Posted inଖେଳ

ଗେଲ୍‌ଙ୍କ ବିଶ୍ୱକପ ଅଭିଯାନ ଶେଷ

ଲୀଡ୍ସ, ୫।୭-ଓ୍ବେଷ୍ଟଇଣ୍ଡିଜ ଓପନର କ୍ରିସ ଗେଲ୍‌ଙ୍କ ବିଶ୍ୱକପ ଅଭିଯାନ ନୈରାଶ୍ୟର ସହ ଶେଷ ହୋଇଛି। ପ୍ରତିଯୋଗିତାରେ ଆଶାନୁରୂପ ପ୍ରଦର୍ଶନ କରି ନ ପାରି ଓ୍ବେଷ୍ଟଇଣ୍ଡିଜ ଲିଗ୍‌ ପର୍ଯ୍ୟାୟରୁ ବିଦାୟ ନେଇଛି। ଫଳରେ ଏହି ମେଗା ଇଭେଣ୍ଟରେ ବିସ୍ଫୋରକ ଓପନରଙ୍କ ଖେଳ ମଧ୍ୟ ସମାପ୍ତ ହୋଇଛି। କାରଣ ବିଶ୍ୱକପ ପରେ ଭାରତ ବିପକ୍ଷ ସିରିଜ ଖେଳି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବେବୋଲି ଗେଲ୍‌ ପୂର୍ବରୁ ଘୋଷଣା କରି ସାରିଛନ୍ତି। ଗତ ମେ ୩୧ରେ ପାକିସ୍ତାନ ବିପକ୍ଷ ମ୍ୟାଚରେ ୩୪ ବଲରୁ ୫୦ ରନର ଇନିଂସ ଖେଳି ଅଭିଯାନ ଆରମ୍ଭ କରିଥିବା ଗେଲ୍‌ ଜୁନ ୬ରେ ଅଷ୍ଟ୍ରେଲିଆ ବିପକ୍ଷରେ ୧୭ ବଲରୁ ୨୧ ରନକରି ଆଉଟ ହୋଇଥିଲେ। ଜୁନ ୧୦ରେ ଦକ୍ଷିଣଆଫ୍ରିକା ବିପକ୍ଷ ମ୍ୟାଚ ବର୍ଷାଯୋଗୁ ଅଧାରୁ ବନ୍ଦ ହୋଇଯିବାରୁ ଗେଲ୍‌ ବ୍ୟାଟିଂ ସୁଯୋଗ ପାଇ ନ ଥିଲେ। ଜୁନ ୧୪ରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚରେ ୪୧ ବଲରୁ ୩୬ ରନ କରିଥିବାବେଳେ ୧୭ରେ ବାଂଲାଦେଶ ବିପକ୍ଷରେ ୧୩ ବଲ ଖେଳିଥିଲେହେଁ ଖାତା ଖୋଲିପାରି ନ ଥିଲେ। ଜୁନ ୨୨ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୮୪ ବଲରୁ ୮୭ ରନକରି ସେ ସଫଳ ପ୍ରତ୍ୟାବର୍ତ୍ତନ କରିଥିଲେ। ଏହି ମ୍ୟାଚରେ ୨ ଓଭରରେ ୮ ରନ ଦେଇ ସେ ଗୋଟିଏ ଉଇକେଟ ମଧ୍ୟ ନେଇଥିଲେ। ୨୭ ତାରିଖରେ ପରବର୍ତ୍ତୀ ମ୍ୟାଚରେ ସେ ଭାରତ ବିପକ୍ଷରେ ମାତ୍ର ୬(୧୯ ବଲ) ରନ କରିବାକୁ ସକ୍ଷମ ହୋଇଥିବାବେଳେ ଜୁଲାଇ ୧ରେ ଶ୍ରୀଲଙ୍କା ବିପକ୍ଷରେ ୪୮ ବଲରୁ ୩୫ ରନ ସ୍କୋର କରିଥିଲେ। ଜୁଲାଇ ୪ରେ ନିଜର ଶେଷ ବିଶ୍ୱକପ ମ୍ୟାଚରେ ସେ ଦୁର୍ବଳ ପ୍ରତିଦ୍ୱନ୍ଦ୍ୱୀ ଆଫଗାନିସ୍ତାନ ବିପକ୍ଷରେ ୧୮ ବଲ ଖେଳିଥିଲେ ହେଁ ମାତ୍ର
୭ ରନ କରିବାକୁ ସକ୍ଷମ ହେଇଥିଲେ। ୧୯୭୯ ସେପ୍ଟେମ୍ବର ୨୧ରେ ଜାମାଇକାରରେ ଜନ୍ମିତ ଗେଲ୍‌ କ୍ୟାରିୟରରେ ୨୯୮ଟି ଦିନିକିଆ ଖେଳି ୩୫.୫୩ ଆଭରେଜରେ ୫୯୦୫ ରନ ସ୍କୋର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪୦ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ହୋଇଗଲା ହୃଦ୍‌ସ୍ପନ୍ଦନ, ପରେ ଘଟିଲା ଏମିତି, ଡାକ୍ତର ହେଲେ ଆଶ୍ଚର୍ଯ୍ୟ…

କିଛି ସେକେଣ୍ଡ କିମ୍ବା ମିନିଟ୍‌ ପାଇଁ ନୁହେଁ, ୪୦ ଘଣ୍ଟାରୁ ଅଧିକ ସମୟ ଧରି ଜଣେ ବ୍ୟକ୍ତିଙ୍କ ହୃଦ୍‌ସ୍ପନ୍ଦନ ବନ୍ଦ ହୋଇଗଲା। ତା’ ପରେ ଯାହା ଘଟିଲା…

ରେଳ ଯାତ୍ରୀଙ୍କ ପାଇଁ ବଡ଼ ଖବର: TTE କରିବେ ଏହି ବଡ଼ କାମ, ଯୁକ୍ତିତର୍କ ସବୁ ହେବ ରେକର୍ଡ!

ନୂଆଦିଲ୍ଲୀ,୨୩।୭: ଟ୍ରେନରେ ଟିକେଟ ଯାଞ୍ଚ ଏବେ କ୍ୟାମେରା ନିରୀକ୍ଷଣରେ କରାଯିବ। ଟିଟିଇ ଏବଂ ଯାତ୍ରୀଙ୍କ ମଧ୍ୟରେ ବାର୍ତ୍ତାଳପକ ଭିଡିଓ ଫୁଟେଜ୍ ରେକର୍ଡ କରିବା ପାଇଁ ଟିଟିଇମାନେ ସେମାନଙ୍କ…

ଘରୁ ବଡ଼ ଧରଣର ଲୁଟ୍, ଶୋଇଥିବା ବେଳେ ଲୁଟିନେଲେ ୨୦ଲକ୍ଷ….

ଖଇରା,୨୩।୭(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅନ୍ତର୍ଗତ କୁରୁଣ୍ଟା ପଞ୍ଚାୟତ ଅଧୀନ ବାରିଙ୍ଗିଆ ଗ୍ରାମରେ ବଡ଼ ଧରଣର ଲୁଟ ହୋଇଥିବା ନେଇ ଅଭିଯୋଗ ହୋଇଛି ।…

ସରପଞ୍ଚ-ସମିତିସଭ୍ୟଙ୍କ ତୁ ତୁ ମେ ମେ, ଦୁର୍ଦ୍ଦଶା ଭୋଗୁଛନ୍ତି ଲୋକେ

ରିଷିଡ଼ା,୨୩ା୭(ସୁଶାନ୍ତ ମଲ୍ଲିକ): ରାସ୍ତା କାମ କରିବା ପାଇଁ ଜନପ୍ରତିନିଧି ସରପଞ୍ଚ ଓ ସମିତିସଭ୍ୟଙ୍କ ଭିତରେ ତୁ ତୁ ମେ ମେ ଯୋଗୁ ଦେଢ଼ମାସ ହେଲା ରାସ୍ତା କାମ…

CJP Protest Update: ପିଏମ୍‌ ମୋଦିଙ୍କୁ କଂଗ୍ରେସ ଲେଖିଲା ଏଭଳି ଚିଠି, ସମସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୩।୭: ଲୋକ ସଭା ଏବଂ ରାଜ୍ୟ ସଭାରେ ଗୁରୁବାର ବିରୋଧୀ ଦଳଗୁଡ଼ିକ ନିଟ୍‌ (NEET) ପ୍ରଶ୍ନପତ୍ର ଲିକ୍‌ ମାମଲାରେ ଆଲୋଚନା ଆରମ୍ଭ କରିବା ପୂର୍ବରୁ କେନ୍ଦ୍ର ଶିକ୍ଷା…

ସ୍ବାମୀଙ୍କୁ ଛାଡ଼ି ଦ୍ୱିତୀୟ ବିବାହ କରିଥିଲେ ଅର୍ଚ୍ଚନା: ୪୫ ଦିନ ପରେ ସ୍ବାମୀଙ୍କୁ କଲେ ହତ୍ୟା, କାରଣ ଜାଣିଲେ ଗୋଡ଼ ତଳୁ ଖସିଯିବ ମାଟି

ଭୋପାଳ,୨୩।୭: ମଧ୍ୟପ୍ରଦେଶର ପାନ୍ନା ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ବିବାହର ମାତ୍ର ୪୫ ଦିନ ପରେ ଜଣେ ମହିଳା ତାଙ୍କ ପୂର୍ବତନ ସ୍ବାମୀଙ୍କ ସହିତ…

ଅଧିନାୟକ ଆୟରଙ୍କ ବଡ଼ ବୟାନ: ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ କହିଲେ….

ନୂଆଦିଲ୍ଲୀ,୨୩।୭: ଭାରତୀୟ ଦଳ ବର୍ତ୍ତମାନ ଟି-୨୦ ଫର୍ମାଟରେ ଏକ ପରିବର୍ତ୍ତନଶୀଳ ପର୍ଯ୍ୟାୟ ଦେଇ ଗତି କରୁଛି ଏବଂ ନୂତନ ଅଧିନାୟକ ଶ୍ରେୟସ ଆୟରଙ୍କ ନେତୃତ୍ୱରେ ଆରମ୍ଭ ଆଶା…

ଜୀବନକାଳ ଭିତରେ ସୁନ୍ଦରୀ ଗ୍ରହଣ କରି ନ ଥିଲେ ସରକାରଙ୍କ ଭତ୍ତା ଟଙ୍କା, ଦେହାନ୍ତ ପରେ ଅଞ୍ଚଳବାସୀ…

ମହାକାଳପଡ଼ା,୨୩ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଧରିତ୍ରୀ ଖବରଦାତା ପ୍ରତାପ ଚନ୍ଦ୍ର ସ୍ବାଇଁଙ୍କ ମା’ ସୁନ୍ଦରୀ ସ୍ବାଇଁ(୯୬) ଙ୍କର ମଙ୍ଗଳବାର ବାରଡ଼ାଙ୍ଗସ୍ଥିତ ବାସଭବନରେ ରାତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri