ଗାଧୋଇବା ବେଳେ ବୁଡ଼ିଗଲେ, ଜଣେ ମୃତ

ଛେଣ୍ଡିପଦା, ୯।୧୧(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ବାଗଡିଆ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖ ଦୋଳବନ୍ଧ ପୋଖରୀରେ ବୁଡି ଜଣେ ବ୍ୟକ୍ତିଙ୍କ ଶନିବାର ମୃତ୍ୟୁ ଘଟିଛି। ମୃତକ ହେଲେ ବାଗଡିଆ ଗ୍ରାମ ପଞ୍ଚାୟତ ବଣିଆନଟି ସାହିର ଜେନା ଗୋଛାୟତଙ୍କ ପୁଅ ଶରତ ଗୋଛାୟତ (୪୬)।

ଶରତ ମଧ୍ୟାହ୍ନରେ ପୋଖରୀରେ ଗାଧୋଉଥିବା ବେଳେ ଗୋଡ ଖସିଯିବାରୁ ବୁଡି ଯାଇଥିଲେ। ସେହି ସମୟରେ ଉକ୍ତ ପୋଖରୀକୁ ଯାଇଥିବା ରାଜୁ ଗୋଚ୍ଛାୟତ ଶରତ ବୁଡ଼ି ଯାଉଥିବା ଦେଖି ଉଦ୍ଧାର କରିବାକୁ ଲୋକମାନଙ୍କୁ ଡାକିଥିଲେ। ଶେଷରେ ରାସ୍ତା ଦେଇ ଯାଉଥିବା ମେଘନା ନାୟକ ତାଙ୍କୁ ପାଣିରୁ ଉଦ୍ଧାର କରିଥିଲେ। ତାଙ୍କୁ ଚିକିତ୍ସାପାଇଁ ବାଗଡିଆ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଯାଇଥିଲା। ହେଲେ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନ ଥିବାରୁ ଖବର ପାଇ ଘଟଣାସ୍ଥଳରେ ପହଁଚିଥିବା ଦମକଳ ବାହିନୀ ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଛେଣ୍ଡିପଦା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହିତ ଘଟଣାର ତଦନ୍ତ ଚଳାଇଛି। ଏଥିସହ ମୃତଦେହ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଛେଣ୍ଡିପଦା ପୋଲିସ ସୂଚନା ଦେଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ବଳାତ୍କାର ପରେ ହତ୍ୟା ଘଟଣା: କାର୍ଯ୍ୟାନୁଷ୍ଠାନ ଦାବିରେ ଧାରଣା

ଜୟପୁର,୨୪।୧୨(ଡି.ଏନ.ଏ.): ନବରଙ୍ଗପୁର ଜିଲା କୋଷାଗୁମୁଡା ଥାନା ଅଞ୍ଚଳରେ ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା ଅଭିଯୋଗରେ ପୋଲିସ ଅଭିଯୁକ୍ତକୁ ଧରିବାରେ ବିଫଳ ହୋଇଛି। ଏହାକୁ ବିରୋଧ କରି...

୩ରେ ଗଣପର୍ବ ନୂଆଁଖାଇ: ଧାର୍ଯ୍ୟ ହେଲା ଲଗ୍ନ, ଇଷ୍ଟଦେବୀ ସମଲେଇଙ୍କୁ ଲଗ୍ନପତ୍ର ଅର୍ପଣ

ସମ୍ବଲପୁର, ୨୫।୮(ବ୍ୟୁରୋ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ ହୋଇଛି। ଆସନ୍ତା ସେପ୍ଟେମ୍ବର ୩ ତାରିଖ ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ଇଷ୍ଟଦେବୀ...

ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା: ପୁଅକୁ ମାରିଦେଇଥିବା ଅଭିଯୋଗ ଆଣିଲା ପରିବାର

ଚନ୍ଦାହାଣ୍ଡି, ୧।୧୧(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ଫଟକିଗ୍ରାମ ନିକଟସ୍ଥ ଏକ ମହୁଲ ଗଛରେ ରଶି ଲଗାଇ ପ୍ରେମୀଯୁଗଳ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି। ସେମାନେ...

୭ ହଜାର ଲିଟର ଦେଶୀ ମଦ ନଷ୍ଟ କଲା ବଲାଙ୍ଗୀର ପୋଲିସ

ବଲାଙ୍ଗୀର ଅଫିସ, ୧୬।୧୨: ବଲାଙ୍ଗୀର ପୋଲିସ ଓ ଅବକାରୀ ବିଭାଗ ମିଳିତ ଭାବେ ଶୁକ୍ରବାର ବଲାଙ୍ଗୀର ବିଜାଖମନ ଜଙ୍ଗଲରେ ୭ ହଜାର ଲିଟର ଦେଶୀ ମଦ...

କରୋନା ମୁକାବିଲାରେ ପ୍ରଶାସନ ବିଫଳ: କଂଗ୍ରେସ

ବାସୁଦେବପୁର,୮ା୬(ଡି.ଏନ୍‌.ଏ.)- ବାସୁଦେବପୁର ନଗର କଂଗ୍ରେସ ପକ୍ଷରୁ ଉଚ୍ଚଡିହା ଗ୍ରାମଠାରେ ଏକ ଖବରଦାତା ସମ୍ମିଳନୀ ସୋମବାର ଅନୁଷ୍ଠିତ ହୋଇଛି। କରୋନା ମୁକାବିଲା କ୍ଷେତ୍ରରେ ପ୍ରଶାସନ ପୂର୍ଣ୍ଣମାତ୍ରାରେ ବିଫଳ...

ଅବକାରୀ ଚଢାଉ: ୭ ଗିରଫ

ବଇଣ୍ଡା,୨୮।୬(ଡି.ଏନ.ଏ.)-ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଥାନା ବିଭିନ୍ନ ଗ୍ରାମରେ ଶୁକ୍ରବାର ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ୬୫ ଲିଟର ଦେଶୀ ମଦ କରାଯାଇଛି। ଏହି ଘଟଣାରେ...

ଢେଙ୍କାନାଳ ଜିଲାର ୮୩ କେନ୍ଦ୍ରରେ ୧୭,୨୨୮ ଛାତ୍ରୀଛାତ୍ର ପରୀକ୍ଷା ଦେଉଛନ୍ତ

ଢେଙ୍କାନାଳ ଅଫିସ,୧୯।୨: ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ବୁଧବାରଠାରୁ ଆରମ୍ଭ ହୋଇଛି। ଢେଙ୍କାନାଳ ଜିଲାରେ ୮୩ଟି କେନ୍ଦ୍ରରେ ୧୭,୨୨୮ ଛାତ୍ରୀଛାତ୍ର...

ଏପ୍ରିଲ ସୁଦ୍ଧା ଓଡ଼ିଆ ବିଶ୍ବବିଦ୍ୟାଳୟ କାର୍ଯ୍ୟ ସରିବ

ସାକ୍ଷୀଗୋପାଳ,୨୩।୧୦(ଡି.ଏନ୍‌.ଏ/ସ୍ବ.ପ୍ର.): ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ପୁରୀ ଜିଲା ସତ୍ୟବାଦୀ ବ୍ଲକ ସୁଆଣ୍ଡୋ ଗ୍ରାମରେ ରାଜ୍ୟ ସରକାରଙ୍କ ପକ୍ଷରୁ ୨୫କୋଟି ଟଙ୍କା ବ୍ୟୟରେ ଐତିହ୍ୟ...

Advertisement
Archives

Model This Week