Posted inଫୁରସତ

ଗ୍ରୀନ୍‌ ପାରିକୁଦ ଅଭିଯାନରେ ହିମାଂଶୁ

ଚିଲିକା ଓ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ସର୍ବଦା ବନ୍ୟା,ବାତ୍ୟାପରି ପ୍ରାକୃତିକ ବିପର୍ଯ୍ୟୟର ଆଶଙ୍କା ରହିଥାଏ। ବିଭିନ୍ନ ସମୟରେ ଘଟୁଥିବା ପ୍ରାକୃତିକ ବିପର୍ଯ୍ୟୟରେ ଏହି ଅଞ୍ଚଳରେ ବୃକ୍ଷଗୁଡ଼ିକର ବ୍ୟାପକ କ୍ଷୟକ୍ଷତି ଯୋଗୁ ଦିନକୁ ଦିନ ବୃକ୍ଷଲତା କମିବାରୁ ପରିବେଶ ସନ୍ତୁଳନରେ ବାଧା ସୃଷ୍ଟି ହେଉଛି । ଏପରିସ୍ଥିତିରେ ପରିବେଶକୁ ସବୁଜ ସୁନ୍ଦର କରିବାର ଚିନ୍ତା ଘାରିଛି ଜଣେ ଯୁବକଙ୍କୁ । ମାତ୍ର ପିଲାଟି ଦିନରୁ ତାଙ୍କର ବିଭିନ୍ନ ବୃକ୍ଷରୋପଣ କରିବା ଅଭ୍ୟାସ ରହିଛି ।

ବୃକ୍ଷରୋପଣ କରି ସେ ସବୁଜ ଦୁନିଆ ଗଢ଼ିବାର ପ୍ରୟାସ ଜାରି ରଖିଛନ୍ତି। ତାଙ୍କ ଗଁା ଚିଲିକା ଅଞ୍ଚଳରେ । ସେ ହେଲେ ହିମାଂଶୁ ଶେଖର ନାୟକ। ପିତାଙ୍କ ନାମ ଉପେନ୍ଦ୍ର ନାୟକ। ମା’ ସୂର୍ଯ୍ୟମଣି। ଘର ପୁରୀ ଜିଲାର କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ଗୋମୁଣ୍ଡିଆ ଗାଁରେ, ଏକ ସାଧାରଣ ଚାଷୀ ପରିବାରରେ ତାଙ୍କର ଜନ୍ମ। ଏବେ ସେ ଛତିଶଗଡ଼ରେ ଆକ୍ସିସ୍‌ ବ୍ୟାଙ୍କର ଶାଖା ପରିଚାଳକ ଭାବେ କାର୍ଯ୍ୟରତ। ମାତ୍ର ଗାଁକୁ ଆସିଲେ ଗ୍ରାମର ଯୁବକଙ୍କୁ ନେଇ ପରିବେଶ ସୁରକ୍ଷା ସମ୍ପର୍କରେ ବିଭିନ୍ନ ପଦକ୍ଷେପ ନେଇଥାନ୍ତି। ସେ କୁହନ୍ତି, ୨୦୧୩ ମସିହା ଫାଇଲିନରେ ଯେତେବେଳେ ଗାଁକୁ ଆସିଥିଲି ସେହି ସମୟରେ ଦେଖିଲି ଚାରିଆଡ଼ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ଗଛଲତା ଉପୁଡ଼ି ଭାଙ୍ଗି ନଷ୍ଟ ହୋଇଯାଇଛି କିନ୍ତୁ ଏପରି ବିପଦରୁ ପ୍ରାଣୀ ଜଗତକୁ ବୃକ୍ଷଗୁଡ଼ିକ ଯୋଦ୍ଧା ପରି ସୁରକ୍ଷା ଦେଇଥାଏ। ମାତ୍ର ଏପରି ପରିସ୍ଥିତି ଦେଖି ଦୁଃଖ ଅନୁଭବ କରିଥିଲି ଏବଂ ବୃକ୍ଷରୋପଣ ପାଇର୍ଁ ଚିନ୍ତା ବି କରିଥିଲି। ୨୦୧୫ ମସିହାରେ ମୋ ପୁଅର ଜନ୍ମଦିନରେ ଭୋଜିଭାତରେ ବିଶେଷ ଅର୍ଥଖର୍ଚ୍ଚ ନ କରି ଗଛଲଗାଇବା ଏକ ପୁଣ୍ୟ କାର୍ଯ୍ୟ ମନେକରି ପ୍ରାୟ୧ଲକ୍ଷଟଙ୍କା ଖର୍ଚ୍ଚରେ ବିଭିନ୍ନ ଫଳଗଛ ଆଣି ଲୋକଙ୍କୁ ବାଣ୍ଟିବା ସହିତ ନିଜେ ବି ଗଛ ଲଗାଇଥିଲି ।
ନିକଟସ୍ଥ ଟୁବୁକା, ସାମନ୍ତରାପୁର, ସାନଅଁଳ, ତିତିପ, ବଡ଼ଝାଡ଼, ନୂଆଗାଁ, ଝାରକଟା, ପଥରକଟା, ଅଁଳାକୁଦ, କୁରୁପାଳ, ମର୍ଦ୍ଦରାଜପୁର, ସିପିଆ, ଗୁରୁବାଇ, ଭବାନୀପୁର, ଜହ୍ନିକୁଦ, ଅଲଣ୍ଡା ଆଦି ପ୍ରାୟ ୨୫ ଖଣ୍ଡଗାଁ ଓ ୩୦ଟି ସ୍କୁଲରେ ପ୍ରାୟ ୫୦ହଜାର ଗଛ ଲଗାଇବା ଓ ଲୋକଙ୍କୁ ଚାରା ବଣ୍ଟନର ପଦକ୍ଷେପ ନେଇଥିଲି। ସେଥିରୁ ପ୍ରାୟ ୨୦ହଜାର ଗଛ ବଞ୍ଚି ରହିଛି। ଏପରି ୫ବର୍ଷ ମଧ୍ୟରେ ପ୍ରାୟ ୬ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ସାରିଲାଣି। କେତେକ ଉତ୍ସାହୀ ଯୁବକଙ୍କୁ ନେଇ ‘ଗ୍ରୀନ ପାରିକୁଦ ଅଭିଯାନ’ ଆରମ୍ଭ କରିଛି । ଏହି ଅଭିଯାନକୁ ସାଧାରଣରେ ଉତ୍ସାହିତ କରାଯାଇଥିଲା। ପ୍ରତିବର୍ଷ ଏପ୍ରିଲ ୧ରୁ ୧୪ତାରିଖ ମଧ୍ୟରେ ବୃକ୍ଷରୋପଣ ପାଇଁ ଆମ୍ବ, ନିମ, ପଣସ, ଲେମ୍ବୁ, ପିଜୁଳି, ଡାଳିମ୍ବ, କମଳା, ବେଲ, ଦେବଦାରୁ ଆଦି ବିଭିନ୍ନ ଚାରାକୁ ଅଟୋରିକ୍ସାରେ ଆଣି ଗାଁଗୁଡ଼ିକରେ ମାଗଣାରେ ବଣ୍ଟନ କରାଯାଇଛି। ସ୍ଥାନୀୟ ସ୍କୁଲ, ଗାଁ ରାସ୍ତା କଡ଼ ଓ ପଡ଼ିଆ ଜାଗାରେ ବୃକ୍ଷରୋପଣ କରାଯାଇ ତା’ର ସୁରକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଜଙ୍ଗଲ ବିଭାଗ କର୍ମଚାରୀମାନେ ବି ସହଯୋଗ କରିଥାନ୍ତି। ଚଳିତବର୍ଷ ନିଜ ବାରିରେ ପକାଇଥିବା ପ୍ରାୟ୧୫ହଜାର ଲେମ୍ବୁ, ବେଲ, ଅଁଳା, ହରିଡ଼ା, ବାହାଡ଼ା ଆଦି ଚାରା ଲୋକଙ୍କୁ ବଣ୍ଟନ କରାଯାଇଛି ।

ତିତିପ ଚାରି ଛକଠାରେ ସ୍କୁଲପିଲାଙ୍କ ମଧ୍ୟରେ ଏକ ଗ୍ରୀନ ମାରାଥନ କାର୍ଯ୍ୟକ୍ରମ କରାଯାଇଥିଲା। ଏବେ ବୃକ୍ଷରୋପଣ ଏକ ସଂକଳ୍ପରେ ପରିଣତ ହୋଇଛି ।

-ବନବିହାରୀ ବେହେରା, କୈଳାସ ପଟ୍ଟନାୟକ


Enter your email to get our daily news in your inbox.

All Right Reserved By Dharitri.Com

କରୋନା ନା ନେଲେ ହେବ ଜେଲଦଣ୍ଡ !

ଆଶଗାବାଟ,୨।୪: କରୋନା ସଂକ୍ରମଣ ଯୋଗୁ ସାରା ପୃଥିବୀରେ ଆତଙ୍କ ସୃଷ୍ଟି ହୋଇଛି। ତେବେ କରୋନା ନା ନେଲେ ଜେଲଦଣ୍ଡ ଘୋଷଣା କରାଯିବା କଥା ଶୁଣିଲେ ଯେ...

ସୂର୍ଯ୍ୟାସ୍ତ ସମୟରେ ବେଳାଭୂମିରେ କୁକୁର ଖେଳୁଛନ୍ତି ଏପରି

ପ୍ରାୟତଃ ପ୍ରାଣୀଙ୍କୁ ନେଇ ସୋସିଆଲ ମଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ ହେବାରେ...

ଜାଣନ୍ତି ସମ୍ଭାବ୍ୟ ବାତ୍ୟାର ନାଁ କାହିଁକି ରହିଛି ‘ଗୁଲାବ’

ଇସଲାମାବାଦ: ଆପଣ ଜାଣନ୍ତି ପ୍ରତ୍ୟେକ ବାତ୍ୟାର କିଛି ନା କିଛି ନାମକରଣ କରାଯାଇଥାଏ। ମାତ୍ର ମନକୁ କେବେ ପ୍ରଶ୍ନ ଆସିନି ଏହି ବାତ୍ୟାର ନାଁ କାହିଁକି...

ଛତା ଧରି ବାହାହେଲେ ବର

ରାୟପୁର: ଅନେକ ସମୟରେ ବିବାହକୁ ନେଇ ଭିନ୍ନ ଘଟଣା ଶୁଣିବାକୁ ମିଳିଥାଏ, ଯାହା ଅତ୍ୟନ୍ତ ରୋଚକ ହୋଇଥାଏ। ଯେପରିକି ବର ଜେସିବି ସାହାଯ୍ୟରେ ହେଉ କି...

ଭାରତର ଏହି ରାଜ୍ୟରେ ପାଳନ କରାଯାଏ ନାହିଁ ଦୀପାବଳି

ଭାରତର ଅନେକ ରାଜ୍ୟରେ ଆଲୋକର ପର୍ବ ଦୀପାବଳି ବେଶ୍‌ ଉତ୍ସାହ ଉଦ୍ଦୀପନା ସହ ପାଳନ କରାଯାଉଥିବା ବେଳେ ଏମିତି ଏକ ରାଜ୍ୟ ଅଛି ଯେଉଁଠି ଦୀପାବଳି...

ଲେନ୍ସରେ ମଙ୍ଗଳାଯୋଡ଼ି

ଓଡ଼ିଶାର ଖୋର୍ଦ୍ଧା ଜିଲାର ଟାଙ୍ଗି ଚାନ୍ଦପୁର ନିକଟରେ ରହିଛି ପକ୍ଷୀ ସ୍ବର୍ଗ ମଙ୍ଗଳାଯୋଡ଼ି। ଏହା ଚିଲିକା ହ୍ରଦର ଉତ୍ତର ପୂର୍ବ ଭାଗରେ ଅବସ୍ଥିତ ୧୦ ବର୍ଗ...

ମୋଦିଙ୍କ ମନ୍ଦିର ତିଆରି କଲେ କୃଷକ

ତିରୁଚିରାପଲ୍ଲୀ,୨୬।୧୨: ତାମିଲନାଡୁ ତିରୁଚିରାପଲ୍ଲୀର ଜଣେ କୃଷକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦଙ୍କର ଏକ ମନ୍ଦିର ତିଆରି କରିଛନ୍ତି। ପି. ଶଙ୍କର(୫୦ ବର୍ଷ) ନାମକ ଉକ୍ତ କୃଷକ ଜଣଙ୍କ...

ମୃତ ପୁଅର ପ୍ରେମିକାଙ୍କୁ ବିବାହ ଦେଲେ ମା’

ମିରଠ,୮।୧୨: ଉତ୍ତର ପ୍ରଦେଶ ମିରଠରୁ ଏମିତି ଏକ ଘଟଣା ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପୁଅ ମରିଯିବା ପରେ ତାଙ୍କ ପ୍ରେମିକାକୁ ଝିଅ ଭାବେ...

Advertisement
Archives

Model This Week