ଗୋଷାଣୀନୂଆଗଁ।ରେ କାଳୁଆ ଯାତ୍ରା ଆରମ୍ଭ

ବ୍ରହ୍ମପୁର ଅଫିସ,୨୯ା୯-ବ୍ରହ୍ମପୁର ଗୋଷାଣୀନୂଆଗଁ।ର ପ୍ରସିଦ୍ଧ କାଳୁଆ ଯାତ୍ରା ଶନିବାର ତଥା ପବିତ୍ର ମହାଳୟା ଅମବାସ୍ୟା ରାତିରୁ ଆରମ୍ଭ ହୋଇଛି । ଏହା କୁମାର ପୂର୍ଣ୍ଣିମା ରାତିରେ ଉଦ୍‌ଯାପିତ ହେବାର ପରମ୍ପରା ରହିଛି । ଯାତ୍ରା ପାଇଁ ଗୋଷାଣୀନୂଆଗଁ। ଉତ୍ସବମୁଖର ହୋଇଛି । ସବୁ ସାହିରେ ରଂଗୀନ ଆଲୋକ ଝଲସୁଛି। ପରିଚାଳନା କମିଟି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଛି । ନିୟମିତ ସଫେଇ ଏବଂ ପରିମଳ ସୁରକ୍ଷା ନିମନ୍ତେ ବିଏମସି, ଜଳ ଯୋଗାଣ ପାଇଁ ଜନସ୍ବାସ୍ଥ୍ୟ ବିଭାଗ, ଶାନ୍ତି ଶୃଙ୍ଖଳା ଲାଗି ପୋଲିସ ଓ ପ୍ରଶାସନ ସମେତ ଦମକଳ ବିଭାଗ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଅସ୍ଥାୟୀ ପୀଠ ବା ମଣ୍ଡପ ପାଖରେ ମହିଳା ଓ ପୁରୁଷଙ୍କ ଶୃଙ୍ଖଳିତ ଦର୍ଶନ ଲାଗି ଯାତ୍ରା କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।
ଶନିବାର ସନ୍ଧ୍ୟାରେ କାଳୁଆ ମଣ୍ଡପରେ ମା’ଙ୍କୁ ନିମନ୍ତ୍ରଣ କରିବା ପାଇଁ ଫୁଲ ଚାଙ୍ଗୁଡ଼ିକୁ ପୂଜାର୍ଚ୍ଚନା କରାଯାଇଥିଲା। ରାତିରେ ସେଠାରୁ ଶହ ଶହ ମହିଳା ଓ ପୁରୁଷ ବିଶାଳ ପଟୁଆରରେ କାଳୁଆଙ୍କ ନିଜସ୍ବ ମନ୍ଦିର ଅଭିମୁଖେ ବାହାରିଥିଲେ। ବାଦ୍ୟ ବାଜଣା, ଶଙ୍ଖ ମହୁରୀ ନାଦ, ଘଣ୍ଟତାଳ, କୀର୍ତ୍ତନରେ ସମଗ୍ର ଅଞ୍ଚଳ କମ୍ପିଥିଲା । ପଟୁଆର ମନ୍ଦିରରେ ପହଞ୍ଚତ୍ବା ପରେ ମା’ ବଡ଼ ସାହି ମଣ୍ଡପକୁ ବିଜେ କରିବା ପାଇଁ ପୂଜାର୍ଚ୍ଚନା, ତନ୍ତ୍ରମନ୍ତ୍ର, ଚଣ୍ଡୀପାଠ ଓ ହୋମ ଆଦି କରାଯାଇଥିଲା। ଚାଙ୍ଗୁଡ଼ିରେ ନିଆଯାଇ ଥିବା ଫୁଲମାଳ ମା’ଙ୍କ ମସ୍ତକରେ ସ୍ଥାପନ କରାଯାଇଥିଲା । ବିଧି ପ୍ରକାରେ ସମସ୍ତ କାର୍ଯ୍ୟ ସମ୍ପାଦନା ଶେଷରେ ସ୍ଥାପନ ହୋଇଥିବା ଫୁଲମାଳ ଆପେ ଖସିବାରୁ କାଳୁଆ ଠାକୁରାଣୀ ଗଁା ଦାଣ୍ଡକୁ ବିଜେ କରିବାର ସଂକେତ ମିଳିଥିଲା ।
ଏହି ପର୍ବ ସରିବା ପରେ ପୁଣି ମନ୍ଦିର ପାଖରୁ ପଟୁଆର ବାହାରିଥିଲା। ମହିଳାଙ୍କ ହୁଳହୁଳି ଓ ବାଦ୍ୟ ବାଜଣା ସହ ପଟୁଆର ପରିକ୍ରମା କରିଥିଲା ଗୋସାଣି ନୂଆଗାଁର ସମସ୍ତ ସାହି। ଫଳରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ସବୁ ଘରର ଦାଣ୍ଡ ଦୁଆରେ ପୂର୍ଣ୍ଣକୁମ୍ଭ ରଖାଯାଇଥିଲା। କାଳୁଆଙ୍କ ପ୍ରିୟ ଗଇଁଠା (ଖିରି) ସମସ୍ତେ ଭୋଗ ଲଗାଇଥିଲେ। ସବୁ ସାହି ପରିକ୍ରମା ଶେଷରେ କାଳୁଆ ମଣ୍ଡପରେ ମା’ଙ୍କୁ ବିଜେ କରାଯାଇଥିଲା । କୁମାର ପୂର୍ଣ୍ଣିମା ପର୍ଯ୍ୟନ୍ତ କେବଳ ମଣ୍ଡପରେ ଦର୍ଶନର ବ୍ୟବସ୍ଥା ହୋଇଛି । ପ୍ରତ୍ୟହ ରାତିରେ ବିଭିନ୍ନ ସାହିରେ ଚିତ୍ତାକର୍ଷକ ଆଧୁନିକ ଓ ପୌରାଣିକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ।


Enter your email to get our daily news in your inbox.

All Right Reserved By Dharitri.Com

ଆୟ ବହିର୍ଭୂତ୍ତ ସମ୍ପତ୍ତି ଠୁଳ ଅଭିଯୋଗ: ଆଙ୍କରୋଡ଼ା ସରପଞ୍ଚଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଦିଗପହଣ୍ଡି,୧୦।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଆଙ୍କରୋଡ଼ା ସରପଞ୍ଚ ତଥା ବିଜେଡି ନେତା ଉଷାନ୍ତ କୁମାର ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ଆୟ ବହିର୍ଭୂତ...

ବିଡିଓ, ତହସିଲଦାର, ଏସ୍‌ଡିପିଓଙ୍କ ମିଳିତ ଚଢ଼ାଉ: ଅମାନିଆଙ୍କଠାରୁ ତଣ୍ଡ ଆଦାୟ

ଶେରଗଡ,୨୧।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ଚାରି ଛକରେ ରବିବାର ବିଡିଓ, ତହସିଲଦାର ଓ ଆସିକା ଏସ୍‌ଡିପିଓ ମିଳିତ ମିଳିତ ଚଢ଼ାଉ କରିଛନ୍ତି। ଚଢ଼ାଉରେ ଅମାନିଆଙ୍କଠାରୁ ତଣ୍ଡ...

କେନ୍ଦୁପତ୍ର ଶ୍ରମିକଙ୍କ ଟଙ୍କା ହଡ଼ପ ଅଭିଯୋଗ

ଫୁଲବାଣୀ ଅଫିସ, ୨୦ା୫-କନ୍ଧମାଳ ଜିଲା ବାଲିଗୁଡା ବନଖଣ୍ଡ ଅଧୀନରେ କେନ୍ଦୁପତ୍ର ଶ୍ରମିକଙ୍କ ଟଙ୍କା ହଡପ କରାଯାଇଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ଆଣିଛନ୍ତି କେନ୍ଦୁପତ୍ର ଫଡିରେ...

ତାରାତାରିଣୀ ପୀଠରେ ଲାଗିଲା ନିଆଁ

ପୁରୁଷୋତ୍ତମପୁର,୧୨।୧୦(ଡି.ଏନ୍‌.ଏ.) ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ତାରା ତାରିଣୀଙ୍କ ପୀଠରେ ଏକ ଅଘଟଣ ଘଟିଛି। ମଙ୍ଗଳବାର ପବିତ୍ର ମହାସପ୍ତମୀ ପୂଜା ଚାଲିଥିବା ସମୟରେ ମା’ଙ୍କ ପୀଠରେ...

କ୍ବାରାଣ୍ଟାଇନ୍‌ ପୂର୍ବରୁ ଯୋଗଦେବାକୁ ନିର୍ଦ୍ଦେଶନାମାକୁ ଆୟୁଷ ଡାକ୍ତରଙ୍କ ବିରୋଧ

ବ୍ରହ୍ମପୁର ଅଫିସ, ୩୧ା୫- କୋଭଡ୍‌ ଡ୍ୟୁଟି ସାରି ଫେରିଥିବା ଆୟୁଷ ଡାକ୍ତରଙ୍କୁ କରାଣ୍ଟାଇନ୍‌ ସମୟ ଅବଧି ସରିବା ପୂର୍ବରୁ ପୁନଃ କୋଭିଡ୍‌ ଡ୍ୟୁଟିରେ ଯୋଗଦେବା ନେଇ...

ବୁଗୁଡ଼ାରେ ପୁଣି ୧୭ କରୋନା ପଜିଟିଭ୍‌: ୧୯ ପର୍ଯ୍ୟନ୍ତ ବଢ଼ିଲା ଶଟ୍‌ଡାଉନ୍‌

ବୁଗୁଡ଼ା,୧୫ା୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଲୋକେ ବିଭିନ୍ନ ଆଶଙ୍କା ଦେଇ ଗତି କରୁଛନ୍ତି। ସେହିପରି ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକବାସୀ...

୮ ଦିନରେ ୩୭୧୩୨୨ ଲୋକଙ୍କ ସ୍ବାସ୍ଥ୍ୟ ଯାଞ୍ଚ

ବ୍ରହ୍ମପୁର ଅଫିସ,୫ା୭- ବ୍ରହ୍ମପୁରରେ କରୋନା ସ୍ଥିତି ସଙ୍ଗିନ ହେଉଛି। ଏହାକୁ ପ୍ରତିହତ କରିବାକୁ ନେଇ ବ୍ରହ୍ମପୁର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଆରମ୍ଭ ହୋଇଥିବା ମିଶନ ଜିରୋ...

ଗୋଟିଏ ରାତିରେ ୫ ଲକ୍ଷ ଜରିମାନା ଆଦାୟ

ପୁରୁଷୋତ୍ତମପୁର,୧୧ା୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଇଲାକାର ଋଷିକୁଲ୍ୟା ନଦୀରୁ ବେଆଇନ୍‌ ଭାବେ ବାଲି ଚାଲାଣ ହେଉଛି। ତହସିଲ ପ୍ରଶାସନ ପକ୍ଷରୁ ଏହାର ଧରପଗଡ଼ ହେଉଛି। ରବିବାର...

Advertisement
Archives

Model This Week