ଗ୍ଲୋବାଲ ଲିଗ୍‌ ପାଇଁ ଅନ୍ତର୍ଜାତୀୟ କ୍ରିକେଟରୁ ଗୋନୀଙ୍କ ସନ୍ନ୍ୟାସ

ନୂଆଦିଲ୍ଲୀ,୨୫।୬- ଗ୍ଲୋବାଲ ଟି୨୦ କାନାଡା ଲିଗ୍‌ର ଟରୋଣ୍ଟୋ ନ୍ୟାଶନାଲ୍ସ ଦଳର ଖେଳାଳିଙ୍କ ତାଲିକାରେ ସ୍ଥାନ ପାଇଥିବା ପୂର୍ବତନ ପେସର ମନପ୍ରୀତ ଗୋନୀ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି। ଯୁବରାଜ ସିଂଙ୍କ ପରେ ଦ୍ୱିତୀୟ ପଞ୍ଜାବୀ କ୍ରିକେଟର ଭାବେ ସେ ଅବସର ଘୋଷଣା କରିଛନ୍ତି। ଟରୋଣ୍ଟୋ ନ୍ୟାଶନାଲ୍ସ ଖେଳାଳିଙ୍କ ତାଲିକାରେ ଯୁବରାଜଙ୍କ ନାମ ମଧ୍ୟ ରହିଛି। ଗ୍ଲୋବାଲ ଟି୨୦ କାନାଡା ଲିଗ୍‌ର ଦ୍ୱିତୀୟ ସଂସ୍କରଣ ଆସନ୍ତା ଜୁଲାଇ ୨୫ ତରିଖରୁ ଆରମ୍ଭ ହେବ। ୩୬ ବର୍ଷୀୟ ଗୋନୀ ଭାରତ ପକ୍ଷରୁ ଦୁଇଟି ଦିନିକିଆ ମ୍ୟାଚ୍‌ରେ ପ୍ରତିନିଧିତ୍ୱ କରିଛନ୍ତି। ୬୧ ପ୍ରଥମ ଶ୍ରେଣୀ ଓ ୯୦ ଟି୨୦ ମ୍ୟାଚ୍‌ ଖେଳିଛନ୍ତି। ବିସିସିଆଇର ନିୟମ ଅନୁଯାୟୀ କୌଣସି ବିଦେଶୀ ଲିଗ୍‌ରେ ଖେଳିବାକୁ ହେଲେ ଖେଳାଳିଙ୍କୁ ଅନ୍ତର୍ଜାତୀୟ ଓ ପ୍ରଥମ ଶ୍ରେଣୀ କ୍ରିକେଟରୁ ଅବସର ନେବା ଦରକାର। ନ ହେଲେ ଖେଳାଳିଙ୍କୁ ଏନ୍‌ଓସି ମିଳିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ହକି : ବିଜୟ ସହ ଭାରତର ଅଭିଯାନ

ହିରୋସୀମା, ୧୫ା୬(ପି.ଟି.): ଉରୁଗୁଏ ବିପକ୍ଷରେ ପ୍ରଭାବୀ ୪-୧ ଗୋଲ୍‌ରେ ବିଜୟ ସହ ଭାରତୀୟ ମହିଳା ହକି ଦଳ ଏଠାରେ ଚାଲିଥିବା ଏଫ୍‌ଆଇଏଚ୍‌ ସିରିଜ ଫାଇନାଲ୍ସ ହିରୋସୀମା...

୧୪ ଓଭରରେ ୧୨ରନ୍‌ କରିପାରିଲା ନାହିଁ ଏହି ଟିମ୍‌: ୧୬ଟି ବଲ୍‌ରେ ଅଲ୍‌ଆଉଟ୍‌

ସିଡନୀ,୨୪।୯:କ୍ରିକେଟ୍‌ ଏକ ଅନିଶ୍ଚିତତାର ଖେଳ ବୋଲି କୁହାଯାଏ। ଏହାର ଏକ ଉଦାହରଣ ଅଷ୍ଟ୍ରେଲିଆରେ ଚାଲିଥିବା ମାର୍ଶ କପ୍‌ରେ ଦେଖିବାକୁ ମିଳିଛି। ପର୍ଥରେ ଖେଳା ଯାଉଥିବା ମାର୍ଶ...

ଫାଇନାଲରେ ସେରେନା-ଆଣ୍ଡ୍ରିସ୍କୁ

ନ୍ୟୁୟର୍କ,୬।୯:କାନାଡାର ଟିନ୍‌ ଏଜ୍‌ ଖେଳାଳି ବିୟାଙ୍କା ଆଣ୍ଡ୍ରିସ୍କୁଙ୍କ ସଫଳତାର ଦୌଡ଼ ଏଠାରେ ଚାଲିଥିବା ୟୁଏସ୍‌ ଓପନରେ ଜାରି ରହିଛି। ସେ ସେମିଫାଇନାଲରେ ବେଲିଣ୍ଡା ବେନକିକ୍‌ଙ୍କୁ ୭-୬...

ବିଶ୍ୱକପ୍‌ ମଝିରେ ଭଉଣୀଙ୍କୁ ହରାଇଥିଲେ ଆକବର

ଢାକା, ୧୧।୨ (ପି.ଟି.)- ବାଂଲାଦେଶକୁ ୧୯ ବର୍ଷରୁ କମ୍‌ ଆଇସିସି ବିଶ୍ୱକପ୍‌ ଜିତାଇବାରେ ଅଧିନାୟକ ଆକବର ଅଲି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ। ଭାରତ ପକ୍ଷରୁ ଧାର୍ଯ୍ୟ...

୪ ତାରିଖରେ ଜଣାପଡ଼ିପାରେ ଧୋନୀଙ୍କ ଭାଗ୍ୟ

ନୂଆଦିଲ୍ଲୀ,୨୮।୮: ମହେନ୍ଦ୍ର ସିଂ ଧୋନୀ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇ ନାହାନ୍ତି। କିନ୍ତୁ ଦକ୍ଷିଣ ଆଫ୍ରିକା ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ ଲାଗି...

୨୧ ବର୍ଷରୁ ଟେବୁଲ ଟେନିସ: ମାନବ ବିଶ୍ୱର ୧ ନମ୍ବର

ନୂଆଦିଲ୍ଲୀ, ୩।୧(ପି.ଟି.): ସଦ୍ୟ ପ୍ରକାଶିତ ୨୧ ବର୍ଷରୁ କମ୍‌ ପୁରୁଷ ସିଙ୍ଗଲ୍ସ ବର୍ଗ ଅନ୍ତର୍ଜାତୀୟ ଟେବୁଲ ଟେନିସ ଫେଡେରେଶନ (ଆଇଟିଟିଏଫ୍‌) ର଼୍ୟାଙ୍କିଙ୍ଗ୍‌ରେ ଭାରତୀୟ ଯୁବ ଖେଳାଳି...

‘ଧୋନୀଙ୍କ ପାଖରେ ଏବେ ବହୁତ କ୍ରିକେଟ ବାକି ଅଛି’

ନୂଆଦିଲ୍ଲୀ,୧୨।୭(ପି.ଟି.)- ସେମିଫାଇନାଲରେ ନ୍ୟୁଜିଲାଣ୍ଡଠାରୁ ପରାସ୍ତ ହୋଇ ବିଶ୍ୱକପ୍‌ରୁ ବାଦ୍‌ ପଡିଥିଲେ ମଧ୍ୟ ଭାରତୀୟ ଦଳକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ...

ବିଦା ହେବେ ଶ୍ରୀଲଙ୍କା କୋଚ୍‌

କଲମ୍ବୋ,୧୯ା୭(ଏଏଫ୍‌ପି)- ବିଶ୍ୱକପ୍‌ ବିଫଳତା ପରେ ଶ୍ରୀଲଙ୍କା କ୍ରୀଡ଼ାମନ୍ତ୍ରୀ ହାରିନ ଫେର୍ନାଣ୍ଡୋ କ୍ରିକେଟ ଦଳର ମୁଖ୍ୟ କୋଚ୍‌ ପଦତ୍ୟାଗ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀଲଙ୍କା ଦଳ...

Coronavirus Update


Archives

Model This Week

Why Dharitri