ ପୁହୁଁଚିଥିଲେ। ଡାକ୍‌ତରୀ ଦଲ ଗୟାଧରକଁର ପରୀକ୍ଷା ନିରୀକ୍ଷା କରବାର ସଂଗେ ଚିକିଛା କରିଥିଲେ। ଡା.ଲଲିତ ବେହେରା ଗୟାଧରକଁର ଉଚ ଚିକିଛା ନିହାତି ଦରକାର ବଲି କହିଛନ୍‌। ସେନ୍‌ତା ଗୟାଧରକୁଁ ପହେଲା ଚିକିଛା ଲାଗି ଜିଲା ମୁଖିଆ ଡାକ୍‌ତରଖାନାକେ ପଠାଯିବା ଆର ଦରକାର ପଡ଼ଲେ କଟକ ବଡ଼ ଡାକ୍‌ତରଖାନା ପଠାବାର ବେବସ୍‌ତା କରାଯିବା ବଲି ପର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଚିକିଛା ଅଧ୍‌କାରୀ ସଞ୍ଜୀବ ନାଏକ କହିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ବାଇକ୍‌ଆରୋହୀଙ୍କୁ ଧକ୍କାଦେଲା ଅଜଣା ଗାଡ଼ି, ଚାଲିଗଲା ଜୀବନ, କ୍ଷତିପୂରଣ ଦାବି କରି…

ହେମଗିର,୧୨ା୧୦(ଚୈତନ୍ୟ ପୁଟେଲ): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅନ୍ତର୍ଗତ ଡୁରୁବଗା ବାଇପାସ ରାସ୍ତାରେ ଅଜଣା ଗାଡ଼ି ଧକ୍କାରେ ଦୁଇ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ…

ମହାକାଳପଡ଼ାରେ ବିଜେଡି-ଭାଜପା ଛାତ୍ର ଗୋଷ୍ଠୀ ମୁହାଁମୁହିଁ, ପୋଲିସ ପହଞ୍ଚି…

ମହାକାଳପଡ଼ା,୧୨ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ାସ୍ଥିତ ପ୍ରମୁଖ ଶିକ୍ଷାନୁଷ୍ଠାନ ବାୟାବାବା କଲେଜରେ ଛାତ୍ର ସଂସଦ ନିର୍ବାଚନକୁ କେନ୍ଦ୍ରକରି ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଛି। ସୋମବାର ମଧ୍ୟାହ୍ନରେ କଲେଜ…

ଯୁବପିଢ଼ିଙ୍କୁ ସଶକ୍ତ କରିବ ପ୍ରଯୁକ୍ତିବିଦ୍ୟା: ରାଜ୍ୟପାଳ

ଅତାବିରା,୧୨।୧୦(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ବ୍ଲକ ନୂଆଁ ଖଇରପାଲି କୋଶଲ ସ୍କୁଲକୁ ରବିବାର ଓଡ଼ିଶାର ରାଜ୍ୟପାଳ ଡାକ୍ତର ହରିବାବୁ କମ୍ଭମପତି ଗସ୍ତ କରିଥିଲେ। ଏହି ଅବସରରେ…

ବିଲକୁ ଯାଇ ଘରକୁ ଫେରି ନ ଥିଲେ ଯୁବକ, ଆଜି ମିଳିଲା ମୃତଦେହ, ହତ୍ୟା ଅଭିଯୋଗ ଆଣି…

ପାଟଣାଗଡ଼,୧୨ା୧୦(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ଲରମ୍ଭା ଥାନା ଅନ୍ତର୍ଗତ ଗୋଏଲପିଟା ଗାଁର ଜାମଜୋର ନଦୀ ପାର୍ଶ୍ୱରୁ ସୋମବାର ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି। ମୃତ…

ବାୟାବାବା କଲେଜ ନିର୍ବାଚନ: ବିସିଜେଡି-ଏବିଭିପି କଡ଼ା ଟକ୍କର, ଭୋଟ୍‌ ହାତେଇବାକୁ ଆପଣାଉଛନ୍ତି ଏହି…

ମହାକାଳପଡ଼ା, ୧୨ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ଛାତ୍ର ସଂସଦ ନିର୍ବାଚନ ପାଇଁ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ସଦର ମହକୁମାସ୍ଥିତ ବାୟା ବାବା କଲେଜ କ୍ୟାମ୍ପସ ଚଳଚଞ୍ଚଳ ହୋଇଛି। ସଂସଦ…

ଧର୍ମଶାଳା ABEOଙ୍କ ଘରେ ଭିଜିଲାନ୍ସ ରେଡ୍, ଏକକାଳୀନ ୭ ଠିକଣାରେ ଚଢ଼ାଉ

ଧର୍ମଶାଳା,୧୨।୧୦(ଶିବପ୍ରସାଦ ମହାନ୍ତି): ଯାଜପୁର ଧର୍ମଶାଳା ABEOଙ୍କ ଘରେ ଭିଜିଲାନ୍ସ ରେଡ୍ । ମୋଟ ୭ଟି ସ୍ଥାନରେ ଚଢାଉ ଜାରି ରହିଥିବା ସୂଚନା ରହିଛି । ଆୟ ବହିର୍ଭୂତ…

ବଲାଙ୍ଗୀର-ଦେଓଗାଁ ରାସ୍ତାରେ ଦୁର୍ଘଟଣା, ଜଙ୍ଗଲକୁ ପଶିଗଲା ଟମାଟୋ ବୋଝେଇ ଟ୍ରକ୍

ବଲାଙ୍ଗୀର,୧୨।୧୦(ସୁନିଲ କୁମାର ମହାନ୍ତି ): ବଲାଙ୍ଗୀର-ଦେଓଗାଁ ମୁଖ୍ୟ ରାସ୍ତା ଏନଏଚ ୨୬ରେ ଦୁର୍ଘଟଣା ଘଟିଛି । ଦେଓଗାଁ ଚିନିକଳ କଲୋନୀ ବୁଲାଣି ନିକଟରେ ଭାରସାମ୍ୟ ହରାଇ ଜଙ୍ଗଲ…

ଘସିପୁରାରେ ମହିଳାଙ୍କୁ ହତ୍ୟା ଉଦ୍ୟମ : ବାପା-ପୁଅ ଗିରଫ

ହାଟଡିହୀ/ଆନନ୍ଦପୁର/ଛେନାପଦୀ,୧୨ା୧୦(ଶୁଭକାନ୍ତ ନାୟକ/ଶ୍ରୀଧର ମହାରଣା/ନିରାକାର ପରିଡା): କେନ୍ଦୁଝର ଜିଲା ଘସିପୁରା ଅଞ୍ଚଳର ଜଣେ ମହିଳାଙ୍କୁ କିଛି ଲୋକ ମିଳିମିଶି ଅଟକାଇବା, ଅଶ୍ଳୀଳ ଭାଷାରେ ଗାଳି ଦେବା ସହିତ ହତ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?