ଗ୍ରାମାଞ୍ଚଳରେ ଶାନ୍ତି ବଜାୟ ପାଇଁ ଏସ୍‌ପିଙ୍କୁ ଫେରାଦ

ବ୍ରହ୍ମପୁର ଅଫିସ,୨୦ା୮-ସହରତଳି ଅଞ୍ଚଳକୁ ଅଭିଯୁକ୍ତମାନେ ଏବେ ତାଙ୍କର ଆଡ୍ଡାସ୍ଥଳୀଭାବେ ବାଛିଛନ୍ତି। ବିଭିନ୍ନ ଗ୍ରାମାଞ୍ଚଳରେ ଚୋରି, ଲୁଟ ଭଳି ଘଟଣା ଘଟାଉଛନ୍ତି। ପୋଲିସକୁ ଏ ଦିଗରେ କେତେକ ମାତ୍ରାରେ ସଫଳତା ମିଳିଛି। ଅନ୍ୟପଟେ କେତେକ ପେସାଦାର ଅପରାଧୀ ଏବେବି ବିଭିନ୍ନ ଅଞ୍ଚଳରେ ଆତଙ୍କ ଖେଳାଉଛନ୍ତି। ଏହି ଧାରାରେ ନରେନ୍ଦ୍ରପୁର, ଟାଟା କଲୋନୀ, ଶୀତଳାପଲ୍ଲୀ, ବଡ଼ଗୁମୁଳା ଓ ଲକ୍ଷ୍ମୀପୁର ଇତ୍ୟାଦି ଅଞ୍ଚଳରେ ଅଭିଯୁକ୍ତମାନେ ଏବେ ଗୁଣ୍ଡାରାଜ ଚଳାଇଛନ୍ତି। ଏମାନଙ୍କୁ ଗିରଫ କରିବା ସହ ଅଞ୍ଚଳରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ସୋମବାର ଉପରୋକ୍ତ ଗଁାଗୁଡିକର ଶତାଧିକ ମହିଳା ଓ ପୁରୁଷ ବ୍ରହ୍ମପୁର ଏସ୍‌ପିଙ୍କ ନିକଟରେ ପହଞ୍ଚିଥିଲେ। ସେଠାରେ ୫ ଖଣ୍ଡ ଗ୍ରାମରୁ ଆସିଥିବା ଲୋକମାନେ ଉକ୍ତ ଅଞ୍ଚଳରେ ରହୁଥିବା ଅପରାଧୀଙ୍କୁ ଗିରଫ କରିବାକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରେ ଉପରୋକ୍ତ ଗ୍ରାମବାସୀଙ୍କ ତରଫରୁ ଏକ ପ୍ରତିନିଧି ଦଳ ନରେନ୍ଦ୍ରପୁର ଗଁା କମିଟି ସଭାପତି ପୀତାମ୍ବର ସେଠୀ, ସମ୍ପାଦକ ନରେନ୍ଦ୍ର ନାୟକ, ଇ.ବିଜୟ, ରାଜୁ ଜେନା, ହର ସାହୁ, ପ୍ରସାଦ ରାଓ ଆଚାରୀ, ପ୍ରଫୁଲ୍ଲ ବେହେରା ଓ ଦେବରାଜ ମହାଙ୍କୁଡ ପ୍ରମୁଖ ଏସ୍‌ପି ପିନାକ ମିଶ୍ରଙ୍କ ନିକଟରେ ନିଜ ଅଞ୍ଚଳର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ସମ୍ପର୍କରେ ଗୁହାରି ଜଣାଇଥିଲେ। ପୋଲିସ ସଦାସର୍ବଦା ଲୋକଙ୍କ ସାଥୀରେ ଅଛି ଓ ରହିବ ବୋଲି ଏସ୍‌ପି ମିଶ୍ର କହିଥିଲେ। ଅପରାଧୀଙ୍କୁ ଆଦୌ ବରଦାସ୍ତ କରାଯିବ ନାହିଁ ା ଏହା ସହିତ ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ପୋଲିସ କାମ କରୁଛି ବୋଲି ସେ କହିଥିଲେ।
ସୂଚନାଯୋଗ୍ୟ, ଗତ କିଛିଦିନ ତଳେ ନରେନ୍ଦ୍ରପୁର ଗ୍ରାମରେ ଘଟିଥିବା ଗଣ୍ଡଗୋଳକୁ ନେଇ ଚମାଖଣ୍ଡି ଥାନାରେ ଅଭିଯୋଗ ହେବା ପରେ ଥାନାରେ ମାମଲା ରୁଜୁ କରାଯାଇଥିବା ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସନ୍ନଙ୍କୁ ଧର୍ମେନ୍ଦ୍ରଙ୍କ ପ୍ରଶ୍ନ: ପଶ୍ଚିମ ଓଡ଼ିଶାର ବିକାଶ ହେବ ବୋଲି କହି ଆଣିଥିଲ, ମୁଖ୍ୟମନ୍ତ୍ରୀ କାହିଁକି ଛାଡ଼ି ଚାଲିଗଲେ

ଭୁବନେଶ୍ୱର/ବରଗଡ଼ ଅଫିସ,୧୮।୧୦(ବ୍ୟୁରୋ): ଆଉ ତିନି ଦିନ ପରେ ବିଜେପୁର ଉପନିର୍ବାଚନ। ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ପ୍ରଚାର ମଙ୍ଗ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧରିଥିବା...

ଅଭିମାନ କଲେ ଭକ୍ତ: ଗରିବକୁ ମିଳିଲାନି ଦର୍ଶନ

ପୁରୀ ଅଫିସ, ୪।୧: ସର୍ବସାଧାରଣ ଦର୍ଶନବେଳେ ବଡଦାଣ୍ଡରେ ରବିବାର ଅନେକ ଏଭଳି ଶ୍ରଦ୍ଧାଳୁଙ୍କୁ ଦେଖିବାକୁ ମିଳିଥିଲା, ଯେଉଁମାନେ ବିନା କୋଭିଡ୍‌ ରିପୋର୍ଟରେ ଆସି ମହାପ୍ରଭୁଙ୍କ ଦୁଆରେ...

ଦୁର୍ବୃତ୍ତଙ୍କ ଟାର୍ଗେଟରେ ପୁରୁଷୋତ୍ତମପୁର ଓକିଲ ସଂଘ କାର୍ଯ୍ୟାଳୟ: ଭାଙ୍ଗିଲେ ଲକ୍ଷାଧିକ ଟଙ୍କାର ଆସବାବପତ୍ର

ପୁରୁଷୋତ୍ତମପୁର,୧୦।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଦିନକୁ ଦିନ ଲୁଟ୍‌ ବଢ଼ି ଚାଲିଛି। ଲୁଟେରାମାନେ ସକ୍ରିୟ ହୋଇ ଚୋରି, ଡକାୟତି ଲୁଟପାଟ କରୁଥିବା ବେଳେ ପ୍ରଥମ...

କ୍ୱାରାଣ୍ଟାଇନ ସେଣ୍ଟରରେ ରହିଥିବା ପ୍ରବାସୀଙ୍କୁ ମିଳି ନ ଥିଲା ସହାୟତା ରାଶି, ଆନ୍ଦୋଳନ ପରେ ହେଲା ଏମିତି

ଦିଗପହଣ୍ଡି,୨୦।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ଗ୍ରାମର କ୍ୱାରାଣ୍ଟାଇନ ସେଣ୍ଟରରେ ରହିଥିବା ପ୍ରବାସୀଙ୍କୁ ଦୀର୍ଘଦିନ ହେଲା ସରକାରୀ ସହାୟତା ଅର୍ଥରାଶି ପ୍ରଦାନ କରାଯାଇ ନ...

ଭୁଞ୍ଜିଆ ସମ୍ପ୍ରଦାୟର ଭିନ୍ନ ପରମ୍ପରା: ଲାଲ୍‌ ବଙ୍ଗଳା ଛୁଇଁବା ମନା

ତରବୋଡ଼/ନୂଆପଡା ଅଫିସ୍‌,୨।୧(ଡି.ଏନ.ଏ.): ଲାଲ୍‌ ବଙ୍ଗଳାକୁ ଛୁଇଁଲେ ଅପବିତ୍ର ହୋଇଥାଏ। ତେଣୁ ଏହାକୁ ଜାଳି ଦିଆଯାଏ। ଗୃହକର୍ତ୍ତା ପରମ୍ପରା ଅନୁସାରେ ଜାତି, ବନ୍ଧୁଙ୍କୁ ଡାକି ଜାତି ହୁଅନ୍ତି...

ଓଡ଼ିଆକୁ ପୋଲିସର ଅଣଦେଖା

ଭୁବନେଶ୍ୱର,୨୭।୧୧(ବ୍ୟୁରୋ): ଓଡ଼ିଆ ଭାଷାରେ ଓଡ଼ିଶା ଶାସନ ହେବ। ଆଇନ ଉଲ୍ଲଂଘନକାରୀଙ୍କ ପାଇଁ ଦଣ୍ଡବିଧାନ ନିମନ୍ତେ ଓଡ଼ିଶା ସରକାରୀ ଭାଷା (ସଂଶୋଧନ) ଆଇନ-୨୦୧୮ ଗୃହୀତ ହୋଇଛି। ହେଲେ...

ସାଧାରଣ ବଣ୍ଟନ ବ୍ୟବସ୍ଥାରେ ମାଣ୍ଡିଆ : ଆଦୃତିକୁ ନେଇ ହେବ ସର୍ଭେ

ଭୁବନେଶ୍ୱର,୧୩।୯(ବ୍ୟୁରୋ) : ଗରିବ ଆଦିବାସୀମାନେ ଚାଷ କରୁଥିବା ମାଣ୍ଡିଆକୁ ପ୍ରୋତ୍ସାହନ ଦେବାକୁ ରାଜ୍ୟ ସରକାର ୨୦୧୯ରେ ମାଣ୍ଡିଆକୁ ସାଧାରଣ ବଣ୍ଟନ ବ୍ୟବସ୍ଥା(ପିଡିଏସ)ରେ ସାମିଲ କରିଛନ୍ତି। ଏହା...

ଛାତ୍ରୀଙ୍କୁ ଅଶ୍ଳୀଳ ଇଙ୍ଗିତ: ଜେଲଗଲେ ୨ ଯୁବକ

ଆସିକା,୨୧ା୧୧(ଡି.ଏନ.ଏ.)- ଆସିକା ଥାନା ଇଲାକାରେ ଜଣେ ଛାତ୍ରୀଙ୍କୁ ଅଶ୍ଳୀଳ ଇଙ୍ଗିତ ଦେବା ଅଭିଯୋଗରେ ପୋଲିସ ବୁଧବାର ୨ ଯୁବକଙ୍କୁ ଗିରଫ କରିଛି। ସେମାନେ ହେଲେ ଦୀପକ...

Play 250+ Trending Games
Archives

Model This Week

Why Dharitri