ଗେଣ୍ଡୁଫୁଲର ଉପକାରିତା

ଆଜିକା ଦିନରେ ପ୍ରଦୂଷଣ ଲୋକଙ୍କ ପାଇଁ ଏକ ବଡ଼ ସମସ୍ୟା ପାଲଟିଛି। ଯେଉଁ କାରଣରୁ ଅନେକ ଲୋକ ବିଭିନ୍ନ ପ୍ରକାର ରୋଗର ସମ୍ମୁଖୀନ ହେଉଛନ୍ତି, ସେଥିମଧ୍ୟରୁ ଏବେ ଚର୍ମ ରୋଗ ଜଟିଳ ରୂପ ଧାରଣ କରିଛି। ଏଥିରେ ଆକ୍ରାନ୍ତ ଲୋକଙ୍କୁ ଯାଦୁ, କାଛୁ, କୁଣ୍ଡିଆ, ଦାଗ ଭଳି ସମସ୍ୟା ଦେଖାଦେଉଛି। ଯଦି ସମୟ ପୂର୍ବରୁ ଏହାର ଉପଯୁକ୍ତ ଚିକିତ୍ସା କରା ନ ଯାଏ, ତା’ହେଲେ ଏହା ପୂରା ଶରୀରକୁ ମାଡ଼ି ଯାଇଥାଏ। ଏହାର ନିରାକରଣ ପାଇଁ ଲୋକେ ବହୁ ଦାମିକିଆ କ୍ରିମ୍‌ ଲୋଶନ ବ୍ୟବହାର କରିଥାନ୍ତି। ଏହା ବ୍ୟୟବହୁଳ ହୋଇଥିବା ବେଳେ ବହୁ ସମୟରେ ଏଥିରେ ଶୀଘ୍ର ଭଲ ହୋଇ ନ ଥିବା ଦେଖିବାକୁ ମିଳିଥାଏ। ତେବେ ଆସନ୍ତୁ ଜାଣିବା ଏଥିରୁ ମୁକ୍ତି ପାଇବାର ସହଜ ଉପାୟ।
*ଯଦି କୌଣସି ଚର୍ମ ରୋଗରେ ଆକ୍ରାନ୍ତ ହୋଇଥାନ୍ତି, ତେବେ ଗେଣ୍ଡୁଫୁଲ ଆପଣଙ୍କ ପାଇଁ ବହୁତ ଲାଭଦାୟକ ହେବ। ଏଥିରେ ଆଣ୍ଟିଫଙ୍ଗଲ ଏବଂ ଆଣ୍ଟିବ୍ୟାକ୍ଟେରିଆଲ ଗୁଣ ରହିଥାଏ। ଯାହାକି ଦାଗ, କାଛୁ, କୁଣ୍ଡିଆକୁ ଭଲ କରିବାରେ ସହାୟକ ହୋଇଥାଏ।
*ଏହାକୁ ବ୍ୟବହାର କରିବା ପାଇଁ ପ୍ରଥମେ ଫୁଲର ଏକ ପେଷ୍ଟ ତିଆରି କରନ୍ତୁ ଏବଂ କୁଣ୍ଡେଇ ହେଉଥିବା ସ୍ଥାନରେ ଏହାକୁ ଲଗାନ୍ତୁ। କିଛି ସମୟ ପରେ ଏହା ଶୁଖିଗଲେ ଥଣ୍ଡା ପାଣିରେ ତାକୁ ଧୋଇଦିଅନ୍ତୁ।
*ଏହି ପେଷ୍ଟକୁ ସକାଳେ ଏବଂ ସନ୍ଧ୍ୟାରେ ଲଗାନ୍ତୁ। ଏଥିସହ ସଫାସୁତୁରା ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ। ଦେଖିବେ କିଛି ଦିନ ଭିତରେ ଆପଣଙ୍କ ଚର୍ମ ରୋଗ ଭଲ ହୋଇଯିବ। ତେବେ ଏହି ପ୍ରୟୋଗ ଦ୍ୱାରା କୌଣସି ପ୍ରକାର ପାର୍ଶ୍ୱ ପ୍ରତିକ୍ରିୟା ହୋଇ ନ ଥାଏ।


Enter your email to get our daily news in your inbox.

All Right Reserved By Dharitri.Com

୨୪ ସପ୍ତାହରେ ବି ଗର୍ଭପାତ କରିପାରିବେ ମହିଳା: କ୍ୟାବିନେଟ୍‌ ମଞ୍ଜୁରୀ

ନୂଆଦିଲ୍ଲୀ,୨୯।୧: ଏଣିକି ମହିଳାମାନେ ୨୪ ସପ୍ତାହରେ ମଧ୍ୟ ଗର୍ଭପାତ କରିପାରିବେ। ଏସମ୍ପର୍କିତ ଏକ ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ୍‌ରେ ମଞ୍ଜୁରୀ ମିଳିଛି। ୧୯୭୧ ମେଡିକାଲ...

ବାଡ଼ ଖାଉଛି କ୍ଷେତ: ହାଫିଜ୍‌ ସଇଦ୍‌ଙ୍କୁ ପାଣ୍ଠି ଯୋଗାଣ ମାମଲାରେ ୩ ଏନ୍‌ଆଇଏ ଅଧିକାରୀଙ୍କ ବିରୋଧରେ କୋଟି କୋଟି ଟଙ୍କାର ଲାଞ୍ଚ ଅଭିଯୋଗ

ନୂଆଦିଲ୍ଲୀ,୨୦।୮: ଦେଶର ଆଇନ ବ୍ୟବସ୍ଥା ନେଇ ସାଧାରଣରେ ପ୍ରଶ୍ନ ଉଠିବାରେ ଲାଗିଛି। ବାଡ଼ କ୍ଷେତକୁ ଜଗିବା ବଦଳରେ ଖାଇ ଚାଲିିଛି। ଏବେ ଆତଙ୍କବାଦୀ ହାଫିଜ୍‌ ସଇଦ୍‌ଙ୍କୁ...

ରାମମନ୍ଦିର ଆନ୍ଦୋଳନର ୪ ମହାରଥୀ ଏବେ ରାଜନୀତିରୁ ଦୂରରେ

ନୂଆଦିଲ୍ଲୀ, ୪।୮: ରାମମନ୍ଦିରର ଭୂମି ପୂଜନ ହେବାକୁ ଆଉ କିଛି ଘଣ୍ଟା ବାକି ରହିଛି। ବୁଧବାର ମଧ୍ୟାହ୍ନ ୧୨ଟା ୧୫ରେ ଭୂମି ପୂଜନ କାର୍ଯ୍ୟର ଶୁଭାରମ୍ଭ...

ହାଇଡ୍ରୋକ୍ସିକ୍ଲୋରୋକୁଇନରେ ସବୁର ଚିକିତ୍ସା ସମ୍ଭବ ନୁହେଁ: ଏମ୍ସ ନିର୍ଦ୍ଦେଶକ

ନୂଆଦିଲ୍ଲୀ,୧୨।୪: ବର୍ତ୍ତମାନ ସମୟରେ ସାରା ବିଶ୍ୱ କରୋନାକୁ ହରାଇବାରେ ଲାଗି ପଡିଥିବା ବେଳେ ଏପର୍ଯ୍ୟନ୍ତ ଏହାପାଇଁ କୌଣସି ସଠିକ ଔଷଧ ମିଳିପାରି ନାହିଁ। ତେବେ ଏହାର...

ମଦ ହୋମ୍‌ ଡେଲିଭରି ପାଇଁ ବିଚାର କର

ନୂଆଦିଲ୍ଲୀ,୯ା୫(ପି.ଟି.): ଲକ୍‌ଡାଉନ୍‌ ଯୋଗୁ ମଦ ବିକ୍ରି ବନ୍ଦ ଥିବାବେଳେ ଗତ ୪ ତାରିଖରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏହାକୁ ସସର୍ତ୍ତ ଅନୁମତି ମିଳିଥିଲା। ଫଳରେ ୪୦...

କରୋନାଭାଇରସ୍‌ ଭୟ ସତ୍ତ୍ୱେ ଚାଇନା ଯୁବତୀଙ୍କୁ ବିବାହ କଲେ ଭାରତୀୟ ଯୁବକ

ଭୋପାଳ,୩।୨: କଥାରେ ଅଛି ପ୍ରେମ କି ଜାଣେ ବାଧା ବନ୍ଧନ। ଏହି ଉକ୍ତିଟିର ସଫଳ ରୂପାୟନ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶରେ। ମଧ୍ୟପ୍ରଦେଶ ମନ୍ଦସୌର ଜିଲାରେ ରହୁଥିବା...

ମୁଖ୍ୟମନ୍ତ୍ରୀଙ୍କ ପୋଷା କୁକୁରର ମୃତ୍ୟୁ, ଡାକ୍ତରଙ୍କ ନାଁରେ ମାମଲା ରୁଜୁ

ହାଇଦ୍ରାବାଦ୍‌,୧୫।୯:ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ଏକ ପୋଷା କୁକୁରର ମୃତ୍ୟୁ ଘଟିଛି। ସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି, ପୋଲିସ କୁକୁରକୁ ଚିକିତ୍ସା କରୁଥିବା ପଶୁ...

ଗଡସେଙ୍କୁ ଆତଙ୍କବାଦୀ କହି କିଛି ଭୁଲ କରିନି, ଗିରଫକୁ ଭୟ ନାହିଁ: କମଲ ହାସନ

ଚେନ୍ନାଇ, ୧୭।୫: ରାଷ୍ଟ୍ର ପିତା ମହାତ୍ମା ଗାନ୍ଧୀଙ୍କ ହତ୍ୟାକରୀଙ୍କୁ ଆତଙ୍କବାଦୀ କହି ବିବାଦ ଘେରକୁ ଆସିଥିବା ଅଭିନେତା କମଲ ହାସନ ଏନେଇ ସଫେଇ ଦେଇଛନ୍ତି। ସେ...

Coronavirus Update


Archives

Model This Week

Why Dharitri