ଗ୍ରାମ ଶ୍ମଶାନରେ ଜଳିଲା ୩ ଶ୍ରମିକଙ୍କ ଜୁଇ

ରସୁଲପୁର,୨୬।୨(ଡି.ଏନ୍‌.ଏ.): ଯାଜପୁର ସଦର ଥାନା ଅନ୍ତର୍ଗତ ଜମଧର ଗ୍ରାମ ମଙ୍ଗଳବାର ଲୋକାରଣ୍ୟ ହୋଇଉଠିଥିଲା। ଗତ ଶନିବାର ଗୁଜରାଟ ଅହମ୍ମଦାବାଦସ୍ଥିତ ଓଧାବ୍‌ ଜିଆଇଡିସି ଅଞ୍ଚଳର ଏକ କପଡ଼ା ଲେବଲ କାରଖାନାରେ ଘଟିଥିବା ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ୩ ଶ୍ରମିକଙ୍କ ମୃତଦେହ ସେମାନଙ୍କ ଜନ୍ମମାଟିରେ ପହଞ୍ଚତ୍ଥିଲା। ମୃତଦେହ ପହଞ୍ଚତ୍ବା ପରେ ଗାଁ ଦାଣ୍ଡ ଅମର ରହେ ଧ୍ୱନୀରେ ଫାଟି ପଡ଼ିଥିଲା। ବର୍ଷା ଲାଗି ରହିଥିବାସତ୍ତ୍ୱେ ନିଜର ୩ଭାଇଙ୍କ ଶେଷ ଦର୍ଶନ କରିବାକୁ ଗ୍ରାମବସୀଙ୍କ ମଧ୍ୟରେ ଯେମିତି ଏକ ପ୍ରକାର ପ୍ରତିଯୋଗିତା କରୁଥିବା ଦେଖିବାକୁ ମିଳିଥିଲା। ପରେ ମୃତକଙ୍କୁ ଶ୍ମଶାନ ଘାଟକୁ ନିଆଯାଇ ଶବଦାହ କରାଯାଇଥିଲା।
ମଙ୍ଗଳବାର ଗୁଜରାଟ ଅହମ୍ମଦାବାଦରୁ ଦୁଇଟି ସ୍ବତନ୍ତ୍ର ଆମ୍ବୁଲାନ୍ସରେ ମୃତଦେହ ଆସି ଗ୍ରାମରେ ପହଞ୍ଚତ୍ବାପରେ ପରିବାର ଲୋକଙ୍କ ଛାତିର କୋହ ସତେଜ ହୋଇ ଉଠିଥିଲା। ପୁଅ ଓ ସ୍ବାମୀଙ୍କୁ ହରାଇଥିବା ମା’ବାପା, ସ୍ତ୍ରୀଙ୍କ କୋହଭରା କ୍ରନ୍ଦନ ଦେଖି ଅନ୍ୟମାନେ ମଧ୍ୟ ଆଖିର ଲୁାହକୁ ନିୟନ୍ତ୍ରଣ କରିପାରି ନ ଥିଲେ। ମୃତ ଦୟାନିଧିଙ୍କ ଦୁଇ କନ୍ୟା ସନ୍ତାନକୁ ଶୋକାକୂଳ ପରିବେଶଠାରୁ ଯଥା ସମ୍ଭବ ଦୂରେଇ ରଖିବାକୁ ଚେଷ୍ଟା କରାଯାଇଥିଲା। ପ୍ରତିକୂଳ ପାଗ ସତ୍ତ୍ୱେ ଗାଁ ଲୋକେ ପୂର୍ବ ପ୍ରସ୍ତୁତି ମୁତାବକ ଶବଦାହ କରିବାରେ ସହଯୋଗ କରିଥିଲେ ା ଜିଲା ପ୍ରଶାସନର ଆଶ୍ୱସନା ମୁତାବକ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର ହୋଇଥିଲା। ଏଥିସହ ରେଡକ୍ରସ ପାଣ୍ଠିରୁ ୩ଜଣ ମୃତକଙ୍କ ପରିବାରକୁ ୩୦ହଜାର ଟଙ୍କା, ହରିଶ୍ଚନ୍ଦ୍ର ଯୋଜନାରୁ ଜଣକ ପିଛା ୨ହଜାର ଲେଖାଏ ୬ହଜାର ଟଙ୍କା ସହାୟତ ପ୍ରଦାନ କରାଯାଇଛି। ଶବ ଶୋଭାଯାତ୍ରା ସ୍ଥାନୀୟ ରେକାବୀ ବାଜରରୁ ବାହାରି ଗ୍ରାମର ପରିକ୍ରମା କରାଯାଇଥିଲା। ଉକ୍ତ ଶୋଭାଯାତ୍ରାରେ ଯାଜପୁର ଜିଲାପାଳଙ୍କ ବ୍ୟକ୍ତିଗତ ସହାୟକ କୁଳମଣୀ ନାୟକ, ଯାଜପୁର ବ୍ଲକ ବିଡିଓ ସୌରଭ ଚକ୍ରବର୍ତ୍ତି, ଶ୍ରମ ବିଭାଗର ଅତିରିକ୍ତ କମିଶନର, ଯାଜପୁର ତହସିଲଦାର ପ୍ରମୁଖ ଯୋଗଦେଇଥିଲେ ।
ଶ୍ରମ ଆଇନ ଅନୁସାରେ ମୃତ ଶ୍ରମିକଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରାଯିବା ନେଇ ପଦକ୍ଷେପ ନିଆଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ପ୍ରକାଶ ଯେ, ଶନିବାର ଅପରାହ୍ନରେ ଅହମ୍ମଦାବାଦର ଓଧାବ୍‌ ଜିଆଇଡିସି ଅଞ୍ଚଳରେ ଥିବା ଲୋଟସ କପଡା ଲେବଲ କମ୍ପାନୀରେ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ଯାଜପୁର ସଦର ଥାନା ଅନ୍ତର୍ଗତ ଜମଧର ଗ୍ରାମର ଶ୍ରମିକ ଦୟାନିଧି ଖୁଣ୍ଟିଆ, ଚିନ୍ମୟ ଖୁଣ୍ଟିଆ ଏବଂ କାମେଶ ସିଂଙ୍କ ମୃତ୍ୟୁ ଘଟିଥିବାବେଳେ ରାଜେନ୍ଦ୍ର ଖୁଣ୍ଟିଆ, ଲିପୁ ସାମଲ ଓ ଦୀପୁ ସାମଲ ଅଳ୍ପକେ ବର୍ତ୍ତି ଯାଇଥିଲୋ। ମୃତ ଶ୍ରମିକମାନେ ସେମାନଙ୍କ ପରିବାରର ଏକମାତ୍ର ରୋଜଗାରକ୍ଷମ ହୋଇଥିବାରୁ ସେମାନଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବା ସହ ମୃତଦେହ ଗୁଜରାଟରୁ ଆଣିବା ପାଇଁ ଗ୍ରାମବାସୀ ପ୍ରଶାସନ ନିକଟରେ ଅନୁରୋଧ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri