Posted inଭଦ୍ରକ

ଗାଡ଼ିରୁ ଖସି ଶ୍ରମିକଙ୍କ ମୃତ୍ୟୁ

ଭଣ୍ଡାରିପୋଖରୀ, ୫।୮ (ଡି.ଏନ.ଏ.) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥର ତୋରତ ପୋଲ ଉପରେ ରବିବାର ରାତିରେ ଗାଡ଼ିରୁ ଖସି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଧାମନଗର ଥାନା ମୁସ୍ତାଫାପୁର ପଞ୍ଚାୟତ ଅଧୀନ ଗୌଡବିଶ ନୂଆପଡା ଗ୍ରାମର ବଳିଆ ସିଧୁ। ତାଙ୍କ ସ୍ତ୍ରୀ କୁନି ସିଧୁ ଏ ସମ୍ପର୍କରେ ଥାନାରେ ଅଭିଯୋଗ କରିବା ପରେ ପୋଲିସ ମୃତଦେହ ଜବତ କରି ସୋମବାର ବ୍ୟବଚ୍ଛେଦ ପାଇଁ ଭଦ୍ରକ ପଠାଇଥିଲା। ଏ ନେଇ ଥାନାରେ ଏକ ମାମଲା(ନଂ.୧୨୧/୧୯) ରୁଜୁ କରାଯାଇଛି।
ସୂଚନା ଅନୁସାରେ, ଧାମନଗର ଅଞ୍ଚଳର କେତେକ ଶ୍ରମିକ ପାଣିକୋଇଲି ଅଞ୍ଚଳରୁ କାମ ସାରି ଟାଟାଏସିଇ(ନଂ. ଓଡି ୨୨ ଏଲ୍‌ ୨୪୧୮ ନଂ)ରେ ମିକ୍ସଚର ମେଶିନ ବାନ୍ଧି ଫେରୁଥିଲେ। ତୋରତ ପୋଲ ନିକଟରେ ମିକ୍ସଚର ମେଶିନରୁ ଗାଡ଼ି ସଂଯୋଗ ଖୋଲିଯିବାରୁ ବଳିଆ ରାସ୍ତାରେ ଖସି ପଡ଼ିଥିଲେ। ମେଶିନ ମାଡ଼ରେ ସେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଭଣ୍ଡାରିପୋଖରୀ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ହରିଣ ଶିକାର କରି ବନ୍ଧା ହେଲେ ୨ ଯୁବକ

ଚାନ୍ଦବାଲି,୨୭।୧(ଡି.ଏନ୍‌.ଏ.): ହରିଣ ଶିକାର କରି ମାଂସ ଚାଲାଣ ଅଭିଯୋଗରେ ଧାମରା ବନବିଭାଗ ୨ଜଣଙ୍କୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି। ସେମାନେ ହେଲେ ସେକ୍‌...

ଅଙ୍ଗନଓ୍ବାଡି କେନ୍ଦ୍ରରେ ତାଲା ପକାଇଲେ ଠିକାଦାର

ଧାମନଗର,୨୬।୫(ଡି.ଏନ.ଏ): ଭଦ୍ରକ ଜିଲା ଧାମନଗର ବ୍ଲକ ଆନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ଚମ୍ପାବାଗ ଅଙ୍ଗନଓ୍ବାଡି କେନ୍ଦ୍ରରେ ଠିକାଦାର କାମସାରି ବିଲ୍‌ ନ ପାଇବାରୁ ତାଲା ପକାଇ ରଖିଥିବାରୁ ଅସନ୍ତୋଷ...

ବିଚାରାଧୀନ ବନ୍ଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

ପଦ୍ମପୁର,୭।୧୧(ଡି.ଏନ.ଏ.):ଢେଙ୍କାନାଳ ଜେଲରେ ବିଚାରାଧୀନ ବନ୍ଦୀ ଥିବା ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବ୍ରାହ୍ମଣୀଗଁା ପଞ୍ଚାୟତର ନିରଞ୍ଜନ ପାଣିଙ୍କ ମୃତ୍ୟୁ ନେଇ ରବିବାର ସନ୍ଧ୍ୟାରେ ଉତ୍ତେଜନା...

ଭଦ୍ରକରେ ୨୩୩ ଛୁଇଁଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭଦ୍ରକ ଅଫିସ,୩୦।୬: ଭଦ୍ରକ ଜିଲାରେ ମଙ୍ଗଳବାର ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ପଜିଟିଭ୍‌ ସଂଖ୍ୟା ୨୩୩ ଛୁଇଁଛି।...

ନିଖୋଜ ବୃଦ୍ଧଙ୍କ ମୃତଦେହ ବୈତରଣୀରୁ ଉଦ୍ଧାର

ଭଣ୍ଡାରିପୋଖରୀ,୪।୯(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ମାଳଦା ପଞ୍ଚାୟତ ରଘୁନାଥପୁର ଗ୍ରାମର ଜଣେ ବୃଦ୍ଧଙ୍କ ମୃତଦେହ ବୁଧବାର ସକାଳେ ବୈତରଣୀ କୂଳରୁ ପୋଲିସ ଜବତ କରିଛି।...

ନିର୍ଗୁଣ୍ଡି ପଞ୍ଚାୟତର ଏହି ଗାଁ ଶଟ୍‌ଡାଉନ୍‌

ଭଣ୍ଡାରିପୋଖରୀ,୧୩ା୮(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ନିର୍ଗୁଣ୍ଡି ପଞ୍ଚାୟତ ପିରିଜିପୁର ଗାଁରେ ଜନୈକ ଯୁବକ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସରପଞ୍ଚ ନମିତା ପାତ୍ର...

ଅଙ୍ଗନଓ୍ବାଡି କର୍ମୀଙ୍କୁ ସଂଘବଦ୍ଧ ଆକ୍ରମଣ ଅଭିଯୋଗ

ପଦ୍ମପୁର,୧।୩(ଡି.ଏନ୍‌.ଏ.): ଭଦ୍ରକ ଜିଲା ନାୟକାଣିଡିହି ଥାନା ଅନ୍ତର୍ଗତ ଜଗନ୍ନାଥ ପ୍ରସାଦ ପଞ୍ଚାୟତ ଗ୍ରାସଡ଼ିହର ଅଙ୍ଗନଓ୍ବାଡି କର୍ମୀଙ୍କୁ ଉକ୍ତ ଗ୍ରାମର କିଛି ବ୍ୟକ୍ତି ସଂଘବଦ୍ଧ ଆକ୍ରମଣ କରିଥିବା...

ଉଦ୍‌ଘାଟନର ୧୫ ବର୍ଷ ପରେ ବି କାର୍ଯ୍ୟକ୍ଷମ ହୋଇପାରିଲାନି ରକ୍ତଭଣ୍ଡାର

ବାସୁଦେବପୁର, ୬।୯ (ଡି.ଏନ.ଏ.)- ଭଦ୍ରକ ଜିଲା ବାସୁଦେବପୁର ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ରକ୍ତଭଣ୍ଡାର ଉଦ୍‌ଘାଟନ ହେବାର ୧୫ବର୍ଷ ପରେ ବି କାର୍ଯ୍ୟକ୍ଷମ ହୋଇପାରି ନାହିଁ।...

Advertisement
Archives

Model This Week