‘ଗାଁ ନାଟକରୁ ମିଳିଥିଲା ପ୍ରେରଣା’

ସିମୁଳିଆ, ୩।୩(ସନ୍ତୋଷ କୁମାର ନାୟକ)-କଲମ ମୁନରେ ସମାଜରେ ସଂସ୍କାର ଆଣିହେବ। ଏନେଇ ଅହରହ ପ୍ରୟାସ ଜାରି ରଖିଛନ୍ତି ନାଟ୍ୟକାର ନବଘନ ରାଉଳ। ଜଣେ ବାସ୍ତବବାଦୀ ଲେଖକ ରୂପେ ସେ ନିଜର ପରିଚୟ ସୃଷ୍ଟି କରିଛନ୍ତି ା ଓଡ଼ିଶା ଯାତ୍ରା ଜଗତର ଜଣେ ଅଭିନେତା, ପରିଚାଳକ, ଲେଖକ ଓ ନାଟ୍ୟ ନିର୍ଦ୍ଦେଶକ ରୂପେ ସେ ପରିଚିତ। ବାଲେଶ୍ୱର ଜିଲା ରାଇକୁଳା ଅଞ୍ଚଳର ସ୍ବର୍ଗତ ଗୌରୀ ଓ ଜଗବନ୍ଧୁଙ୍କ ଦୁଇ ପୁଅ ଓ ତିନି ଝିଅଙ୍କ ମଧ୍ୟରେ ନବଘନ ହେଉଛନ୍ତି ସବାସାନ। ନବଘନଙ୍କ ମା’ ଗୌରୀ ଗପ ଓ କବିତା ଲେଖନ୍ତି। ଏହାର ପ୍ରଭାବ ତାଙ୍କ ଉପରେ ପଡ଼ିଥିବା ସେ କୁହନ୍ତି। ତେବେ ୧୯୮୯ରେ ସେ ମାଟ୍ରିକ ପଢୁଥିବାବେଳେ ପୌରାଣିକ ସହିତ ସାମାଜିକ କଥାବସ୍ତୁକୁ ମିଶାଇ ଏକ ନାଟକ ଲେଖିଥିଲେ। ପରେ ନିଜ ଗାଁରେ ଚୈତିପର୍ବରେ ଏହା ମଞ୍ଚସ୍ଥ ହୋଇଥିଲା। ଏହି ନାଟକର ସେ ନିର୍ଦ୍ଦେଶନା ଦେଇଥିଲେ। ଏହାକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଇଥିଲା। ଏହି ନାଟକରୁ ତାଙ୍କୁ ମିଳିଥିଲା ପ୍ରେରଣା। ପରେ ୧୯୯୮ରେ ତାଙ୍କର ରଚିତ ଏକ ନାଟକ ‘ଅଜଣା ବାଟ’ ସାବିତ୍ରୀ ଗଣନାଟ୍ୟରେ ମଞ୍ଚସ୍ଥ ହୋଇଥିଲା ା ୨୦୦୩ରେ ଲକ୍ଷ୍ମୀ ନାରାୟଣ ଗଣନାଟ୍ୟରେ ତାଙ୍କର ‘ପାପ କହିବି ଶୁଣିବ ଆସ’ ନାଟକ ମଞ୍ଚସ୍ଥ ହେବା ପରେ ତାଙ୍କୁ ଯାତ୍ରା ପରିଚାଳକ ରୂପେ ନିଯୁକ୍ତି ମିଳିଥିଲା ା ବିଶ୍ୱ ବିଜୟୀ ଗଣନାଟ୍ୟରେ ‘ଗୋରି ଧୀରେ ଧୀରେ ଚାଲ’ ମଧ୍ୟ ତାଙ୍କର ଏକ ସଫଳ ନାଟକ।
ଏହାମଧ୍ୟରେ ସେ ୧୭ଖଣ୍ଡ ନାଟକ ରଚନା କରିଛନ୍ତି। ଗତ ୨୦୧୭ରେ ମୟୂରଭଞ୍ଜର ମଲିପୋଷିର ଏକ ଆଦିବାସୀ ପରିବାରକୁ ନେଇ ତାଙ୍କର ରଚିତ ନାଟକ ‘ଗୁପ୍ତ ସମ୍ପର୍କ’ ବିଶ୍ୱ ଦରବାରରେ ମଞ୍ଚସ୍ଥ ହେବା ପରେ ତାଙ୍କୁ ଶ୍ରେଷ୍ଠ ନାଟକ ଓ ଶ୍ରେଷ୍ଠ ଲେଖିକ ସମ୍ମାନ ମିଳିଥିଲା। ୨୦୧୮ରେ ବଡ଼ ପରଦାର ଚଳଚ୍ଚିତ୍ର ‘ଏ ଦିଲ ତୋତେ ଦେଲି’ରେ କ୍ୟାରେକ୍ଟର ରୋଲ ମଧ୍ୟ କରିଥିଲେ। ତେବେ ପାରିଶ୍ରମିକ ପାଇଁ କେହି ଲେଖନ୍ତି ନାହିଁ। ଲେଖା ଏକ ନିଶା, ଯାହା ମୁଡ ଆସିଲେ ହୋଇଯାଏ। ତେବେ ରଚିତ ନାଟକ ମଞ୍ଚସ୍ଥ ହେଲେ ସ୍ବର୍ଗସୁଖ ମିଳିଥାଏ ବୋଲି କହନ୍ତି ନବଘନ। ‘ହସନା ମାଧବ’ ‘ଇତିଶ୍ରୀ’ ପରି ସରକାର ଓ ସମାଜକୁ ସଚେତନତା କରିବା ପରି ନାଟକ ସେ ଲେଖିଛନ୍ତି। ତେବେ ଏହା ସରକାର ବିରୋଧୀ ହୋଇଥିବା ଦର୍ଶାଇ ବହୁ ପରିଚାଳକ ଏହାକୁ ଗ୍ରହଣ କରୁନାହାନ୍ତି। ପରିଚାଳକମାନେ ସମାଜର ପରିବର୍ତ୍ତନ ପରିବର୍ତ୍ତେ ନିଜର ବ୍ୟବସାୟ କଥା ଭାବୁଥିବାରୁ ଭଲ ନାଟକ ଆସିପାରୁନାହିଁ ା ଅନେକ ସମୟରେ କଳାକାରମାନଙ୍କୁ ନେଇ ନାଟକ ଲେଖାଯାଉଛି। ‘ଚା ବାଲି ଚାମେଲି’ ଓ ‘ବାପାଙ୍କ ବିଚାର ପାପ ହାଟରେ’ ବର୍ତ୍ତମାନ ତାଙ୍କର ରଚନା ଚାଲିଥିବା ସେ କହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରପଞ୍ଚ-ସମିତିସଭ୍ୟଙ୍କ ତୁ ତୁ ମେ ମେ, ଦୁର୍ଦ୍ଦଶା ଭୋଗୁଛନ୍ତି ଲୋକେ

ରିଷିଡ଼ା,୨୩ା୭(ସୁଶାନ୍ତ ମଲ୍ଲିକ): ରାସ୍ତା କାମ କରିବା ପାଇଁ ଜନପ୍ରତିନିଧି ସରପଞ୍ଚ ଓ ସମିତିସଭ୍ୟଙ୍କ ଭିତରେ ତୁ ତୁ ମେ ମେ ଯୋଗୁ ଦେଢ଼ମାସ ହେଲା ରାସ୍ତା କାମ…

ଆଜି ବରଗଡ଼ରେ ଉପମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ: ତା’ ପୂର୍ବରୁ ଚାଷୀନେତାଙ୍କୁ ଉଠାଇ ନେଲା ପୋଲିସ

ବରଗଡ଼,୨୩।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଗସ୍ତରେ ଗୁରୁବାର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆସୁଛନ୍ତି । ଜିଲାର ଅତାବିରା ବ୍ଲକ ଅନ୍ତର୍ଗତ…

ଆଜି ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଗୁଣ୍ଡିଚା ମନ୍ଦିରରେ ଦର୍ଶନ, ବାହୁଡ଼ା-ସୁନାବେଶ ପାଇଁ ଜାଣି ରଖନ୍ତୁ ଟ୍ରାଫିକ୍‌ କଟକଣା…

ପୁରୀ,୨୩ା୭(ଅଜିତ୍‌ କୁମାର ମହାନ୍ତି): ଗୁରୁବାର ଗୁଣ୍ଡିଚା ମନ୍ଦିରରେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ ଦର୍ଶନ। ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରବଳ ଭିଡ଼ ଲାଗିରହିଛି।। ସନ୍ଧ୍ୟା…

ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସିଖବର: ବଢିଲା ମହଙ୍ଗା ଭତ୍ତା

ଭୁବନେଶ୍ୱର, ୨୩।୭: ରାଜ୍ୟ ସରକାରୀ କର୍ମଚାରୀଙ୍କୁ ଗୁରୁବାର ଏକ ଖୁସିଖବର ମିଳିଛି। ରାଜ୍ୟ ସରକାର ମହଙ୍ଗା ଭତ୍ତା ୫% ବୃଦ୍ଧି କରିଛନ୍ତି। ଫଳରେ ମହଙ୍ଗା ଭତ୍ତା ୨୫୭%ରୁ…

ରାଜନୀତିରେ ହଲଚଲ: ଓଡ଼ିଶାର ସାଂସଦଙ୍କ ସହ ଧର୍ମେନ୍ଦ୍ର ପ୍ରଧାନଙ୍କ ବଡ଼ ବୈଠକ, ସାମିଲ ହେଲେ…

ନୂଆଦିଲ୍ଲୀ,୨୩।୭: କକ୍ରୋଚ ଜନତା ପାର୍ଟି (CJP) ର ଜନ୍ତର-ମନ୍ତରରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ପ୍ରଦର୍ଶନକାରୀମାନେ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି ନେଇ ଲଗାତାର ଧାରଣାରେ ଅଟଳ…

ବାହାଘରରୁ ଫେରୁଥିବା ବେଳେ ବଡ଼ ଅଘଟଣ: ପୋଖରୀକୁ ଖସି ପଡିଲା କାର୍‌: ୫ ମୃତ

ଢେଙ୍କାନାଳ,୨୩।୭( ରତନ ନାୟାର): ଢେଙ୍କାନାଳ ଜିଲା ସଦର ଥାନା ଛାଟିଆ ନିକଟରେ ଏକ ଇନୋଭା କାର୍‌ ଗୁରୁବାର ଭୋର୍‌ ୪ଟା ସମୟରେ ଭାରସାମ୍ୟ ହରାଇ ରାସ୍ତା କଡ଼…

ଏହି ଜିଲାରେ କରୋନା ଆକ୍ରାନ୍ତ ଚିହ୍ନଟ: ସରକାର କହିଲେ…

ଭୁବନେଶ୍ୱର,୨୩ା୭(ସୁଚିସ୍ମିତା ସାହୁ): ଆନ୍ଧ୍ରପ୍ରଦେଶ ପରେ ଏବେ ଓଡ଼ିଶାରେ କରୋନା ବ୍ୟାପିବା ଆଶଙ୍କା ଦେଖାଦେଇଛି। ଗଞ୍ଜାମ ଜିଲାରେ ଜଣେ ଆକ୍ରାନ୍ତ ରହିଥିବା କୋଭିଡ୍‌ ଡ୍ୟାସ୍‌ବୋର୍ଡରେ ଦର୍ଶାଯାଇଥିବାବେଳେ ମଙ୍ଗଳବାର ଏମ୍‌କେସିଜି…

ଭାରତୀୟ ପାଣିପାଗ ବିଭାଗର ବଡ଼ ପୂର୍ବାନୁମାନ: ଆଗାମୀ ୨ଦିନ ପର୍ଯ୍ୟନ୍ତ…

ଭୁବନେଶ୍ୱର,୨୩ା୭ (ସୌମ୍ୟରଞ୍ଜନ ରାଉତ): ରାଜ୍ୟରେ ବର୍ଷା ପ୍ରକୋପ ଜାରି ରହିଛି। ଲଗାଣ ବର୍ଷା ଯୋଗୁ ବିଭିନ୍ନ ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ଆଗାମୀ ୨ଦିନ ପର୍ଯ୍ୟନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri