Posted inଜାତୀୟ

‘ଗୋଟିଏ ଦେଶ, ଗୋଟିଏ ରାଶନ କାର୍ଡ’ ବ୍ୟବସ୍ଥା ଲାଗୁ କରିବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ, ୨୮।୬: ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ବ୍ୟବସ୍ଥା ଦେଶରେ ଲାଗୁ କରିବା ପାଇଁ ଆଲୋଚନା ଚାଲିଥିଲାବେଳେ ଏବେ ମୋଦି ସରକାର ‘ଗୋଟିଏ ଦେଶ, ଗୋଟିଏ ରାଶନ କାର୍ଡ’ ଲାଗୁ ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ଏନେଇ ଖାଉଟି ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ବିଭାଗ ମନ୍ତ୍ରୀ ରାମବିଳାଶ ପାଶଓ୍ବାନ ସୂଚନା ଦେଇଛନ୍ତି। ଗୁରୁବାର ବିଭିନ୍ନ ରାଜ୍ୟର ଖାଦ୍ୟ ସଚିବ ଏବଂ ଅଧିକାରୀଙ୍କ ସହ ଆୟୋଜିତ ଏକ ବୈଠକରେ ଯୋଗ ଦେଇ ପାଶଓ୍ବାନ କହିଛନ୍ତି, ଏହି ବ୍ୟବସ୍ଥା ଲାଗୁ ହେଲେ ଦେଶରେ ଲକ୍ଷ ଲକ୍ଷ ଲୋକ ଉପକୃତ ହେବେ। ସୂଚନାଯୋଗ୍ୟ, ‘ଗୋଟିଏ ଦେଶ, ଗୋଟିଏ ରାଶନ କାର୍ଡ’ ବ୍ୟବସ୍ଥା ଦ୍ୱାରା ଦେଶର ଯେକୌଣସି ସ୍ଥାନରେ ଥିଲେ ବି ଜଣେ ନିଜ ରାଶନ କାର୍ଡ ବ୍ୟବହାର କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ମୃତ ମହିଳାଙ୍କୁ କରୋନା ଟିକାର ଦ୍ୱିତୀୟ ଡୋଜ୍‌

ଲକ୍ଷ୍ନୌ,୧୪।୧୨: ଉତ୍ତର ପ୍ରଦେଶର ଝାନସୀରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଜଣେ ମୃତ ମହିଳା କରୋନା ଟିକାର ଦ୍ୱିତୀୟ ଡୋଜ୍‌ ନେଇଥିବା ମେସେଜ ପରିବାର ଲୋକଙ୍କ...

ନିମନ୍ତ୍ରଣ ପତ୍ରରେ ‘ସିଏଏ’କୁ ସମର୍ଥନ ଜଣାଇଲେ ବର

ନରସିଂପୁର,୧୮।୧: ସାରା ଦେଶରେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ଏପର୍ଯ୍ୟନ୍ତ ଅଧିକାଂଶ ସ୍ଥାନରେ ବିରୋଧ ପ୍ରଦର୍ଶନ କରାଯାଉଥିବା ବେଳେ କେତେକ ସ୍ଥାନରେ ଏହାକୁ ସମର୍ଥନ ମଧ୍ୟ...

ହାତୀକୁ କେହି ବିସ୍ଫୋରକ ଥିବା ସପୁରି ଖାଇବାକୁ ଦେଇ ନାହାଁନ୍ତି: ପରିବେଶ ମନ୍ତ୍ରଣାଳୟ

ପାଟନା,୮।୬: କେରଳରେ ବିସ୍ଫୋରକ ଥିବା ସପୁରି ଖାଇ ଏକ ଗର୍ଭିଣୀ ହାତୀର ମୃତ୍ୟୁ ଘଟିଥିଲା। ଏନେଇ ତଦନ୍ତ କରିବା ପରେ ପରିବେଶ ମନ୍ତ୍ରଣାଳୟ ପକ୍ଷରୁ ସୋମବାର...

ଭାଜପାରେ ଫାଟ: ଶୁଭେନ୍ଦୁଙ୍କଠାରୁ ଦୂରେଇ ଯାଉଛନ୍ତି ବିଧାୟକ…

କୋଲକାତା,୧୫।୬: ପଶ୍ଚିମବଙ୍ଗରେ ଭାଜପାରେ ଫାଟ ବଢ଼ିବାରେ ଲାଗିଛି। ବିଧାନସଭା ନିର୍ବାଚନ ପୂର୍ବରୁ ବହୁନେତା ନିଜ ନିଜ ଦଳଛାଡି ଭାଜପାରେ ଯୋଗ ଦେଇଥିଲେ। ତେବେ ନିର୍ବାଚନ ପରେ...

ବିହାର ଭାଜପା ବିଧାୟକଙ୍କ ନାମରେ ଯୁବତୀଙ୍କୁ ଅପହରଣ ଅଭିଯୋଗ

ପାଟଣା,୧୪।୨: ବିହାରର ଭାଜପା ବିଧାୟକ ବିନୟ ବିହାରୀଙ୍କ ବିରୋଧରେ ୨୫ ବର୍ଷୀୟା ଜଣେ ଯୁବତୀଙ୍କୁ ରବିବାର ଅପହରଣ କରିଥିବା ଅଭିଯୋଗ ଆସିଛି। ଏ ନେଇ ଅପହୃତାଙ୍କ...

ଗୋଟିଏ ଗୋଡରେ ପଶ୍ଚିମବଙ୍ଗ ଜିତିବି, ଦୁଇ ଗୋଡରେ ଦିଲ୍ଲୀ

କୋଲକତା,୫।୪: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ୩୧ଟି ଆସନରେ ମଙ୍ଗଳବାର ମତଦାନ ହେବ। ଭୋଟ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବାମ ଗୋଡରେ ଆଘାତ...

ଖୁବଶୀଘ୍ର ବିଦେଶ ଯିବେ ତେଜସ୍ୱୀ!

ପାଟନା,୩୧ ।୧୨: ଆର୍‌ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ସାନ ପୁଅ ଅର୍ଥାତ୍ ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବ ଖୁବଶୀଘ୍ର ପତ୍ନୀ ରେଚେଲ ଓରଫ...

ଝିଅଙ୍କ ବିବାହ ବୟସ ୧୮ରୁ ୨୧ ବର୍ଷ ବୃଦ୍ଧି ବିଲ୍‌ ଲୋକ ସଭାରେ ଆଗତ

ନୂଆଦିଲ୍ଲୀ,୨୧।୧୨:ସଂସଦର ଶୀତକାଳୀନ ଅଧିବେଶନ ଶେଷ ହେବାକୁ ଆଉ କିଛି ଦିନ ବାକି ଅଛି। ଏଭଳି ପରିସ୍ଥିତିରେ କେନ୍ଦ୍ରର ମୋଦି ସରକାର ଅବଶିଷ୍ଟ ବିଲ୍‌କୁ ଯଥାଶୀଘ୍ର ପାସ...

Advertisement
Archives

Model This Week