Posted inଖେଳ

ଗାଙ୍ଗୁଲି ଆଇସିସି ଚେୟାରମ୍ୟାନ ହେବା ଚାହାନ୍ତି କାନେରିଆ

ନୂଆଦିଲ୍ଲୀ,୭।୬: ଭାରତୀୟ ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି)ର ନୂଆ ଅଧ୍ୟକ୍ଷ ହେବା ଚାହାନ୍ତି ପାକିସ୍ତାନର ହିନ୍ଦୁ କ୍ରିକେଟର ତଥା ପୂର୍ବତନ ସ୍ପିନର ଡାନିସ୍‌ କାନେରିଆ। ଏହି ହାଇପ୍ରୋଫାଇଲ ପଦ ପାଇଁ ଗାଙ୍ଗୁଲି ହିଁ ଉପଯୁକ୍ତ ବ୍ୟକ୍ତି। ଯଦି ସେ ଏହି ପଦକୁ ନିର୍ବାଚତ ହୁଅନ୍ତି ତା’ହେଲେ ମୋତେ ନ୍ୟାୟ ମିଳିବ। ମୋ ଉପରେ ଲାଗୁ କରାଯାଇଥିବା ବାସନ୍ଦାଦେଶ ବିରୋଧରେ ଅପିଲ କରିବି ଓ ଗାଙ୍ଗୁଲି ଏ ନେଇ ମୋତେ ନ୍ୟାୟ ଦେବାରେ ସଫଳ ହେବେ ବୋଲି କାନେରିଆ କହିଛନ୍ତି।
ଗାଙ୍ଗୁଲି ହେଉଛନ୍ତି ଜଣେ ଉଚ୍ଚକୋଟୀର କ୍ରିକେଟର। ତାଙ୍କର କ୍ରିକେଟିଂ ସେନ୍ସ ରହିଛି। କ୍ରିକେଟକୁ ଭଲଭାବେ ବୁଝିବାରେ ସେ ବେଶ୍‌ ସିଦ୍ଧହସ୍ତ। ଆଇସିସି ଅଧ୍ୟକ୍ଷ ପାଇଁ ସେ ସବୁଠାରୁ ଯୋଗ୍ୟ ବ୍ୟକ୍ତି। ଏହି ପଦ ପାଇଁ ତାଙ୍କଠାରୁ ଆଉ କୌଣସି ବ୍ୟକ୍ତି ଏବେ ଅଧିକ ଯୋଗ୍ୟ ନୁହନ୍ତି ବୋଲି ସେ କହିଛନ୍ତି। ତାଙ୍କ ନେୃତ୍ୱରେ ଭାରତ ଏକ ନୂଆ ଯୁଗରେ ପ୍ରବେଶ କରିଥିଲା। ସେ ଜଣେ ଉଚ୍ଚକୋଟୀର ଅଧିନାୟକ। ତାଙ୍କଠାରୁ ପ୍ରେରଣା ପାଇ ମହେନ୍ଦ୍ର ସିଂ ଧୋନୀ ଓ ବିରାଟ କୋହଲି ନେତୃତ୍ୱ ନେଇ ଭାରତୀୟ କ୍ରିକେଟକୁ ଆଗକୁ ବଢାଇବାରେ ସକ୍ଷମ ହୋଇଛନ୍ତି। ସେ ମଧ୍ୟ ସଫଳତା ସହ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଅଧ୍ୟକ୍ଷ ଦାୟିତ୍ୱ ତୁଲାଉଛନ୍ତି। ତେଣୁ ସେ ଆଇସିସିର ମଧ୍ୟ ନେତୃତ୍ୱ ନେବାରେ ସଫଳ ହେବେ। ଆଇସିସି ଅଧ୍ୟକ୍ଷ ପଦ ନିର୍ବାଚନରେ ସେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)ର ସହାୟତା ବିନା ନିର୍ବାଚିତ ହୋଇପାରିବେ ବୋଲି କାନେରିଆ କହିଛନ୍ତି।
ଉଲ୍ଲେଖଥାଉ କି, କାନେରିଆ ଇଂଲିଶ କାଉଣ୍ଟି ଦଳ ଏସେକ୍ସ ପାଇଁ ଖେଳୁଥିବା ବେଳେ ସ୍ପଟ୍‌ ଫିକ୍ସିଂ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ବାସନ୍ଦ ହୋଇଥିଲେ। ପ୍ରଥମେ ସେ ଏହାକୁ ମନା କରୁଥିଲେ ମଧ୍ୟ ପରେ ୨୦୧୮ରେ ନିଜ ଦୋଷ ସ୍ବୀକାର କରିଥିଲେ। ଗାଙ୍ଗଲି ବିସିସିଆଇ ଅଧ୍ୟକ୍ଷ ହେବା ପୂର୍ବରୁ କ୍ରିକେଟ ଆସୋସିଏଶନ ଅଫ୍‌ ବେଙ୍ଗଲ (ସିଏବି) ନେତୃତ୍ୱ ନେଇ ସଫଳତାର ସହ ଦାୟିତ୍ୱ ସମ୍ପାଦନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଶ୍ୱକପ୍‌ ଦଳରେ ସ୍ଥାନ ପାଇବା ପରେ ଏହି କ୍ରିକେଟର୍‌ଙ୍କୁ ହେଲାନି ବିଶ୍ୱାସ: କଲେ ଏମିତି କାମ, ଦେଖନ୍ତୁ ଭିଡିଓ

ୟୁଏଇ,୯।୯: ୟୁଏଇ ଏବଂ ଓମାନରେ ଆସନ୍ତା ମାସର ଟି -୨୦ ବିଶ୍ୱକପ ପାଇଁ ଟିମ ଇଣ୍ଡିଆ ଘୋଷଣା କରାଯାଇଛି। ଏହି ଟୁର୍ନାମେଣ୍ଟ ପାଇଁ ମନୋନୀତ ୧୫...

ପୁଣି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ! ଏଭଳି ଦେଖିପାରିବେ ଐତିହାସିକ ମ୍ୟାଚ୍‌ର ଲାଇଭ୍‌ ଭଳି ପ୍ରସାରଣ…

ନୂଆଦିଲ୍ଲୀ,୨୪।୧୦: ଦୀପାବଳିର ଗୋଟିଏ ଦିନ ପୂର୍ବରୁ ଭାରତ-ପାକିସ୍ତାନ ମହାମୁକାବିଲାର ମଜା ଉଠାଇଛନ୍ତି କ୍ରିକେଟ ପ୍ରଶଂସକ। ପାକିସ୍ତାନ ବିପକ୍ଷ ଏହି ରୋମାଞ୍ଚକର ମ୍ୟାଚ୍‌ରେ ଭାରତ ୪ ଉଇକେଟରେ...

ପୂର୍ବତନ ଅଲିମ୍ପିକ ଚାମ୍ପିୟନ ଲି’ଙ୍କ ଅବସର

ନୂଆଦିଲ୍ଲୀ, ୧୮।୧୦ (ପି.ଟି.)- ପୂର୍ବତନ ଅଲିମ୍ପିକ ଚାମ୍ପିୟନ ଲି ଜୁଇ ରୁଇ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନରୁ ଅବସର ଘୋଷଣା କରିଛନ୍ତି। ଓ୍ବାଲର୍‌ଡ ବ୍ୟାଡ୍‌ମିଣ୍ଟନ ଫେଡେରେଶନ (ବିଡବ୍ଲ୍ୟୁଏଫ୍‌) ପକ୍ଷରୁ...

ଗୋଟିଏ ଦିନରେ ଡବଲ୍‌ ଖୁସି ଖବର

ନୂଆଦିଲ୍ଲୀ,୧୩।୨:ଭାରତୀୟ ଅଲରାଉଣ୍ଡର ଶିବମ ଦୁବେଙ୍କ ପାଇଁ ଫେବୃଆରୀ ୧୩ ଅର୍ଥାତ୍‌ ଆଜିର ଦିନ ଅବିସ୍ମରଣୀୟ ହୋଇ ରହିବ। କାରଣ ଆଜି ଦୁଇଟି ଖୁସି ଖବର ମିଳିଛି।...

ଫ୍ରେଞ୍ଚ ଓପନ ପୁରୁଷ ଡବଲ ଜିତିଲେ ସାତ୍ତ୍ୱିକ-ଚିରାଗ

ପ୍ୟାରିସ୍‌,୩୧।୧୦: ଭାରତର ତାରକା ବ୍ୟାଡ୍‌ମିଣ୍ଟନ ଯୋଡି ସାତ୍ତ୍ୱିକ ସାଇରାଜ-ଚିରାଗ ସେଟ୍ଟୀ ତାଇୱାନର ଲୁ ଚିଙ୍ଗ-ୟା / ୟାଙ୍ଗ ପୋ ହାନଙ୍କୁ ପରାସ୍ତ କରି ଫ୍ରେଞ୍ଚ ଓପନ...

ପଂଘାଲଙ୍କୁ ସ୍ବର୍ଣ୍ଣ, ମହିଳାରେ ପୂଜା ଶ୍ରେଷ୍ଠ

ବ୍ୟାଙ୍କ୍‌କ, ୨୭ା୪ (ପି.ଟି.)-ଏସିଆନ ବକ୍ସିଂ ଚାମ୍ପିୟନଶିପ୍‌ରେ ଭରତୀୟ ପ୍ରତିଯୋଗୀମାନେ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ଅମିତ ପଂଘାଲ(୫୨କେଜି) ସ୍ବର୍ଣ୍ଣ ପଦକ ହାସଲ କରିଥିବାବେଳେ ପୂଜା ରାଣୀ (୮୧କେଜି)...

ଟୁର୍‌ ଡି’ ଫ୍ରାନ୍ସରେ ମାଟେଜଙ୍କ ପ୍ରଥମ ବିଜୟ

ପ୍ୟାରିସ, ୩ା୭: ଟୁର୍‌ ଡି’ ଫ୍ରାନ୍ସର ସାଇକେଲ ରେସ୍‌ର ୭ମ ଷ୍ଟେଜ୍‌ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଭିର୍ଜନଠାରୁ ଲି’ କ୍ରେସଟ ୨୪୯.୧ କିଲୋମିଟର ଦୂରତା ବିଶିଷ୍ଟ...

ପ୍ରକୃଷ୍ଟ ସମୟ

ବିଶ୍ୱ ଫୁଟବଲର ସର୍ବୋଚ୍ଚ ପରିଚାଳନା ସଂସ୍ଥା ‘ଫିଫା’ ସର୍ବଭାରତୀୟ ଫୁଟବଲ ଫେଡେରେଶନ (ଏଆଇଏଫ୍‌ଏଫ୍‌)କୁ ବାସନ୍ଦ କରିଛି। ସମ୍ପ୍ରତି ଏଆଇଏଫ୍‌ଏଫ୍‌ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ କମିଟି ଅଫ୍‌...

Advertisement
Archives

Model This Week