ଫିରିଙ୍ଗିଆ,୧୦ା୮: ଗୋଟିଏ ବିଦ୍ୟାଳୟର ଶିକ୍ଷକ ଅନ୍ୟ ବିଦ୍ୟାଳୟକୁ ଯାଇ ସେଠାରେ ଥିବା ଶିକ୍ଷକ ଏବଂ ପିଲାମାନଙ୍କୁ ଗାଳି ଗୁଲଜ କରିବା ମହଙ୍ଗା ପଡିଛି ା ଏ ନେଇ ଫିରିଙ୍ଗିଆ ବ୍ଲକ ଶିକ୍ଷାଧିକାରୀଙ୍କ ପାଖରେ ଅଭିଯୋଗ ହେବାରୁ ସମ୍ପୃକ୍ତ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି। ସେ ହେଲେ ପାଦେରିପଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ସଞ୍ଜୟ କୁମାର ଦିଗାଲ। ମିଳିଥିବା ସୂଚନା ଅନୁଯାୟୀ, ଶିକ୍ଷକ ଦିଗାଲ କିଛିଦିନ ତଳେ ଡିଣ୍ଡିରାଗଁା ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯାଇଥିଲେ। ସେଠାରେ କିଛି କାରଣ ନ ଥାଇ ଶିକ୍ଷକମାନଙ୍କୁ ଗାଳି ଗୁଲଜ କରି ପିଲାମାନଙ୍କୁ ପଢ଼ାଇବାକୁ କହିଥିଲେ। ଘଟଣା ନେଇ ବିଇଓଙ୍କ ପାଖରେ ଅଭିଯୋଗ ହୋଇଥିଲା। ବିଇଓ ବିନୋଦ କୁମାର ଦିଗାଲ ତଦନ୍ତ ପରେ ସଞ୍ଜୟଙ୍କୁ ନିଲମ୍ବିତ କରିଛନ୍ତି। ଅନ୍ୟାଦେଶ ପର୍ଯ୍ୟନ୍ତ କରଣ୍ଡାଗଡ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯାଇ କାର୍ଯ୍ୟ କରିବାକୁ ନିର୍ଦ୍ଦେଶନାମାରେ ଉଲ୍ଲେଖ କରିଛନ୍ତି।

ଜିଲାସ୍ତରୀୟ କ୍ରୀଡ଼ା ମହୋତ୍ସବ: ଭାଗନେଲେ ୧୧ଶହ ପ୍ରତିଯୋଗୀ
ଫୁଲବାଣୀ ଅଫିସ,୩।୨: ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଆନୁକୂଲ୍ୟରେ ଶୁକ୍ରବାର ଫୁଲବାଣୀସ୍ଥିତ ବଇଡା ଦିନାରା ସିଂ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜିଲାସ୍ତରୀୟ କ୍ରୀଡ଼ା...

ମୃତକଙ୍କ ନାମରେ ଭତ୍ତା ଟଙ୍କା ହଡ଼ପ
ଦାରିଙ୍ଗବାଡ଼ି, ୨୬।୮(ଡି.ଏନ.ଏ)-ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳର ବିଭିନ୍ନ ପଞ୍ଚାୟତରେ ଦିନକୁ ଦିନ ଦୁର୍ନୀତି ବୃଦ୍ଧି ପାଉଥିବାବେଳେ ମୃତ ଲୋକଙ୍କ ନାମରେ ହଜାର ହଜାର ଟଙ୍କା ଚଳୁ କରାଯାଇଥିବା...
ଶ୍ରେଣୀଗୃହ ଅର୍ଥ ତୋସରପାତ ମାମଲା: ପ୍ରଧାନଶିକ୍ଷକଙ୍କୁ ୩ ବର୍ଷ ଜେଲ
ଫୁଲବାଣୀ ଅଫିସ, ୩୧ା୭ – ଏକ ଶ୍ରେଣୀଗୃହ ନିର୍ମାଣ ବାବଦ ଅର୍ଥ ତୋସରପାତ ମାମଲାର ବିଚାର କରି ମଙ୍ଗଳବାର ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍ ଭଗବାନ...
‘ସରକାରଙ୍କ ଯୋଜନା ଜାଣି ସୁବିଧା ନିଅ’
ଫୁଲବାଣୀ ଅଫିସ/ଫିରିଙ୍ଗିଆ, ୨୧ା୨- ସରକାର ଗରିବଙ୍କ ପାଇଁ ଅନେକ ଯୋଜନା କରିଛନ୍ତି। ଏସବୁ ଯୋଜନା ବିଷୟରେ ଗ୍ରାମାଞ୍ଚଳର ଆଦିବାସୀ ଏବଂ ପଛୁଆବର୍ଗର ଲୋକେ ଜାଣି ପାରୁନାହାନ୍ତି।...

ୱାଲ ପେଣ୍ଟିଂରେ ସୁନୀଲଙ୍କ କରୋନା ସଚେତନତା
ବାଲିଗୁଡା,୧ା୫(ଡି.ଏନ୍.ଏ.)- ବାଲିଗୁଡା ଉପଖଣ୍ଡ କ.ନୂଆଗାଁର ସୁନୀଲ ନାୟକ ନିଆରା ଢଙ୍ଗରେ କରୋନା ନେଇ ଲୋକଙ୍କୁ ସଚେତନ କରୁଛନ୍ତି। ଆର୍ଥିକ ସହାୟତା ପାଇଁ ସମର୍ଥ ନ ଥିଲେ...

୫୯ ପଞ୍ଚାୟତ ପୋଖରୀରେ ଏସ୍ଏଚ୍ଜି କରିବେ ମାଛଚାଷ
ଫୁଲବାଣୀ ଅଫିସ, ୨୩ା୮-ରାଜ୍ୟ ସରକାର ମହିଳା ସଶକ୍ତୀକରଣ ଉପରେ ଅଧିକ ପ୍ରାଧାନ୍ୟ ଦେଉଛନ୍ତି। ଏବେ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ଆର୍ଥିକ କ୍ଷେତ୍ରରେ ସ୍ବାବଲମ୍ବୀ କରିବା...

ବିଡିଓଙ୍କୁ ଦାୟିତ୍ୱରୁ ହଟାଇଲେ ଜିଲାପାଳ
ଦାରିଙ୍ଗବାଡ଼ି,୨୧।୩(ଡି.ଏନ୍.ଏ.): କନ୍ଧମାଳ ପ୍ରଶାସନ ପକ୍ଷରୁ କରୋନାକୁ ପ୍ରତିହତ କରିବା ପାଇଁ ଜିଲାରେ ୧୪୪ ଧାରା ଜାରି କରାଯାଇଛି। ଏଥିପାଇଁ ସମସ୍ତ ଦୋକାନବଜାର ବନ୍ଦ କରାଯିବା ସହ...

ଛୁଆହାତୀ ମୃତ୍ୟୁ ଘଟଣାରେ ୨ ଗିରଫ
ରାଇକିଆ,୧୬ା୧(ଡି.ଏନ.ଏ.): କନ୍ଧମାଳ ଜିଲା ରାଇକିଆ ବ୍ଲକର ବାରବା ରେଞ୍ଜରେ ଗତ ବୁଧବାର ଏକ ଛୁଆହାତୀର ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ବନ ବିଭାଗ ରବିବାର ୨...