Posted inଖେଳ

ଗାଙ୍ଗୁଲିଙ୍କୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସହ ତୁଳନା କଲେ ଅଖତର

କରାଚୀ,୧୮।୧୦- ପୂର୍ବତନ ପାକିସ୍ତାନ ସ୍ପିଡ୍‌ଷ୍ଟାର ଶୋଏବ ଅଖତର ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ନୂଆ ଅଧ୍ୟକ୍ଷ ହେବାକୁ ଯାଉଥିବା ସୌରଭ ଗାଙ୍ଗୁଲିଙ୍କୁ ସମର୍ଥନ କରିଛନ୍ତି। ଏହା ଏକ ଭଲ ଖବର କହିବା ସହ ଗାଙ୍ଗୁଲିଙ୍କୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସହ ତୁଳନା କରିବାକୁ ପଛାଇ ନାହାନ୍ତି। ପ୍ରଥମତଃ ଗାଙ୍ଗୁଲି ସର୍ବଦା ନୂଆ ପ୍ରତିଭା ଉପରେ ବିଶ୍ୱାସ କରନ୍ତି। ଦ୍ୱିତୀୟଟି ହେଲା ସେମାନଙ୍କୁ ସୁଯୋଗ ଦିଅନ୍ତି। ଏହା ଇମ୍ରାନ ପାକିସ୍ତାନ ଦଳ ପାଇଁ କରିଥିଲେ। ଗାଙ୍ଗୁଲି ଅଧିନାୟକ ହେବା ପରେ ଭାରତୀୟ ଦଳର ପରିବର୍ତ୍ତନ ଅତୁଳନୀୟ ଥିଲା। ମୁଁ କଦାପି ଚିନ୍ତା କରି ନ ଥିଲି ଭାରତ ପାକିସ୍ତାନକୁ ହରାଇ ଦେବ। କିନ୍ତୁ ଗାଙ୍ଗୁଲି ସବୁ ବଦଳାଇ ଦେଲେ। ସେ ଅଧିନାୟକ ହେବା ପରେ ବୀରେନ୍ଦ୍ର ସେହ୍ବାଗ, ଯୁବରାଜ ସିଂ, ଜାହିର ଖାନଙ୍କ ଭଳି ବହୁ ଯୁବ ଖେଳାଳିଙ୍କୁ ଦଳକୁ ଆଣିଥିଲେ ବୋଲି ଅଖତର ନିଜ ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ୍‌ କରିଥିବା ଏକ ଭିଡିଓରେ କହିଛନ୍ତି। ୪୪ ବର୍ଷୀୟ ଅଖତର ଆହୁରି କହିଛନ୍ତି, ଗାଙ୍ଗୁଲିଙ୍କ କ୍ରିକେଟ ସମ୍ପର୍କିତ ଜ୍ଞାନ ରହିଛି। ସେ ଟ୍ୟାଲେଣ୍ଟ ଯୁବ ଖେଳାଳିଙ୍କ ଉପରେ ନଜର ରଖନ୍ତି, ଯାହାକି ଭାରତୀୟ କ୍ରିକେଟ ଦଳର ଉନ୍ନତି କରିବ। ଗାଙ୍ଗୁଲିଙ୍କ ସହ କୋଲକାତା ନାଇଟ ରାଇଡର୍ସ ପାଇଁ ଖେଳୁଥିବାବେଳର କିଛି ଭଲ ସ୍ମୃତି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୧୧୨ ବଲ୍‌ ଖେଳି କରିଥିଲେ ୧୯ ରନ୍‌; ସେହ୍ବାଗ କହିଲେ ‘ମୋତେ ନିଦ ଆସୁଛି, ଶୋଇବାକୁ ଦିଅ’

ନୂଆଦିଲ୍ଲୀ,୨୩।୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌(ଡବ୍ଲୁଟିସି) ଫାଇନାଲ୍‌ରେ ନ୍ୟୁଜିଲାଣ୍ଡ ଅଧିନାୟକ କେନ୍‌ ଓ୍ବିଲିୟମସନଙ୍କ ଖେଳ ଦେଖି ନିଦ ଆସୁଥିବା କହିଛନ୍ତି ଭାରତୀୟ ଟିମ୍‌ର ପୂର୍ବ ଓପନର ବିରେନ୍ଦ୍ର...

ଆଣ୍ଟୋନି, ମେହେରଙ୍କ ସହ ଓଡ଼ିଶା ଏଫ୍‌ସିର ଚୁକ୍ତି

ଭୁବନେଶ୍ୱର, ୬।୬(କ୍ରୀଡ଼ା ପ୍ରତିନିଧି)- ହିରୋ ଇଣ୍ଡିଆନ ସୁପର ଲିଗ୍‌(ଆଇଏସଏଲ)ର ୭ମ ସଂସ୍କରଣ ପୂର୍ବରୁ ଦୁଇ ଯୁବ ଡିଫେଣ୍ଡର ହେଣ୍ଡ୍ରି ଆଣ୍ଟୋନି ଓ ସୌରଭ ମେହେରଙ୍କ ସହ...

ଖାଲି ଷ୍ଟାଡିୟମରେ ଆୟୋଜନ ହୋଇପାରେ ଆଇପିଏଲ୍‌: ଗାଙ୍ଗୁଲି

ନୂଆଦିଲ୍ଲୀ,୧୧।୬(ପି.ଟି.):ହାଇପ୍ରୋଫାଇଲ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଆୟୋଜନ ନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ସୂଚନା ଦେଇଛନ୍ତି। ବିଶ୍ୱର ଏହି...

ଏସିଆନ୍‌ ବକ୍ସିଂ: ଫାଇନାଲରେ ୬ ଭାରତୀୟ

ବ୍ୟାଙ୍କକ୍‌, ୨୬।୪(ପି.ଟି.)- ଏଠାରେ ଚାଲିଥିବା ଏସିଆନ୍‌ ବକ୍ସଂ ଚାମ୍ପିୟନଶିପ୍‌ରେ ଗୁରୁବାର ୬ଜଣ ଭାରତୀୟ ବକ୍ସର ଫାଇନାଲରେ ପ୍ରବେଶ କରିଛନ୍ତି। ଫଳରେ ଏହି ଚାମ୍ପିୟନଶିପ୍‌ରେ ଭାରତ ପାଇଁ...

ରେଷ୍ଟୁରାଣ୍ଟର ମାଲିକାଣୀ ଏହି କ୍ରିକେଟରଙ୍କ ସ୍ତ୍ରୀ

ଟିମ ଇଣ୍ଡିଆର ଷ୍ଟାର ଉଇକେଟ କିପର ରିଦ୍ଧିମାନ ସାହା ୨୦୧୧ରେ ରୋମି ମିତ୍ରଙ୍କୁ ବିବାହ କରିଥିଲେ। ବିବାହ ପରେ ରୋମି ତାଙ୍କ ନାମ ଦେବାରତୀ ସାହା...

ଅଷ୍ଟ୍ରେଲିଆ ଜଙ୍ଗଲରେ ନିଆଁ: ଓ୍ବର୍ନ ନିଲାମ କରିବେ ପଦାର୍ପଣ କ୍ୟାପ

ସିଡ୍‌ନୀ,୬।୧- ଅଷ୍ଟ୍ରେଲିଆ ଜଙ୍ଗଲରେ ଲାଗିଥିବା ନିଆଁ କାରଣରୁ ପ୍ରାୟ ୫୦ କୋଟି ବନ୍ୟ ଜନ୍ତୁ ଜୀବନ ହରାଇ ସାରିଲେଣି। କେବଳ ଏତିକି ନୁହେଁ ବହୁ ନିୟୁତ...

ବ୍ୟାଟିଂ କରିପାରୁନାହାନ୍ତି, ଅଧିନାୟକ ଦାୟିତ୍ୱ ମିଳୁଛି

ନୂଆଦିଲ୍ଲୀ,୨୩।୧୧: ତିନିମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜରେ ନ୍ୟୁଜିଲାଣ୍ଡକୁ ହରାଇ କ୍ଲିନ୍‌ ସୁଇପ୍‌ କରିଛି ଟିମ୍‌ ଇଣ୍ଡିଆ। ଏବେ ଉଭୟ ଦଳ ମଧ୍ୟରେ ଗୁରୁବାରଠାରୁ ଦୁଇ ମ୍ୟାଚ୍‌...

୧୯ ବର୍ଷରୁ କମ୍‌ ବିଶ୍ୱକପ୍‌: ଅଷ୍ଟ୍ରେଲିଆକୁ ହରାଇ ସେମିରେ ଭାରତ

ପୋଚେଫ୍ସଟ୍ରୁମ୍‌, ୨୮।୧(ପି.ଟି.)- ଦକ୍ଷିଣ ଆଫ୍ରିକାରେ ଚାଲିଥିବା ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ରେ ଗତଥରର ଚାମ୍ପିୟନ ଭାରତ ସେମିଫାଇନାଲରେ ପ୍ରବେଶ କରିଛି। ବିଶ୍ୱକପ୍‌ର ଏହି ୧୩ତମ ସଂସ୍କରଣରେ...

Advertisement
Archives

Model This Week