ଗୁରୁତ୍ୱ ହରାଇଛି ଦୋଳସାହି ହାଟ, ପଡ଼ିଆ ଫାଙ୍କା

ତିହିଡ଼ି,୨୨ା୧୦(ଡି.ଏନ.ଏ.)-ଏକଦା ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ଦୋଳସାହି ଗୋରୁହାଟ ଅଞ୍ଚଳରେ ପ୍ରସିଦ୍ଧି ଲାଭ କରିଥିଲା। ପ୍ରତି ମଙ୍ଗଳବାର ହାଟପାଳିରେ ରାତି ପର୍ଯ୍ୟନ୍ତ ଗହଳଚହଳ ଲାଗି ରହୁଥିଲା। ଗୋରୁ ବେପାରୀ ଓ ଗୋପାଳକଙ୍କ ସମେତ ବ୍ୟବସାୟିକ ଭିତ୍ତିଭୂମି ନେଇ ଏହି ହାଟ ଅଞ୍ଚଳବାସୀଙ୍କ ଲାଗି ଗୁରୁତ୍ୱ ରଖୁଥିଲା। ଏବେକାର ସ୍ଥିତି ବଦଳିଯାଇଛି। ହାଟପାଳିରେ ବି ପଡ଼ିଆ ଫାଙ୍କା ପଡୁୁଛି। ଅଳ୍ପ କେତେକ ବେପାରୀ ନାମକୁ ମାତ୍ର ହାଟକୁ ଆସି ଘଣ୍ଟାଏ ଭିତରେ ଚାଲିଯାଉଛନ୍ତି। ବଳଦ କିଣାବିକା କାରବାର ହ୍ରାସ ଯୋଗୁ ଉକ୍ତ ହାଟ ଏକପ୍ରକାର ବନ୍ଦ ହୋଇଯିବାକୁ ବସିଛି।  ସ୍ଥାନୀୟ ଅଞ୍ଚଳବାସୀ କହିଛନ୍ତି ଯେ, ଚାଷ କାର୍ଯ୍ୟରେ ଏବେ ଆଗ ଭଳି ଆଉ ବଳଦଙ୍କ ବ୍ୟବହାର ଦେଖିବାକୁ ମିଳୁନାହିଁ । ଟ୍ରାକ୍ଟର ଓ ପାୱାର ଟିଲରେ ଚାଷ କରାଯାଉଛି।

ଏଥିଲାଗି ବଳଦ ଓ ଦାମୁଡ଼ି କିଣାବିକା କାରବାର ହେଉନାହିଁ ା ପୂର୍ବରୁ ଭଦ୍ରକ, ତିହିଡ଼ି, ଚାନ୍ଦବାଲି ବ୍ଲକ ସମେତ ପଡ଼ୋଶୀ କେନ୍ଦ୍ରାପଡ଼ା ଜିଲାର ରାଜକନିକା, ଓଳାଭର ଆଦି ଅଞ୍ଚଳରୁ ଗୋରୁବେପାରୀ ଗୋରୁ ନେଇ ଏହି ହାଟକୁ ଆସୁଥିଲେ। ଚାଷୀମାନେ ବଳଦ କିଣିବାକୁ ଆସି ହାଟରେ ଭିଡ଼ ଜମାଉଥିଲେ। ଏପରିକି ଶଗଡ଼ ପାଇଁ ଉନ୍ନତ କିସମର ବଳଦ କିଣାଯାଉଥିଲା। ଡିସେମ୍ବରଠାରୁ ଜୁନ୍‌ ପର୍ଯ୍ୟନ୍ତ ଭଲ ବ୍ୟବସାୟ ହେଉଥିଲା। ଗୋଚାଲାଣ ଉପରେ କଟକଣା ଜାରି ହେବା ପରେ ଅନେକ ବେପାରୀ ବ୍ୟବସାୟ ଛାଡ଼ି ଦେଲେଣି, ଯାହାର ପ୍ରଭାବ ଏହି ହାଟ ଉପରେ ପଡିଥିବା ବେପାରୀମାନେ କହିଛନ୍ତି।

ପ୍ରାଣୀ ବିଭାଗର ସୂଚନା ଅନୁଯାୟୀ ୨୦୧୨ରେ ତିହିଡ଼ି ବ୍ଲକରେ ପ୍ରାଣୀ ଗଣନା କରାଯାଇଥିଲା। ସେତେବେଳେ ବ୍ଲକରେ ମୋଟ ଗୋରୁଙ୍କ ସଂଖ୍ୟା ଥିଲା ୪୭,୪୬୦। ଗତ ୭ ବର୍ଷ ମଧ୍ୟରେ ବଳଦ ସଂଖ୍ୟା କମିଥିଲେ ବି ଗାଈ ସଂଖ୍ୟା ବୃଦ୍ଧି ପାଇଥିବାରୁ ମୋଟ ସଂଖ୍ୟା ୫୦ ହଜାର ହେବ ବୋଲି ବିଭାଗ ପକ୍ଷରୁ କୁହାଯାଉଛି। ଏ ସମ୍ପର୍କରେ ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀ ରଞ୍ଜନ କୁମାର ଦାସଙ୍କୁ ପଚାରିବାରୁ ଗୋରୁ ବ୍ୟବସାୟରେ କଟକଣା ଏବଂ ଆଧୁନିକ ପଦ୍ଧତିରେ ଚାଷକାର୍ଯ୍ୟ ହେବା ଯୋଗୁ ଦୋଳସାହି ଗୋରୁହାଟ ଗୁରୁତ୍ୱ ହରାଇ ବସିଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତିଷ୍ଠିତ ବ୍ୟବସାୟୀଙ୍କୁ ଅପହରଣ, ଲୋକେସନ୍‌ ଟ୍ରାକ୍‌ କରି ତନାଘନା ଚଳାଇଛି ପୋଲିସ

ବଲାଙ୍ଗୀର,୧୫ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ଜଣାଶୁଣା ବ୍ୟବସାୟୀ ନରେନ୍ଦ୍ର ସାହୁ (ଗୁଣ୍ଡା)ଙ୍କୁ କିଛି ଲୋକ ଅପହରଣ କରିଥିବା ପରିବାର ଲୋକେ ସନ୍ଦେହ କରି ବଲାଙ୍ଗୀର ଟାଉନ ଥାନାରେ…

ଉତ୍କଳ ଗୌରବ ମଧୁସୂଦନ ଦାସ ଉଚ୍ଚ ବିଦ୍ୟାଳୟରେ ଫରଫର ଉଡ଼ିଲା ତ୍ରିରଙ୍ଗା, ଦେଶପ୍ରେମୀଙ୍କ ବଳିଦାନ ପାଇଁ ଆଜି…

ଦାରିଙ୍ଗବାଡ଼ି,୧୫ା୮(ଅରୁଣ ସାହୁ): ଦେଶ ଆଜି ପାଳୁଛି ୮୦ତମ ସ୍ବାଧୀନତା ଦିବସ। ଏଥିପାଇଁ ପଲ୍ଲୀଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଉତ୍ସବ ମୁଖର ହୋଇପଡ଼ିଛି। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି…

ଯୁବଗୋଷ୍ଠୀ ହିଁ ଆମ ରାଷ୍ଟ୍ରର ମହାନ ଶକ୍ତି: ଉପମୁଖ୍ୟମନ୍ତ୍ରୀ

ସୁନ୍ଦରଗଡ,୧୫।୮(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଜିଲା ସଦରମହଟୁମାରେ ୮୦ତମ ସ୍ବାଧୀନତା ଦିବସ ସମାରୋହ ହର୍ଷଉଲ୍ଲାସ ମଧ୍ୟରେ ପାଳିତ ହୋଇଯାଇଛି। ସୁନ୍ଦରଗଡ ସରକାରୀ ମହାବିଦ୍ୟାଳୟ ସମ୍ମୁଖ ଯାତରା ପଡିଆଠାରେ…

ବିଭିନ୍ନ ସ୍ଥାନରେ ସ୍ବାଧୀନତା ଦିବସ ପାଳିତ: କୃତୀ ପ୍ରତିଯୋଗୀ ପୁରସ୍କୃତ

ଭଞ୍ଜନଗର, ୧୫।୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡ଼ିଆରେ ଶନିବାର ଉପଖଣ୍ଡସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଭଞ୍ଜନଗର ଉପଜିଲାପାଳ ଉମାଶଙ୍କର ବେହେରା…

ତ୍ରିରଙ୍ଗା ଉଡ଼ାଇଲେ ମୁଖ୍ୟମନ୍ତ୍ରୀ: କହିଲେ, ମୋଦିଙ୍କ ହାତରେ ଦେଶ ଆଜି ସୁରକ୍ଷିତ

ଭୁବନେଶ୍ୱର,୧୫।୮: ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ୮୦ତମ ସ୍ବାଧୀନତା ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଜାତୀୟ ପତାକା ଉତ୍ତୋଳନ କକରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ…

ସାଇବର ଠକେଇରୁ କେମିତି ରହିବେ ସୁରକ୍ଷିତ: ‘ସାଇବର ସେଫ୍ଟି କ୍ୟାମ୍ପେନ ଓଡ଼ିଶା-୨୦୨୬’ ପାଳିତ

କେସିଙ୍ଗା, ୧୫/୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଆଦର୍ଶ ଥାନା ପକ୍ଷରୁ ‘ସାଇବର ସେଫ୍ଟି କ୍ୟାମ୍ପେନ ଓଡ଼ିଶା-୨୦୨୬’ ଅବସରରେ ଏକ ସାଇବର ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି।…

ସରକାରୀ ପୋଲ ପୋତି ଦେବାରୁ ରାସ୍ତାରେ ଜମୁଛି ପାଣି: ବିପଦ ଆଶଙ୍କା

କେସିଙ୍ଗା, ୧୫/୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ତାଲଭଅଁରା ସାହାଜପାଟି ଗ୍ରାମ ନିକଟ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କରେ ଥିବା ସରକାରୀ ପୋଲକୁ ମାଟି ପକାଇ…

ପତାକା ଉତ୍ତୋଳନ ପାଇଁ ଲୁହା ପାଇପ୍‌ ଆଣୁଥିଲେ ଶିକ୍ଷକ, ବାଜିଲା ବିଦ୍ୟୁତ ତାର: ଆଉ ତା’ପରେ ଘଟିଲା…

ସିମୁଳିଆ, ୧୫।୮(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ମଇତାପୁର ଅଞ୍ଚଳରେ ପ୍ରତିଷ୍ଠିତ ରୟାଲ ହାଇସ୍କୁଲ ଓ ରୟାଲ ପବ୍ଲିକ ସ୍କୁଲ ନାମକ ଏକ ଘରୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri