ଗୁଣ୍ଡିରିବାଡି, ତେନ୍ତୁଳିଆରେ ଲାଗିଲା ଟ୍ରାପ୍‌ କ୍ୟାମେରା

ଭଞ୍ଜନଗର,୭।୧୧(ଡି.ଏନ.ଏ)-ଗତମାସ ୯ ତାରିଖରେ ଜଗନ୍ନାଥପ୍ରସାଦ ରେଞ୍ଜ ଗୁଣ୍ଡିରିବାଡି ଗ୍ରାମ ନିକଟସ୍ଥ ଲଣ୍ଡେଇହିଲ୍‌ ପାହାଡ ନିକଟରୁ ଏକ ବାଘୁଣୀର ପାଦ ଚିହ୍ନ ମିଳିବାପରେ ଉକ୍ତ ଜଙ୍ଗଲରେ ବାଘ ଥିବା ପ୍ରମାଣ ମିଳିଥିଲା। ମାସେ ମଧ୍ୟରେ ବାଘୁଣୀଟି ଛାମୁଣ୍ଡା, କୁମୁଣ୍ଡା, ଲଣ୍ଡେଇହିଲ୍‌ ଅଞ୍ଚଳରେ ବୁଲୁଥିବା ପ୍ରମାଣ ମିଳିଛି। ବିଗତ କିଛିଦିନ ହେବ ଗୁଣ୍ଡିରିବାଡି ଓ ତେନ୍ତୁଳିଆ ଗ୍ରାମର କିଛି ଛେଳି ମରିବାକୁ ନେଇ ଲୋକେ ଆତଙ୍କିତ ହୋଇପଡିଛନ୍ତି। ସୋମବାର ରାତିରେ ଗୁଣ୍ଡିରିବାଡି ଗ୍ରାମବାସୀ ବାଘ ଗ୍ରାମକୁ ଆସିଥିବାର ଦାବି କରୁଛନ୍ତି। ବୁଧବାର ସକାଳେ ବନ ବିଭାଗ କର୍ମଚାରୀ ବାଘୁଣୀର ପାଦ ଚିହ୍ନକୁ ଲଣ୍ଡେଇହିଲ୍‌ରେ ଠାବ କରିଛନ୍ତି। ତେଣୁ ବାଘଟି ସେଠାରେ ହିଁ ଘୁରି ବୁଲୁଥିବା ଜଣାପଡିଛି। ତେଣୁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ସନ୍ଧ୍ୟା ହେଲେ ମେଳି ହୋଇ ଯିବାଆସିବା କରୁଛନ୍ତି। ଜଙ୍ଗଲକୁ ଛେଳି ଚରାଇ ନେବାକୁ ମଧ୍ୟ ଭୟ କରୁଛନ୍ତି। ଲୋକଙ୍କ ଭୟ ଦୂର ପାଇଁ ବନ ବିଭାଗ କର୍ମଚାରୀ ବୁଧବାର ଗୁଣ୍ଡିରିବାଡି ଓ ତେନ୍ତୁଳିଆରେ ଡେରା ପକାଇଛନ୍ତି। ୨ ଗ୍ରାମରେ ବୁଧବାର ସନ୍ଧ୍ୟାରେ ଟ୍ରାପ୍‌ କ୍ୟାମେରା ଲଗାଯାଇଛି। ଏନେଇ ରେଞ୍ଜର ଉମାକାନ୍ତ ଦାସଙ୍କ ସହ ଯୋଗାଯୋଗ କରିବାରୁ ସେ ଏଠାରେ କହିଛନ୍ତି ଯେ, ଲୋକେ ଭୟଭୀତ ହୁଅନ୍ତୁ ନାହିଁ। ବନ ବିଭାଗ କର୍ମଚାରୀ ୨୪ ଘଣ୍ଟିଆ ଉକ୍ତ ଦୁଇ ଗ୍ରାମରେ ପାଟ୍ରୋଲିଂ କରୁଛନ୍ତି। ଏଥିସହ ବାଘର ଗତିବିଧି ଉପରେ ନଜର ରଖିଛନ୍ତି ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଉଜଣେ କୋଭିଡ୍‌ ଯୋଦ୍ଧାଙ୍କ ପରଲୋକ

ପାଟଣା,୧୮।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲାର ବର୍ଷୀୟାନ ସଂଗଠକ ତଥା ଖବରଦାତା ଧୀରେନ କୁମାର ରାଉତଙ୍କର ରବିବାର ସକାଳେ ୬୨ ବର୍ଷ ବୟସରେ ପରଲୋକ ଘଟିଛି। କଟକ ସ୍ଥିତ...

ବର୍ଷାରେ ଭୁଶୁଡ଼ିଲା କାନ୍ଥ

ପାରଳାଖେମୁଣ୍ଡି,୧୧ା୧୦(ଡି.ଏନ୍‌.ଏ.): ଗଜପତି ଜିଲା ମୋହନା ଅଞ୍ଚଳରେ ଲଗାଣ ବର୍ଷାରେ ଜଣେ ବ୍ୟକ୍ତିଙ୍କ ଘର କାନ୍ଥ ଭୁଶୁଡ଼ି ପଡ଼ିଛି। ଏଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କ ପରିବାର ଲୋକେ ଅଳ୍ପକେ...

ଦିଗପହଣ୍ଡିରେ ଧର୍ମଘଟ ପ୍ରଭାବ: ଦୋକାନ ବଜାର ବନ୍ଦ , ପ୍ରତିବାଦ ସଭା

ଦିଗପହଣ୍ଡି,୨୬।୧୧(ଡି.ଏନ.ଏ.): କେନ୍ଦ୍ର ସରକାରଙ୍କ ଶ୍ରମିକ ଓ କୃଷକ ମାରଣ ନୀତି ବିରୋଧରେ ଗୁରୁବାର ସର୍ବଭାରତୀୟ ଶ୍ରମିକ ସଙ୍ଗଠନ ସମୂହ ପକ୍ଷରୁ ଡ଼ାକରା ଦିଆଯାଇଥିବା ଧର୍ମଘଟ ପ୍ରଭାବରେ...

ରାଜପଥ କଡ଼ରେ ଖୋଲାରହିବ ୮ ଢାବା

ବାରିପଦା ଅଫିସ, ୧ା୪- ଲକ୍‌ଡାଉନ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ନେବା ଆଣିବା ପାଇଁ ଜାତୀୟ ରାଜପଥରେ ଗାଡ଼ିମୋଟର ଚଳାଚଳ ହେଉଛି। ଏହାକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ...

ସାମୁଦ୍ରିକ ଥାନା ଜଳ ସୀମାକୁ ନେଇ ଦ୍ୱନ୍ଦ୍ୱ

ପାରାଦୀପ,୨ା୮(ସ୍ବ.ପ୍ର.): ପାରାଦୀପରେ ଦୁଇଟି ସାମୁଦ୍ରିକ ଥାନା ରହିଛି। ଗୋଟିଏ ହେଲା ନେହେରୁ ବଙ୍ଗଳାରେ ଥିବା ସାମୁଦ୍ରିକ ଥାନା ଓ ଅନ୍ୟଟି ହେଲା ନୂଆ ବଜାରସ୍ଥିତ ଜଟାଧାର...

ନାବାଳିକା ବଳାତ୍କାରୀଙ୍କୁ ୧୦ ବର୍ଷ ଜେଲ

କେନ୍ଦୁଝର, ୨୯ା୧(ସ୍ବ.ପ୍ର.): ସ୍ଥାନୀୟ ଅତିରିକ୍ତ ଜିଲା ଜଜ କମ ସ୍ପେଶାଲ ଜଜ ଲୋକନାଥ ସାହୁ ଏକ ନାବାଳିକା ବଳାତ୍କାର ମାମଲାର ଶୁଣାଣି କରି ବୁଧବାର ଦୋଷୀ...

ଡମ୍ପର ଧକ୍କାରେ ସାଇକେଲ ଆରୋହୀ ମୃତ, ରାସ୍ତାରୋକୋ, ଉତ୍ତେଜନା

ଭୋଗରାଇ, ୮।୩( ଡି.ଏନ୍‌.ଏ .): ବାଲେଶ୍ୱର ଜିଲା ଜଳେଶ୍ୱର-ଚନ୍ଦନେଶର ୫୭ ନମ୍ବର ରାଜ୍ୟ ରାଜପଥରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଭୋଗରାଇ ଥାନା ଅନନ୍ତପୁର...

ଭିକମାଗି ଜଗନ୍ନାଥ ମନ୍ଦିରକୁ ଲକ୍ଷେ ଟଙ୍କା ଦାନ କଲେ ମହିଳା

ଫୁଲବାଣୀ ଅଫିସ,୧୬।୧୨: ଜୀବନ ସାରା ଭିକ୍ଷା ମାଗି ଚଳିବା ଏବଂ ସେଥିରୁ ସଞ୍ଚିତ ୧ ଲକ୍ଷ ଟଙ୍କା ଜଗନ୍ନାଥ ମନ୍ଦିରକୁ ଦାନ କରିଛନ୍ତି ଜଣେ ମହିଳା।...

Advertisement
Archives

Model This Week