ଗଭୀର ନଳକୂଅ ଖନନ ଟଙ୍କା ମିଳିଲାନି: ବିଷପାନ କରିଥିବା ଚାଷୀଙ୍କୁ ନେଇ ୪ ଘଣ୍ଟା ଗଣଧାରଣା

କେସିଙ୍ଗା,୧୦।୯(ଡି.ଏନ.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ପଥର୍ଲା ଗ୍ରାମପଞ୍ଚାୟତ ବାହାଦୂରପଦର ଗ୍ରାମର ଡମ୍ବରୁଧର ପୋଢ଼ (୪୦) ଜଳନିଧି ଯୋଜନାରେ ଗଭୀର ନଳକୂଅ ଖନନ କରିଥିଲେ। ୪ ବର୍ଷ ହେଲା ଏ ବାବଦ ଟଙ୍କା ନ ମିଳିବାରୁ ସେ ଗତ ଅଗଷ୍ଟ ୧୮ ତାରିଖରେ ବିଷପାନ କରି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଖବର ପାଇ ପରିବାର ଲୋକେ ଭବାନୀପାଟଣା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲାକୁ ସ୍ଥାନାନ୍ତରିତ କରାଯାଇଥିଲା। ବୁର୍ଲାରେ ଚିକିତ୍ସିତ ହୋଇ ଘରକୁ ଫେରିବା ପରେ ମଙ୍ଗଳବାର ଗ୍ରାମର ପ୍ରାୟ ୪୫ ଜଣ ଚାଷୀ ଆତ୍ମହତ୍ୟା ଉଦ୍ୟମ କରିଥିବା ଚାଷୀ ଡମ୍ବରୁଧରଙ୍କୁ ଧରି କେସିଙ୍ଗା ସହକାରୀ କୃଷି କାର୍ଯ୍ୟାଳୟ ଭିତରେ ୪ ଘଣ୍ଟା ଧରି ଗଣଧାରଣା ଦେଇଥିଲେ । ସହକାରୀ କୃଷି ଅଧିକାରୀ, ତହସିଲଦାର ଓ ଆଇଆଇସି ଏବଂ କୃଷି ବିଭାଗର ତିନି ଜଣିଆ ଦଳ ଗୁରୁବାର ଗ୍ରାମକୁ ଯାଇ ତଦନ୍ତ କରି ବିଚାର କରାଯିବ ବୋଲି ଲିଖିତ ପ୍ରତିଶ୍ରୁତି ଦେବା ପରେ ଚାଷୀମାନେ ଗଣଧାରଣାରୁ ଓହରି ଯାଇଥିଲେ।

ସୂଚନାଯୋଗ୍ୟ ଯେ, ଗତ ୨୦୧୬ରେ ବାହାଦୂରପଦର ଗ୍ରାମର ବାସୁଦେବ ପୋଢ଼ (୫୫)ଙ୍କ ନାମରେ କେସିଙ୍ଗା ସହରକାରୀ କୃଷି କାର୍ଯ୍ୟାଳୟ ଆଦେଶନାମା ନଂ. ୪୦୪ ତା. ୨୦।୨।୨୦୧୬ରେ ଜଳନିଧି ଯୋଜନା ପକ୍ଷରୁ ୭୫ ହଜାର ବ୍ୟୟ ଅଟକଳରେ ଗଭୀର ନଳକୂଅ ଖୋଲିବାକୁ ଆଦେଶ ଦିଆଯାଇଥିଲା। ଉକ୍ତ ଗ୍ରାମର ୪ଜଣଙ୍କ ମଧ୍ୟରୁ ୨ଜଣଙ୍କୁ ଖୋଲା ବାବଦକୁ ବିଲ କରାଯାଇ ଟଙ୍କା ଦିଆଯାଇଛି। କିନ୍ତୁ ବାସୁଦେବ ପୋଢ଼ଙ୍କ ପୁଅ ଡମ୍ବରୁଧର ପୋଢ଼ ଉଧାର ଓ କରଜ ଆଣି ଜେସିବି ମେଶିନରେ କୂଅ ଖୋଲିଥିଲେ। ସମସ୍ତ କାଗଜଜାତ ଭବାନୀପାଟଣାସ୍ଥିତ ଜିଲା କୃଷି କାର୍ଯ୍ୟାଳୟରେ ଜମା କରିଥିଲେ। ଯେଉଁ ୨ଜଣ କୃଷି ବିଭାଗ ଇଞ୍ଜିନିୟରଙ୍କୁ ମୋଟା ଅଙ୍କରେ ଉତ୍କୋଚ ଦେଲେ ସେମାନଙ୍କ ବିଲ ପାସ କରି ଦିଆଗଲା । ଡମ୍ବରୁଧରଙ୍କୁ ଆଜି ମିଳିବ କାଲି ମିଳିବ ବୋଲି ୪ ବର୍ଷ ବିତିଗଲା ସିନା ଟଙ୍କା ନ ମିଳିବାରୁ ଗତ ଅଗଷ୍ଟ ୧୮ ତାରିଖ ଗଭୀର ନଳକୂଅ ନିକଟରେ ଆତ୍ମହତ୍ୟା କରିବା ପାଇଁ ବିଷ ପାନ କରିଥିଲେ। ଖବର ପାଇ ପରିବାର ଲୋକେ ଭବାନୀପାଟଣା ସରକାରୀ ହସ୍ପିଟାଲକୁ ନେଇ ଚିକିତ୍ସା କରାଇଥିଲେ । ଅତି ସଙ୍କଟାପନ୍ନ ହେବାରୁ ବୁର୍ଲାକୁ ସ୍ଥାନାନ୍ତରିତ କରାଯାଇଥିଲା ।
ଏହି ଗଣଧାରଣାରେ ଡମ୍ବରୁଧରଙ୍କ ସମେତ ତାଙ୍କ ସ୍ତ୍ରୀ, ୨ଟି ଝିଅ ଓ ଗୋଟିଏ ନାବାଳକ ପୁଅଙ୍କ ସମେତ ଗ୍ରାମର ଗୋପି ମାଝି, ସତ୍ୟନାରାୟଣ ଖରସେଲ, ବିରଞ୍ଚତ୍ ନାରାୟଣ ଖରସେଲ, ଭୁବନ ପୋଢ଼, ନରୋତ୍ତମ ଭାଟି, ନେପାଳ ଭାଟ ପ୍ରମୁଖ ଗ୍ରାମବାସୀ ସାମିଲ ହୋଇଥିଲେ । ଏ ସଂକ୍ରାନ୍ତରେ କେସିଙ୍ଗା ସହକାରୀ କୃଷି ଅଧିକାରୀ ବିଶ୍ୱନାଥ ମହାପାତ୍ରଙ୍କୁ ପଚାରିବାରୁ ଜିଲାପାଳଙ୍କୁ ମେସେଜ ଦିଆଯାଇଛି ବୋଲି ପ୍ରକାଶ କରିଥିଲେ


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡିରେ ହର୍‌ ଘର୍‌ ତ୍ରିରଙ୍ଗା: ଯୋଗଦେଲେ ଶହ ଶହ ଛାତ୍ରୀଛାତ୍ର

ଦାରିଙ୍ଗବାଡି, ୧୩।୮(ଅରୁଣ ସାହୁ): ଆଉ ମାତ୍ର ଗୋଟିଏ ଦିନ ପରେ ଦେଶ ପାଳିବ ସ୍ବାଧୀନତା ଦିବସ। ଏହି ଅବସରରେ ସାରା ଦେଶ ଉତ୍ସବ ମୁଖର ହୋଇଥିବାବେଳେ ଏଥିରେ…

ଆହୁରି ସକ୍ରିୟ ହେଲା ଲଘୁଚାପ, ଏହି ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି କଲା IMD

ଭୁବନେଶ୍ବର,୧୩।୮: ପଶ୍ଚିମବଙ୍ଗ ଉପକୂଳରେ ଅବପାତରେ ପରିଣତ ହେଲା ଲଘୁଚାପ । ଏହାର ପ୍ରଭାବରେ ସାରା ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।…

ଜାତି ଅଲଗା, ମମତା ଗୋଟିଏ! ଗାଈର ବାଛୁରୀକୁ ନିଜ କ୍ଷୀର ପିଆଇଲା କୁକୁର, ଭିଡିଓ ଦେଖି ଭାବବିହ୍ବଳ ଲୋକେ

ସୋସିଆଲ ମିଡିଆରେ ଏହିଦିନଗୁଡ଼ିକରେ ଏକ ଅତ୍ୟନ୍ତ ଭାବବିହ୍ବଳ କରିଦେଉଥିବା ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି। ଭିଡିଓଟି ଦେଖି ଲୋକଙ୍କ ହୃଦୟ ତରଳି ଯାଉଛି। ଭିଡିଓରେ ଏକ…

ହୀରାକୁଦ ଡ୍ୟାମକୁ ପ୍ରବେଶ କରୁଛି ୧ ଲକ୍ଷ ଘନଫୁଟରୁ ଅଧିକ ବନ୍ୟାଜଳ, ୨ ଗେଟ୍‌ରେ ହେଉଛି ନିଷ୍କାସନ

ସମ୍ବଲପୁର,୧୩ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାର ପୁଣି ୪ଟି ସ୍ଲୁଇସ୍‌ ଗେଟ୍‌ ବନ୍ଦ କରାଯାଇଛି ଫଳରେ ବର୍ତ୍ତମାନ କେବଳ ୨ଟି ଗେଟ୍‌ରେ ଅତିରିକ୍ତ ବନ୍ୟାଜଳ ନିଷ୍କାସନ କରାଯାଉଛି। ତେବେ…

କୂଳ ଲଙ୍ଘୁଛି ସମୁଦ୍ର: ପଥର ବନ୍ଧ ନିର୍ମାଣ ଦାବି ଦୋହରାଇଲେ ଅଞ୍ଚଳବାସୀ

ଛତ୍ରପୁର,୧୨ା୮(ଦିଲୀପ ସାମଲ): ଦିନକୁ ଦିନ ସମୁଦ୍ର କୂଳ ଲଘୁଂଥିବାରୁ ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି। ସମୁଦ୍ର ଉପକୂଳରେ ସ୍ଥାୟୀ ପଥର ବନ୍ଧ…

ଗୁଟଖା-ତମାଖୁ ଉପରେ ସରକାରଙ୍କ ବଡ଼ ଆକ୍ସନ୍! ୧ ବର୍ଷ ପାଇଁ ବ୍ୟାନ୍

ବେଙ୍ଗାଲୁରୁ,୧୩।୮: ଗୁଟଖା-ତମାଖୁକୁ ନେଇ ବଡ଼ ନିଷ୍ପତ୍ତି ନେଇନ୍ତି କର୍ନାଟକ ସରକାର । ରାଜ୍ୟ ସରକାର ଗୁଟ୍‌ଖା, ପାନ ମସଲା ଏବଂ ତମାଖୁ-ନିକୋଟିନ୍‌ଯୁକ୍ତ ଉତ୍ପାଦଗୁଡ଼ିକ ଉପରେ ଏକ ବର୍ଷ…

ମାତ୍ର ୧୫ ବର୍ଷ ବୟସରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ, କ୍ରିକେଟ ଜଗତରେ ପଡିଗଲା ଚହଳ

ନୂଆଦିଲ୍ଲୀ,୧୩।୮: ଭାରତୀୟ କ୍ରିକେଟରେ ସବୁଠାରୁ ବିସ୍ଫୋରକ ଯୁବ ବ୍ୟାଟରମାନଙ୍କ ମଧ୍ୟରେ ସାମିଲ ବୈଭବ ସୂର୍ଯ୍ୟବଂଶୀ ନିଜ ବ୍ୟାଟିଂରେ ଲଗାତାର ଚର୍ଚ୍ଚାରେ ରହିଛନ୍ତି। ଜିମ୍ବାୱେ ଗସ୍ତରେ ମଧ୍ୟ ବ୍ୟାଟରେ…

ସ୍ବର୍ଣ୍ଣ ଜିତି ସୁନାମ ଅର୍ଜନ କଲେ ଛତ୍ରପୁର ବାସିନ୍ଦା ରମେଶ: ଦେଶ ପାଇଁ ଆଣିଲେ ଗୌରବ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଛତ୍ରପୁର, ୧୩।୮ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ନାଇଜେରିଆର ଲାଗୋସ ସହରରେ ଆୟୋଜିତ କମନୱେଲଥ ପାରା ଫେନ୍ସିଂ ଚାମ୍ପିଅନସିପ ୨୦୨୬ରେ କୃତିତ୍ୱ ଅର୍ଜନ କରିଛନ୍ତି ଓଡ଼ିଆ ପୁଅ ଭି.…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri