ଗ୍ରାମ ପୋଖରୀରେ ୨ କୁମ୍ଭୀର : ଲୋକେ ଆତଙ୍କିତ

ଗଣିଆ,୧୩।୮(ଡି.ଏନ.ଏ.)-ନୟାଗଡ ଜିଲା ଗଣିଆ ବ୍ଲକ ଛାମୁଣ୍ଡିଆ ପଞ୍ଚାୟତ ଗୋପୀନାଥପୁର ଗ୍ରାମ ପୋଖରୀରେ ୨ଟି କୁମ୍ଭୀର ରହିଥିବା ଦେଖିବାକୁ ମିଳିଛି । ପାଖାପାଖି ଥିବା ଦୁଇଟି ପୋଖରୀରେ କୁମ୍ଭୀର ୨ଟି ଦେଖି ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି ।  କୁମ୍ଭୀର ଆକ୍ରମଣ ଭୟରେ ଲୋକମାନେ ପୋଖରୀକୁ ସ୍ନାନ ଓ ଶୌଚ ପାଇଁ ଯାଇପାରୁନାହାନ୍ତି।
ଠାରୁ ପ୍ରକାଶ, କୁମ୍ଭୀର ଦୁଇଟି ଗତ କିଛି ଦିନ ହେଲା ନିକଟସ୍ଥ ମହାନଦୀରୁ ଚାଲିଆସି ଏହି ପୋଖରୀରେ ରହିଛନ୍ତି । ସୋମବାର ସକାଳୁ ଗ୍ରାମର କିଛି ଲୋକ ଗାଧୋଇବା ପାଇଁ ଯାଇଥିବା ବେଳେ ପୋଖରୀ ହୁଡାରେ କୁମ୍ଭୀର ଦୁଇଟିକୁ ଦେଖିବାକୁ ପାଇଥିଲେ। ମହାନଦୀରେ ଗୋଳିଆ ପାଣି ଆସୁଥିବାରୁ ଗ୍ରାମବାସୀ ଏହି ପୋଖରୀରେ ସ୍ନାନ ଶୌଚ ପାଇଁ ନିର୍ଭର କରିଥାନ୍ତି । ସେହିପରି ପୋଖରୀରେ ଛଡାଯାଇଥିବା ମାଛ ଯାଆଁଳଗୁଡିକୁ କୁମ୍ଭୀର ଖାଇଦେବା ଆଶଙ୍କା ଦେଖାଦେଇଛି । ଏ ନେଇ ଗ୍ରାମବାସୀ ବନ୍ୟପ୍ରାଣୀ ବିଭାଗର କର୍ମଚାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ପୋଖରୀରୁ କୁମ୍ଭୀର ଦୁଇଟିକୁ ଉଦ୍ଧାର କରି ମହାନଦୀରେ ଛାଡିଦେବା ପାଇଁ ଦାବି କରିଛନ୍ତି। କୁମ୍ଭୀର ପ୍ରତି ନଜର ରଖାଯିବା ପାଇଁ ପୋଖରୀ ନିକଟରେ କର୍ମଚାରୀମାନଙ୍କୁ ନିୟୋଜିତ କରାଯିବା ସହ ଖୁବ୍‌ ଶୀଘ୍ର କୁମ୍ଭୀର ଦୁଇଟିକୁ ଉଦ୍ଧାର କରାଯାଇ ମହାନଦୀରେ ଛଡାଯିବ ବୋଲି ବନ୍ୟପ୍ରାଣୀ ବିଭାଗ ତରଫରୁ ସୂଚନା ମିଳିଛି ।


Enter your email to get our daily news in your inbox.

All Right Reserved By Dharitri.Com

ସଂଜୀବ ନାୟକ ହେଲେ ଭାଜପା ମିଡିଆ ସେଲର ଜିଲା ସଂଯୋଜକ

କେନ୍ଦୁଝର,୨୩।୫(ସ୍ବ.ପ୍ର.): ଭାଜପା ପକ୍ଷରୁ ଜିଲା ମିଡିଆ ସେଲର କର୍ମକର୍ତ୍ତା ଘୋଷଣା କରାଯାଇଛି। ସଂଜୀବ ନାୟକଙ୍କୁ ଜିଲା ସଂଯୋଜକ ଭାବେ ଚୟନ କରାଯାଇଛି। ସେହିପରି ବିଶ୍ୱଜିତ ତ୍ରିପାଠୀ...

ଜଳୁଥିବା ଦୀପର ସଳିତାକୁ ଚାଳରେ ପକାଇଲା କାଉ, ଚାହୁଁଚାହୁଁ ଜଳିଗଲା ୩୬ ବଖରା

ସୋରଡ଼ା,୨୮।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସୋରଡ଼ା ବ୍ଲକ ଅସୁରବନ୍ଧ ପଞ୍ଚାୟତ ଧେତାପଲ୍ଲୀ ଗ୍ରାମରେ ରବିବାର ସକାଳେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୧୨ ପରିବାରର ୩୬ ବଖରା...

ପୁରୁଷୋତ୍ତମପୁରରେ ଗଡ଼ିଲା ରାଜସ୍ବ ରଥ

ପୁରୁଷୋତ୍ତମପୁର,୧୭।୫(ଡି.ଏନ୍‌.ଏ.): କରୋନା ମହାମାରୀ ଯୋଗୁ ଲୋକଙ୍କୁ ଘର ପାଖରେ ସେବା ଯୋଗାଇ ଦେବା ଲାଗି ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତହସିଲ ପକ୍ଷରୁ...

ଧାନ କିଣାରେ ଅବ୍ୟବସ୍ଥାକୁ ନେଇ ଭାଜପା କର୍ମୀଙ୍କ ରାସ୍ତାରୋକୋ

ବଲାଙ୍ଗୀର ଅଫିସ, ୧୩।୨: ଧାନ କିଣାରେ ଅବ୍ୟବସ୍ଥାକୁ ନେଇ ବଲାଙ୍ଗୀର ସହର ଗାନ୍ଧୀନଗରପଡା ୨୬ ନମ୍ବର ଜାତୀୟ ରାଜପଥର ବଲାଙ୍ଗୀର-ସମ୍ବଲପୁର ରୋଡକୁ ଭାଜପା ପକ୍ଷରୁ ୩...

ଶିକ୍ଷକପଡ଼ାରେ ମାତିଲେ ଦୁର୍ବୃତ୍ତ : ଝରକା ଭାଙ୍ଗି ନେଇଗଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା

ବଇଣ୍ଡା,୩୦।୮(ଡି.ଏନ.ଏ.)- କିଶୋରନଗର ବ୍ଲକ ହଣ୍ଡପା ଥାନା ନୁନୁକାପଶି ପଞ୍ଚାୟତ ଶିକ୍ଷକପଡ଼ାରେ ରହୁଥିବା ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ଘରୁ ଗୁରୁବାର ବିଳମ୍ବିତ ରାତିରେ ଲୁଟ୍‌ ହୋଇଛି। ଦୁର୍ବୃତ୍ତମାନେ...

ମିଳୁନି ଲେ ଆଉଟ୍‌: ହୋଇପାରୁନି ଘର ନିର୍ମାଣ

କେନ୍ଦୁଝର, ୮ା୧୨(ସ୍ବ.ପ୍ର.)-ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ସହରାଞ୍ଚଳରେ ସମସ୍ତଙ୍କ ପାଇଁ ଗୃହ ନୀତି, ଓଡିଶା ପକ୍ଷରୁ ସମସ୍ତ ଗୃହହୀନଙ୍କୁ ଘର ମିଳୁଛି। କିନ୍ତୁ କେନ୍ଦୁଝର ଜିଲା...

ସକାଳ ୬ରୁ ରାତି ୯ ଖୋଲାରହିବ ଶ୍ରୀମନ୍ଦିର

ପୁରୀ ଅଫିସ,୩୧।୧: ସର୍ବସାଧାରଣଙ୍କ ପାଇଁ ମଙ୍ଗଳବାର ଶ୍ରୀମନ୍ଦିର ଖୋଲିବ। ତେବେ ଶ୍ରୀମନ୍ଦିର ଖୋଲିବା ନେଇ ମନ୍ଦିର ପ୍ରଶାସନ ପକ୍ଷରୁ ଏସ୍‌ଓପି ଜାରି କରାଯାଇଛି। ଦୈନିକ ସକାଳ...

ରାଜ୍ୟସ୍ତରୀୟ ପାଓ୍ବାର ଲିଫ୍ଟି ଚାମ୍ପିୟନଶିପ: ତେନ୍ତୁଳିଖୁଣ୍ଟିରୁ ଭାଗ ନେବେ ୮ ଜଣ

ତେନ୍ତୁଳିଖୁଣ୍ଟି, ୨୮।୧୧(ଡି.ଏନ.ଏ)-ପାଓ୍ବାର ଲିଫ୍ଟି ଆସୋସିଏଶନ ଅଫ ଓଡିଶା ଦ୍ୱାରା ହେବାକୁ ଥିବା ପାଓ୍ବାର ଲିଫ୍ଟି ଚାମ୍ପିୟନସିପ-୧୯ରେ ନବରଙ୍ଗପୁର ଜିଲାରୁ ୧୦ ଜଣ ଭାଗ ନେଉଛନ୍ତି। କେବଳ...

Advertisement
Archives

Model This Week