Posted inଜାତୀୟ

ଗୋଆ ଡିଜିପିଙ୍କ ପରଲୋକ

ନୂଆଦିଲ୍ଲୀ, ୧୭ା୧୧(ଆଇଏଏନ୍‌ଏସ୍‌): ଗୋଆ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ପ୍ରଣବ ନନ୍ଦଙ୍କର ଶୁକ୍ରବାର ରାତିରେ ହୃଦ୍‌ଘାତରେ ପରଲୋକ ହୋଇଯାଇଛି। ତାଙ୍କୁ ୫୭ ବର୍ଷ ହୋଇଥିଲା। ଗୋଆରେ ଏକ ସରକାରୀ କାର୍ଯ୍ୟକ୍ରମ ସାରି ସେ ଦିଲ୍ଲୀ ଯାଇଥିଲାବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ଆଇଜି ଯଶପାଲ ସିଂ ସୂଚନା ଦେଇଛନ୍ତି। ୧୯୮୮ ବ୍ୟାଚ୍‌ର ଏହି ଆଇପିଏସ୍‌ ଅଫିସରଙ୍କୁ ଗତ ଫେବୃୟାରୀରେ ଗୋଆ ବଦଳି କରାଯାଇଥିଲା। ତାଙ୍କ ପରଲୋକରେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତ, ବିଧାନସଭାର ବିରୋଧୀ ଦଳ ନେତା ଦିଗମ୍ବର କାମାତ୍‌ଙ୍କ ସମେତ ବହୁ ନେତା ଶୋକବ୍ୟକ୍ତ କରିଛନ୍ତି। ପ୍ରଣବଙ୍କ ସ୍ତ୍ରୀ ସୁନ୍ଦରୀ ନନ୍ଦ ମଧ୍ୟ ଜଣେ ଆଇପିଏସ୍‌ ଅଫିସର ଏବଂ ସେ ଦିଲ୍ଲୀ ପୋଲିସରେ କାର୍ଯ୍ୟ କରୁଛନ୍ତି। ଗୋଆ ପୋଲିସ ଡିଜି ଭାବେ ନିଯୁକ୍ତି ପାଇବା ପୂର୍ବରୁ ପ୍ରଣବ ଗୋଇନ୍ଦା ବ୍ୟୁରୋ (ଆଇବି)ରେ ଦୁଇଦଶନ୍ଧି ଧରି କାର୍ଯ୍ୟ କରିଥିଲେ। ତାଙ୍କ ସମୟରେ ଆଇବିରେ ଅନେକ ପରିବର୍ତ୍ତନ ହେବା ସହ ଏହାର ସାମର୍ଥ୍ୟ ବୃଦ୍ଧି ପାଇଥିଲା। ପ୍ରକାଶ ଯେ, ସ୍ବର୍ଗତ ପ୍ରଣବଙ୍କ ପୂର୍ବଜ ସମ୍ବଲପୁର ରାଜାଙ୍କ ପୁରୋହିତ ଥିଲେ। ପ୍ରଣବଙ୍କ ଜନ୍ମ ଓ ପାଠପଢ଼ା ବିହାରର ପାଟନାରେ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦୈନିକ ସଂକ୍ରମଣ ପୁଣି ବଢ଼ିଲା…

ନୂଆଦିଲ୍ଲୀ,୧୪।୭: ଦେଶରେ କରୋନା ମହାମାରୀ ସଂକ୍ରମଣରେ ଧୀରେଧୀରେ ସୁଧାର ଆସିଲେ ମଧ୍ୟ ସ୍ଥିତି ସଙ୍କଟ ଜନକ ରହିଛି। ଦ୍ୱିତୀୟ ଲହର ପ୍ରକୋପ ଥମିବାରେ ଲାଗିଛି। ଦୈନିକ...

ଆଗ୍ରାରେ ହାଜତ ମୃତ୍ୟୁ

ଆଗ୍ରା,୨୧।୧୦: ଉତ୍ତର ପ୍ରଦେଶର ଆଗ୍ରାସ୍ଥିତ ଜଗଦୀଶପୁରା ଥାନାରୁ ୨୫ ଲକ୍ଷ ଟଙ୍କା ଚୋରି କରିବା ଅଭିଯୋଗରେ ପୋଲିସ ଜେରା କରୁଥିବାବେଳେ ଜଣେ ବ୍ୟକ୍ତିଙ୍କ ହାଜତ ମୃତ୍ୟୁ...

ମାତାପିତାଙ୍କୁ କାନ୍ଧରେ ଧରି କାଉଡି ଯାତ୍ରାରେ ବାହାରିଲେ ବୋହୂ-ପୁଅ

ଭାଗଲପୁର,୧୯।୭: ଶ୍ରାବଣ ମାସ ଆରମ୍ଭ ହେବା ମାତ୍ରେ ରାସ୍ତାରେ କାଉଡିଆଙ୍କ ଭିଡ ଦେଖିବାକୁ ମିଳୁଛି। ଦୁଇ ବର୍ଷ ପରେ ଏଥର ମଧ୍ୟ ଝାଡଖଣ୍ଡର ଦେଓଘରରେ ବିଶ୍ୱ...

ଏହି ସର୍ତ୍ତରେ ଭାଜପାକୁ ସମର୍ଥନ କରିବେ ମାୟାବତୀ

ଲକ୍ଷ୍ନୌ,୬।୮: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଜାତିଭିତ୍ତିକ ଜନଗଣନା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରିବାକୁ ସମୟ ମାଗିଥିବା ବେଳେ ବହୁଜନ ସମାଜ...

ଥରୁରଙ୍କୁ ଶୁଣିବା ପାଇଁ ଡିସ୍କନାରୀ ନେଇ ପହଞ୍ଚିଲେ ବ୍ୟକ୍ତି: ଭାଇରାଲ ହେଲା ଭିଡିଓ

ନୂଆଦିଲ୍ଲୀ,୨୮।୨: କଂଗ୍ରେସ ଏମ୍‌ପି ଶଶି ଥରୁରଙ୍କ ଇଂରାଜୀକୁ ସମସ୍ତେ ପସନ୍ଦ କରନ୍ତି। ବେଳେବେଳେ ସୋସିଆଲ ମିଡିଆରେ ଏହାର ଝଲକ ମଧ୍ୟ ଦେଖିବାକୁ ମିଳେ। ଯେତେବେଳେ ସେ...

ନେହେରୁଙ୍କୁ କାହିଁକି ଘୃଣା କରୁଛନ୍ତି କେନ୍ଦ୍ର ସରକାର, ସଞ୍ଜୟଙ୍କ ପ୍ରଶ୍ନ…

ମୁମ୍ବାଇ,୫।୯: ଶିବସେନା ଏମ୍‌ପି ସଞ୍ଜୟ ରାଉତ ରବିବାର କେନ୍ଦ୍ର ସରକାରଙ୍କ ବିରୋଧରେ ଏକ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଭାରତର ସ୍ବାଧିନତାର ୭୫ ତମ...

ଶେଷରେ ଗିରଫ ହେଲେ ଅନିଲ ଦେଶମୁଖ

ମୁମ୍ବାଇ୨।୧୦: ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ସମସ୍ୟା ବଢିବାରେ ଲାଗିଛି। ୧୦୦ କୋଟି ଏକ୍ସଟୋରସନ ମାମଲାରେ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ସୋମବାର ବିଳମ୍ବିତ ରାତିରେ...

‘ଫିଲ୍ମ ଶୁଟିଂ କରୁଥିଲେ ମୋଦି’

ଚଣ୍ଡିଗଡ଼, ୧୫।୨: ପୁଲଓ୍ବାମାରେ ଶହୀଦ ହୋଇଥିବା ୪୦ ସିଆର୍‌ପିଏଫ୍‌ ଯବାନଙ୍କ ବଳିଦାନକୁ ଆମେ ସାଲ୍ୟୁଟ୍‌ କରୁଛୁ। ଆକ୍ରମଣର ବର୍ଷେ ପରେ ବି ଅନେକ ପ୍ରଶ୍ନ ଅନୁତ୍ତରିତ...

Advertisement
Archives

Model This Week