ଗୁଳି ଫୁଟାଇ ଫାଇନାନ୍ସ କର୍ମଚାରୀଙ୍କଠାରୁ ଟଙ୍କା ଲୁଟ୍‌ ଉଦ୍ୟମ

ବାହାନଗା/ସୋର, ୨୮।୧୧(ଡି.ଏନ୍‌.ଏ.)- ବାଲେଶ୍ୱର ଜିଲା ସୋର ଥାନା ଅନ୍ତର୍ଗତ ଜାତୀୟ ରାଜପଥ ନାୟକ ବନ୍ଧ ଛକରେ ବୁଧବାର ମଧ୍ୟାହ୍ନରେ ୩ ଜଣ ଡକାୟତ ବାଇକ୍‌ରେ ଆସି ଗୁଳି ଫୁଟାଇ ଏକ ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କଠାରୁ ଟଙ୍କା ଲୁଟ୍‌ ଉଦ୍ୟମ କରିଥିବା ନେଇ ସୋର ଥାନାରେ ଅଭିଯୋଗ ହୋଇଛି। ଡକାୟତମାନେ ଘଟଣାସ୍ଥଳରେ ୫ ରାଉଣ୍ଡ ଗୁଳି ଫୁଟାଇଥିବା କୁହାଯାଉଛି। ଗୁଳିକାଣ୍ଡ ବେଳେ ଭୟଭୀତ ହୋଇ ଫାଇନାନ୍ସ କମ୍ପାନୀ କର୍ମଚାରୀ ତଳେ ପଡିଯାଇଥିଲେ। ଏହି ସମୟରେ ସ୍ଥାନୀୟ ଲୋକେ ଆସି ପହଞ୍ଚିଯିବାରୁ ଡକାୟତମାନେ ଟଙ୍କା ଲୁଟି ନେଇ ନ ପାରି କଳା ପଲସର ସମେତ ଅନ୍ୟ ଜଣେ ବାଇକ୍‌ ଆରୋହୀଙ୍କ ଗାଡି ଛଡାଇନେଇ୧୬ ନମ୍ବର ଜାତୀୟ ରାଜପଥ ଆଡକୁ ପଳାଇ ଯାଇଥିଲେ। ଖବର ପାଇ ଏସ୍‌ଡିପିଓ ପ୍ରଭାଷ ଚନ୍ଦ୍ର ପାଲ ଘଟଣାସ୍ଥଳକୁ ଆସି ତଦନ୍ତ କରୁଛନ୍ତି।
ଉଲ୍ଲେଖନୀୟ ଯେ, ସୋର ସ୍ଥିତ ଏକ ଫାଇନାନ୍ସ କମ୍ପାନୀ ଶାଖା କର୍ମଚାରୀ ସନ୍ତୋଷ କୁମାର ସାହୁ ଅନ୍ୟ ଜଣେ ସହକର୍ମୀଙ୍କ ସହ ଦାଣ୍ଡହରିପୁର ଅଞ୍ଚଳକୁ ଯାଇ ଗ୍ରୁପ୍‌ ସଦସ୍ୟାଙ୍କ ଠାରୁ ପ୍ରାୟ ଦେଢ ଲକ୍ଷ ଟଙ୍କା ଆଦାୟ କରି ଫେରୁଥିଲେ। ୩ ଜଣ ଡକାୟତ ଏକ କଳା ରଙ୍ଗର ପଲସର୍‌ ବାଇକ୍‌ରେ ସେମାନଙ୍କୁ ପିଛା କରି ‘ନାୟକ ବନ୍ଧ’ ଛକରେ ଅଟକାଇଥିଲେ। ପରେ ଚଳାଇଥିବା ୫ ରାଉଣ୍ଡ ଗୁଳି ମଧ୍ୟରୁ ଗୋଟିଏ ଗୁଳି ଫାଇନାନ୍ସ କର୍ମଚାରୀଙ୍କ ବାଇକ୍‌ରେ ବାଜିଥିବା କୁହାଯାଉଛି। ଏ ନେଇ ପୋଲିସ ତନାଘନା ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଆଁ ଲଗାଇଲେ କଡ଼ା କାର୍ଯ୍ୟାନୁଷ୍ଠାନ

ବାରିପଦା ଅଫିସ,୧୬।୩ – ଜୈବ ମଣ୍ଡଳ ଶିମିଳିପାଳ ଓ ଆଖପାଖ ସଂରକ୍ଷିତ ଜଙ୍ଗଲକୁ ବନାଗ୍ନିରୁ ସୁରକ୍ଷା ନିମନ୍ତେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଏକ ବୈଠକ ମଙ୍ଗଳବାର...

ଜଙ୍ଗଲରୁ ଗଛ କାଟି ବନ୍ଧରେ ଲଗାଯାଇଛିି

ପଟ୍ଟାମୁଣ୍ଡାଇ,୧୯ା୧୧(ସ୍ବ.ପ୍ର.): ତଟାଞ୍ଚଳକୁ ସୁରକ୍ଷା ଦେବାକୁ ସରକାର ଲୁଣା ନଦୀ ବନ୍ଧଗୁଡ଼ିକର ମରାମତି, ପଥର ପ୍ୟାକିଂ ଓ ପ୍ରଶସ୍ତୀକରଣ ବାବଦକୁ ଅର୍ଥ ଖର୍ଚ୍ଚ କରୁଛନ୍ତି। ହେଲେ ଯେଉଁ...

ପିକ୍‌ଅପ୍‌ ଧକ୍କାରେ ଚାଲିଗଲା ଛାତ୍ରଙ୍କ ଜୀବନ

ଝାରବନ୍ଧ,୨୧ା୮(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଜୁନିୟର କଲେଜର ଜଣେ ଛାତ୍ର ସୋମବାର ୟୁନିଟ୍‌ ଟେଷ୍ଟ ପରୀକ୍ଷା ଦେଇ ଘରକୁ ଫେରୁଥିବା ବେଳେ ସଡ଼କ ଦୁର୍ଘଟଣାରେ...

ଆଜି ଶ୍ରୀକ୍ଷେତ୍ର ଭଉଁରୀ: ଶ୍ରୀମନ୍ଦିର ଭିତରେ ହେବ ବିଧି ରକ୍ଷା

ପୁରୀ ଅଫିସ,୧୫।୫: ଶୁକ୍ରବାର ଶ୍ରୀକ୍ଷେତ୍ର ଭଉଁରୀ। ହେଲେ ଏଥର ଭଉଁରି ଯାତରେ ୨୧ ଘେରା ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳିବେନି ଠାକୁର। ଶ୍ରୀମନ୍ଦିର ଭିତରେ ହିଁ...

ଲୁଣା ନଦୀରୁ ମୃତ ଥଣ୍ଟିଆ କୁମ୍ଭୀର ଉଦ୍ଧାର

ମହାକାଳପଡ଼ା,୫|୪(ଡି.ଏନ୍.ଏ.)- କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜୟଚନ୍ଦ୍ରପୁର ଗ୍ରାମ ନିକଟ ଲୁଣା ନଦୀ ଗାଧୁଆ ତୁଠରୁ ଚାରି ଫୁଟ ଲମ୍ବର ମୃତ ଥଣ୍ଟିଆ କୁମ୍ଭୀରକୁ ଲୋକେ...

ଆଖୁ ଖାଇବାକୁ ଆସି ଫସିଲା ଭାଲୁ

ଅନୁଗୋଳ ଅଫିସ,୮।୧୨: ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଝିଣ୍ଟିପାଳ ଗାଁକୁ ଆଖୁ ଖାଇବାକୁ ଆସି ଏକ ଭାଲୁ କୂଅରେ ଖସି ପଡିଥିଲା । ଗାଁର କିଛି...

ଭିତରକନିକାକୁ ଚାରିଆଡୁ ବିପଦ

କେନ୍ଦ୍ରାପଡ଼ା ଅଫିସ, ୨୩ା୧୨:ପ୍ରକୃତିର ବିସ୍ମୟ ଭିତରକନିକା। ଏହାର ଜୈବ ବିବିଧତା, ସାମୁଦ୍ରିକ ଓ ବନ୍ୟପ୍ରାଣୀ, ଦେଶୀ ବିଦେଶୀ ପକ୍ଷୀ ସମ୍ପର୍କରେ ଦେଶ ବିଦେଶରେ ଅବଗତ। ଏହାକୁ...

ଏଣିକି ଶତ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ ହାଇକୋର୍ଟ

କଟକ ଅଫିସ,୪।୨: ଓଡ଼ଶା ହାଇକୋର୍ଟ ଉଭୟ ଭର୍ଚୁଆଲ ଓ ଫିଜିକାଲ ମୋଡ୍‌ରେ ଚାଲିବା ନେଇ ନିଷ୍ପତ୍ତି ନିଆଯାଇଛି। ଏଣିକି ଶତ ପ୍ରତିଶତ କର୍ମଚାରୀଙ୍କୁ ନେଇ ହାଇକୋର୍ଟ...

Advertisement
Archives

Model This Week