ଗ୍ରାମୀଣ ହସ୍ତକଳାର ପୁନରୁଦ୍ଧାର ସମ୍ଭବ

ବନ୍ତ,୧୧।୯(ଡି.ଏନ୍‌.ଏ.)-ଗ୍ରାମୀଣ ତଥା ପାରମ୍ପରିକ ହସ୍ତକଳାର ପୁନରୁଦ୍ଧାର ଲାଗି ପ୍ରୟାସ ଚଳାଇ କଳା ଶିକ୍ଷକ ପଦ୍ମନାଭ ସେଠୀ ଚର୍ଚ୍ଚାକୁ ଆସିଛନ୍ତି । ଭଦ୍ରକ ଜିଲା ବନ୍ତ ବ୍ଲକ ଆଗରପଡା ବିଟିପୁର ଅଞ୍ଚଳରେ ତାଙ୍କ ଘର। ପୁରୁଷଣ୍ଢ ନୋଡାଲ ଉପ୍ରା ବିଦ୍ୟାଳୟରେ ଗତ ୨୦୧୩ ମସିହାଠାରୁ କଳା ଶିକ୍ଷକ ଭାବେ ସେ କାର୍ଯ୍ୟ କରୁଛନ୍ତି । ନୂତନ ଜ୍ଞାନକୌଶଳରେ ଟେରାକୋଟା ଭଳି ଶିଳ୍ପର ଆଧୁନିକୀକରଣ କରାଗଲେ ଓ ସରକାରୀ ପ୍ରୋତ୍ସାହନ ମିଳିଲେ ପାରମ୍ପରିକ କଳା ନୂଆ ଜୀବନ ପାଇପାରିବ ବୋଲି ସେ କହିିଛନ୍ତି।
କଳା ଶିକ୍ଷକ ପଦ୍ମନାଭ କହିଛନ୍ତି, ସ୍କୁଲ ଛାତ୍ରୀଛାତ୍ରଙ୍କ ସମେତ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ଟେରାକୋଟା ଭଳି ଗ୍ରାମୀଣ ହସ୍ତକଳା ସମ୍ପର୍କରେ ସେ ତାଲିମ ପ୍ରଦାନ କରି ଆସୁୁଛନ୍ତି। ଭଦ୍ରକ ନେହରୁ ଷ୍ଟାଡିୟମ, ବାସୁଦେବପୁର ଅଟଳ ବିହାରୀ ମହାବିଦ୍ୟାଳୟ, ପୁରୁଷଣ୍ଢ ନୋଡାଲ ସ୍କୁଲ, ଗଣିଜାଙ୍ଗ ସଂସ୍କୃତି ସୁରକ୍ଷା ମଞ୍ଚ ଆଦି ସ୍ଥାନରେ ଚିତ୍ରକଳା ଓ ଟେରାକୋଟା ପ୍ରଦର୍ଶନୀ କରି ସେ ଲକ୍ଷ୍ୟପଥରେ ଅଗ୍ରସର ହୋଇ ଚାଲିଛନ୍ତି। ଭଦ୍ରକର ଭଦ୍ରାୟଣୀ ବାଣିଜ୍ୟ ମେଳାରେ ବାଲୁକା କଳା ମା’ ଭଦ୍ରାକାଳୀ ଓ ବାବା ଆରଡିଶ୍ୱରଙ୍କ ଚିତ୍ରାଙ୍କନ ସହିତ ବାଲେଶ୍ୱର, କେନ୍ଦୁଝର ଜିଲାର ଶାଳନିଆଁ ଓ ବନ୍ତ ବ୍ଲକସ୍ତରୀୟ ଶିଶୁ ଉତ୍ସବରେ ତାଙ୍କ ବାଲୁକା କଳା ଦର୍ଶକଙ୍କ ମନ ଜିଣିଛି। ଏହି କାର୍ଯ୍ୟ କ୍ଷେତ୍ରରେ ବହୁ ବାଧାବିଘ୍ନ ଆସିଥିଲେ ବି ସେ ଏହାକୁ ଅତିକ୍ରମ କରି ବିଭିନ୍ନ ବିଦ୍ୟାଳୟକୁ ଯାଇ ପିଲାମାନଙ୍କୁ ଟେରାକୋଟା ଉପରେ ତାଲିମ ପ୍ରଦାନ କରୁଛନ୍ତି ା ସରକାରୀ ସ୍ତରରେ ଏଥିଲାଗି ସ୍ବତନ୍ତ୍ର ଯୋଜନା କରାଯାଇ ପ୍ରୋତ୍ସାହନ ଯୋଗାଇ ଦିଆଯିବା ଦରକାର।
ନିଜ ପିଲାଦିନ କଥା ମନେ ପକାଇ ପଦ୍ମନାଭ କହନ୍ତି, ଗ୍ରାମୀଣ କଳା ଦ୍ୱାରା ପ୍ରଭାବିତ ହୋଇ ପ୍ରଥମେ ସେ ଛବି ଆଙ୍କିବା ସହ ମାଟିରେ ବିଭିନ୍ନ ପ୍ରତିମା ଗଢୁଥିଲେ। ପରବର୍ତ୍ତୀ ସମୟରେ ବଡ ବଡ ମୃଣ୍ମୟୀ ମୂର୍ତ୍ତି ତିଆରି କରିଥିଲେ। ତୋରଣ ଓ ଅନ୍ୟ ସାଜସଜ୍ଜା କାର୍ଯ୍ୟ କରୁଥିଲେ। ଗାଁଗଣ୍ଡାରେ ମିଳୁଥିବା ବାଉଁଶମୂଳ, ନଡିଆ ଷଡେଇ, ତାଳପତ୍ର, ପୁରୁଣା ବୋତଲ ଆଦି ବର୍ଜ୍ୟବସ୍ତୁକୁ ନେଇ ବିଭିନ୍ନ କଳାକୃତି ଗଢି ସେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଟେରାକୋଟା କାମ ଓ ବାଲୁକା କଳା ପ୍ରତି ମଧ୍ୟ ରୁଚି ରଖିଥିଲେ। ୧୯୯୧ରେ ଆଗରପଡା କୃଷ୍ଣଚନ୍ଦ୍ର ବିଦ୍ୟା ମନ୍ଦିରରୁ ମାଟ୍ରିକ ପାସ୍‌ କରି ଭଦ୍ରକ ଚାରୁ ଓ କାରୁ କଳା ମହାବିଦ୍ୟାଳୟରେ ଭାସ୍କର୍ଯ୍ୟ କଳାରେ ସ୍ନାତକ ଓ ୨୦୧୧ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ମାଷ୍ଟର ଇନ୍‌ ଭିଜୁଆଲ୍‌ ଆର୍ଟରେ ସ୍ନାତକୋତ୍ତର ପାସ୍‌ କରିଛନ୍ତି। ଭଦ୍ରକ ଆର୍ଟ କଲେଜରେ ପଢିବା ବେଳେ ଟେରାକୋଟା ଓ ବାଲୁକା କଳା, ପଟଚିତ୍ର, ବାଥିକ୍‌, ଟେନସିଲ୍‌ ଡିଜାଇନ୍‌ କାର୍ଯ୍ୟ ଆରମ୍ଭ କରିଥିଲେ ା ଟେରାକୋଟା ଶିଳ୍ପର ବିକାଶ ଲାଗି ସେ ଏବେ ଭଦ୍ରକ ଜିଲାର ତିହିଡି, ଆଗରପଡା ଆଦି ସ୍ଥାନରେ ସ୍ବୟଂ ସହାୟିକା ଗୋଷ୍ଠୀର ମହିଳାମାନଙ୍କୁ ତାଲିମ ପ୍ରଦାନ କରିଛନ୍ତି ା ଧର୍ମପଦ ପୁରସ୍କାରପ୍ରାପ୍ତ ସ୍ବର୍ଗତ ରବି ନାରାୟଣ ନାୟକ, ଭଦ୍ରକ ଚାରୁ ଓ କାରୁକଳା ମହାବିଦ୍ୟାଳୟର ଅଧ୍ୟକ୍ଷ ମନୋଜ କୁମାର ଭଟ୍ଟାଚାର୍ଯ୍ୟ, ଅଧ୍ୟାପକ ଜୟନ୍ତ କୁମାର ମଲ୍ଲିକ, ଅଶ୍ୱିନୀ କୁମାର ପଣ୍ଡା, ରାମ ଚନ୍ଦ୍ର ଦାସ, ଆଗରପଡା ଡାଏଟର ଅଧ୍ୟାପକ ବୃନ୍ଦାବନ ସାମନ୍ତରାୟଙ୍କ ପ୍ରେରଣା ତାଙ୍କୁ ଆଗକୁ ନେବାରେ ସହାୟକ ହୋଇପାରିଛି । କଳାପ୍ରତିଭା ପାଇଁ ସେ ଶ୍ରୀକ୍ଷେତ୍ର ସଂସ୍କୃତି ଗୌରୀ, ବାଲୁକା କଳା ସମ୍ମାନ, ବାଣୀପୀଠ ଶିକ୍ଷକ ଗୌରବ ସମ୍ମାନ, ଭଦ୍ରାୟଣୀ ଜିଲାସ୍ତରୀୟ ପ୍ରତିଭା ସମ୍ମାନ ଓ ରାଜ୍ୟସ୍ତରୀୟ ପ୍ରତିଭା ସମ୍ମାନ ଭଳି ଅନେକ ପୁରସ୍କାର ଲାଭ କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁରରେ ଜିଲାସ୍ତରୀୟ ସ୍ୱାଧୀନତା ଦିବସ, ଗଞ୍ଜାମର ଉନ୍ନତି ପାଇଁ ସରକାର ପ୍ରତିବଦ୍ଧ: ଆଇନ ମନ୍ତ୍ରୀ

ଛତ୍ରପୁର, ୧୫`୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଗଞ୍ଜାମ ଜିଲା ସଦର ମହକୁମା ଛତ୍ରପୁରଠାରେ ଜିଲାସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ମହାସମାରୋହ ଆଡ଼ମ୍ବର ଓ ଉତ୍ସାହର ସହ ପାଳିତ…

ବଲାଙ୍ଗୀରରେ ପତାକା ଉତ୍ତୋଳନ କଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, କହିଲେ ଏ ମାଟିର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ…

ବଲାଙ୍ଗୀର,୧୫ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ମନୋହରପୁର ରିଜର୍ଭ ପୋଲିସ ପଡ଼ିଆରେ ଶନିବାର ୮୦ ତମ ଜିଲା ସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଉଚ୍ଚଶିକ୍ଷା, କ୍ରୀଡ଼ା ଓ…

ରାଜ୍ୟସ୍ତରୀୟ ପଦକ ପ୍ରଦାନ ଉତ୍ସବ: ମନୋନୀତ ୧୭ ଜଣ ପୋଲିସ ଅଧିକାରୀ,କର୍ମଚାରୀଙ୍କୁ …

ଭୁବନେଶ୍ୱର,୧୫।୮ ଲୋକସେବା ଭବନରେ ରାଜ୍ୟସ୍ତରୀୟ ପଦକ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଛି। ଏହି ଅବସରରେ ମନୋନୀତ ୧୭ ଜଣ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀ ପଦକ…

ପ୍ରଧାନମନ୍ତ୍ରୀଙ୍କ ସହିତ ଲାଲକିଲ୍ଲାରେ ତ୍ରିରଙ୍ଗା ଉତ୍ତୋଳନ କରିଥିବା କ୍ୟାପଟେନ ସୋନିଆ ସିଂହ ଚୌହାନ କିଏ? ଜାଣନ୍ତୁ ତାଙ୍କ ବିଷୟରେ

ନୂଆଦିଲ୍ଲୀ,୧୫।୮: ସ୍ବାଧୀନତା ଦିବସରେ, ପ୍ରଧାନମନ୍ତ୍ରୀ ଲାଲକିଲ୍ଲାର ପ୍ରାଚୀରରୁ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି, ଏହି ଐତିହାସିକ ମୁହୂର୍ତ୍ତ ଉପରେ ସମଗ୍ର ଦେଶର ନଜର ରହିଥିଲା। 21 ତୋପ…

ସୁନ୍ଦରଗଡ଼ରେ ଜାତୀୟ ପତାକା ଉତ୍ତୋଳନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ସୁନ୍ଦରଗଡ଼,୧୫ା୮(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ସଦରମହକୁମାରେ ୮୦ତମ ସ୍ବାଧୀନତା ଦିବସ ସମାରୋହ ପାଳିତ ହୋଇଯାଇଛି। ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟ ସମ୍ମୁଖ ଯାତ୍ରାପଡ଼ିଆଠାରେ ଆୟୋଜିତ ଜିଲାସ୍ତରୀୟ ସମାରୋହରେ ଉପମୁଖ୍ୟମନ୍ତ୍ରୀ…

ଲାଲ୍‌କିଲ୍ଲାରେ ସ୍ୱାଧୀନତା ଦିବସ ସମାରୋହକୁ ଆସିଲେନି ରାହୁଲ ଗାନ୍ଧୀ, ଦିଲ୍ଲୀରେ ପଡିଲା ଚହଳ!

ନୂଆଦିଲ୍ଲୀ,୧୫।୮: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଏବଂ ରାହୁଲ ଗାନ୍ଧୀ, କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ, ଲାଲକିଲ୍ଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଅନୁଷ୍ଠିତ ୮୦ତମ ସ୍ୱାଧୀନତା…

ଲାଇଭ୍‌ ମ୍ୟାଚ୍‌ରେ ଗର୍ଲଫ୍ରେଣ୍ଡଙ୍କ ସହ ଚାଟିଂ କରୁଥିଲେ କ୍ରିକେଟର୍‌: BCCI ନେଲା ବଡ଼ ଆକ୍ସନ

ଚେନ୍ନାଇ,୧୫।୮: ୨୦୨୬ ତାମିଲନାଡୁ ପ୍ରିମିୟର ଲିଗ (TNPL) ସମୟରେ ଜଣେ କ୍ରିକେଟର ଏକ ବଡ଼ ଭୁଲ କରିଥିଲେ। ପୂର୍ବରୁ ରଣଜୀ ଟ୍ରଫିରେ ତାମିଲନାଡୁର ପ୍ରତିନିଧିତ୍ୱ କରିଥିବା ଖେଳାଳି…

ମୁଖ୍ୟମନ୍ତ୍ରୀ ଭାବେ ପ୍ରଥମ ଥର ପତାକା ଉତ୍ତୋଳନ କଲେ ବିଜୟ, ଆଗ ଧାଡିରେ ନଜର ଆସିଲେ ତ୍ରିଶା

ଚେନ୍ନାଇ,୧୫।୮: ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ଫୋର୍ଟ ସେଣ୍ଟ ଜର୍ଜ କମ୍ପ୍ଲେକ୍ସରେ ତ୍ରିରଙ୍ଗା ଉତ୍ତୋଳନ କରିଥିଲେ। ଏହି କାର୍ଯ୍ୟକ୍ରମରେ ତାଙ୍କ ମାତାପିତା ଏବଂ ଘନିଷ୍ଠ ବନ୍ଧୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri