ଗର୍ଭାବସ୍ଥାରେ ମେଦ ବୃଦ୍ଧି

ଜଣେ ଜଣେ ମହିଳା ଗର୍ଭଧାରଣ ପୂର୍ବରୁ ମୋଟା ଥାଆନ୍ତି ଏବଂ ବେଶି ଓଜନ ସହ ଗର୍ଭଧାରଣ କରିଥାନ୍ତି, ପୁଣି କେତେକ ମହିଳା ଗର୍ଭଧାରଣ ସମୟରେ ବହୁତ ମୋଟା ହୋଇଯାନ୍ତି। ତେବେ ଅତ୍ୟଧିକ ମେଦ ବୃଦ୍ଧି ଗୋଟିଏ ମହିଳା ପାଇଁ ଯେତିକି ଅସୁବିଧା ଜନକ, ଗର୍ଭାବସ୍ଥାରେ ମଧ୍ୟ ନିଜ ପାଇଁ ତଥା ଗର୍ଭସ୍ଥ ଶିଶୁ ପାଇଁ ସେତିକି ବିପଦପୂର୍ଣ୍ଣ…

ମେଦବୃଦ୍ଧି, ମୋଟାହେବା ବା’ ଜଣେ ମହିଳାଙ୍କର କେତେ ଓଜନ ହେଲେ ତାଙ୍କୁ ମୋଟା ବୋଲି କୁହାଯିବ ତା’ର ନିର୍ଦ୍ଦିଷ୍ଟ ନିୟମ ନାହିଁ – ତଥାପି ୯୦ କେ.ଜି. ବା ତତୋଃଧିକ ଓଜନର ମହିଳାଙ୍କୁ ମୋଟୀ ବୋଲି ଅଭିହିତ କରାଯିବ ା ତେବେ ଓଜନ ଯନ୍ତ୍ରରେ ଓଜନ ମାପିବା କେବଳ ମୋଟାପଣିଆର ପରିମାପକ ନୁହେଁ ା ଶରୀରରେ କେତେ ଚର୍ବିଅଂଶ ଅଛି, ଏହା ମଧ୍ୟ ଚର୍ବି ମାପକ ଯନ୍ତ୍ରରୁ ଜଣାଯାଇପାରୁଛି ା ସାଧାରଣତଃ ଗୋଟିଏ ମହିଳାର ଶରୀରରେ ଶତକଡା ୧୦ରୁ ୧୫ ପ୍ରତିଶତ ମଧ୍ୟରେ ଚର୍ବି ଥାଏ ା
ଶତକଡା ୩୦ରୁ ବେଶି ଚର୍ବି ଥିଲେ ଅସୁବିଧା ହୋଇଥାଏ ା ଏହାବ୍ୟତୀତ ଆଉ ଏକ ଅତି ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି – ‘ବଡି ମାସ୍‌ ଇଣ୍ଡେକ୍ସ’ ା ଯଦି ବଡି ମାସ୍‌ ଇଣ୍ଡେକ୍ସ ୨୫ ବା ୩୦ରୁ ବେଶି ହେଲା ତାହାହେଲେ ମହିଳାଜଣକ ନିଶ୍ଚିତ ଭାବରେ ମୋଟା ବୋଲି ପରିଗଣିତ ହେବେ ା ଏହି ଚର୍ବି ସହ ମହିଳା ଜଣକ ଗର୍ଭଧାରଣ କଲେ ବିଶେଷ ଅସୁବିଧା ହୋଇଥାଏ ା
ମୋଟାପଣର ଚିହ୍ନଟ: ପ୍ରତିଟି ପରିଚଯର୍‌ୟାଗାରରେ ଓଜନ ଓ ଉଚ୍ଚତାର ଚାର୍ଟ ରହିବା ଦରକାର ଯେଉଁଥିରେ କି ଗର୍ଭବତୀ ଶରୀରର ମେଦବହୁଳ ଅବସ୍ଥା ଜଣାପଡ଼ିବ ା
ମେଦବହୁଳତାର ଗର୍ଭ ଉପରେ ପ୍ରଭାବ: ଅତ୍ୟଧିକ ମୋଟାହେଲେ ଗର୍ଭବତୀ ମା’ ଓ ଶିଶୁ ଉପରେ ତା’ର ପ୍ରଭାବ ପଡ଼ିଥାଏ ା
ମୋଟା ମହିଳାମାନେ ଗର୍ଭଧାରଣ କଲେ ସେମାନେ ବଡ ଅଶ୍ୱସ୍ତି ଅନୁଭବ କରିଥାନ୍ତି ଏବଂ ସ୍ଥଳବିଶେଷରେ ଧଇଁ ସଇଁ ଓ ଅଣନିଃଶ୍ୱାସୀ ହୋଇପଡନ୍ତି ା ସେମାନଙ୍କଠାରେ ପ୍ରଥମେ ଗର୍ଭ ଅଛି କି ନାହିଁ ଜାଣିବା କଷ୍ଟକର ହୋଇଥାଏ। ମୋଟା ହେବା ଯୋଗୁଁ ଗର୍ଭାବସ୍ଥାରେ ଅନେକେ ଉଚ୍ଚ ରକ୍ତଚାପ ତଥା ମଧୁମେହ ରୋଗରେ ପୀଡିତା ହୋଇଥାନ୍ତି ଏବଂ ଏହାର ପ୍ରଭାବ ଗର୍ଭସ୍ଥ ଶିଶୁ ଉପରେ ପଡିଥାଏ ା ପେଟରେ ଅତ୍ୟଧିକ ଚର୍ବି ଜମିଯିବା ଯୋଗୁଁ ଗର୍ଭରେ ଶିଶୁର ଅବସ୍ଥାନ, ଶିଶୁର ହୃତ୍‌ପିଣ୍ଡର ସ୍ପନ୍ଦନ ଓ ଶିଶୁର ଘୂର୍ଣ୍ଣନ ଆଦି ଜାଣିବାରେ ଅସୁବିଧା ହୁଏ ା ଶିଶୁର ହୃଦ୍‌ ସ୍ପନ୍ଦନ ନ ଶୁଭିଲେ ବାରମ୍ବାର ଅଲ୍‌ଟ୍ରା ସାଉଣ୍ଡ କରିବାକୁ ପଡିଥାଏ ା ଅଲ୍‌ଟ୍ରାସାଉଣ୍ଡ କରିବା ସମୟରେ ମୋଟା ପେଟ ଉପରେ ସ୍କାନିଂ କଲାବେଳେ ଶିଶୁର ଅଙ୍ଗପ୍ରତ୍ୟଙ୍ଗ ଭଲଭାବରେ ଦେଖାଯାଏ ନାହିଁ ା ମୋଟାହେଲେ ଶିଶୁ ବିକଳାଙ୍ଗ ହେବାର ବେଶି ଚାନ୍‌ସ ଥାଏ, ବିଶେଷକରି ନିଉରାଲ୍‌ ଟ୍ୟୁବ୍‌ ଡିଫେକ୍ଟ ଏବଂ ମୁଣ୍ଡ ନ ଥିବା ବିକଳାଙ୍ଗ ଶିଶୁ ଆଦି ା
ଚବ ିର୍ବହୁଳତା ଓ ବେଶି ବୟସରେ ଗର୍ଭବତୀ ମହିଳାମାନଙ୍କର ଲୁକ୍‌କାୟିତ ମଧୁମେହ ରୋଗ ଥାଏ ତେଣୁ ସେମାନେ ବେଶି ଓଜନର ବଡ଼ ଶିଶୁ ଜନ୍ମ କରିଥାନ୍ତି ା ମେଦବହୁଳ ଓ ବହୁ ସନ୍ତାନର ଜନନୀଙ୍କର ସୁରୁଖୁରୁରେ ପ୍ରସବ ହୋଇ ପାରେନାହିଁ ା
ମେଦବହୁଳତାରେ ରକ୍ତହୀନତା ଦେଖାଦିଏ ା
ମେଦବୃଦ୍ଧିର ପ୍ରସବ ଉପରେ ପ୍ରଭାବ :
– ମୋଟା ମହିଳାମାନଙ୍କର ଗର୍ଭାବସ୍ଥାରେ ଶିଶୁର ଅବସ୍ଥାନ ଠିକ୍‌ ଭାବରେ ଚିହ୍ନଟ କରାଯାଇପାରେନାହିଁ ତେଣୁ ଉଚ୍ଚରକ୍ତଚାପ କିମ୍ବା ମଧୁମେହ ରୋଗ ପାଇଁ ପ୍ରସବ ବ୍ୟଥା ଆରମ୍ଭ କରାଯାଏ ଏବଂ ସେଥିରେ ସିଜରିଆନ୍‌ ସେକ୍‌ସନ୍‌ ଚାନ୍‌ସ ବଢିଯାଏ ା
– ଏହି ମହିଳାମାନଙ୍କର ଶିରା ଭଲଭାବରେ ନ ଦିଶିବାରୁ ଗ୍ଲୁକୋଜ୍‌ ସାଲାଇନ୍‌ ଦେବା କଷ୍ଟକର ହୋଇପଡ଼େ ା
– ପ୍ରସବ ସମୟରେ ଶିଶୁର ହୃଦ୍‌ ସ୍ପନ୍ଦନ ଶୁଣିହୁଏ ନାହିଁ ା
– ମୋଟା ହେଲେ ଭଲଭାବରେ ପ୍ରସବ ବ୍ୟଥା ହୁଏ ନାହିଁ ଓ ଜରାୟୁର ଅସ୍ବାଭାବିକ ସଂକୋଚନ ଓ ପ୍ରସାରଣ ଯୋଗୁ ବହୁ ସମୟଧରି ପ୍ରସବ ବ୍ୟଥା ହେଲେ ମଧ୍ୟ ଶିଶୁ ପ୍ରସବରେ ବିଳମ୍ବ ହୋଇଥାଏ ା
– ମୋଟା ହେବା ଦ୍ୱାରା ସାଧାରଣ ପ୍ରସବ ନ ହୋଇ ସିଜରିଆନ୍‌ ଅସ୍ତ୍ରୋପଚାର ହେବାର ବେଶି ଆଶଙ୍କା ଥାଏ। ସିଜରିଆନ ୍‌ ଅସ୍ତ୍ରୋପଚାର କଲାବେଳେ ମଧ୍ୟ ଚର୍ବି ଯୋଗୁଁ ଅପରେଶନ୍‌ ବେଳେ ଓ ଶିଶୁଟିକୁ ବାହାର କଲାବେଳେ କଷ୍ଟ ହୋଇଥାଏ ା ଶିଶୁଟିକୁ ପେଟରୁ ବାହାର କଲାବେଳେ, ବେଳେବେଳେ ଡେଲିଭରି ପାଇଁ ଅସୁବିଧାହୁଏ।
– ମୋଟା ମହିଳାଙ୍କର ବେକରେ ବେଶି ଚର୍ବିଥିବାରୁ ନିଶା ପ୍ରୟୋଗ ପାଇଁ ଅସୁବିଧା ହୋଇଥାଏ ା
ପ୍ରସବ ପରବର୍ତ୍ତୀ ଅସୁବିଧା: ଅସ୍ତ୍ରୋପଚାର ପରେ ଅତ୍ୟଧିକ ଚର୍ବି ଓ ଝାଳ ଯୋଗୁଁ ପେଟ ଉପର ଘା’ ଭଲଭାବରେ ଶୁଖିପାରେ ନାହିଁ, ଶିରାରେ ରକ୍ତ ଜମାଟ ବାନ୍ଧିଯାଏ। ଏହାଛଡ଼ା ଅତ୍ୟଧିକ ମେଦବୃଦ୍ଧିରେ ମା’ର କ୍ଷୀର ଭଲ ହୁଏନାହିଁ, ତେଣୁ ମା’ ଶିଶୁକୁ ସ୍ତନ୍ୟପାନ କରାଇପାରେ ନାହିଁ ା ମୋଟ ଉପରେ କହିବାକୁଗଲେ ମୋଟା ମହିଳାମାନଙ୍କର ବିଭିନ୍ନ ପଯର୍‌ୟାୟରେ ଅନେକ ଗୁରୁତର ଅସୁସ୍ଥତା ଦେଖାଦେଇଥାଏ ା
ଚିକିସତ୍ା: ମେଦବହୁଳତା ହେଲେ ଏହା ନିଶ୍ଚିତ ଭାବରେ ହାଇରିସ୍କ ଗ୍ରୁପ୍‌ରେ ଅନ୍ତର୍ଭୁକ୍ତ ହୋଇଥାଏ କାରଣ ଏଥିରେ ଅନେକ ବିପଦଥାଏ, ତେଣୁ ଗର୍ଭବତୀ ନାରୀର ପ୍ରସୂତି ପରିଚଯର୍‌ୟାଗାରରେ ନିୟମିତ ଚେକ୍‌ଅପ୍‌ ଓ ହସ୍‌ପିଟାଲରେ ପ୍ରସବ ନିତାନ୍ତ ଜରୁରୀ ା
ଗର୍ଭାବସ୍ଥାରେ ‘ଡାଏଟିଂ’ ବା ଓଜନ ହ୍ରାସ କରିବା ଉଚିତ ନୁହେଁ ା କାରଣ ଏହାଦ୍ୱାରା ଗର୍ଭସ୍ଥ ଶିଶୁର ଓଜନ ଓ ଉଚ୍ଚତା କମିଯାଏ ା
ତେଣୁ ପ୍ରସବ ପରେ ବା ଦୁଇସପ୍ତାହ ଜନ୍ମ ମଝିରେ ଓଜନ କମାଇବା ଉଚିତ ା
ଗର୍ଭଧାରଣ ପୂର୍ବରୁ ପରାମର୍ଶ
ମହିଳାମାନେ ମୋଟା ହୋଇଯାନ୍ତି ଏବଂ ଗର୍ଭଧାରଣ କରିବାକୁ ଚାହାନ୍ତି ସେମାନେ ଅନ୍ତତଃ ୬ମାସ ପୂର୍ବରୁ ଓଜନ କମାଇବା ଉଚିତ।
ଗର୍ଭବତୀ ନାରୀର ଚେକ୍‌ଅପ୍‌:
ମୋଟା ହୋଇଥିବା ଗର୍ଭବତୀ ମହିଳା, ତାଙ୍କ ସ୍ବାମୀ ଓ ସାରା ପରିବାର ଏଥିପାଇଁ ସଚେତନ ରହି ବେଶି କ୍ୟାଲୋରିଯୁକ୍ତ ଖାଦ୍ୟ ଖାଇବାକୁ ଦେବା ଉଚିତ ନୁହେଁ ା
ସେମାନେ ଗର୍ଭାବସ୍ଥାରେ ଅଧିକ କ୍ୟାଲୋରିଯୁକ୍ତ ସୁଷମ ଖାଦ୍ୟଖାଇ ଅନ୍ତତଃ ୧୦କେ.ଜି. ଭିତରେ ଓଜନ ସୀମିତ ରଖିବା ଜରୁରୀ ା ଅତିରିକ୍ତ ଚର୍ବି, ଘିଅ, ତେଲ ଓ ଛଣାଛଣି ଓ ମିଠାଖାଦ୍ୟ ଖାଇବା ଉଚିତ ନୁହେଁ ା କିନ୍ତୁ ସେମାନେ ଓଜନ କମାଇବା ପାଇଁ ଉପବାସ ମଧ୍ୟ ରହିବା ଉଚିତ ନୁହେଁ ା କାରଣ ଏହାଦ୍ୱାରା ‘କିଟୋସିସ୍‌’ ହୋଇ ଗର୍ଭସ୍ଥ ଶିଶୁର ସ୍ନାୟୁଜନିତ ରୋଗ ହୋଇଥାଏ ା
ଗର୍ଭାବସ୍ଥାରେ ମେଦବୃଦ୍ଧିର ବିପଦ:
ମାତୃମୃତ୍ୟୁ: ଗର୍ଭବତୀ ମା’ର ମେଦବୃଦ୍ଧି ଯୋଗୁଁ କ୍ରନିକ୍‌ ଉଚ୍ଚ ରକ୍ତଚାପ, ମଧୁମେହରୋଗ ଏବଂ ପ୍ରସବ ବେଳେ ଅସ୍ତ୍ରୋପଚାର ତଥା ପ୍ରସବପରେ ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ମାତୃମୃତ୍ୟୁ ବେଶି ପରିମାଣରେ ହୋଇଥାଏ ା
ଶିଶୁମୃତ୍ୟୁ: ପ୍ରସବପରେ ଶିଶୁମୃତ୍ୟୁ ହାର ବିଶେଷ ଭାବରେ ବଢିଯାଇଥାଏ, କାରଣ ଗର୍ଭସମୟ ଗଡ଼ିଯିବାରୁ ଶିଶୁ ପୋଷ୍ଟ ମାଚ୍ୟୁଅର୍‌ ହୁଏ ା ବଡ଼ ଶିଶୁ ହେଲେ ମଧ୍ୟ ଶିଶୁମୃତ୍ୟୁ ହୋଇଥାଏ କାରଣ ଶତକଡ଼ା ୧୦ ଭାଗ ମା’ଙ୍କର ଶିଶୁର ଓଜନ ୪ କେ.ଜି.ରୁ ଅଧିକ ହୋଇଥାଏ ା ମୋଟା ଗର୍ଭବତୀ ମହିଳାମାନଙ୍କର ଶିଶୁର ମୁଣ୍ଡ ନ ଥିବା ବିକଳାଙ୍ଗତା (ଓପନ୍‌ ନିଉରାଲ୍‌ ଟ୍ୟୁବ୍‌ ଡ଼ିଫେକ୍ଟ) ଦୁଇଗୁଣ ବଢିଯାଏ ଏବଂ ଜନ୍ମଗତ ହୃଦ୍‌ରୋଗ ମଧ୍ୟ 6 ଗୁଣ ବଢିଯାଏ ା ଆଉ କେତକ ମହିଳାଙ୍କର ଗର୍ଭସ୍ଥଶିଶୁ ଗର୍ଭରେ ବଢିପାରେ ନାହିଁ, ଫଳରେ ଅଳ୍ପ ଓଜନର ଶିଶୁ ଓ ଅପରିଣତ ପ୍ରସବ ହୋଇଥାଏ। ଏହା ଗର୍ଭଫୁଲର ଅପାରଗତା ଯୋଗୁଁ ହୋଇଥାଏ ା
ଏକ ଅଭିସାପ ବିଶେଷକରି ଗର୍ଭାବସ୍ଥାରେ ମେଦବହୁଳତା କେବଳ ଗର୍ଭବତୀ ନାରୀ ନୁହେଁ, ଗର୍ଭସ୍ଥ ଶିଶୁ ଏବଂ ସ୍ତ୍ରୀରୋଗ ଓ ପ୍ରସୂତି ବିଶେଷଜ୍ଞ ସମସ୍ତଙ୍କ ପାଇଁ ଉଦ୍‌ବେଗର କାରଣ ହୋଇଥାଏ ା ତେଣୁ ଗର୍ଭଧାରଣ ପୂର୍ବରୁ ସୁଚିନ୍ତିତ ଯୋଜନା ଓ ଓଜନହ୍ରାସ କଲେ ସେମାନେ ଯେ ନିରାପଦରେ ଗର୍ଭଧାରଣ ଓ ସୁସ୍ଥ ଶିଶୁ ପ୍ରସବ କରିବେ, ଏଥିରେ ସନ୍ଦେହ ନାହିଁ ା

ଡା. ସରୋଜିନୀ ଷଡଙ୍ଗୀ
-ଲିଙ୍କ୍‌ରୋଡ୍‌, କଟକ-୧୨


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷା, ପବନରେ ଓଲଟିଲା ପୂଜା ମଣ୍ଡପ: ଚାପି ହୋଇଗଲା କାର୍‌, ବାଇକ୍‌

ପାରାଦୀପ,୨୧।୯(ଶରତ ରାଉତ): ପାରାଦୀପର ପ୍ରସିଦ୍ଧ ବିଶ୍ବକର୍ମା ପୂଜା ମହୋତ୍ସବ ସୋମବାର ପଞ୍ଚମ ଦିନରେ ପହଞ୍ଚିଛି। ହେଲେ ଲଘୁଚାପ ଜନିତ ବର୍ଷା, ପବନ ଯୋଗୁ ପାରାଦୀପ ପୋର୍ଟ ଆଣ୍ଡ…

୨୦ ମାସର ଶିଶୁଙ୍କୁ ଘରୁ ଘୋଷାଡ଼ି ନେଲା କୁକୁର: ଆଉ ତା’ପରେ ଘଟିଲା…

ଶିମ୍‌ଲା,୨୧।୯: ହିମାଚଳ ପ୍ରଦେଶର ରାଜଧାନୀ ଶିମ୍‌ଲାର ଶାଙ୍କଲୀ ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏଠାରେ ଜଣେ ୨୦ ମାସର ଶିଶୁ କନ୍ୟା ଉପରେ ଦୁଇଟି…

ଶନିଙ୍କ ଚାଲିବ ଦିଗ ବଦଳ: ୨୦୨୭ରେ କାହା ଉପରେ ଚଢ଼ିବ ସାଢେସାତୀ? କେଉଁ ରାଶି ପାଇବେ ମୁକ୍ତି, ପଢନ୍ତୁ…

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କ ସାଢେସାତୀକୁ ଏକ କଠିନ ସମୟ ଭାବେ ବିବେଚନା କରାଯାଏ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ଏହି ସମୟରେ ବ୍ୟକ୍ତିଙ୍କୁ ସ୍ବାସ୍ଥ୍ୟ, ବ୍ୟବସାୟ, ଚାକିରି…

ଯୁବକଙ୍କୁ ମୃତ ଘୋଷଣା କଲେ ଡାକ୍ତର; ଜୀବନ ବଞ୍ଚାଇବାକୁ ମେଡିକାଲରେ ଝଡ଼ାଫୁଙ୍କା କଲେ ଗୁଣିଆ, ତାପରେ…!

ଆନନ୍ଦପୁର,୨୧।୯(ସୁଶାନ୍ତ କୁମାର ସାହୁ ): ପୁଣି ଥରେ ଅନ୍ଧବିଶ୍ୱାସର ମାୟାଜାଲରେ ସଭ୍ୟ ସମାଜ । ବିଜ୍ଞାନ ଏତେ ଆଗେଇ ଯାଇଥିଲେ ମଧ୍ୟ ଆଜି ବି ଲୋକଙ୍କ ମନରୁ…

୧୨ ବର୍ଷ ପରେ ସିଂହ ରାଶିରେ ଘଟୁଛି ଅଦ୍ଭୁତ ଘଟଣା: ୨୦୨୭ ଯାଏ ୩ ରାଶି ପାଇଁ ସୁବର୍ଣ୍ଣ ସମୟ, ମାଲାମାଲ ସହ ନୂଆ ଚାକିରି…

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଆସନ୍ତା ୩୧ ଅକ୍ଟୋବର ୨୦୨୬ରେ ଗୁରୁ ଗ୍ରହ ଏକ ବଡ଼ ରାଶି ପରିବର୍ତ୍ତନ କରିବେ। ଦିନ ୧୨ଟା ୦୧ ମିନିଟରେ ଗୁରୁ…

ବଡ଼ ଭୁଲ୍‌ କରିଦେଲେ ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ: ବିସ୍ଫୋରକ ବ୍ୟାଟିଂ କରୁଥିବାବେଳେ…

ନୂଆଦିଲ୍ଲୀ,୨୧।୯: ଅଷ୍ଟ୍ରେଲିଆ ଅଣ୍ଡର-୧୯ ବିପକ୍ଷ ମ୍ୟାଚ୍‌ରେ ଭାରତୀୟ ଯୁବ ବ୍ୟାଟର ତଥା ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ ଆର୍ଯ୍ୟବୀର ସେହ୍ବାଗ ନିଜ ବ୍ୟାଟିଂରେ ପୁଣିଥରେ ପ୍ରଭାବିତ କରିଛନ୍ତି। ଓପନର…

ରୁଷିଆ ନିର୍ବାଚନରେ ପୁଟିନଙ୍କ ଦବଦବା, ୪୫୦ରୁ ୩୫୫ ଆସନ ଜିତିଲା ୟୁନାଇଟେଡ୍…

ମସ୍କୋ,୨୧।୯: ରୁଷିଆର ସଂସଦୀୟ ନିର୍ବାଚନରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମର୍ଥନ ଥିବା ୟୁନାଇଟେଡ୍ ରୁଷିଆ ପାର୍ଟି ବଡ଼ ବିଜୟ ହାସଲ କରିଛି । ପୁଟିନ୍‌ଙ୍କ ଦଳ ସଂସଦର…

ବିଳମ୍ବିତ ରାତିରେ ନିଖୋଜ ହୋଇଗଲା ମତ୍ସ୍ୟଜୀବୀଙ୍କ ଡ଼ଙ୍ଗା, ଆଉ ତା’ପରେ…

ଛତ୍ରପୁର,୨୧।୯(ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଗଞ୍ଜାମ ଜିଲା ମେରାଇନ ଥାନା ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ଫିସେରୀ ଜେଟିରୁ ଏକ ମତ୍ସ୍ୟଜୀବୀଙ୍କ ଡଙ୍ଗା ନିଖୋଜ ହୋଇଯାଇଥିବା ଖବର ସାମନାକୁ ଆସିଛି। ମେରାଇନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?