ଗ୍ରେଟାଙ୍କ ୬୦ ଫୁଟର ପ୍ରାଚୀର ଚିତ୍ର

ସାନ୍‌ ଫ୍ରାନ୍‌ସିସ୍କୋ: ଜଳବାୟୁ ପରିବର୍ତ୍ତନକୁ ନେଇ ନିଜର ସ୍ବର ଶାଣିତ କରିବା ସହ ବିଶ୍ୱ ଦରବାରରେ ନିଜର ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିବା ଟିନ୍‌ ଏଜ୍‌ ଆକ୍ଟିଭିଷ୍ଟ ଗ୍ରେଟା ଥନ୍‌ବର୍ଗଙ୍କ ଏକ ୬୦ ଫୁଟ ଲମ୍ବ ଓ ୩୦ ଫୁଟ ଚଉଡ଼ାର ବିଶାଳ ପ୍ରାଚୀର ଚିତ୍ର ସାନ୍‌ ଫ୍ରାନ୍ସିସ୍‌କୋରେ ଦେଖିବାକୁ ମିଳିଛି। ଆର୍ଜେଣ୍ଟାଇନ୍‌ ଷ୍ଟ୍ରିଟ୍‌ ଆର୍ଟିଷ୍ଟ ଆନ୍ଦ୍ରେସ୍‌ ପେଟ୍ରେସେଲି(୩୨) ଏହି ପ୍ରଚୀର ଚିତ୍ରକୁ ପ୍ରସ୍ତୁତ କରିଛନ୍ତି। ସ୍ଥାନୀୟ ଲୋକେ ପରିବେଶ ସଚେତନ ହେବା ଲାଗି ମଙ୍ଗଳବାର ଏହାକୁ ଏକ ବିଲ୍ଡିଂରେ ଲଗାଯାଇଛି। ଏନେଇ ଅନ୍ଦ୍ରେସ୍‌ ପେଟ୍ରେସେଲ କହିଛନ୍ତି, ରାଜନୀତି, ଧର୍ମ କିମ୍ବା କ୍ରୀଡ଼ା ସମ୍ପର୍କରେ ମୁଁ ଏଭଳି ପ୍ରାଚୀର ଚିତ୍ର କରିବାକୁ ପସନ୍ଦ କରେନି। କିନ୍ତୁ ମୋର ଏହି ପ୍ରାଚୀର ଚିତ୍ର ରାଜନୀତି ସହ ଯୋଡ଼ି ହେବାର ଆଶଙ୍କା ରହିଛି। ପରିବେଶ ସୁରକ୍ଷା ସମ୍ପର୍କରେ ଲୋକଙ୍କୁ ସଚେତନ କରାଇବା ଲାଗି ଗ୍ରେଟାଙ୍କ ପ୍ରଚୀର ଚିତ୍ର ଏଠାରେ ଲଗାଯାଇଥିବା ସେ ମତ ଦେଇଛନ୍ତି। ଏହି ବାଟ ଦେଇ ଯିବା ଆସିବା କରୁଥିବା ଲୋକ ଗ୍ରେଟାଙ୍କ ବିଶାଳ ପ୍ରାଚୀର ଚିତ୍ର ଦେଖି ସଚେତନ ହୋଇପାରିବେ ବୋଲି ସେ ମତ ଦେଇଛନ୍ତି। ଗ୍ରେଟାଙ୍କ ବାର୍ତ୍ତା ପ୍ରଚାର କରିବା ଓ ଲୋକଙ୍କୁ ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ ସଚେତନ କରାଇବା ଏହାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରୋନାରୁ ରକ୍ଷା ପାଇବା ପାଇଁ ଦମ୍ପତି ନେଲେ ଏହି ପଦକ୍ଷେପ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବିଶ୍ୱର ଅଧିକାଂଶ ଦେଶ ଏବେ କରୋନା ମହାମାରୀ ସହ ସଂଘର୍ଷ କରୁଛନ୍ତି। ଏହି ମାରାତ୍ମକ ଭୂତାଣୁ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ପ୍ରତ୍ୟେକ ଦେଶ କିଛି...

ମାସ୍କରେ ଲୋକକଳା ଛାପ

ପାଟ୍‌ନା: କରୋନା ଭାଇରସ୍‌ ସଂକ୍ରମଣରୁ ନିଜକୁ ରକ୍ଷାକରିବା ପାଇଁ ମାସ୍କ ପିନ୍ଧିବା ଜରୁରୀ ହୋଇପଡ଼ିଛି। ବିନା ମାସ୍କରେ ଏବେ କେହି ଘରୁ ବାହାରୁନାହାନ୍ତି। ଏଭଳି ପରିସ୍ଥିତିରେ...

ନିଯୁକ୍ତି କ୍ଷେତ୍ରକୁ ଚରିଯିବ ଭାଇରସ୍‌

ଜେନେଭା,୧୦।୪: ମହାମାରୀ କରୋନା(କୋଭିଡ୍‌-୧୯) ଯୋଗୁ ଭାରତ ସମେତ ବିଶ୍ୱର ଅନେକ ଦେଶରେ ଚାଲିଛି ଲକ୍‌ଡାଉନ। ଏହି ଭାଇରସ୍‌ ମୁକାବିଲା ଯୋଗୁ ବ୍ୟାପକ ସଂଖ୍ୟାରେ ନିଯୁକ୍ତି ଦେଇଥିବା...

ବିଶ୍ୱର ସବୁଠୁ ବିପଜ୍ଜନକ ସୁଡ଼ଙ୍ଗ

ଚୀନ୍‌ର ତେହାଙ୍ଗ ପାହାଡ଼କୁ ମଝିରୁ କାଟି ତିଆରି କରାଯାଇଛି ବିଶ୍ୱର ସବୁଠୁ ଭୟାନକ ସୁଡ଼ଙ୍ଗ। ଏହାର ନାମ ରହିଛି ଗୁଓଲିୟାଙ୍ଗ୍‌। ସୁଡ଼ଙ୍ଗର ନିର୍ମାଣ ୧୯୭୨ରେ ହୋଇଥିଲା।...

ଜି-୭ ସମ୍ମିଳନୀ ସ୍ଥଗିତ: ପ୍ରଥମେ ଭାରତକୁ ନିମନ୍ତ୍ରଣ କରିବେ ଟ୍ରମ୍ପ

ଓ୍ବାଶିଂଟନ,୩୧।୫: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶନିବାର ସୂଚନା ଦେଇଛନ୍ତି କି ଜି-୭ ସମ୍ମିଳନୀ ସେପ୍ଟେମ୍ବର ପର୍ଯ୍ୟନ୍ତ ସ୍ଥଗିତ ରଖାଗଲା। ତେବେ ଏହା ପୂର୍ବରୁ ସେ...

ବିବାହ କରିବାକୁ ଗୁଜରାଟରୁ ବିହାର ଚାଲିଆସିଲେ ଯୁବତୀ

କୈମୁର, ୩୦।୮: ବିହାରର ଭଭୁଆସ୍ଥିତ ମହିଳା ଥାନା ନିକଟରେ ଥିବା ମହାକୋଟେଶ୍ୱର ମନ୍ଦିରରେ ପୋଲିସ ତତ୍ତ୍ୱାବଧାନରେ ଏକ ପ୍ରେମୀ ଯୁଗଳଙ୍କ ବିବାହ ଅନୁଷ୍ଠିତ ହୋଇଛି। ସୂଚନା...

ଏହି ହୀରା ଖଣି ଉପର ଦେଇ ଉଡ଼ିପାରେନା ବିମାନ…

ପୂର୍ବ ସାଇବେରିଆରେ ରହିଛି ପୃଥିବୀରେ ସବୁଠାରୁ ବଡ଼ ହୀରା ଖଣି। ଏହାର ଗଭୀର ୧୭୨୨ ଫୁଟ ଏବଂ ଚୌଡ଼ା ୩୯ଶହ ଫୁଟ। ଏହାର ଖନନ ୧୯୫୫...

ପୃଥିବୀ ନିକଟରେ ଥିବା ବ୍ଲାକ୍‌ ହୋଲ୍‌ର ମିଳିଲା ସନ୍ଧାନ

ଓ୍ବାଶିଂଟନ,୭।୫: ପୃଥିବୀ ନିକଟରେ ଥିବା ଏକ ବ୍ଲାକ୍‌ ହୋଲ୍‌ର ସନ୍ଧାନ ମିଳିଛି। ଏହା ପୃଥିବୀଠାରୁ ପ୍ରାୟ ୧୦୦୦ ଆଲୋକ ବର୍ଷ ଦୂରରେ ରହିଛି ବୋଲି ୟୁରୋପିଆନ୍‌...

Coronavirus Update


Archives

Model This Week

Why Dharitri