ଗୁଣପୁର ପଞ୍ଚାୟତ ସମିତି ବୈଠକ: ସମିତି ସଭ୍ୟ, ଜିଲାପରିଷଦ ସଭ୍ୟ ହାତାହାତି

ଗୁଣପୁର,୨୧।୮(ଡି.ଏନ୍‌.ଏ.): ଦୀର୍ଘ ୧୦ମାସ ପରେ ବୁଧବାର ଗୁଣପୁର ପଞ୍ଚାୟତ ସମିତି ବୈଠକ ବସିଥିଲା। ସ୍ଥାନୀୟ ଅଞ୍ଚଳର ବହୁ ଉନ୍ନୟନ ପ୍ରସଙ୍ଗ ଏଥିରେ ଆଲୋଚନା ହେବାର ଥିଲା। କିନ୍ତୁ କୋରମ ନ ଥାଇ ବିଡିଓ କିପରି ବୈଠକ କରୁଛନ୍ତି ବୋଲି ଅଭିଯୋଗ ଉଠାଇଥିଲେ ଜଣେ ସମିତି ସଭ୍ୟ। ଏଥିରୁ ସୃଷ୍ଟ ବିବାଦ ତେଜିବା ସହ ସମିତି ସଭ୍ୟ ଓ ଜିଲା ପରିଷଦ ସଭ୍ୟ ହାତାହାତି ହୋଇଛନ୍ତି। ଏବେ ଏହି ଗଣ୍ଡଗୋଳ ଥାନାରେ ପହଞ୍ଚତ୍ଛି।
ପ୍ରକାଶ ଯେ, ଗତ ଅକ୍ଟୋବର ୧୫ରେ ପଞ୍ଚାୟତ ସମିତି ବୈଠକ ହେବାର ଦୀର୍ଘ ୧୦ ମାସ ବ୍ୟବଧାନ ପରେ ବୁଧବାର ପୁଣିଥରେ ବୈଠକ ଡକାଯାଇଥିଲା। ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ, ବ୍ଲକ ଅଧ୍ୟକ୍ଷା ଦେବକୀ ଗମାଙ୍ଗ, ଜିଲା ପରିଷଦ ସଭ୍ୟ ଅଶ୍ୱିନୀ ଗମାଙ୍ଗ, ଭାରପ୍ରାପ୍ତ ବିଡିଓ ଅଗସ୍ତି ପ୍ରଧାନ, ବ୍ଲକ ସହକାରୀ ଯନ୍ତ୍ରୀ ଦୁର୍ଯ୍ୟୋଧନ ଜାନୀ, ଗ୍ରାମ୍ୟ ଜଳ ଓ ପରିମଳ ଯୋଜନା ସହକାରୀ ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ବେହେରା, ବ୍ଲକ କନିଷ୍ଠ ଯନ୍ତ୍ରୀ, ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ପତିତପାବନ ବିଶୋୟୀ ପ୍ରମୁଖ ବୈଠକରେ ଯୋଗ ଦେଇଥିଲେ। ସେମାନଙ୍କ ବ୍ୟତିତ ବ୍ଲକ ଅଧ୍ୟକ୍ଷା ତଥା ଟିଟିମିରି, ଜଲତାର, ଭୀମପୁର, ରେଗେଡା ଏବଂ କୁଲୁସିଂର ସମିତି ସଭ୍ୟମାନେ ମଧ୍ୟ ଯୋଗ ଦେଇଥିଲେ। ସେହିପରି ଶିରିଝୋଲି, କୁଲୁସିଂ, ପୁଟାସିଂ ଏବଂ ବାଗଶଳାର ସରପଞ୍ଚ ଏପରି ୪ ଜଣ ସରପଞ୍ଚମାନେ ଉପସ୍ଥିତ ଥିଲେ। ଗୁଣପୁର ବ୍ଲକର ୧୯ ସରପଞ୍ଚ ଏବଂ ସମିତି ସଭ୍ୟଙ୍କ ସଂଖ୍ୟା ୩୮ ହୋଇଥିବାବେଳେ ମାତ୍ର ୯ ଜଣ ଉପସ୍ଥିତ ଥିଲେ। ବିଡିଓ ବୈଠକ ଆରମ୍ଭ କରିବାରେ ବିଳମ୍ବ କରିବାରୁ ଅଧ୍ୟକ୍ଷା ଦେବକୀ ଗମାଙ୍ଗ ବ୍ୟକ୍ତିଗତ କାମ ଥିବା କହି ଚାଲି ଯାଇଥିଲେ। ଅଧ୍ୟକ୍ଷା ଯିବା ପରେ ଜିଲା ପରିଷଦ ସଭ୍ୟ ଅଶ୍ୱିନୀ ଗମାଙ୍ଗ କହିବାରୁ ବିଡିଓ ବୈଠକ ଆରମ୍ଭ କରିଥିଲେ। ବିଧାୟକ ପ୍ରାରମ୍ଭିକ ଅଭିଭାଷଣ ରଖିଥିଲେ। ଘନାନ୍ତ୍ରୀ ସମିତି ସଭ୍ୟ ଶ୍ରୀଧର ଶବର ହଠାତ୍‌ ପହଞ୍ଚତ୍ କୋରମ ନ ଥିବାବେଳେ ବୈଠକ କିପରି କରାଯାଉଛି ବୋଲି ପ୍ରଶ୍ନ କରିଥିଲେ। ଏହାକୁ ତୁରନ୍ତ ବାତିଲ କରିବାକୁ ସେ ଦାବି କରିଥିଲେ। ରେଗେଡା ସମିତି ସଭ୍ୟ ବାଳି ଗମାଙ୍ଗ ବୁଝାଶୁଝା କରିଥିଲେ ମଧ୍ୟ ଶ୍ରୀଧର ନିଜ ଜିଦ୍‌ରେ ଅଟଳ ରହିଥିଲେ। ଏହି ସମୟରେ ଜିଲା ପରିଷଦ ସଭ୍ୟ ଅଶ୍ୱିନୀ ଗମାଙ୍ଗ ଉତ୍‌କ୍ଷିପ୍ତ ହୋଇପଡି ଶ୍ରୀଧରଙ୍କୁ ମାଡ ମାରିବାରୁ ଉତ୍ତେଜନା ବଢିବା ସହ ଉଭୟ ହାତାହାତି ହୋଇଥିଲେ। ଶ୍ରୀଧର ଅଧିକାଂଶ ସମୟରେ ଏପରି ବିଭ୍ରାଟ ଏବଂ ଅଯଥାରେ ଗହଳି କରୁଛନ୍ତି ବୋଲି ଅଶ୍ୱିନୀ ଅଭିଯୋଗ କରିଥିଲେ। ପରିସ୍ଥିତି ଜଟିଳ ହେଉଥିବା ଲକ୍ଷ୍ୟ କରି ବିଡିଓ ଶେଷରେ ବୈଠକକୁ ଅଧାରେ ବାତିଲ କରିଥିଲେ। ଅଶ୍ୱିନୀଙ୍କ ନାମରେ ଶ୍ରୀଧର ଏତଲା ଦେଇଥିବା ଗୁଣପୁର ଥାନା ଆଇଆଇସି ରଶ୍ମୀରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି। ବିଡିଓଙ୍କ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ପାଇଁ ଏପରି ସ୍ଥିତି ଉପୁଜି ଥିଲା ବୋଲି ଅଭିଯୋଗ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?