Posted inଖେଳ

ଗୁଆଙ୍ଗ୍‌ଝୋଉ ଟିମ୍‌ରୁ ହାନ୍‌ଚାଓ ବହିଷ୍କୃତ

ସାଂଘାଇ, ୧୬ା୪ (ଏଏଫ୍‌ପି)-ଚାଇନିଜ ସୁପର ଲିଗ୍‌ ଚାମ୍ପିୟନ ଫୁଟ୍‌ବଲ ଟିମ୍‌ ଗୁଆଙ୍ଗ୍‌ଝୋଉ ଏଭରଗ୍ରେଣ୍ଡ୍‌ ଏହାର ଅନ୍ତର୍ଜାତୀୟ ଓ୍ବିଙ୍ଗର ୟୁ ହାନ୍‌ଚାଓଙ୍କୁ ଦଳରୁ ବହିଷ୍କାର କରିଛି। ନିଜର ମର୍ସିଡିଜ୍‌ ୪x୪ର ଲାଇସେନ୍ସ ପ୍ଲେଟ୍‌ ବଦଳ କରିଥିବାରୁ ଏହି ଖେଳାଳି ୧୫ ଦିନ ପୋଲିସ ହେପାଜତରେ ରହିବେ। ଇଟାଲିଆନ ବିଶ୍ୱକପ୍‌ ବିଜେତା ଫାବିଓ କାନାଭାରୋ ଗୁଆଙ୍ଗଝୋଉ ଦଳର ମ୍ୟାନେଜର ଅଛନ୍ତି। ସେ କହିଛନ୍ତି, ଖେଳାଳିମାନଙ୍କ ଲାଗି କ୍ଲବର ରହିଥିବା କଠୋର ନିୟମକୁ ୩୩ବର୍ଷୀୟ ହାନ୍‌ଚାଓ ଭଙ୍ଗ କରିଛନ୍ତି। ସଦର୍ନ ସିଟି ପୋଲିସ୍‌ ହାନ୍‌ଚାଓଙ୍କୁ ୧୫ଦିନ ହେପାଜତରେ ରଖିବା ବ୍ୟତୀତ ୫,୦୦୦ ୟୁଆନ୍‌(୭୦୦ ଆମେରିକୀୟ ଡଲାର) ଜରିମାନା କରିଛି। ଚାଇନା ତରଫରୁ ୫୯ ଟି ମ୍ୟାଚ ଖେଳି ଏହି ଅନ୍ତର୍ଜାତୀୟ ଓ୍ବିଙ୍ଗର ୯ଟି ଗୋଲ ସ୍କୋର କରିଛନ୍ତି। ସେ ତାଙ୍କ ରେଜିଷ୍ଟ୍ରେଶନ ପ୍ଲେଟ୍‌ରେ ଗୋଟିିଏ ଅକ୍ଷର ନିଜ ଇଚ୍ଛାରେ ପରିବର୍ତ୍ତନ କରିଥିଲେ। ନମ୍ବରପ୍ଲେଟ୍‌ରେ ଇଂଲିଶ ଅକ୍ଷର ‘ଇ’କୁ ବଦଳ କରି ‘ଏଫ୍‌’ କରିଦେଇଥିଲେ। ଟ୍ରାଫିକ୍‌ ସୁରକ୍ଷା ଆଇନ ଅନୁସାରେ ଏହା ବେଆଇନ। ସେ ଏପରି କାହିଁକି କରିଥିଲେ ତାହା ଜଣାପଡ଼ିନାହିଁ। ହାନ୍‌ଚାଓ ଗୁଆଙ୍ଗଝୋଉ ଦଳ ସହିତ କିନ୍ତୁ ଚାଇନିଜ୍‌ ସୁପର ଲିଗ୍‌ ୫ଥର ଏବଂ ଥରେ ଏଏଫ୍‌ସି ଚାମ୍ପିୟନ୍ସ ଲିଗ୍‌ ହାସଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

ମେସିଙ୍କ ଉପରେ ଖସିଲା ଦୁଃଖର ପାହାଡ଼: ଘଟିଗଲା ଏମିତି କିଛି…

ନୂଆଦିଲ୍ଲୀ,୨୩।୧୨: ଆର୍ଜେଣ୍ଟିନା ଫୁଟବଲ କିମ୍ବଦନ୍ତୀ ଲିଓନେଲ ମେସିଙ୍କ ଭଉଣୀ ମାରିଆ ସୋଲ ମିଆମିରେ ତାଙ୍କ ଏସ୍ୟୁଭି ଚଲାଉଥିବା ସମୟରେ ଏକ ଦୁର୍ଘଟଣାର ଶିକାର ହୋଇଛ୍‌ତି। ତାଙ୍କୁ...

କୋହଲିଙ୍କ ପ୍ରଶଂସକଙ୍କୁ ଲାଗିଲା ବଡ଼ ଝଟ୍‌କା: ଆଉ ଦେଖିପାରିବେନି…

ବେଙ୍ଗାଲୁରୁ,୨୩।୧୨: ବିଜୟ ହଜାରେ ଟ୍ରଫି ପୂର୍ବରୁ ବେଙ୍ଗାଲୁରୁର କ୍ରିକେଟ ପ୍ରେମୀଙ୍କ ପାଇଁ ନିରାଶାଜନକ ଖବର ଆସିଛି। ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଆଉ ଏମ. ଚିନ୍ନାସ୍ବାମୀ...

ଶୁଭମନ ଗିଲ ଏବଂ ଚୟନକର୍ତ୍ତାଙ୍କ ମଧ୍ୟରେ ହୋଇଥିଲା ବଡ଼ ଚୁକ୍ତି, ଅଧିନାୟକ ଭାବରେ ଫେରିବେ ଓପନର, ହେଲେ କିଏ ଥିଲେ ଏହାର ମଧ୍ୟସ୍ଥି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୧୨: ଭାରତୀୟ କ୍ରିକେଟର ପାୱାର କରିଡରରେ ପୁଣି ଥରେ ଏକ ବଡ଼ ହଇଚଇ ସୃଷ୍ଟି ହୋଇଛି। ଶୁବମନ ଗିଲଙ୍କ ନାମ ଅଧିନାୟକତ୍ୱ, ରାଜନୀତି ଏବଂ ବିଶ୍ୱସନୀୟତାର...

ଏହି କ୍ରିକେଟର୍‌ଙ୍କ ଜୀବନକୁ ବିପଦ: କିଣିଲେ ବୁଲେଟପ୍ରୁଫ କାର

ନୂଆଦିଲ୍ଲୀ,୨୨।୧୨: ତାଲିବାନ ଶାସିତ ଆଫଗାନିସ୍ତାନରେ ରଶିଦ ଖାନ ସୁରକ୍ଷିତ ଅନୁଭବ କରନ୍ତି ନାହିଁ। ସେ କେଭିନ ପିଟରସନଙ୍କ ସହିତ ଏକ ସାକ୍ଷାତକାରରେ ଏହା ପ୍ରକାଶ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri