ଗ୍ରୀନ୍‌ ବାବୁ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌
ଅଧିକରୁ ଅଧିକ ଲୋକେ ଟି.ଏନ୍‌. ଶେଷାନ୍‌ଙ୍କୁ ଜଣେ ବିଶାଳ ବ୍ୟକ୍ତିତ୍ୱ ଭାବେ ମନେରଖିଛନ୍ତି। ସେ ନିର୍ବାଚନ କମିଶନକୁ ଏକ ଶକ୍ତିଶାଳୀ ସଂସ୍ଥାରେ ପରିଣତ କରିଥିଲେ, ଯାହା ରାଜନେତାଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିଥିଲା ଏବଂ ସାଧାରଣ ଲୋକମାନେ ବି ତାଙ୍କୁ ଏଥିପାଇଁ ପ୍ରଶଂସା କରିଥିଲେ। ଏପରିକି ତାଙ୍କ ପ୍ରତିବଦ୍ଧତାପୂର୍ଣ୍ଣ ଉତ୍ସୁକତା ବେଳେବେଳେ ବ୍ୟୁରୋକ୍ରାସିର କ୍ଷମତା ଓ ସରକାରଙ୍କ ମଧ୍ୟରେ ଥିବା ସୀମାରେଖାକୁ ଅସ୍ପଷ୍ଟ କରିଦେଉଥିଲା। ୧୯୯୦ରୁ ୧୯୯୬ ଛଅବର୍ଷ ସେ ଭାରତର ମୁଖ୍ୟ ନିର୍ବାଚନ କମିଶନର (ସିଇସି) ରହିଥିଲେ। ଏହି ଛଅବର୍ଷର କାର୍ଯ୍ୟକାଳ ତାଙ୍କୁ ଭାରତର ଲୋକତନ୍ତ୍ରର ରକ୍ଷକ ଭାବେ ଜନମାନସରେ ପ୍ରତିପାଦିତ କରିଥିଲା। ଶେଷରେ ସେ ଜଣେ ଏଭଳି ବ୍ୟକ୍ତି ଥିଲେ ଯିଏ କି ନେତାମାନଙ୍କୁ କୋଣଠେସା କରି ରଖିତ୍ଥିଲେ। ଅତିମାତ୍ରାରେ ଦୁର୍ନୀତିଗ୍ରସ୍ତ ଭାରତୀୟ ନିର୍ବାଚନ ପଦ୍ଧତିରେ ଯଥାଶକ୍ତି ସଂସ୍କାର ଆଣିବା ଲାଗି ସେ କାର୍ଯ୍ୟ କରିଥିଲେ। ଆଂଶିକ ଭାବେ ତାଙ୍କ ବିଶାଳ ବ୍ୟକ୍ତିତ୍ୱର ସଚ୍ଚୋଟତାର ଶକ୍ତି ଦ୍ୱାରା ଏବଂ ଯେଉଁମାନେ ବ୍ୟବସ୍ଥା ସହ ଖେଳିବାକୁ ବା ବ୍ୟବସାୟ କରିବାକୁ ଚେଷ୍ଟାକରୁଥିଲେ ସେମାନଙ୍କ ଉପରେ ନିୟମାବଳୀ ଲାଗୁକରି ଆଂଶିକଭାବେ ଏହା କରିପାରିଥିଲେ। ଏଥିପାଇଁ ନିର୍ବାଚନ କିମଶନର କାର୍ଯ୍ୟକାଳର ଅତୀତ ଦିନକୁ ସ୍ମରଣ କରି ତାଙ୍କ ମୃତ୍ୟୁ ପରେ ଅଜସ୍ର ଶ୍ରଦ୍ଧାଞ୍ଜଳି ଅଜାଡି ହୋଇ ପଡିବାରେ କିଛି ଆଶ୍ଚର୍ଯ୍ୟ ହେବାର ନାହିଁ। ସେହିପରି ଜଣେ ଆଇଏଏସ୍‌ ଅଫିସର ଭାବେ ସେ ରାଜୀବ ଗାନ୍ଧୀଙ୍କ ସରକାର ସମୟରେ କ୍ୟାବିନେଟ ସଚିବ ହୋଇପାରିଥିଲେ। ଲୋକମାନେ ବି ତାଙ୍କର ସେ ସମୟର ଭଲ ରେକର୍ଡକୁ ମନେପକାଇଛନ୍ତି । ନିର୍ବାଚନ କମିଶନର ହେବା ପୂର୍ବରୁ ଶେଷାନ୍‌ କେନ୍ଦ୍ରରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହି ଦାୟିତ୍ୱ ନିର୍ବାହ କରିଛନ୍ତି। ଜଙ୍ଗଲ ଓ ପରିବେଶ ସଚିବ, ସୁରକ୍ଷା ସଚିବ, ପ୍ରତିରକ୍ଷା ସଚିବ ଓ କ୍ୟାବିନେଟ ସଚିବ ହେବା ଥିଲା ତାଙ୍କ କାର୍ଯ୍ୟଦକ୍ଷତାର ମୋହର। କିନ୍ତୁ ରାଜୀବ ଗାନ୍ଧୀ ୧୯୮୯ରେ କ୍ଷମତା ହରାଇବା ପରେ ଶେଷାନ୍‌ଙ୍କୁ କ୍ୟାବିନେଟ ସଚିବ ପଦରୁ ହଟାଇ ନେଇ ଯୋଜନା କମିଶନର ସଦସ୍ୟ ଭାବେ ଅଡ୍‌ଜଷ୍ଟ କରାଗଲା।
ଶେଷାନ୍‌ ପରିବେଶ ମନ୍ତ୍ରଣାଳୟ ଅଧୀନରେ ସଚିବ ଭାବେ ୧୯୮୫ରୁ ୧୯୮୮ ଯାଏ କାର୍ଯ୍ୟ କରିଛନ୍ତି। ଏହି କାର୍ଯ୍ୟକାଳ ଏଠାରେ ସ୍ବତନ୍ତ୍ର ଭାବେ ଉପସ୍ଥାପନ କରିବା ଦରକାର କରେ। ସାମ୍ପ୍ରତିକ ସମୟରେ ପରିବେଶ ସମ୍ବନ୍ଧରେ ସର୍ବସାଧାରଣରେ ଚିନ୍ତା ପ୍ରକଟ କରାଯାଉଛି ଏବଂ ରାଜ୍ୟଗୁଡିକ ଏଥିପାଇଁ ନିୟମ ପ୍ରଣୟନ କରୁଥିବାବେଳେ ନବେ ଦଶକରେ ସରକାରରେ କେହି ଏହା ପ୍ରତି ସେପରି ଗୁରୁତ୍ୱ ଦେଇ ନ ଥିଲେ। ସମ୍ଭବତଃ ଶେଷାନ୍‌ ସେବର ବାବୁମାନଙ୍କ ମଧ୍ୟରେ ଥିଲେ ପ୍ରଥମ ବାବୁ ଯିଏକି ପରିବେଶକୁ ସୁଧାରିବା ଲାଗି ଜୋର ଦେଇଥିଲେ। ସେ ସମୟରେ ଆର୍ଥିକ ସୁଧାର ପ୍ରକ୍ରିୟା ଆରମ୍ଭ କରାଯାଇଥିଲା ଓ ତା’ ଉପରେ ବାବୁମାନେ ଅଧିକ ଆଗ୍ରହ ପ୍ରକାଶ କରୁଥିବାବେଳେ ଶେଷାନ୍‌ ପରିବେଶ କଥା ଚିନ୍ତା କରିଥିଲେ। ବାସ୍ତବରେ ସେ ଥିଲେ ‘ଗ୍ରୀନ୍‌ ବାବୁ’ ଯିଏ ‘ଏକ୍ୟୁଆଇ’, କ୍ଲାଇମେଟ ଚେଞ୍ଜ୍‌, ଏବଂ ଓ୍ବାଟର ହାର୍ଭେଷ୍ଟିଂ ଭଳି ଶବ୍ଦ ଲୋକଲୋଚନକୁ ଆସିବାର ବହୁ ପୂର୍ବରୁ ପରିବେଶ ସମସ୍ୟାକୁ ଭଲଭାବେ ବୁଝିଥିଲେ। ଏବେ ଦିଲ୍ଲୀ ଏବଂ ଅନ୍ୟ ପ୍ରମୁଖ ମହାନଗରଗୁଡିକ ବାୟୁ ପ୍ରଦୂଷଣରେ ଅଣନିଃଶ୍ୱାସୀ ହୋଇପଡୁଥିବାବେଳେ ଆମେ ସ୍ମରଣ କରିବା ଦରକାର ଯେ ଶେଷାନ୍‌ ଥିଲେ ପ୍ରଥମ ବ୍ୟକ୍ତି ଯେ କି ଟୁ-ଷ୍ଟ୍ରୋକ୍‌ ଇଞ୍ଜିନର ନିର୍ଗମନ ହ୍ରାସ କରିବା ପାଇଁ ଦୃଢ ଯୁକ୍ତି ଉପସ୍ଥାପନ କରିଥିଲେ। ଏହା ଜାଣି କେତେକେ ଆଶ୍ଚର୍ଯ୍ୟ ହେବେ ଯେ, ଶେଷାନ୍‌ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ଦେଶରେ ବଡ଼ ଡ୍ୟାମ ପ୍ରୋଜେକ୍ଟକୁ ବିରୋଧ କରୁଥିବା ଲୋକମାନଙ୍କ ସପକ୍ଷରେ ଥିଲେ। ଯଦିଓ ସେ ସରକାରଙ୍କ ଦୃଷ୍ଟିକୁ ଏହାକୁ ଆଣିପାରି ନ ଥିଲେ, ତଥାପି ତେହରି ଡ୍ୟାମ୍‌ ଏବଂ ନର୍ମଦା ଉପରେ ସର୍ଦ୍ଦାର ସରୋବର ଡ୍ୟାମ୍‌କୁ ବିରୋଧ କରିବା ଉଲ୍ଲେଖନୀୟ।
ଶେଷାନ୍‌ ଜଣେ ଦୃଢ଼ବିଶ୍ୱାସୀ ବାବୁ ଥିଲେ ବୋଲି ଏହି ଦୃଷ୍ଟାନ୍ତଗୁଡ଼ିକରୁ ପ୍ରତୀୟମାନ ହୁଏ, ଯାହା ତାଙ୍କୁ ବାବୁ କରିଡର୍‌ରେ ଜଣେ ନିଆରା ବ୍ୟକ୍ତି ଭାବେ ଗଢ଼ିତୋଳିଛି। ଅବଶ୍ୟ ଏଥିପାଇଁ ତାଙ୍କୁ ସତ୍ତାବାଦୀ ଭାବେ ଚିତ୍ରଣ କରିଦିଆଗଲା ଏବଂ ଏଥିରୁ ମୁକୁଳିବା ବି ତାଙ୍କ ପାଇଁ କଷ୍ଟକର ହୋଇଗଲା। ଏଥିପାଇଁ ସେ ଶୀଘ୍ର କ୍ରୋଧ ପ୍ରକାଶ କରିଥିଲେ ଓ ଏହି ଗୁଣ ତାଙ୍କ ପାଇଁ ବହୁ ଶତ୍ରୁ ସୃଷ୍ଟି କରିଥିଲା। କିନ୍ତୁ ତାଙ୍କ ସାଥୀମାନଙ୍କ ମଧ୍ୟରୁ ଅନେକେ ଅଛନ୍ତି ଯେଉଁମାନେ ତାଙ୍କ କୋମଳ ଓ ସ୍ବଚ୍ଛ ସ୍ବଭାବର ଗ୍ୟାରେଣ୍ଟି ବି ଦିଅନ୍ତି। ତଥାପି ଏହି ସତ୍ତାବାଦୀ ଷ୍ଟାଇଲ୍‌ ଓ ଭୁଲ୍‌ ଠିକ୍‌ ନିଷ୍ପତ୍ତି ଉପରେ ଦୃଢ ବିଶ୍ୱାସ ହିଁ ସେତେବେଳର ବ୍ୟୁରୋକ୍ରାସି ବ୍ୟାକ୍‌ଓ୍ବାଟର ଭାବେ ଜଣାଶୁଣା କେନ୍ଦ୍ର ନିର୍ବାଚନ କମିଶନକୁ ବାସ୍ତବରେ ଏକ ସ୍ବାଧୀନ ଓ ଶକ୍ତିଶାଳୀ ସଂସ୍ଥାରେ ପରିଣତ କରିବାରେ ତାଙ୍କୁ ସକ୍ଷମ କରିପାରିଥିଲା। ପରେ ଏହି ଧାରାରେ ପ୍ରତ୍ୟେକ ନିର୍ବାଚନ କମିଶନର ସେବେଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ତାହାକୁ ବଜାୟ ରଖିବା ପାଇଁ ଖୁବ୍‌ କସରତ କରୁଛନ୍ତି। ବ୍ୟୁରୋକ୍ରାସିରେ ଶାଣିତ ସ୍ବର ଉତ୍ତୋଳନ କରିବା ବା ହଁୁକାର ଦେବାରେ ଶେଷାନ୍‌ ଥିଲେ ଅଦ୍ୱିତୀୟ ବାବୁ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri