ଗତିପଥ ବଦଳାଉଛି ବୁଢ଼ାବଳଙ୍ଗ

ବାଲେଶ୍ୱର ଅଫିସ, ୨୯।୫(ମାନସ ବିଶ୍ୱାଳ)-ବାଲେଶ୍ୱର ଜିଲା ଦେଇ ପ୍ରବାହିତ ବୁଢ଼ାବଳଙ୍ଗ ନଦୀ ଦୀର୍ଘ ଦୁଇ ଦଶନ୍ଧି ଧରି ଗତିପଥ ବଦଳାଉଥିବାରୁ ସଦର ବ୍ଲକ ଅଧୀନ ଗୋପୀନାଥପୁର ପଞ୍ଚାୟତର କାଠପାଳ, ଜଗନ୍ନାଥପୁର, ମାଣିକୁଲା ଓ ନଲକୁଲ ଗ୍ରାମ ପ୍ରତି ବିପଦ ଦେଖାଦେଇଛି। ଜନବସତି ଆଡ଼କୁ ନଦୀ ମାଡି ଆସୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପ୍ରତିକାର କରାଯାଉନାହିଁ। ଏହି ନଦୀ ତଟବର୍ତ୍ତୀ ଭୀମଦିଆ ଗ୍ରାମ କେବେଠାରୁ ନଦୀଗର୍ଭରେ ଲୀନ ହୋଇଗଲାଣି। ପୂର୍ବରୁ ୩ଶହରୁ ଊର୍ଦ୍ଧ୍ୱ ପରିବାର ଉକ୍ତ ଗ୍ରାମରେ ବସବାସ କରୁଥିଲେ। ଲୋକେ ଭିଟାମାଟି ହରାଇ ଏବେ ନିରାଶ୍ରୟ ଅବସ୍ଥାରେ ଅନ୍ୟତ୍ର ମୁଣ୍ଡଗୁଞ୍ଜି ରହୁଛନ୍ତି। ବିସ୍ଥାପିତ ଲୋକେ କୁଆଡେ ଗଲେ ତାହାର ହିସାବ ପ୍ରଶାସନ ନିକଟରେ ନାହିଁ। ଅନ୍ୟପକ୍ଷେ ନଦୀ ଅପରପାର୍ଶ୍ୱରେ ଥିବା ନଲକୁଲି ଗ୍ରାମ ଧୀରେ ଧୀରେ ନଦୀଗର୍ଭରେ ବିଲୀନ ହେବାକୁ ଯାଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।
ନଦୀର ଗତିପଥ ପରିବର୍ତ୍ତନକୁ ରୋକିବା ପାଇଁ ସ୍ପର ନିର୍ମାଣ ସାଙ୍ଗକୁ ନଦୀବନ୍ଧ ପାର୍ଶ୍ୱକୁ ପଥର ପ୍ୟାକିଂ କରିବା ଲାଗି ତଟବର୍ତ୍ତୀ ଗ୍ରାମର ଲୋକେ ଦୀର୍ଘଦିନ ଧରି ଦାବି କରି ଆସୁଛନ୍ତି। ନଦୀଗର୍ଭକୁ ଚାଲିଯାଇଥିବା ଭୀମଦିଆ ଗ୍ରାମ ପଟୁ ଏବେ ନଦୀଶଯ୍ୟା ପୋତିହୋଇ ନଳକୁଲି ଆଡ଼କୁ ଖାଇ ଖାଇ ଯାଉଛି। ଏହି ଗ୍ରାମର ପ୍ରାୟ ଅଧା କି.ମି. ଅଞ୍ଚଳ ନଦୀଗର୍ଭରେ ଲୀନ ହୋଇଗଲାଣି। ବର୍ଷାଦିନେ ନଦୀର ଜଳସ୍ତର ବଢ଼ିଲେ ଆଖପାଖ ଅଞ୍ଚଳରେ ପାଣି ମାଡ଼ି ଘରଦ୍ୱାର ବୁଡ଼ିଯାଇଥାଏ। ଏହି ସମୟରେ ଗ୍ରାମବାସୀ ନିଜ ଘର ଉପରେ କିମ୍ବା ଡଙ୍ଗାରେ ରହି ସମୟ କାଟିଥାନ୍ତି। ପ୍ରାୟ ପ୍ରତିବର୍ଷ ନଦୀ ତଟବର୍ତ୍ତୀ ଅଞ୍ଚଳବାସୀ ବନ୍ୟା ବିପତ୍ତିକୁ ସାମ୍ନା କରି ଆସୁଛନ୍ତି।
ସ୍ଥାନୀୟ ଅଞ୍ଚଳବାସ କହିଛନ୍ତି ଯେ, ନଲକୁଲି ରାଜସ୍ବ ଗ୍ରାମରେ ୩୦୦ରୁ ଊର୍ଦ୍ଧ୍ୱ ପରିବାର ରହୁଥିଲେ। ଏବେ ମାତ୍ର ୭୦ ପରିବାର ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି। ଅନ୍ୟମାନେ ଘର ଛାଡି ଅନ୍ୟତ୍ର ପଳାଇ ଯାଇଛନ୍ତି। ନଦୀଗର୍ଭରେ ଚାଷ ଜମି ଲୀନ ହୋଇଯାଉଥିବାରୁ ଲୋକେ ଜୀବିକା ହରାଇ ବସିଛନ୍ତି। ପ୍ରଶାସନର ନଜର ଆଢୁଆଳରେ ଥିବା ଏସବୁ ଗଁାର ଲୋକଙ୍କ ପାଖରେ ସରକାରୀ ସହାୟତା ଓ ସୁବିଧା ପହଞ୍ଚିପାରୁନାହିଁ। ଅଧିକାଂଶ ଗରିବ ପରିବାର ଭଙ୍ଗା ଚାଳ ଛପର ଘରେ ରହୁଛନ୍ତି। ନଦୀକୂଳ ଖାଇ ଜନବସତି ଆଡ଼କୁ ମାଡି ଆସିଲେ ସେମାନେ ବାସସ୍ଥାନ ଛାଡି ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ବାଧ୍ୟ ହେବେ ବୋଲି ନଲକୁଲି ଗ୍ରାମବାସୀ କହିଛନ୍ତି। ସେମାନେ ଆହୁରି ଦର୍ଶାଇଛନ୍ତି ଯେ, ଏକଦା ବୁଢ଼ାବଳଙ୍ଗ ନଦୀ ସ୍ଥାନୀୟ ଲୋକଙ୍କ ପାଇଁ ଆଶୀର୍ବାଦ ପାଲଟିଥିଲା। ନଦୀ ତଟ ଅଞ୍ଚଳ ଉର୍ବର ହୋଇଥିବାରୁ ସେମାନେ ନାନା ଫସଲ ଉତ୍ପାଦନ କରି ଚଳୁଥିଲେ। ଏହାର ଜଳସ୍ରୋତ କ୍ରମେ ଗଁା ଆଡକୁ ମୁହଁାଇବାରୁ ବୁଢାବଳଙ୍ଗ ଆଜି ସେମାନଙ୍କ ପାଇଁ ଅଭିଶାପ ପାଲଟିଛି। ଅନେକ ଗ୍ରାମବାସୀଙ୍କ ନିକଟରେ ସ୍ଥାୟୀବାସିନ୍ଦା ପ୍ରମାଣପତ୍ର ନ ଥିବାରୁ ସେମାନେ ସରକାରୀ ସୁବିଧାରୁ ବଞ୍ଚତ୍ତ ହେଉଥିବା ଅଞ୍ଚଳବାସୀ ପ୍ରକାଶ କରିଛନ୍ତି। ପ୍ରାକୃତିକ ବିପର୍ଯ୍ୟୟ ବେଳେ ଆଶ୍ରୟ ନେବା ଲାଗି ଏହି ଅଞ୍ଚଳରେ ଏଯାଏ ବହୁମୁଖୀ ଆଶ୍ରୟସ୍ଥଳୀ ନିର୍ମାଣ ହୋଇନାହଁି। ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଆଦି କ୍ଷେତ୍ରରେ ମଧ୍ୟ ନଦୀ ଅବବାହିକା ଅଞ୍ଚଳ ଅବହେଳିତ ହୋଇରହିଛି। ଏ ସମ୍ପର୍କରେ ବାରମ୍ବାର ଜିଲାପାଳ, ବିଡ଼ିଓଙ୍କ ଦୃଷ୍ଟି ଆକର୍ଷଣ କରାଯାଉଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନ ଥିବା ପୂର୍ବତନ ସରପଞ୍ଚ ବୃନ୍ଦାବନ ରାଉତ ପ୍ରକାଶ କରିଛନ୍ତି। ଉକ୍ତ ଅଞ୍ଚଳର ବରିଷ୍ଠ ନାଗରିକ କରୁଣାକର ପ୍ରଧାନ, କାର୍ତ୍ତିକ ଚନ୍ଦ୍ର ରାଉତ, ବିଜେନ୍ଦ୍ର ପ୍ରଧାନ, ରବୀନ୍ଦ୍ର ଖୁଣ୍ଟିଆ, ତ୍ରିଲୋଚନ ବିଶ୍ୱାଳ, ଅଚ୍ୟୁତ ଦାସ, ହରିଶ୍ଚନ୍ଦ୍ର ଖଟୁଆ, ସୂର୍ଯ୍ୟକାନ୍ତ ପ୍ରଧାନ, ଶଙ୍କରା ମାଝି, ବାସ ଟୁଡୁ, ବେଲ ଦାସ, ଲକ୍ଷ୍ମୀମଣି ସାହୁ, ସାବିତ୍ରୀ ରାଉତ, ପ୍ରେମଲତା ପରିଡ଼ା ପ୍ରମୁଖ ବର୍ଷାଦିନ ପୂର୍ବରୁ ନଦୀବନ୍ଧକୁ ସୁଦୃଢ କରିବା ପାଇଁ ମରାମତି କାର୍ଯ୍ୟ କରା ନ ଗଲେ ସେମାନେ ଜିଲାପାଳଙ୍କ ଅଫିସ୍‌ ସମ୍ମୁଖରେ ଅନଶନ କରିବାକୁ ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ସରପଞ୍ଚ ସତ୍ୟଭାମା ରାଉତଙ୍କୁ ପଚାରିବାରୁ କହିଛନ୍ତି, ୨୦୦୫-୦୬ ମସିହାରେ ଜଳସେଚନ ବିଭାଗ ପକ୍ଷରୁ ନଦୀପାର୍ଶ୍ୱରେ ପଥରବନ୍ଧ କରାଯାଇଥିଲା। କାମ ଶେଷ ନ ହେବାରୁ ଗ୍ରାମର କିଛି ଅଂଶ ବାଦ୍‌ ପଡିଥିଲା। ୨୦୧୩ରେ ହୋଇଥିବା ବନ୍ୟାରେ କାଠପାଳ କୋଷ୍ଟକେନାଲ ବନ୍ଧ ସମେତ ନଦୀବନ୍ଧ ଅତଡ଼ା ଖାଇଥିଲା। ଏଯାଏ ତାହାକୁ ମରାମତି କରାଯାଇନାହିଁ। ଏଥର ବର୍ଷା ଋତୁରେ ବଡ଼ ଧରଣର ବନ୍ୟା ହେଲେ ମାଣିକୁଲା, ଜଗନ୍ନାଥପୁର, କାଠପାଳ ଓ ନଲକୁଲି ଗ୍ରାମ ସମେତ ଆଖପାଖ ଅଞ୍ଚଳ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇପଡିବ। ନଦୀକୂଳବର୍ତ୍ତୀ ୪ଶହରୁ ଊର୍ଦ୍ଧ୍ୱ ପରିବାରର ୩ ହଜାରରୁ ଅଧିକ ଲୋକ ବିପନ୍ନ ହେବାର ଆଶଙ୍କା ରହିଛି। ଏଣୁ ସମସ୍ୟାର ପ୍ରତିକାର ଲାଗି ପଞ୍ଚାୟତ ଅଧିକାରୀ, ଜିଲାପାଳ ଏବଂ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଯାଇଛି। ଜିଲା ଜଳସେଚନ ବିଭାଜନ ଯନ୍ତ୍ରୀ ନିରଞ୍ଜନ ମହାଳିକଙ୍କୁ ପଚାରିବାରୁ କହିଛନ୍ତି, ବୁଢାବଳଙ୍ଗ ନଦୀକୂଳିଆ ଅଞ୍ଚଳର ସମସ୍ୟା ସମ୍ପର୍କରେ ପ୍ରଶାସନ ଅବଗତ ରହିଛି। ଖୁବ୍‌ଶୀଘ୍ର ଏକ ଟେକ୍‌ନିକାଲ ଟିମ୍‌ ଦ୍ୱାରା ସର୍ଭେ କରାଯାଇ ପଥରବନ୍ଧ ନିର୍ମାଣ ଲାଗି ନାବାର୍ଡ଼କୁ ରିପୋର୍ଟ ପ୍ରଦାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କ ଜନ୍ମଦିନ ପାଳିବାକୁ ଆସିଥିଲେ, ଭଡ଼ା ଘରୁ ମିଳିଲା CDA ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ: ସୁଇସାଇଡ୍ ନୋଟ୍‌କୁ ନେଇ ବଢ଼ିଲା…

ବାଲେଶ୍ୱର,୧୭। ୭(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହଦେବଖୁଣ୍ଟା ଥାନା ଅଧୀନ ଆଜିମାବାଦ ଅଞ୍ଚଳର ଏକ ଭଡ଼ା ଘରୁ ଜଣେ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯନ୍ତ୍ରୀ…

ପୁଣି ଖାକିରେ ଦାଗ: ମହିଳାଙ୍କୁ ପ୍ରତାରଣା-ବଳାତ୍କାର ଅଭିଯୋଗରେ ପୋଲିସ ଓଏଏସଆଇ ଗୌରାଙ୍ଗ ବେହେରା ଗିରଫ

ଛତ୍ରପୁର, ୧୭।୭(ଦିଲ୍ଲୀପ ସାମଲ): ପୁଣି ଥରେ ଖାକି ପୋଷାକରେ ଲାଗିଛି ଦାଗ। ଜଣେ ମହିଳାଙ୍କ ଇଚ୍ଛା ବିରୋଧରେ ଜବରଦସ୍ତ ଶାରୀରିକ ସମ୍ପର୍କ ରଖିବା ଏବଂ ପ୍ରତାରଣା କରିବା…

ଘରେ ଏକୁଟିଆ ଦେଖି ଜବରଦସ୍ତି ଉଠାଇ ନେଇ ୮ ବର୍ଷର ନାବାଳିକାକୁ ବଳାତ୍କାର: ଅଭିଯୁକ୍ତ କୁଶୁନୁ ମୁଣ୍ଡାଙ୍କୁ…

ପାଟଣା,୧୭।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ଜଣେ ୮ ବର୍ଷର ନାବାଳିକାକୁ ବଳାତ୍କାର କରାଯାଇଥିବା ନେଇ ଏକ ସଂଗୀନ ଅଭିଯୋଗ ସାମ୍ନାକୁ ଆସିଛି।…

ଟୋକନ ମିଳିଲାନି, ବିକ୍ରି ହେଲାନି ଧାନ: ପ୍ରଶାସନ ନ ଶୁଣିବାରୁ ଓକିଲ ସଂଘର ଦ୍ୱାରସ୍ଥ ହେଲା କୃଷକ ସଂଗଠନ

ବରଗଡ଼,୧୭।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ଗତ ଜୁନ୍ ମାସ ୩୦ ତାରିଖରୁ ରବିଧାନ ସଂଗ୍ରହ ପ୍ରକ୍ରିୟା ଶେଷ ହୋଇଯାଇଥିଲେ ମଧ୍ୟ ହଜାର ହଜାର ଚାଷୀ ଧାନ ବିକ୍ରିରୁ…

ଲଘୁଚାପ ବର୍ଷାରେ ଜଳମଗ୍ନ ଧାମନଗର ବ୍ଲକ

ଧାମନଗର, ୧୭।୭ (ସନ୍ତୋଷ କୁମାର ମହାପାତ୍ର): ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ଭଦ୍ରକ ଜିଲା ଧାମନଗର ବ୍ଲକର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଥିବା ବେଳେ ଜନଜୀବନ ସମ୍ପୂର୍ଣ୍ଣ…

ପାତଲମ୍ବା ଜଙ୍ଗଲରୁ ମିଳିଲା ଅଜଣା ଯୁବକଙ୍କ ମୃତଦେହ : ଦନ୍ତା ହାତୀ ଆକ୍ରମଣ ସନ୍ଦେହ; ପୋଲିସ, ବନ ବିଭାଗ ଓ ସାଇଣ୍ଟିଫିକ୍ ଟିମ୍‌ର ତଦନ୍ତ ଆରମ୍ଭ

କଲ୍ୟାଣସିଂହପୁର, ୧୭।୭ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ପାର୍ସାଲି ପଞ୍ଚାୟତର ପାତଲମ୍ବା ଜଙ୍ଗଲରୁ ଶୁକ୍ରବାର ଜଣେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର…

ଦିଗପହଣ୍ଡିରେ ରଥଟଣା ସମ୍ପନ୍ନ: ଶ୍ରୀ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଲେ ଶ୍ରୀମହାବାହୁ

ଦିଗପହଣ୍ଡି, ୧୭।୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଅନ୍ୟତମ ଗଡ଼ଜାତ ତଥା ତତ୍କାଳୀନ ବଡ଼ଖେମୁଣ୍ଡି ରାଜ୍ୟର ରାଜଧାନୀ ଦିଗପହଣ୍ଡିରେ ପବିତ୍ର ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥି…

ଦାରିଙ୍ଗବାଡି ଅଞ୍ଚଳରେ ଲଗାଣ ବର୍ଷା: ଏକାଧିକ ସ୍ଥାନରେ ଉପୁଡ଼ିଲା ଗଛ, ସମସ୍ୟା ଘେରରେ…

ଦାରିଙ୍ଗବାଡି, ୧୭।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଗତ ତିନି ଦିନ ଧରି ଲଘୁଚାପଜନିତ ଲଗାଣ ବର୍ଷା ଲାଗି ରହିଥିବାରୁ ସମଗ୍ର ଅଞ୍ଚଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri