Posted inଜାତୀୟ

ଗୁରମିତ୍‌ ରାମରହିମଙ୍କ ସମର୍ଥନରେ ବାହାରିଲେ ହରିୟାଣା ସରକାର

ଚଣ୍ଡିଗଡ, ୨୬।୬:ବଳାତ୍କାର ମାମଲାରେ ଜେଲଦଣ୍ଡ ଭୋଗୁଥିବା ରାମ ରହିମ ୪୨ ଦିନ ପାରୋଲରେ ଯିବା ପାଇଁ ଆବେଦନ କରିବା ପରେ ହରିୟାଣାରେ ରାଜନୈତିକ ପାଣିପାଗ ଉଷ୍ମ ହୋଇଛି। ରାମ ରହିମଙ୍କୁ ହରିୟାଣା ସରକାର ସମର୍ଥନ କରୁଛନ୍ତି। ହାଇକୋର୍ଟ ତାଙ୍କ ଜାମିନ ଆବେଦନ ଖାରଜ କରିବା ପରେ ରାଜ୍ୟ ସରକାର ତାଙ୍କୁ ସମର୍ଥନ କରିବାକୁ ନେଇ ଏବେ ପ୍ରଶ୍ନ ଉଠିଛି। ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର କହିଛନ୍ତି, କିଛି ନ୍ୟାୟିକ ପଦ୍ଧତି ରହିଛି। ତାହା ଅନୁଯାୟୀ ଯଦି ଜଣେ ବ୍ୟକ୍ତିଙ୍କର ଜେଲରୁ ପାରୋଲରେ ଯିବାର ଅଧିକାର ଥାଏ, ତେବେ ସେ ଯାଇପାରିବେ। ରାମ ରହିମ ଜେଲରେ ଉତ୍ତମ ବ୍ୟବହାର ଦେଖାଇ ଥିବାରୁ ପାରୋଲ ତାଙ୍କର ଅଧିକାର ବୋଲି କ୍ୟାବିନେଟ ମନ୍ତ୍ରୀ ଅନିଲ ଭିଜ କହିଛନ୍ତି। ସୂଚନାଯୋଗ୍ୟ, ବଳାତ୍କାର ଘଟଣାରେ ରୋହତକର ସୁନାରିଆ ଜେଲରେ ଦଣ୍ଡାଦେଶ ଭୋଗୁଥିବା ରାମ ରହିମ କୃଷି କାର୍ଯ୍ୟ ପାଇଁ ୪୨ ଦିନ ପାଇଁ ପାରୋଲରେ ଯିବାକୁ ଚାହୁଁଛନ୍ତି। ସୁରକ୍ଷା ଦୃଷ୍ଟିକୋଣରୁ ହାଇକୋର୍ଟ ତାଙ୍କ ଜାମିନ ଆବେଦନକୁ ପୂର୍ବରୁ ଖାରଜ କରିଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ଦ୍ଦାର ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ,୩୧।୧୦: ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କର ୧୪୫ ତମ ଜନ୍ମ ବାର୍ଷିକୀରେ ଦେଶ ଶ୍ରଦ୍ଧାଞ୍ଜଳି ଦେଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, ସ୍ବରାଷ୍ଟ୍ରମନ୍ତ୍ରୀ...

ଦିଲ୍ଲୀ ବିଧାନସଭାରେ ରାତି କାଟିବେ ଏଏପିର ସମସ୍ତ ବିଧାୟକ, ଉପରାଜ୍ୟପାଳଙ୍କୁ କରିବେ ବିରୋଧ

ନୂଆଦିଲ୍ଲୀ,୨୯ ।୮: ଦିଲ୍ଲୀର ଆମ ଆଦମୀ ସରକାର ସ୍ୱୀକାର କରିଛି ଯେ ତାଙ୍କ ଦଳର ସମସ୍ତ ବିଧାୟକ ସୋମବାର ରାତିରେ ବିଧାନସଭାରେ ରହିବେ ଓ ଉପରାଜ୍ୟପାଳଙ୍କ...

କର୍ନାଟକ ବିଧାନସଭା ଉପନିର୍ବାଚନ: ୫ ଡିସେମ୍ବରରେ ଭୋଟ ଗ୍ରହଣ; ନଭେମ୍ବର ୧୧ରୁ ଆଚରଣ ବିଧି ଲାଗୁ

ବେଙ୍ଗାଲୁରୁ,୧୦।୧୧: କର୍ନାଟକ ବିଧାନସଭା ଉପନିର୍ବାଚନ ପାଇଁ ରବିବାର ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟର ୧୫ଟି ବିଧାନସଭା ଆସନରେ ଡିସେମ୍ବର ୫ରେ ଭୋଟ ଗ୍ରହଣ କରାଯିବ। ଫଳାଫଳ...

ରାହୁଲ ଗାନ୍ଧୀ ଚାହୁଁଛନ୍ତି ରାସ୍ତାରେ ଲଢେଇ ହେଉ: ସମ୍ବିତ ପାତ୍ର

ନୂଆଦିଲ୍ଲୀ,୩।୨: କୃଷକ ଆନ୍ଦୋଳନକୁ ନେଇ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଉପରେ ଭାଜପା ବର୍ଷିଛି। ଭାଜପା ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି ଯେ, ରାହୁଲ ଗାନ୍ଧୀ...

ସ୍ତ୍ରୀଙ୍କ ପାଇଁ ତାଜମହଲ ଭଳି ଘର

ଭୋପାଳ,୨୨।୧୧: ମଧ୍ୟପ୍ରଦେଶର ବୁର୍ହାନପୁରର ଜଣେ ବସିନ୍ଦା ଆନନ୍ଦ ପ୍ରକାଶ ଚୋକସି ତାଙ୍କ ସ୍ତ୍ରୀ ମଞ୍ଜୁଶା ଚୋକସିଙ୍କୁ ଉପହାର ଆକାରରେ ଦେଇଛନ୍ତି ତାଜମହଲ ଭଳି ଘର। ୪...

ରୋଲେକ୍ସ ଘଣ୍ଟା ପାଇଁ ଅଟକିଲା ବିମାନବନ୍ଦରର ଚେକିଂ

ନୂଆଦିଲ୍ଲୀ,୩୦।୧୨: ବେଙ୍ଗାଲୁରୁର କେମ୍‌ପେଗୌଡ଼ା ବିମାନ ବନ୍ଦରରେ ସୁରକ୍ଷା ଯାଞ୍ଚ ପ୍ରକ୍ରିୟାରେ ବାଧକ ସାଜିଥିଲେ ଜଣେ ଯାତ୍ରୀ। ବାଧ୍ୟତାମୂଳକ ସୁରକ୍ଷା ଯାଞ୍ଚ ବେଳେ ଉକ୍ତ ଯାତ୍ରୀ ୪୦...

ଚାଇନା ପଠାଇଛି ଗୁପ୍ତଚର ଜାହାଜ

ନୂଆଦିଲ୍ଲୀ,୫ା୧୧: ଓଡ଼ିଶା ଉପକୂଳର ଅବ୍‌ଦୁଲ କଲାମ ଦ୍ୱୀପ (ହ୍ବିଲର ଦ୍ୱୀପ)ରୁ ଆସନ୍ତା ୧୦-୧୧ ତାରିଖରେ ଏକ କ୍ଷେପଣାସ୍ତ୍ର ପରୀକ୍ଷଣ କରାଯିବ, ଯାହାର ରେଞ୍ଜ ହେଉଛି ୨,୨୦୦...

ରାଲିର ପ୍ରଦର୍ଶନକାରୀଙ୍କୁ କୁକୁର ସହ ତୁଳନା କଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ

ହାଇଦ୍ରାବାଦ,୧୧ ।୨: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ବୁଧବାର ଏକ କାର୍ଯ୍ୟକ୍ରମରେ ପ୍ରଦର୍ଶନକାରୀଙ୍କ ତୁଳନା କୁକୁର ସହ କରି ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏଭଳି...

Advertisement
Archives

Model This Week