ଗୁପ୍ତଧନ ଲାଗି ଚାଲିଥିଲା ତନ୍ତ୍ରପୂଜା: ମହିଳାଙ୍କ ସମେତ ୬ ଅଟକ, ବେଲପାହାଡ଼ ପୋଲିସର ପଚରାଉଚରା

ବେଲପାହାଡ଼,୬।୬(ଡି.ଏନ୍‌.ଏ.)- ଝାରସୁଗୁଡ଼ା ଜିଲା ବେଲପାହାଡ଼ ଥାନା ପୋଲିସ ଗୁପ୍ତଧନ ପାଇଁ ତନ୍ତ୍ରପୂଜା କରୁଥିବା ଅଭିଯୋଗରେ ଜଣେ ମହିଳାଙ୍କ ସମେତ ୬ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଏମାନେ ଗତ ବୁଧବାର ରାତିରେ ଲିମଟିକିରା ଗାଁ ମୁଣ୍ଡରେ ଥିବା ଏକ ଭଙ୍ଗା ପରିତ୍ୟକ୍ତ ଗୃହରେ ପୂଜାର୍ଚ୍ଚନା କରୁଥିଲେ। ସେହି ସମୟରେ ଶିଶୁବଳି ଦିଆଯାଉଥିବା ଗୁଜବ ସୃଷ୍ଟି ହୋଇଥିଲା। ଉତ୍ତ୍ୟକ୍ତ ଗ୍ରାମବାସୀ ଘରକୁ ଘେରାଉ କରିବା ସହ ସେମାନଙ୍କୁ ମାଡ଼ ମାରିଥିଲେ। ପରେ ପୋଲିସ ପହଞ୍ଚି ଉକ୍ତ ୬ ଜଣଙ୍କୁ ଥାନାକୁ ଆଣିଥିଲା। ଅଟକଙ୍କ ମଧ୍ୟରେ ସମ୍ବଲପୁର ସିନ୍ଦୂରପଙ୍କ ବାଦୀପାଲି ଗାଁର ଜଣେ (ପୂଜକ), ଝାରସୁଗୁଡା ବଞ୍ଜାରି ଗାଁର ଜଣେ, ଘିଚାମୁରା ଗାଁର ଜଣେ, ରାଜପୁର କଣ୍ଟାପାଲି ଗାଁର ଜଣେ ବ୍ୟକ୍ତି ଓ ଗୁମାଡେରା ଗାଁର ଏକ ଦମ୍ପତି ରହିଛନ୍ତି। ପୂଜକ ଜଣକ ପୋଲିଓଗ୍ରସ୍ତ ହୋଇଥିବାରୁ ଲୋକଙ୍କ ମନରେ ଜଣେ ଶିଶୁଙ୍କୁ ବଳି ଦିଆଯାଉଥିବା ଭ୍ରମ ସୃଷ୍ଟି ହୋଇଥିଲା ବୋଲି ପୋଲିସ ସନ୍ଦେହ କରୁଛି ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କୁ ଗୁଳିକଲେ ସ୍ବାମୀ: ରେଢ଼ାଖୋଲର ଲାଣ୍ଡିମାଲ ଗାଁରେ ଚାଞ୍ଚଲ୍ୟ

ରେଢ଼ାଖୋଲ, ୭।୯: ସମ୍ବଲପୁର ଜିଲା ରେଢ଼ାଖୋଲ ଅଞ୍ଚଳରେ ପାରିବାରିକ କଳହକୁ କେନ୍ଦ୍ର କରି ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି।…

ଠକେଇ-ବ୍ଲାକ୍‌ମେଲିଂ ଘଟଣାର ପର୍ଦ୍ଦାଫାଶ: ଉତ୍ତରାଖଣ୍ଡରୁ ଦୁଇ ଅଭିଯୁକ୍ତଙ୍କୁ ଧରି…

ସମ୍ବଲପୁର,୬ା୯(ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ଘଟିଥିବା ଦୁଇଟି ପୃଥକ୍‌ ସାଇବର ଅପରାଧ ମାମଲାରେ ସାଇବର ପୋଲିସକୁ ବଡ଼ ସଫଳତା ମିଳିଛି। ଉତ୍ତରାଖଣ୍ଡରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା…

ସ୍ତ୍ରୀଙ୍କୁ ସନ୍ଦେହ ଚକ୍ଷୁରେ ଦେଖୁଥିଲେ ସ୍ବାମୀ, ନିର୍ମମ ଭାବେ ହତ୍ୟା କରିବା ପରେ…

ସମ୍ବଲପୁର,୬ା୯(ପ୍ରମୋଦ ବହିଦାର): ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ସେନ ପାର୍କ ନିକଟସ୍ଥ ପ୍ରାଣୀ ଚିକିତ୍ସାଳୟ ସମ୍ମୁଖରେ ଏକ ଅଭାବନୀୟ ତଥା ବର୍ବରୋଚିତ ହତ୍ୟାକାଣ୍ଡ ଘଟିଯାଇଛି। ଚରିତ୍ର ଉପରେ…

ନୂଆଁଖାଇ ଲଗ୍ନ ଧାର୍ଯ୍ୟ

ସମ୍ୱଲପୁର, ୬ା୯ (ବି.ଶଙ୍କର): ପରମ୍ପରା ଓ ରୀତିନୀତି ଅନୁସାରେ ପଶ୍ଚିମଓଡ଼ିଶାର କୃଷିଭିତ୍ତିକ ଗଣପର୍ୱ ନୂଆଁଖାଇ ପାଇଁ ଶନିବାର ଲଗ୍ନ ଧାର୍ଯ୍ୟ ହୋଇଛି। ଇଷ୍ଟ ଦେବୀ ସମଲେଇଙ୍କ ରାଶି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri