Posted inଖେଳ

ଗୋକୁଳମ୍‌ କେରଳ ଜିତିଲା ଡୁରାଣ୍ଡ୍‌ କପ୍‌

କୋଲକାତା, ୨୫।୮ (ପି.ଟି.)- ଟାଇଟଲ୍‌ ଫେଭରାଇଟ୍‌ ମୋହନ ବାଗାନକୁ ପରାସ୍ତ କରି ଗୋକୁଳମ୍‌ କେରଳ ଏଫ୍‌ସି ସମ୍ମାନଜନକ ଡୁରାଣ୍ଡ କପ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟର ୧୨୯ତମ ସଂସ୍କରଣରେ ଚାମ୍ପିୟନ ହୋଇଛି। ଶନିବାର ଖେଳାଯାଇଥିବା ସଂଘର୍ଷପୂର୍ଣ୍ଣ ଫାଇନାଲ ମ୍ୟାଚ୍‌ରେ ଗୋକୁଳମ୍‌ କେରଳ ୨-୧ ଗୋଲରେ ୧୬ଥରର ଚାମ୍ପିୟନ ମୋହନ ବାଗାନକୁ ପରାସ୍ତ କରିଛି। ବିଜୟୀ ଦଳର ଅଧିନାୟକ ତଥା ତ୍ରିନିଦାଦ୍‌ର ଫର୍‌ଓ୍ବାର୍ଡ ମାର୍କସ୍‌ ଜୋସେଫ୍‌ ଡବଲ୍‌ ଗୋସ୍କୋର କରି କେରଳକୁ ଚାମ୍ପିୟନ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏଥିସହ କୌଣସି କେରଳ କ୍ଲବ ଦୀର୍ଘ ୨୨ ବର୍ଷପରେ ଏସିଆର ଏହି ସର୍ବପୁରାତନ ଫୁଟ୍‌ବଲ ପ୍ରତିଯୋଗିତାରେ ବିଜୟୀ ମୁକୁଟ୍‌ ପିନ୍ଧିବାର ସୌଭାଗ୍ୟ ଲାଭ କରିଛି। ଶେଷଥର ପାଇଁ ଏଫ୍‌ସି କୋଚିନ୍‌ କ୍ଲବ ଡୁରାଣ୍ଡ କପ୍‌ ଜିତିଥିଲା। ଅପରପକ୍ଷରେ ମୋହନ ବାଗାନ ଶେଷଥର ପାଇଁ ୨୦୦୦ ମସିହାରେ ବିଶ୍ୱର ଏହି ୩ୟ ସର୍ବପୁରାତନ ଫୁଟ୍‌ବଲ ଟୁର୍ନାମେଣ୍ଟରେ ଚାମ୍ପିୟନ ହୋଇଥିଲା।
ସ୍ଥାନୀୟ ସଲ୍ଟ ଲେକ୍‌ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ର ପ୍ରଥମାର୍ଦ୍ଧର ଅନ୍ତିମକ୍ଷଣ ପର୍ଯ୍ୟନ୍ତ ଉଭୟ ଦଳ କେହି କାହାରିକୁ ଗୋଲ ଦେଇପାରି ନ ଥିଲେ। କିନ୍ତୁ ପ୍ରଥମାର୍ଦ୍ଧର ଅତିରିକ୍ତ ସମୟ (୪୫+୧)ରେ କେରଳ ଅଧିନାୟକ ଜୋସେଫ୍‌ ଏକ ପେନାଲ୍ଟିକୁ ଗୋଲରେ ପରିଣତ କରି ଦଳକୁ ୧-୦ରେ ଅଗ୍ରଣୀ କରାଇଥିଲେ। ଏହାପରେ ଦ୍ୱିତୀୟାର୍ଦ୍ଧର ପ୍ରାରମ୍ଭରୁ ମଧ୍ୟ ଜୋସେଫ୍‌ଙ୍କ କମାଲ୍‌ ଦେଖିବାକୁ ମିଳିଥିଲା। ମ୍ୟାଚ୍‌ର ୫୧ତମ ମିନିଟ୍‌ରେ ଜୋସେଫ୍‌ ବାମ ପାଦରେ ଏକ ଚମତ୍କାର ଶଟ୍‌ ମାରି ବଲ୍‌କୁ ମୋହନ ବାଗାନ ଗୋଲପୋଷ୍ଟ ମଧ୍ୟକୁ ପଠାଇ ଦେଇଥିଲେ। ଫଳରେ କେରଳ ୨-୦ ଗୋଲରେ ଅଗ୍ରଣୀ ଲାଭ କରିଥିଲା। ଏହାର ୧୩ ମିନିଟ୍‌ ପରେ ମୋହନ ବାଗାନ ଗୋଟିଏ ଗୋଲ ଶୁଝାଇବାରେ ସକ୍ଷମ ହୋଇଥିଲେ ମଧ୍ୟ ଏହା ଯଥେଷ୍ଟ ହୋଇ ନ ଥିଲା। ୬୪ତମ ମିନିଟ୍‌ରେ ଫ୍ରି-କିକ୍‌ ଜରିଆରେ ସାଲ୍‌ଭା ଚାମୋରୋ ମୋହନ ବାଗାନ ପାଇଁ ଏହି ଏକମାତ୍ର ଗୋଲଟି ଦେଇଥିଲେ। ମ୍ୟାଚ୍‌ ଶେଷ ହେବାକୁ ଆଉ ୩ ମିନିଟ୍‌ ଥିବାବେଳେ କେରଳର ଜଷ୍ଟିନ ଜର୍ଜ ରେଡ୍‌ କାର୍ଡ ପାଇ ପଡ଼ିଆ ବାହାରକୁ ଯାଇଥିଲେ ମଧ୍ୟ ମୋହନ ବାଗାନ ଖେଳାଳି ଏହାର ଫାଇଦା ଉଠାଇ ପାରି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୪ ସହରରେ ଖେଳାଯିବ ପିଏସଏଲ୍‌

ଇସଲାମବାଦ,୩।୧(ଏ.ପି.)- ବିଦେଶୀ ଦଳକୁ ଦେଶକୁ ଆମନ୍ତ୍ରଣ କରିବା ପାଇଁ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଆଉ ଏକ ପଦକ୍ଷେପ ନେଇଛି। ଦେଶକୁ ସୁରକ୍ଷିତ ଦର୍ଶାଇବା ଲାଗି...

ଡ୍ରାଇଭିଂରୁ ଓ୍ବର୍ନ ବର୍ଷେ ବାସନ୍ଦ

ଲଣ୍ଡନ,୨୪।୯(ପି.ଟି.)- ଅଷ୍ଟ୍ରେଲୀୟ ସ୍ପିନ୍‌ କିମ୍ବଦନ୍ତୀ ଶେନ୍‌ ଓ୍ବର୍ନ ଡ୍ରାଇଭିଂରୁ ୧୨ ମାସ ବାସନ୍ଦ ହୋଇଛନ୍ତି। ଗତ ଦୁଇ ବର୍ଷ ମଧ୍ୟରେ ସେ ଷଷ୍ଠଥର ପାଇଁ ଦ୍ରୁତ...

ଶେଷରେ ଜିତିଲେ କୋହଲି

ନୂଆଦିଲ୍ଲୀ,୨୩।୧୨- ଚଳିତବର୍ଷ ଭାରତୀୟ ଅଧିନାୟକ ବିରାଟ କୋହଲି ଓ ଉପଅଧିନାୟକ ରୋହିତ ଶର୍ମାଙ୍କ ମଧ୍ୟରେ ଚାଲିଥିବା ଦୌଡ଼ ଶେଷ ହୋଇଛି। ରୋହିତଙ୍କୁ ପଛରେ ପକାଇ କୋହଲି...

ଅଷ୍ଟ୍ରେଲିଆ ଜଙ୍ଗଲରେ ନିଆଁ: ଓ୍ବର୍ନ ନିଲାମ କରିବେ ପଦାର୍ପଣ କ୍ୟାପ

ସିଡ୍‌ନୀ,୬।୧- ଅଷ୍ଟ୍ରେଲିଆ ଜଙ୍ଗଲରେ ଲାଗିଥିବା ନିଆଁ କାରଣରୁ ପ୍ରାୟ ୫୦ କୋଟି ବନ୍ୟ ଜନ୍ତୁ ଜୀବନ ହରାଇ ସାରିଲେଣି। କେବଳ ଏତିକି ନୁହେଁ ବହୁ ନିୟୁତ...

ସାଇ ହଷ୍ଟେଲ କଟକ ୨-୦ ଗୋଲ୍‌ରେ ବିଜୟୀ

ନୟାଗଡ଼ ଅଫିସ, ୬ା୧୨-୭୮୬ ୟୁଥ୍‌ କ୍ଲବ ସିନ୍ଦୂରିଆ ଓ ଜିଲା ଆଥ୍‌ଲେଟିକ ଆସୋସିଏଶନ ମିଳିତ ଆନୁକୂଲ୍ୟରେ ନୟାଗଡ଼ ଖେଳପଡ଼ିଆରେ ଚାଲିଥିବା ସର୍ବଭାରତୀୟ ଫୁଟବଲ୍‌ ଟୁର୍ନାମେଣ୍ଟରେ ଗୁରୁବାର...

ପ୍ରଥମ ଦେଖାରେ ଅନୁଷ୍କାଙ୍କୁ ଏମିତି କହିଥିଲେ ବିରାଟ

ଭାରତର ରନ ମେସିନ ବିରାଟ କୋହଲି ନିଜର ୩୧ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ବହୁ ପ୍ରତିଷ୍ଠିତ କ୍ରିକେଟର୍‌ ଓ ବଲିଉଡ କଳକାର ତାଙ୍କୁ...

ଷ୍ଟିର୍ଲିଂ-ବାଲବିର୍ନିଙ୍କ ଦ୍ୱିଶତକୀୟ ଭାଗୀଦାରି: ଇଂଲଣ୍ଡ ବିପକ୍ଷରେ ଆୟର୍ଲାଣ୍ଡର ଦ୍ୱିତୀୟ ବିଜୟ

ସାଉଥାମ୍ପଟନ, ୬।୮- ଆୟର୍ଲାଣ୍ଡ ଏହାର ଏକଦିବସୀୟ କ୍ରିକେଟ ଇତିହାସରେ ଦ୍ୱିତୀୟଥର ପାଇଁ ଇଂଲଣ୍ଡକୁ ପରାସ୍ତ କରିଛି। ସ୍ଥାନୀୟ ରୋଜ ବାଓଲ ଷ୍ଟାଡିୟମରେ ଅନୁଷ୍ଠିତ ଏକ ହାଇସ୍କୋରିଂ...

ଚାଇନାବାସୀ ସୁଧୁରି ଯାଅ: ବୀରେନ୍ଦ୍ର ସେହ୍ବାଗ

ପୂର୍ବ ଲଦାଖର ଗଲୱାନ ଘାଟିରେ ଭାରତୀୟ ଏବଂ ଚାଇନା ସେନାଙ୍କ ମଧ୍ୟରେ ସଂଘର୍ଷ ଘଟି ଭାରତର ୨୦ ଯବାନ ଶହୀଦ ହୋଇଥିବାବେଳେ ଚାଇନାର ୪୩ ସୈନ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *