ଗାନ୍ଧୀବାଦର ପ୍ରତୀକ…

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରିୟ ‘ଅରଟ’ର ସ୍ଥିତି ଏବେ ରାଜ୍ୟରେ ସଙ୍ଗିନ। ମିଳୁନି ଅରଟରେ ବ୍ୟବହୃତ କଞ୍ଚାମାଲ ‘ବଳଣା’। ପୁଣି ଅରଟରେ ସୂତା କାଟିବା ଲାଗି ଯୁବପିଢି ଆଗ୍ରହୀ ହେଉନାହାନ୍ତି। ବର୍ଷରେ ୫ରୁ ୬ଜଣ ଛାତ୍ରୀଛାତ୍ର ଅରଟରେ ସୂତା କାଟିବା ଲାଗି ଇଚ୍ଛା ପ୍ରକାଶ କରୁଥିବା ବେଳେ ଭବିଷ୍ୟତରେ ଏହି ପରମ୍ପରା ଲୋପ ପାଇଯିବ ବୋଲି ବିଶିଷ୍ଟ ଗାନ୍ଧୀବାଦୀ ନେତ୍ରୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ କନ୍ୟା କୃଷ୍ଣା ମହାନ୍ତି କହିଛନ୍ତି। ଅନୁଗୋଳସ୍ଥିତ ବାଜି ରାଉତ ଛାତ୍ରବାସରେ ସେ ଶିକ୍ଷାଦାନ କରୁଥିବା ବେଳେ ୭୩ତମ ସ୍ବାଧୀନତା ଦିବସ ଅବସରରେ ସେ କହିଛନ୍ତି, ରାଜ୍ୟରେ ଅରଟର ସ୍ଥିତି ସଙ୍ଗିନ ଅବସ୍ଥାରେ ଅଛି। ଅରଟରେ ବ୍ୟବହୃତ ବଳଣା ମିଳୁନାହିଁ କି ଏହାକୁ ଚଳାଇ ସୂତା କାଟିବା ଲାଗି ଆଉ ଯୁବପିଢିଙ୍କ ମଧ୍ୟରେ ଆଗ୍ରହ ନାହିଁ। ଅରଟ ଚଳାଇବା ଲାଗି କାହାକୁ ବାଧ୍ୟ କରିବା ଉଚିତ୍‌ ନୁହେଁ। ଯଦି ଇଚ୍ଛା ନ ଥିବ ତାହେଲେ ଦୁଇ ହାତ ଚାଲିବ ନାହିଁ। ଏବେ ଛାତ୍ରବାସରେ ରହୁଥିବା ବହୁତ୍‌ କମ୍‌ ପିଲା ଅରଟ ଚଳାଇବା ଲାଗି ଇଚ୍ଛା କରୁଛନ୍ତି। ଆଗକୁ ରାଜ୍ୟରେ ଅରଟ ଚଳାଇବା ଲାଗି କେହି ନ ଥିବେ। ପରିବର୍ତ୍ତନଶୀଳ ସମାଜରେ ଆଉ ଅରଟର ଲୋକପ୍ରିୟତା ବି ନାହିଁ । ପୁଣି ସେ କହିଛନ୍ତି, ଦୀର୍ଘ ଦିନ ଧରି ରାଜ୍ୟର ଖଦିବୋର୍ଡ ବଳଣା ପ୍ରସ୍ତୁତ କରୁଥିଲା। ହେଲେ ପରେ ତାକୁ କେତେକ ଏନ୍‌ଜିଓ ହାତକୁ ଟେକି ଦେଇ ଖଦିବୋର୍ଡ ଏହାକୁ ବନ୍ଦ କରି ଦେଇଥିଲା। ଅଳ୍ପ କିଛି ଦିନ ଏନ୍‌ଜିଓ ଏହାକୁ ପ୍ରସ୍ତୁତ କଲେ କିନ୍ତୁ ଉପଯୁକ୍ତ ବ୍ୟବସାୟ ନ ହେବାରୁ ସେମାନେ ବି ଏହାକୁ ପ୍ରସ୍ତୁତ କରିବା ବନ୍ଦ କରିଦେଲେ। ଏବେ ନା ଏନ୍‌ଜିଓ ବଳଣା ପ୍ରସ୍ତୁତ କରୁଛି ନା ଖଦିବୋର୍ଡ। ରାଜ୍ୟରେ ଅରଟ ଚଲାଉଥିବା ବିଭିନ୍ନ କାରିଗର ସେମାନଙ୍କ ବ୍ୟବସାୟ ବନ୍ଦ କରିଦେଲେଣି। ଆଉ କିଛି ଲୋକ ଯିଏ ଅରଟ ଚଳାଇବାକୁ ଭଲପାଆନ୍ତି ସେମାନେ ନାହାନ୍ତି। ବଳଣା ‘ଓ୍ବାର୍ଦ୍ଧା’ ନ ହେଲେ ‘ଗୁଜୁରାଟ’ରେ ନିଶ୍ଚିତ ଭାବେ ମିଳୁଛି ା କିନ୍ତୁ ଅଧିକ ଆବଶ୍ୟକ ନ ପଡ଼ିଲେ ଏତେ ଦୂର ଯିବାକୁ ପଡ଼ିବାରୁ ବଡ଼ ବ୍ୟବସାୟୀମାନେ ମଧ୍ୟ ସେମାନଙ୍କ ବ୍ୟବସାୟ ବନ୍ଦ କରିଦେଲେ। ଆଗକୁ ଅରଟ କେବଳ ଏକ ଉଦାହରଣ ହୋଇ ରହିଯିବ। ତାକୁ କେହି ବ୍ୟବହାର କରିବେ ନାହିଁ, ତାହା ଖାଲି ସଂଗ୍ରହାଳୟରେ ପ୍ରଦର୍ଶନ କରାଯିବ। ଉଲ୍ଲେଖଥାଉ କି, ସ୍ବାଧୀନତା ସଂଗ୍ରାମ ଚାଲିଥିବା ବେଳେ କୃଷ୍ଣା ୮ବର୍ଷର ହୋଇଥିଲେ। ସେହି ସମୟରେ ଉକ୍ତ ଛାତ୍ରାବାସରେ ଥିଲେ ା ଅଗଷ୍ଟ ୧୫ ତାରିଖରେ ସେଠାରେ ପତାକା ଉତ୍ତୋଳନ କରାଯାଇଥିଲା।
ରିପୋର୍ଟ-ସ୍ଥିତପ୍ରଜ୍ଞ ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ଜାଲରେ ଫସିଥିଲା ବିରାଟକାୟ ଅଜଗର, ବନବିଭାଗ କର୍ମଚାରୀ ପହଞ୍ଚିବା ପରେ…

ପାଟଣା,୨ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅଧୀନ ମୂଷାପଡ଼ା ଗାଁର ଭରତ ନାଏକଙ୍କ ବଗିଚାରେ ଲାଗିଥିବା ଜାଲରୁ ବୁଧବାର ପୂର୍ବାହ୍ନରେ ଏକ ୬ ଫୁଟ ଲମ୍ବର…

ଫର୍ଚୁନରରୁ ଓହ୍ଲାଇ ରାସ୍ତାରେ ଝାଡୁ ଲଗାନ୍ତି ଏହି ସଫେଇ କର୍ମଚାରୀ, ଗାଡି କିଣି ସମସ୍ତଙ୍କୁ କରିଦେଲେ ଆଶ୍ଚର୍ଯ୍ୟ!

ନୂଆଦିଲ୍ଲୀ,୨।୯: ସଫଳତାର କାହାଣୀ ଶୁଣିବାକୁ ସମସ୍ତଙ୍କୁ ଭଲ ଲାଗେ। କିନ୍ତୁ ନିଜ ପରିଶ୍ରମରେ ଶୂନ୍ୟରୁ ଶିଖରରେ ପହଞ୍ଚିବା ଲୋକ ବହୁତ କମ୍‌। ଏମିତି ଜଣେ ପରିଶ୍ରମୀ ବ୍ୟକ୍ତି…

ଗାଡ଼ି ଚାଳକଙ୍କ ପାଇଁ ବଡ଼ ଘୋଷଣା କଲେ ରାଜ୍ୟ ସରକାର: କମିଲା PUCC ଫାଇନ୍‌

ଭୁବନେଶ୍ୱର, ୨।୯: ଗାଡ଼ି ଚାଳକଙ୍କ ପାଇଁ ବଡ଼ ଆଶ୍ୱସ୍ତିକର ଖବର। PUCC ଜରିମାନା କମାଇଲେ ରାଜ୍ୟ ସରକାର। ପ୍ରଦୂଷଣ ସାର୍ଟିଫିକେଟ ନ ଥିଲେ କଟାଯାଉଥିବା ୧୦ ହଜାର…

ଭୁଲରେ ବି ଏହି ଲୋକ ରଖନ୍ତୁନି ଜନ୍ମାଷ୍ଟମୀ ବ୍ରତ? ଉପବାସ ପୂର୍ବରୁ ଜାଣନ୍ତୁ ଜରୁରୀ କଥା…

ବୈଦିକ ପଞ୍ଜିକା ଅନୁଯାୟୀ, ସେପ୍ଟେମ୍ୱର ୪ ତାରିଖରେ ଦେଶବ୍ୟାପୀ ଉତ୍ସାହର ସହ ଜନ୍ମାଷ୍ଟମୀ (Janmashtami 2026) ପର୍ୱ ପାଳିତ ହେବ। ଏହି ଦିନ ଭଗବାନ ଶ୍ରୀକୃଷ୍ଣଙ୍କ ପୂଜା-ଆରାଧନା…

ଆଉ ଚାଲିବନି ବାହାନା! ଖେଳାଳିଙ୍କ ପାଇଁ BCCIର କଡ଼ା ନିୟମ, ବଦଳିଲା…

ନୂଆଦିଲ୍ଲୀ,୨।୯: ଆଫଗାନିସ୍ତାନ ବିପକ୍ଷ ୩ ମ୍ୟାଚରେ ଟି-୨୦ ସିରିଜ ପାଇଁ ଟିମ ଇଣ୍ଡିଆ ଘୋଷଣା ହୋଇସାରିଛି। ତେବେ ଏହି ଚୟନ ସହ କିଛି ଖେଳାଳିଙ୍କ ପାଇଁ ଫିଟନେସ୍‌କୁ…

ଜନ୍ମାଷ୍ଟମୀରେ ମହାଲକ୍ଷ୍ମୀ ରାଜଯୋଗ: ସେପ୍ଟେମ୍ୱର ୪ରୁ ଗରିବ ରହିବେନି ୪ ରାଶି, ବଢିବ ଆୟ…

ଏହି ବର୍ଷ ଜନ୍ମାଷ୍ଟମୀ ପର୍ୱ ସେପ୍ଟେମ୍ୱର ୪ ତାରିଖରେ ପାଳନ କରାଯିବ। ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ‘ଜନ୍ମାଷ୍ଟମୀ’ର ପବିତ୍ର ପର୍ୱର ଠିକ ପରଦିନ, ଅର୍ଥାତ ସେପ୍ଟେମ୍ୱର ୫…

କାଶତଣ୍ଡି ଫୁଲରେ ସୁଶୋଭିତ ଅଞ୍ଚଳ: ଖିଲି ଖିଲି ହସରେ ମା’ଙ୍କୁ କରୁଛି ନିମନ୍ତ୍ରଣ

କେସିଙ୍ଗା,୨।୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବୋରିଆ ଗ୍ରାମ ନିକଟରେ ଥିବା ତେଲନଦୀ ପାର୍ଶ୍ୱରେ ଶୋଭାପାଉଛି କାଶତଣ୍ଡି ଫୁଲ। ଏପଟେ ଭଲ ବର୍ଷା ଯୋଗୁ ଧାନ…

PM ମୋଦିଙ୍କ ଜନ୍ମଦିନକୁ ନେଇ ବଡ଼ ପ୍ରସ୍ତୁତି: ୨୫ ରାଜ୍ୟର CM କରିବେ…

ନୂଆଦିଲ୍ଲୀ,୨।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ଭାରତୀୟ ଜନତା ପାର୍ଟି (ଭାଜପା) ଦେଶବ୍ୟାପୀ ଏକ ମାସ ଧରି ଚାଲିବାକୁ ଥିବା ‘ସେବା ସଙ୍କଳ୍ପ’ ଅଭିଯାନ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri