ଗାଈ ଚରାଉଛନ୍ତି ଜାତୀୟସ୍ତରର କବାଡ଼ି ଖେଳାଳି

ଜୟପୁର,୨୩ା୨(ନି.ପ୍ର.) ନୁଆଁଣିଆ ଟିଣ ଛପର ଘର ଖଣ୍ଡେ। ଆଉ ଏହାରି ମଧ୍ୟରେ ମା’-ବାପାଙ୍କ ସହ ନିଜ ଭାଗ୍ୟକୁ ଆଦରି ପଡ଼ିରହିଛନ୍ତି ଜଣେ ଯୁବକ। କେତେବେଳେ ଘର କାମରେ ମାଆଙ୍କୁ ସହାୟତା କରୁଛନ୍ତି ତ ଆଉ କେତେବେଳେ ଚାଷକାମରେ ବାପାଙ୍କୁ ହାତ ବଢ଼େଇ ଦେଉଛନ୍ତି। ଅନେକ ସମୟରେ ଗାଁରେ ଗାଈ ଚରାଇବାଠାରୁ ଆରମ୍ଭ କରି ଜମିରେ ମାଟି ହାଣିବାରେ ତାଙ୍କ ସମୟ ବିତୁଛି। ହେଲେ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ, ଏ ସବୁ କାମରେ ନିୟୋଜିତ ହୋଇଥିବା ଯୁବକ ଜଣଙ୍କ ଦିନେ ଥିଲେ ଜାତୀୟ ସ୍ତରର କବାଡି ଖେଳାଳି। ସ୍କୁଲ ସ୍ତରରେ ରାଜ୍ୟ ଓ ବାହାରେ ଅନେକ କବାଡି ପ୍ରତିଯୋଗିତାରେ ଭାଗ ନେଇ ପୁରସ୍କାର ଓ ପ୍ରଶଂସା ସାଉଣ୍ଟିଥିଲେ। ଏପରିକି କବାଡି ଖେଳ ପାଇଁ ତାଙ୍କୁ ଅଧାରେ ପାଠ ବି ଛାଡ଼ିବାକୁ ପଡ଼ିଥିଲା। ଏହି ଯୁବକ ଜଣଙ୍କ ହେଉଛନ୍ତି କୋରାପୁଟ ଜିଲା ବୈପାରୀଗୁଡ଼ା ବ୍ଳକ ଦିସାରିଗୁଡାର ଉମାକାନ୍ତ ଖରା। ଦୁର୍ଭାଗ୍ୟର କଥା ଯେଉଁ କବାଡି ପାଇଁ ନିଜର ସର୍ବସ୍ବ ଜଳାଞ୍ଜଳି ଦେଇଥିଲେ, ସେହି ଖେଳ ହଁି ତାଙ୍କୁ ଆଜି ପର କରି ଦେଇଛି। ପ୍ରାଥମିକ ଶିକ୍ଷା ନିଜ ଗାଁରେ ସାରିବା ପରେ ସ୍ଥାନୀୟ ବ୍ରାହ୍ମଣଗୁଡ଼ା ହାଇସ୍କୁଲରେ ନାଁ ଲେଖାଇଥିଲେ ଉମାକାନ୍ତ। ଆଉ ଏଠାରେ ଭଲ କବାଡି ଖେଳି ଜାତୀୟ ସ୍ତରରେ ନିଜକୁ ପରିଚିତ କରିପାରିଥିଲେ। ସ୍କୁଲସ୍ତରରେ ଜାତୀୟ କବାଡି ପ୍ରତିଯୋଗିତାରେ ଭାଗ ନେଇଥିଲେ ବି ସୁଯୋଗ ଓ ଅର୍ଥ ଅଭାବରୁ ଉଭୟ ଖେଳ ଓ ପାଠ ଅଧାରୁ ଛାଡ଼ିବାକୁ ପଡ଼ିଛି। ଏବେ ପୁରୁଣା ସାର୍ଟିଫିକେଟ ଓ ପୁରସ୍କାର ଦେଖି ସେ ନିଜ ମନକୁ ସାନ୍ତ୍ୱନା ଦେଉଛନ୍ତି। ନିରୁପାୟ ଉମାକାନ୍ତ ଦିନ ମଜୁରିଆ ସାଜିବାକୁ ବାଧ୍ୟ ହୋଇଛନ୍ତି। ଗାଈ ଚରାଇବା ଓ ଚାଷକାମ ସହ ଜୟପୁର ଡାକ୍ତରଖାନାରେ ସୁରକ୍ଷାକର୍ମୀ ଭାବେ କାମ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରୋନାକୁ ହରାଇଲେ କେନ୍ଦ୍ରାପଡ଼ାର ଏହି ବୃଦ୍ଧ ଦମ୍ପତି: ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୮।୭(ବ୍ୟୁରୋ): ଦିନକୁ ଦିନ ମହାମାରୀ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ବିଶେଷଭାବେ ବୟସ୍କ ଏବଂ ଅନ୍ୟ ରୋଗରେ ଆକ୍ରାନ୍ତ ବ୍ୟକ୍ତିବିଶେଷଙ୍କ ଏଥିରେ ସଂକ୍ରମିତ ହେବାର...

ମହିଳା ହକି ଟିମ୍‌ ସହ ଭିଡିଓ କଲ୍‌ରେ କଥା ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୬ା୮(ବ୍ୟୁରୋ): ମହିଳା ହକି ଟିମ୍‌ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କଲ୍‌ରେ କଥା ହେବା ସହ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଗ୍ରେଟ୍‌ ବ୍ରିଟେନ...

କଟକରେ ଆଉ ୫୩ କରୋନା ଆକ୍ରାନ୍ତ ଚିହ୍ନଟ

କଟକ ଅଫିସ, ୧୦।୮-ସୋମବାର କଟକରୁ ପୁଣି ୫୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୫୩ ଆକ୍ରାନ୍ତଙ୍କ ମଧ୍ୟରୁ କଣ୍ଟେନମେଣ୍ଟ ଜୋନରୁ ୧୯ ଜଣ ଚିହ୍ନଟ...

ପ୍ରଥମ ଦିନରେ ୨୨ କଟେଜରେ ପର୍ଯ୍ୟଟକ

କୋଣାର୍କ,୧୦ା୧୨(ଡି.ଏନ୍‌.ଏ.):ଓଡ଼ିଶାର ପ୍ରକୃତିର ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ସହ ପର୍ଯ୍ୟଟକଙ୍କୁ ଆଡ୍‌ଭେଞ୍ଚର ସ୍ପୋର୍ଟସ, ମନୋରଞ୍ଜନ ଆଦିର ଭିନ୍ନ ଅନୁଭବ ଦେବାକୁ ବୁଧବାରଠାରୁ ଆରମ୍ଭ ହୋଇଛି ‘ଇକୋ ରିଟ୍ରିଟ୍‌’।...

ଜୟଦେବ ଯେନାଙ୍କୁ କରୋନା

ଭୁବନେଶ୍ୱର,୪।୧୦(ବ୍ୟୁରୋ): ପୂର୍ବତନ ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ଜୟଦେବ ଯେନା କରୋନାରେ ସଂକ୍ରମିତ ହୋଇଛନ୍ତି। କୋଭିଡ-୧୯ ପରୀକ୍ଷାରେ ତାଙ୍କର ପଜିଟିଭ୍‌ ଆସିଛି। ଏନେଇ ଦଳୀୟ କାର୍ଯ୍ୟାଳୟ...

୩ ବର୍ଷରେ ବସ୍ତି ହେବ ଆଦର୍ଶ କଲୋନି

ଭୁବନେଶ୍ୱର (ବ୍ୟୁରୋ)/ବାଲେଶ୍ୱର ଅଫିସ୍‌, ୨୮।୯: ଆସନ୍ତା ୩ ବର୍ଷ ମଧ୍ୟରେ ରାଜ୍ୟର ସବୁ ବସ୍ତି ଆଦର୍ଶ କଲୋନିରେ ପରିଣତ ହେବ। ସୋମବାର ଭିଡିଓ କନ୍‌ଫରେନ୍ସରେ ଫକୀରମୋହନଙ୍କ...

ରାଜପ୍ରସାଦ ବିଜେ:ମହାପ୍ରଭୁ ସୁସ୍ଥ ହେବା ଖବର ଜାଣିଲେ ଗଜପତି

ପୁରୀ ଅଫିସ, ୩୦ା୬: ପବିତ୍ର ସ୍ନାନ ପୂର୍ଣ୍ଣିମାରେ ୧୦୮ ଗଡ଼ୁ ଜଳରେ ସ୍ନାନ ପରେ ଜ୍ୱରରେ ପଡ଼ିଥିଲେ ମହାପ୍ରଭୁ। ଅଣସର ଘରେ ଠାକୁରଙ୍କ ଗୁପ୍ତସେବା ଚାଲିଥିଲା।...

ପାଠପଢ଼, ପରୀକ୍ଷା ହେବ : ଦ୍ୱନ୍ଦ୍ୱ ଦୂରକଲେ ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର,୨୦ା୧୧(ବ୍ୟୁରୋ) : ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ଉଚ୍ଚ ଶିକ୍ଷାନୁଷ୍ଠାନ ଖୋଲିବା ସଂକ୍ରାନ୍ତ ଗାଇଡ୍‌ଲାଇନ୍‌ ଆସିବା ପରେ ରାଜ୍ୟରେ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଖୋଲିବାକୁ...

Advertisement
Archives

Model This Week