ଗରିବଙ୍କୁ ଆହାର ଲାଗି ଜମି ବିକିଲେ

ବେଙ୍ଗାଲୁରୁ,୨୬।୪: କରୋନା ମହାମାରୀ ଯୋଗୁ ଲୋକମାନେ ଆତଙ୍କିତ ହୋଇପଡ଼ିଛନ୍ତି। ଲକ୍‌ଡାଉନ୍‌ ପରେ କାମଧନ୍ଦା ହରାଇ ଗରିବ ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନେକ ଲୋକ ଅନାହାର ଓ ଅର୍ଦ୍ଧାହାର ରହୁଛନ୍ତି। ଏଭଳି ସ୍ଥିତିରେ ଗରିବଙ୍କୁ ସାହାଯ୍ୟ କରିବା ଲାଗି ଆଗେଇ ଆସିଛନ୍ତି କର୍ନାଟକର ଦୁଇ ବ୍ୟବସାୟୀ। ତଜାମ୍ମୁୁଲ ପାସା ଓ ମୁଜାମ୍ମିଲ ପାସା ସମ୍ପର୍କରେ ଦୁଇ ଭାଇ ହୋଇଥିବା ବେଳେ ରାଜ୍ୟରେ ଗରିବ ଲୋକଙ୍କୁ ସହାୟତା କରିବା ଲାଗି ନିଜ ଜମିକୁ ବିକ୍ରି କରିବାକୁ ପଛାଇ ନାହାନ୍ତି। କୋଲାର ଜିଲାରେ ଥିବା ଜମିକୁ ସେମାନେ ୨୫ ଲକ୍ଷ ଟଙ୍କାରେ ବିକ୍ରି କରିଛନ୍ତି। ଏହି ଟଙ୍କାରେ ସେମାନେ ଗରିବଙ୍କ ଲାଗି ଚାଉଳ, ଗହମ, ଚିନି, ଡାଲି, ତେଲ ଭଳି ଅତ୍ୟାବଶ୍ୟକ ଖାଦ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ କିଣି ଯୋଗାଉଛନ୍ତି। ନିଜ ଘର ପାଖରେ ଏକ ଟେଣ୍ଟକରି ରୋଷେଇ ଲାଗି ବ୍ୟବସ୍ଥା କରିଛନ୍ତି। ଗରିବ, ଅନାଥ, ଶ୍ରମିକ, ନିରାଶ୍ରୟଙ୍କୁ ଏଠାରେ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି।
ପିଲାବେଳୁ ଏହି ଦୁଇଭାଇଙ୍କ ବାପା-ମା’ ଆରପାରିକୁ ଚାଲିଯାଇଥିଲେ। ପିଲାଦିନ ଅଜାଆଈ ରହୁଥିବା କୋଲାରରେ ରହି ସେମାନେ ବଡ଼ ହୋଇଛନ୍ତି। ଗରିବୀକୁ ଅତି ନିକଟରୁ ସେମାନେ ଦେଖିଛନ୍ତି। ବିଭିନ୍ନ ଧର୍ମ, ଜାତିର ଲୋକ ଏଥିଲାଗି ସେମାନଙ୍କୁ ସହଯୋଗ କରିଆସିଛନ୍ତି ବୋଲି କହିଛନ୍ତି ତଜାମ୍ମୁୁଲ। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ସେମାନଙ୍କ ମୁହଁରେ ଟିକେ ହସ ଦେଖିବାକୁ ସେମାନେ ପ୍ରୟାସ କରିଥିବା କହିଛନ୍ତି ସେ। ଏଠାକାର ଲୋକମାନଙ୍କ ଲାଗି କେବଳ ଖାଦ୍ୟ ଓ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଯାଉନି, ବରଂ ସାନିଟାଇଜର, ମାସ୍କ ଆଦି ମଧ୍ୟ ଯୋଗାଇ ଦିଆଯାଇଥିବା ତଜାମ୍ମୁୁଲ ପ୍ରକାଶ କରିଛନ୍ତି। ୩ ହଜାର ଗରିବଙ୍କ ଲାଗି ସମସ୍ତ ସହଯୋଗ କରାଯାଉଛି ଓ କୋଲାର ପ୍ରଶାସନ ପକ୍ଷରୁ ସମସ୍ତ ସହଯୋଗ କରାଯାଇଥିବା ସେ କହିଛନ୍ତି। ଜଣେ ବନ୍ଧୁଙ୍କ ସହ ଜମିବିକ୍ରି ନେଇ ବଣ୍ଡ୍‌ ସାଇନ୍‌ ସରିଛି ଓ ଲକ୍‌ଡାଉନ୍‌ ପରେ ବାକିଥିବା କାମ ଶେଷ କରାଯିବ ବୋଲି ସେ କହିଛନ୍ତି।
ଭାରତରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ୨୫ ହଜାର ଟପିଥିବା ବେଳେ ୭୯୪ ଜଣ ପ୍ରାଣ ହରାଇଲେଣି। କର୍ନାଟକରେ ୫୦୦ରୁ ଅଧିକ ଭୂତାଣୁ ଆକ୍ରାନ୍ତ ଚିହ୍ନଟ ହେଲେଣି। ପ୍ରତିଦିନ ଏହି ସଂଖ୍ୟା ବଢ଼ି ବଢ଼ି ଚାଲିଛି। ଲୋକମାନଙ୍କ ସମସ୍ୟା ମଧ୍ୟ ଦ୍ୱିଗୁଣିତ ହେଉଛି। ତେବେ ଗରିବଙ୍କ ମୁହଁରେ ହସ ଫୁଟାଇବା ଲାଗି ଦୁଇଭାଇ କରିଥିବା ପ୍ରୟାସକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଖିଳେଶ-ମୁଲାୟମ୍‌ଙ୍କୁ ଭେଟିଲେ ନୀତୀଶ

ନୂଆଦିଲ୍ଲୀ,୬।୯: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବେ ଦିଲ୍ଲୀ ଗସ୍ତରେ ଅଛନ୍ତି। ଏହି ସମୟରେ ସେ ଦେଶର ସମସ୍ତ ବଡ଼ ବିରୋଧୀ ଦଳର ନେତାଙ୍କୁ ଭେଟୁଛନ୍ତି।...

ଜୁଲାଇ ୧୩ରେ ଲଞ୍ଚ ହେବ ‘ଚନ୍ଦ୍ରୟାନ -୩’

ନୂଆଦିଲ୍ଲୀ,୩।୭: ଚନ୍ଦ୍ରାୟାନ -୩ ମିଶନ ଜୁଲାଇ ୧୩ରେ ଲଞ୍ଚ ହେବ। ସୋମବାର ଏନେଇ ଇସ୍ରୋ ଚେୟାରମ୍ୟାନ ଏସ୍‌. ସୋମନାଥ ସୂଚନା ଦେଇଛନ୍ତି। ସୋମନାଥ କହିଛନ୍ତି, ଆମେ...

କଂଗ୍ରେସର ରାହୁଲ ୟାନ ୨୦ ବର୍ଷ ହେଲା ହୋଇ ପାରୁ ନି ଲଞ୍ଚ୍‌: ରାଜନାଥ…

ଭୋପାଳ,୫।୯ : ଜନ ଆର୍ଶୀବାଦ ଯାତ୍ରାର ଶୁଭାରମ୍ଭ ପାଇଁ ମଧ୍ୟପ୍ରଦେଶର ନେମୁଚରେ ପହଞ୍ଚିଥିବା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କଂଗ୍ରେସ ତଥା ସମସ୍ତ ବିରୋଧୀ ଦଳଙ୍କୁ...

୨୦ ଲକ୍ଷ କୋଟିର ଆର୍ଥିକ ପ୍ୟାକେଜ ସମ୍ପର୍କରେ ଅପରାହ୍ନ ୪ଟାରେ ସୂଚନା ଦେବେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୧୩।୫: ଭାରତରେ କରୋନା ସଂକ୍ରମଣ ଯୋଗୁ ସଙ୍କଟ ଦେଖାଦେଇଛି। ସଂକ୍ରମଣରୁ ଦୂରେଇ ରହିବା ଲାଗି ଦେଶବ୍ୟାପୀ ଲକ୍‌ଡାଉନ୍‌ ମଧ୍ୟ ଜାରି ରହିଛି। ଫଳରେ ଦିନକୁ ଦିନ...

ବୃଦ୍ଧାଶ୍ରମରୁ ଉଦ୍ଧାର ହେଲେ ୭୩ ବରିଷ୍ଠ ନାଗରିକ

ହାଇଦ୍ରାବାଦ,୨୫।୧: ତେଲେଙ୍ଗାନା ହାଇଦ୍ରାବାଦର ନଗରାମ ଗାଁରେ ଥିବା ଏକ ବୃଦ୍ଧାଶ୍ରମରୁ ୭୩ ଜଣଙ୍କୁ ଉଦ୍ଧାର କରାଯାଇଛି। ଏମାନେ ସମସ୍ତେ ଗୋଟିଏ ଘରେ ବନ୍ଦଥିବା ସୂଚନା ମିଳିବା...

୭୬୨ କି.ମି. ଆସିବାକୁ ଟ୍ରେନ୍‌କୁ ଲାଗିଲା ବର୍ଷେ

ରାଞ୍ଚି,୨୮।୫: ଛତିଶଗଡ଼ରୁ ଏକ ମାଲ୍‌ବାହୀ ଟ୍ରେନ୍‌ ଚାଉଳ ଧରି ଝାଡ଼ଖଣ୍ଡର ନୂଆ ଗିରିଡିହ ଷ୍ଟେଶନରେ ପହଞ୍ଚିବାକୁ ବର୍ଷେ ଲାଗିଛି। ଏହାକୁ ନେଇ ରେଲଓ୍ବେ ଅଧିକାରୀମାନେ ବିସ୍ମିତ...

ଗଗନଯାନ ମାନବ ରହିତ ମିଶନରେ ହେବ ବିଳମ୍ବ: ଇସ୍ରୋ

ବେଙ୍ଗାଲୁର, ୧୧।୬: ଇସ୍ରୋର ଗଗନଯାନ ଦ୍ୱାରା ହେବାକୁ ଥିବା ପ୍ରଥମ ମାନବ ରହିତ ମିଶନରେ ବିଳମ୍ବ ହେବ। କରୋନା ମହାମାରୀ ସଙ୍କଟ ଯୋଗୁ ଏଭଳି ହେବ...

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଘରଭଡ଼ା ବଢ଼ିଲା: ଜୁଲାଇ ୧ରୁ ଲାଗୁ…

ନୂଆଦିଲ୍ଲୀ,୧୧।୭ : ଜିପିଆରଏ ଅଧୀନରେ ଥିବା ସରକାରୀ ଘର ପାଇଁ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ଅଧିକାରୀମାନଙ୍କୁ ଅଧିକ ଘରଭଡ଼ା ଦେବାକୁ ପଡ଼ିବ। ମୁଦ୍ରାସ୍ଫୀତିର ସମୟରେ...

Advertisement
Archives

Model This Week