ଗ୍ରାମାଞ୍ଚଳରେ ଆତଙ୍କ ସହ ପୋଲିସ ଉପରକୁ ବୋମାମାଡ଼ ଘଟଣା: ଦୁର୍ଦ୍ଦାନ୍ତ ଶିବ ସମେତ ୮ ଗିରଫ; ବନ୍ଧୁକ, ଗୁଳି, ବୋମା, ଖଣ୍ଡା ଜବତ

ବ୍ରହ୍ମପୁର ଅଫିସ,୨୩।୮- ଗଞ୍ଜାମ ଜିଲାର ଗ୍ରାମାଞ୍ଚଳରେ ଆତଙ୍କରାଜ ଚଳାଇଥିବା ଶିବ ସେଠୀ ଗ୍ୟାଙ୍ଗର ମୁଖ୍ୟ ଦୁର୍ଦ୍ଦାନ୍ତ ଶିବ ସମେତ ୮ଜଣଙ୍କୁ କାବୁ କରିଛି ବ୍ରହ୍ମପୁର ପୋଲିସ। ଗିରଫ ଅଭିଯୁକ୍ତ ମାନେ ହେଲେ ମୁଖ୍ୟ ଶିବ ସେଠୀ(୩୦), ଶଙ୍କର ସେଠୀ(୩୫), ଜିତୁ ସେଠୀ(୨୫), ଜି. ବିଶ୍ୱନାଥ ରେଡ୍ଡୀ(୨୬) , କେ . ଶଙ୍କର ରେଡ୍ଡୀ(୨୧), କେ ତିରୁପତି ରେଡ୍ଡୀ(୧୯), ଅଜୟ ସେଠୀ(୧୯) ଓ ସୁନୀଲ ସେଠୀ(୧୯)। ଶିବଙ୍କ ନିକଟରୁ ଗୋଟିଏ ବନ୍ଧୁକ, ୨ ରାଉଣ୍ଡ ଗୁଳି ଜବତ କରାଯାଇଥିବା ବେଳେ ଅନ୍ୟମାନଙ୍କଠାରୁ ୩ ଖଣ୍ଡା, ୫ ବୋମା ଓ ୩ ମୋବାଇଲ ଜବତ ହୋଇଛି। ଶୁକ୍ରବାର ଏକ ଖବରଦାତା ସମ୍ମିଳନୀରେ ଏସ୍‌ପି ପିନାକ ମିଶ୍ର ଏହି ସୂଚନା ଦେଇଛନ୍ତି।

ପ୍ରକାଶଯୋଗ୍ୟ, ଗତ ଗତ କିଛିଦିନ ତଳେ ଶିବ ସେଠୀ ଓ ତାଙ୍କ ଗ୍ୟାଙ୍ଗ ନରେନ୍ଦ୍ରପୁର ଗ୍ରାମ ଓ ଆଖପାଖ ଅଞ୍ଚଳରେ ବନ୍ଧୁକ ଧରି ଆତଙ୍କ ଖେଳାଇ ଥିଲେ। ଏଣୁ ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ରଖିବା ସହ ଶିବ ଗ୍ୟାଙ୍ଗ୍‌କୁ ଗିରଫ କରିବା ନେଇ ନରେନ୍ଦ୍ରପୁର ଓ ଆଖପାଖ ଅଞ୍ଚଳର ବହୁ ମହିଳା ଓ ପୁରୁଷ ଏସ୍‌ପିଙ୍କୁ ଭେଟି ଅନୁରୋଧ କରିଥିଲେ। ଏହାକୁ ଆଧାର କରି ଗୁରୁବାର ରାତି ୭ଟା ବେଳେ ଶିବ ଓ ତା ଗ୍ୟାଙ୍ଗ ବଡ଼କୁସସ୍ଥଳୀ ନିକଟ ସିଏସି ଇନଷ୍ଟିଚ୍ୟୁଟ୍‌ ନିକଟରେ ମେଳି ବାନ୍ଧିଥିବା ଗୋପାଳପୁର ପୋଲିସ ଖବର ପାଇଥିଲା । ସେଠାରେ ପୋଲିସ ଚଢଉ କରିଥିଲା । ପୋଲିସକୁ ଦେଖି ଶିବ ତାଙ୍କ ଉପରକୁ ବୋମା ଫିଙ୍ଗିଥିଲା। ଏଥିରେ କେହି ଆହତ ହୋଇ ନ ଥିବା ବେଳେ ପୋଲିସ ଶିବ ସମେତ ୮ ଜଣଙ୍କୁ ଗିରଫ କରିଥିଲା। ଏହି ଗ୍ୟାଙ୍ଗରେ ଜଣେ ନାବାଳକ ସମିଲ ଥିବା ବେଳେ ପୋଲିସ ତାଙ୍କୁ ମଧ୍ୟ ଧରିଥିବା କହିଛି। ମାମଲା(ନଂ-୮୯/୧୯)ରେ ପୋଲିସ ଶିବଙ୍କ ସମେତ ଗିରଫ ୮ ଅଭିଯୁକ୍ତଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରାଯାଇଛି। ଅନ୍ୟପଟେ ନାବଳକଙ୍କୁ ଜୁବେନାଇଲ୍‌ ଜଷ୍ଟିସ ବୋର୍ଡ଼କୁ ପଠାଇ ଦିଆଯାଇଥିବା ପୋଲିସ ମଧ୍ୟ କହିଛି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଏସ୍‌ପି ପ୍ରଶାନ୍ତ କୁମାର ମିଶ୍ର, ସଦର ଏସ୍‌ଡିପିଓ ଜୟନ୍ତ ମହାପାତ୍ର ଓ ଗୋପାଳପୁର ଥାନାଧିକାରୀ ବିବେକାନନ୍ଦ ମହନ୍ତ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦ ଘରେ ‘ବର୍ଣ୍ଣବୋଧ’

ଭୁବନେଶ୍ୱର,୨୨।୧୨(ବ୍ୟୁରୋ): ଓଡ଼ିଆ ଭାଷା ଅସ୍ମିତାର ପରିଚୟ ହେଉଛି ‘ବର୍ଣ୍ଣବୋଧ’। ଶିଶୁ ସାହିତ୍ୟର ପ୍ରାଣପ୍ରତିଷ୍ଠାତା ମଧୁସୂଦନ ରାଓ ‘ବର୍ଣ୍ଣବୋଧ’ ମାଧ୍ୟମରେ ଓଡ଼ିଆ ଭାଷାକୁ ବର୍ଣ୍ଣ ପରିଚୟ ଦେଇଛନ୍ତି।...

ଜରାଜୀର୍ଣ୍ଣ ଅବସ୍ଥାରେ ବାଳିକା ଉଚ୍ଚ ବିଦ୍ୟାଳୟ

କଣାସ,୧୬।୨ (ସ୍ବ.ପ୍ର.) କଣାସ ବ୍ଲକ କଣାସ ପଞ୍ଚାୟତରେ ଥିବା ମହନ୍ତ ବନମାଳୀ ଦାସ ବାଳିକା ଉଚ୍ଚ ବିଦ୍ୟାଳୟର ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି। ଏହି ବିଦ୍ୟାଳୟ ଫନୀ...

ଉଦ୍‌ଘାଟନ ଅପେକ୍ଷାରେ ଆହାର କେନ୍ଦ୍ର

ଗଞ୍ଜାମ,୧୪।୩ (ଡି.ଏନ୍‌.ଏ.): ଗରିବ ଜନସାଧାରଣଙ୍କ ପାଇଁ ସରକାର ଆହାର ଯୋଜନା ପ୍ରଣୟନ କରିଛନ୍ତି । ଏଥିରେ ଜଣେ ଲୋକ ୫ ଟଙ୍କା ଦେଇ ଖାଇପାରିବେ। ଏ...

ଲକ୍‌ଡାଉନର ସଦୁପଯୋଗ କରି ଚର୍ଚ୍ଚାରେ ସୁଧନ୍ୟା

ଭୁବନେଶ୍ୱର, ୪।୧୦(ବ୍ୟୁରୋ): କରୋନା ପାଇଁ ସାରା ଦେଶରେ ଦୀର୍ଘଦିନ ଧରି ଲକ୍‌ଡାଉନ୍‌ ଜାରି ରହିଥିଲା। ସ୍କୁଲ୍‌, କଲେଜଠାରୁ ଆରମ୍ଭ କରି କଳକାରଖାନା ସବୁକିଛି ବନ୍ଦ ହୋଇଯାଇଥିଲା।...

ଚେକ୍‌ ବାଉନ୍ସ ମାମଲାରେ ଶିକ୍ଷକଙ୍କୁ ୬ ମାସ କାରାଦଣ୍ଡ

ନୟାଗଡ଼ ଅଫିସ,୨୦ା୯- ଏକ ଚେକ୍‌ ବାଉନ୍ସ ମାମଲାରେ ଜଣେ ଶିକ୍ଷକଙ୍କୁ ୬ ମାସ କାରାଦଣ୍ଡାଦେଶ ହୋଇଛି। ସେ ହେଲେ ଇଟାମାଟି ନାରାୟଣୀ ସରକାରୀ ବାଳିକା ବିଦ୍ୟାଳୟର...

ରାସ୍ତା କାଦୁଅ ପଚପଚ, ବାଟରେ ଅଟକିଲା ଆମ୍ବୁଲାନ୍ସ

ଝରିଗାଁ, ୫।୭(ସ୍ବ.ପ୍ର.) : ସାମାନ୍ୟ ବର୍ଷାରେ ରାସ୍ତା କାଦୁଅରେ ପଚପଚ। ଜରୁରିକାଳୀନ ରୋଗୀ, ଗର୍ଭବତୀଙ୍କୁ ଆଣିବା ପାଇଁ ଗାଁରେ ପହଞ୍ଚିପାରୁନି ଆମ୍ବୁଲାନ୍ସ। ଅଧା ବାଟରେ ଅଟକି ରହୁଛି।...

୧୨ ଚକ, ୨୨ ଜଳଯନ୍ତ୍ର ନିର୍ମାଣ ଶେଷ

ପୁରୀ ଅଫିସ,୧୬ା୫: ଜୁନ୍‌ ୨୩ରେ ରଥଯାତ୍ରା। ଏହାକୁ ନଜରରେ ରଖି ଚଳଚଞ୍ଚଳ ହୋଇଛି ରଥଖଳା। ତିନି ମୁଖ୍ୟ ମହାରଣା ସେବକଙ୍କ ନେତୃତ୍ୱରେ ଦ୍ରୁତଗତିରେ ରଥ ନିର୍ମାଣ...

ଘର ସହାୟତା ଅପେକ୍ଷାରେ ବନ୍ୟା ବିପନ୍ନ

ଗୋପ,୯।୯(ଡି.ଏନ୍‌.ଏ.): ବନ୍ୟା ଛାଡ଼ିବାର ଦୁଇ ସପ୍ତାହ ପୂରିଛି। ହେଲେ ବିପନ୍ନଙ୍କ ଦୁଃଖ ସରିନି। କେତେକଙ୍କ ଘର ବନ୍ୟା ପାଣିରେ ଭାଙ୍ଗି ଯାଇଛି। ଏପରି ଏକ ଦୁଃଖଦ...

Advertisement
Archives

Model This Week