ଗୋପାଳ ସମାଜ ପକ୍ଷରୁ ବନ୍ଦାଣ ଉତ୍ସବ ନନ୍ଦ, ଯଶୋଦା, କୃଷ୍ଣ, ବଳରାମ ବେଶରେ ଗ୍ରାମ ପରିକ୍ରମା

ଖଣ୍ଡପଡ଼ା,୯ା୩(ସ୍ବ.ପ୍ର.): ଖଣ୍ଡପଡା ବ୍ଲକ କଣ୍ଟିଲୋ ନିକଟ ପଥରଚକଡା ତଳସାହି ଓ ବଡସାହି ଗୋପାଳ ସମାଜ ପକ୍ଷରୁ ବନ୍ଦାଣ ଉତ୍ସବ ପାଳନ କରାଯାଇଛି । ସମାଜର ବେହେରା କଣ୍ଡୁରୀ ଚରଣ ପ୍ରଧାନଙ୍କ ତତ୍ତ୍ୱାବଧାନରେ ଏହା ଆୟୋଜନ କରାଯାଇଥିଲା। ଅଧିବାସ ଉପଲକ୍ଷେ ଗ୍ରାମର ସମସ୍ତ ଗୋପାଳ ନିଜ ଗୋରୁଙ୍କୁ ଅଁଳା, ବାହାଡା, ହଳଦୀ ଓ ଘିଅ ଲଗାଇ ନଦୀରେ ସ୍ନାନ କରାଇଥିଲେ। ଅପରାହ୍ନ ପ୍ରାୟ ସାଢେ ୫ଟାରେ ଗୋପାଳମାନେ ନିକଟସ୍ଥ ମହାନଦୀ ଘାଟରେ କୁମ୍ଭ ପୂଜାର୍ଚ୍ଚନା କରି ସମାଜର ନିଷ୍ପତ୍ତିକ୍ରମେ ୧୦ଜଣ କମିଟି ସଦସ୍ୟ ନାରାୟଣୀ ପୀଠରେ ରାତ୍ର ପ୍ରାୟ ସାଢେ ୧୨ଟାରେ କୋଠ ଭୋଗ ପ୍ରସ୍ତୁତ କରିଥିଲେ ା ସୋମବାର ଦୋଳ ପୂର୍ଣ୍ଣମୀ ଅବସରରେ ଗୋରୁଙ୍କ ମଳ ଓ ଲାଞ୍ଜରୁ କିଛି ଚୁଟିକାଟି ନଦୀରେ ବିସର୍ଜନ କରିଥିଲେ ା ପରେ ସ୍ନାନ କରି ଆସି ଗୋରୁଙ୍କୁ କଜ୍ଜ୍ୱଳ ଲଗାଇ ମୁଣ୍ଡରେ ଫଗୁ ବୋଳିଥିଲେ ା ନାରାୟଣୀ ପୀଠରେ ପ୍ରସ୍ତୁତ ହୋଇଥିବା କୋଠ ଭୋଗକୁ ଗ୍ରାମବାସୀ ସେବନ କରିଥିଲେ ା ଅପରାହ୍ନ ପ୍ରାୟ ଗୋଟାଏ ସମୟରେ ଗ୍ରାମର ଗୋପାଳମାନେ କଳସରେ ରଖିଥିବା ଜଳ ମିଶ୍ରିତ କ୍ଷୀରକୁ ନୂତନ ବସ୍ତ୍ର ଦ୍ୱାରା ଆଚ୍ଛାଦନ କରି ବାହୁଙ୍ଗିରେ ଧରି ନୀଳମାଧବ ଜୀଉଙ୍କ ପାଖକୁ ଯାଇ ପୂଜାର୍ଚ୍ଚନା କରିଥିଲେ। ପରେ ସେମାନେ ପାଟପଟୁଆରରେ ନନ୍ଦ, ଯଶୋଦା, କୃଷ୍ଣ, ବଳରାମ ବେଶରେ ସଜ୍ଜିତ ହୋଇଥିବା ଲଉଡି ଖେଳ ସହ ଗ୍ରାମ ପରିକ୍ରମା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ଗାଁ ବୁଲି ଆବର୍ଜନା ସଂଗ୍ରହ କରୁଛନ୍ତି ମଞ୍ଜୁଲତା, ସାଉଁଟୁଛନ୍ତି ପ୍ରଶଂସା

ପାଟଣା,୨ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକର ମୂଷାଖୋରୀ ପଞ୍ଚାୟତ ମୂଷାଖୋରୀ ଗ୍ରାମର କାଶିଆ ସାହିର ମଞ୍ଜୁଲତା ମହାନ୍ତ ସ୍ବଚ୍ଛ ଭାରତ ମିଶନର ଜଣେ ପ୍ରକୃତ ସାରଥୀ…

ପୁଣି ଜନନୀ ଯନ୍ତ୍ରଣା: ଗାଁକୁ ଯାଇ ପାରିଲାନି ଆମ୍ବୁଲାନ୍ସ, ଖଟିଆରେ ବୁହାହେଲେ ଗର୍ଭବତୀ

ଥୁଆମୂଳ ରାମପୁର,୨ା୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ପୁଣି ଏକ ଅଭାବନୀୟ ଜନନୀ ଯନ୍ତ୍ରଣାର ଚିତ୍ର ସାମ୍ନାକୁ ଆସିଛି। ବିକାଶର ଡିଣ୍ଡିମ ପିଟାଯାଉଥିଲେ ବି…

ଟିମ ଇଣ୍ଡିଆକୁ ବଡ଼ ଝଟକା; ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜରୁ ବାଦ ପଡ଼ିଲେ…

ନୂଆଦିଲ୍ଲୀ,୨।୮: ଭାରତୀୟ ଦଳ ଅଗଷ୍ଟ ୪ରେ ଶ୍ରୀଲଙ୍କା ଯିବାର ସମ୍ଭାବନା ଅଛି। ଏହି ଗସ୍ତ ସମୟରେ ଦୁଇ ଦଳ ମଧ୍ୟରେ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ…

ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଆସିଲା ବଡ଼ ଖବର? ଟ୍ରେଡ ଡିଲକୁ ନେଇ ମୁହଁ ଖୋଲିଲା ଫ୍ରାଞ୍ଚାଇଜ

ନୂଆଦିଲ୍ଲୀ,୨।୮: ମୁମ୍ବାଇ ଇଣ୍ଡିଆନ୍ସ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ ବହୁତ ଆଶା ରଖିଥିଲା, ତେଣୁ ଫ୍ରାଞ୍ଚାଇଜ ରୋହିତ ଶର୍ମାଙ୍କ ସ୍ଥାନରେ ଅଲରାଉଣ୍ଡରଙ୍କୁ ଅଧିନାୟକ ନିଯୁକ୍ତ କରିଥିଲା। ରୋହିତଙ୍କ ନେତୃତ୍ୱରେ,…

ପାଟ୍ରୋଲିଂରେ ଯାଉଥିବାବେଳେ ଦୁର୍ଘଟଣା: ଚାଲିଗଲା କର୍ତ୍ତବ୍ୟରତ କନଷ୍ଟେବଳଙ୍କ ଜୀବନ

ଲାଞ୍ଜିଗଡ଼,୨ା୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଥାନାରେ କାର୍ଯ୍ୟରତ କନଷ୍ଟେବଳ ବାଇକ୍‌ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ମୃତ କନଷ୍ଟେବଳ ଜଣକ କେଗାଁ ଥାନା…

ଲୁଗା ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ଚୋରି, ବେଡ୍‌ରୁମ୍‌ରେ ଥିବା ଆଲମିରାକୁ ଦୁର୍ବୃତ୍ତ…

ଦାରିଙ୍ଗବାଡ଼ି,୨ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଦାରିଙ୍ଗବାଡ଼ି ବଜାରରେ ରହୁଥିବା ଲୁଗା ବ୍ୟବସାୟୀ ଅଶୋକ କୁମାର ସାହୁଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା,…

ପାଗରେ ପରିବର୍ତ୍ତନ ପରେ ଆରମ୍ଭ ହେଲା ଧାନ ରୁଆ ବେଉଷଣ

ରିଷିଡ଼ା,୨ା୮(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ସମେତ ରିଷିଡ଼ା, ରାଜପୁର, ପୌରକେଲା, ତେରେସିଂହା, ଗଜବାହଲ, ରେଗଡ଼ା,ରିଞ୍ଜା, ସାପଲହରା, ବୋରପଦର, ସରଗୁଲ ମାଲପଡ଼ା, ପଞ୍ଚାୟତର ପ୍ରାୟ ସମସ୍ତ…

‘ଇରାନ ଉପରେ ଏମିତି ଆକ୍ରମଣ କରାଯିବ, ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଏମିତି ବିନାଶ ଦେଖାଯାଇ ନଥିବ’: ଟ୍ରମ୍ପ

ଓ୍ବାଶିଂଟନ,୨।୮: ମଧ୍ୟପ୍ରାଚ୍ୟରେ ଶାନ୍ତି ପୁନରୁଦ୍ଧାର ପାଇଁ ଆଶା ପୁଣି ଥରେ ବଢ଼ିବାରେ ଲାଗିଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ସୋସିଆଲ ମିଡିଆ ପୋଷ୍ଟରେ ଦାବି କରିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri