ଗଳାକାଟି ବୃଦ୍ଧଙ୍କୁ ହତ୍ୟା

ଦଶପଲ୍ଲା,୨୧।୧୧(ଡି.ଏନ.ଏ.): ନୟାଗଡ ଜିଲା ଦଶପଲ୍ଲା ଏନ୍‌ଏସିର କୃଷ୍ଣଚନ୍ଦ୍ରପୁର ପାଟଣା ଗ୍ରାମରେ ବୁଧବାର ପୂର୍ବାହ୍ନରେ ଗଳାକାଟି ଜଣେ ବୃଦ୍ଧଙ୍କୁ ହତ୍ୟା କରାଯାଇଛି। ହତ୍ୟାକାରୀ ହତ୍ୟା କରିବା ପରେ ଘରର କବାଟ ଦେଇ ଫେରାର ହୋଇଯାଇଛନ୍ତି। ମୃତ ବ୍ୟକ୍ତି ଜଣଙ୍କ ହେଲେ ମାୟାଧର ପୃଷ୍ଟି (୬୮)। ହତ୍ୟାକାଣ୍ଡର କାରଣ ଜଣାପଡ଼ିନାହିଁ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି।
ପାଟଣା ଗ୍ରାମମୁଣ୍ଡରେ ରୁହନ୍ତି ମାୟାଧର ଏବଂ ତାଙ୍କ ସ୍ତ୍ରୀ। ତାଙ୍କ ସ୍ତ୍ରୀ ବୁଧବାର ସକାଳେ ଏକ ଶିକ୍ଷାନୁଷ୍ଠାନକୁ ରୋଷେଇ କରିବାକୁ ଯାଇଥିଲେ। ଘରେ କେବଳ ମାୟାଧର ଥିଲେ। ମଧ୍ୟାହ୍ନ ପ୍ରାୟ ୧୨ଟାରେ ତାଙ୍କ ସ୍ତ୍ରୀ ସ୍କୁଲରୁ ଘରକୁ ଫେରିଥିଲେ। ଘର କବାଟ ଶିକୁଳି ବାହାରପଟୁ ଦିଆଯାଇଥିଲା। ମାୟାଧର କବାଟ ଦେଇ ନିକଟରେ କେଉଁଠି ଯାଇଥିବେ ବୋଲି ଭାବି ସେ କବାଟ ଖୋଲି ଘର ଭିତରେ ପଶିଥିଲେ। ତେବେ ଘର ଭିତରେ ମାୟାଧର ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବାବେଳେ ଚାରିଆଡେ ରକ୍ତଛିଟା ପଡିଥିବା ଦେଖିବାକୁ ପାଇଥିଲେ। ଧାରୁଆଅସ୍ତ୍ରରେ ତାଙ୍କର ଗଳା କଟାଯାଇଥିବା ଓ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିବା ଜାଣିବାକୁ ପାଇ ଚିତ୍କାର କରିଥିଲେ। ତାଙ୍କ ପାଟି ଶୁଣି ଗ୍ରାମବାସୀ ସେଠାରେ ପହଞ୍ଚତ୍ଥିଲେ ଓ ସଙ୍ଗେ ସଙ୍ଗେ ପୋଲିସକୁ ଖବର ଦେଇଥିଲେ। ଦଶପଲ୍ଲା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। ଘଟଣାସ୍ଥଳରେ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ତଦନ୍ତ କରିଥିଲେ। ତେବେ ହତ୍ୟାକାଣ୍ଡର କୌଣସି କାରଣ ଜଣାପଡ଼ୁନାହିଁ। ସନ୍ଧ୍ୟା ହୋଇଯିବାରୁ ଗୁରୁବାର ମୃତଦେହ ବ୍ୟବଚ୍ଛେଦ କରାଯିବ ବୋଲି ପୋଲିସ ସୂତ୍ରରୁ ପ୍ରକାଶ। ତେବେ ଏ ନେଇ ପୋଲିସ ନଂ.୧୫୦/୧୯ରେ ଏକ ହତ୍ୟା ମାମଲା ରୁଜୁ କରିଛି। ହତ୍ୟାକାଣ୍ଡ ନେଇ ଗ୍ରାମରେ କୋକୁଆ ଭୟ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ତର୍ଜାତିକ ଶ୍ରମିକ ଦିବସରେ ମିଳିଲା ଲେବର କାର୍ଡ, ସହାୟତା

ନବରଙ୍ଗପୁର,୧।୫(ବି.ପ୍ର.): ଜିଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲା ଜଜ୍‌ ସଞ୍ଜୀବ ଦୁବେଙ୍କ ନିର୍ଦ୍ଦେଶ କ୍ରମେ ଜିଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ଓ...

ଜିଲା ପରିଷଦ ଅଧ୍ୟକ୍ଷ ପଦ ଫେରିପାଇଲେ ପୁରୁଷୋତ୍ତମ

ରାୟଗଡ଼ା ଅଫିସ ,୧୯ା୯- ରାୟଗଡ଼ା ଜିଲା ଦୌରାଜଜ୍‌ଙ୍କ ଦ୍ୱାରା ଅସିଦ୍ଧ ଘୋଷଣା ହୋଇଥିବା ଜିଲାପରିଷଦ ଅଧ୍ୟକ୍ଷ ପଦକୁ ଗୁରୁବାର ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପୁରୁଷୋତ୍ତମ ଗମାଙ୍ଗ ପୁଣି...

ଜଗନ୍ନାଥଙ୍କୁ ଯୁବା ଗୌରବ ସମ୍ମାନ

କେନ୍ଦୁଝର, ୩।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ଭଗାମୁଣ୍ଡା ପଞ୍ଚାୟତ ନୂଆଗାଁ ଗ୍ରାମରୁ ବାହାରି ବିଶ୍ବ ରେକର୍ଡର ଅଧିକାରୀ ହୋଇପାରିଛନ୍ତି ଜଗନ୍ନାଥ ମହାନ୍ତି। ତାଙ୍କ...

କାନ୍ଦି କାନ୍ଦି ଟ୍ରେନ୍‌ ଆଗକୁ ଡେଇଁପଡ଼ିଲେ ଯୁବତୀ

ରେଢାଖୋଲ,୧୩।୧୧(ଡି.ଏନ୍‌.ଏ.): ରେଢାଖୋଲ ରେଳ ଷ୍ଟେଶନ ନିକଟରେ ଶନିବାର ଜଣେ ଯୁବତୀ ଏକ ମାଲବାହୀ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ରେଳବାଇ ପୋଲିସ ଯୁବତୀଙ୍କ ମୃତଦେହ...

ବିଛାଖଣ୍ଡି ବେଆଇନ ଖନନ ମାମଲା ଏନ୍‌ଜିଟିରେ ଖାରଜ

ଯାଜପୁର ଅଫିସ,୧୪ା୫: ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ବିଛାଖଣ୍ଡି ପାହାଡ଼ ଓ ତତ୍‌ସଂଲଗ୍ନ ଜଙ୍ଗଲ ଜମିରେ ୧୫ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେଲା ବେଆଇନ...

ସନ୍ତୋଷଜନକ ନୁହେଁ ବ୍ୟାଙ୍କ ସେବା

ବଇଣ୍ଡା,୪।୧  (ଡି.ଏନ.ଏ.):ବ୍ୟାଙ୍କ ଉପରେ ନିର୍ଭରଶୀଳତା ବୃଦ୍ଧି ପାଉଛି। ସରକାରଙ୍କ ବିଭିନ୍ନ ଯୋଜନାରେ ସହାୟତା ରାଶି ସିଧାସଳଖ ହିତାଧିକାରୀଙ୍କ ଆକାଉଣ୍ଟକୁ ଆସୁଥିବାରୁ ପୂର୍ବାପେକ୍ଷା ଅଧିକ ଲୋକେ ବ୍ୟାଙ୍କ...

ଏସ୍‌ସିବିରେ ରକ୍ତ କର୍କଟ ରୋଗୀଙ୍କ ଜଟିଳ ପରୀକ୍ଷା ସୁବିଧା ନାହିଁ

କଟକ ଅଫିସ,୧୮ା୪: ଜଣେ ଗରିବ ରକ୍ତ କର୍କଟ ରୋଗୀଙ୍କ ଚିକିତ୍ସାରେ ଅର୍ଥ ସାଜିଛି ବାଧକ। ସରକାର ଲୋକଙ୍କୁ ମାଗଣା ସ୍ବାସ୍ଥ୍ୟସେବା ଯୋଗାଇ ଦେଉଥିବାବେଳେ ବିଶ୍ୱସ୍ତରୀୟ ପଥରେ...

ନନ୍ଦନକାନନରେ ଫସି ରହିଛି ଜଙ୍ଗଲୀ ଦନ୍ତା

ବାରଙ୍ଗ,୧୨।୨(ଡି.ଏନ୍‌.ଏ.): ନନ୍ଦନକାନନରେ ଫସି ରହିଛି ଜଙ୍ଗଲୀ ଦନ୍ତାହାତୀ। ନନ୍ଦନକାନନ ପଛପଟ ପାଚେରି ଭାଙ୍ଗି ଦନ୍ତା ପରିସରକୁ ପଶିଥିଲା। ଟୟ ଟ୍ରେନ୍‌ ଧାରଣା ଉପରେ ଆସି ବୋଟ୍‌...

Advertisement
Archives

Model This Week