ଗଣ୍ଡଗୋଳ ପାଇଁ ଲୋୟର ସୁକ୍‌ତେଲ ୧୯ ବର୍ଷ ପରେ ଅଧା ରହିଛି: ବଲାଙ୍ଗୀରରେ ଚଳିତବର୍ଷ ୧୫ଶହ ଗଭୀର ନଳକୂପ ଖୋଳାଯିବ

ଭୁବନେଶ୍ୱର, ୧୮।୭(ବ୍ୟୁରୋ): ବଲାଙ୍ଗୀର ଜିଲାକୁ ଜଳସେଚନ ସୁବିଧା ମିଳୁ ନାହିଁ। ରାଜ୍ୟ ସରକାର ସବୁ ବ୍ଲକକୁ ୩୫ ପ୍ରତିଶତ ଜଳସେଚନ ସୁବିଧା ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ହେଲେ ବଲାଙ୍ଗୀର ଜିଲାର ଅନେକ ବ୍ଲକରେ ୧ ପ୍ରତିଶତ ଜଳସେଚନ ମଧ୍ୟ ହୋଇ ନାହିଁ। ଲୋୟର ସୁକ୍‌ତେଲ ପ୍ରକଳ୍ପ ଦୀର୍ଘ ବର୍ଷ ହେବ ଶେଷ ହୋଇପାରୁ ନାହିଁ। ଏହି ଜିଲାର କେଉଁ ବ୍ଲକକୁ କେତେ ଜଳସେଚନ କରାଯାଇଛି, ସେ ନେଇ ସରକାର ଜବାବ ଦିଅନ୍ତୁ ବୋଲି କଂଗ୍ରେସ ସଭ୍ୟ ସନ୍ତୋଷ ସିଂ ସାଲୁଜା ପଚାରିଥିଲେ। ଭାଜପା ସଭ୍ୟ ମୋହନ ଚରଣ ମାଝି ରାଜ୍ୟର କେତୋଟି ନିଅଣ୍ଟିଆ ବ୍ଲକକୁ ୩୫ ପ୍ରତିଶତ ଜଳସେଚନ ଯୋଗାଇ ଦିଆଯାଇଛି ବୋଲି ପଚାରିଥିଲେ। କଂଗ୍ରେସ ସଭ୍ୟ ତାରାପ୍ରସାଦ ବାହିନୀପତି କୋରାପୁଟ ଜିଲା ମୁନିଗୁଡ଼ା ବ୍ଲକର ୫/୭ଟି ବ୍ଲକକୁ ପାଣିଯାଉନି। ମେଗା ଲିଫ୍ଟ ପଏଣ୍ଟ କରି ଜଳସେଚନ ସୁବିଧା ହେବ କି ବୋଲି ପଚାରିଥିଲେ। ଭାଜପା ସଭ୍ୟ ମୁକେଶ ମାହାଲିଙ୍ଗ ଲୋୟର ସୁକ୍‌ତେଲ ପ୍ରୋଜେକ୍ଟ କେବେ ଶେଷ ହେବ ଓ ଏଥିରେ କେତେ ଜମିକୁ ଜଳସେଚନ ଯୋଗାଇ ଦିଆଯିବ ବୋଲି ପଚାରିଥିଲେ। ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ଅନୁପସ୍ଥିତିରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଥିଲେ ଯେ, ୨୦୦୯ ମାର୍ଚ୍ଚ ଶେଷ ସୁଦ୍ଧା ୨୮.୬୯ ଲକ୍ଷ ହେକ୍ଟର ଜମିକୁ ଜଳସେଚନ ସୁବିଧା ଦିଆଯାଇଥିଲା। ୨୦୦୯ ଏପ୍ରିଲରୁ ୨୦୧୯ ମାର୍ଚ୍ଚ ମଧ୍ୟରେ ୧୩.୨୦ ଲକ୍ଷ ହେକ୍ଟର ଜମିିକୁ ଜଳସେଚନ ସୁବିଧା ଦିଆଯାଇଛି। ୨୦୧୯ ମାର୍ଚ୍ଚ ସୁଦ୍ଧା ରାଜ୍ୟରେ ମୋଟ ୪୧.୮୯ ଲକ୍ଷ ହେକ୍ଟର ଚାଷଜମିରେ ଜଳସେଚନ ସୁବିଧା କରାଯାଇଛି। ତେବେ ରାଜ୍ୟର ବିଭିନ୍ନ ଜିଲାରେ ୧୫ଟି ବୃହତ୍‌ ଓ ମଧ୍ୟମ ଜଳସେଚନ ପ୍ରକଳ୍ପ ୨୩ଟି କ୍ଷୁଦ୍ର, ୧୭ଟି ବୃହତ୍‌ ଉଠାଜଳସେଚନ, ୮୩୨ଟି ଆଡ଼ିବନ୍ଧ ଏବଂ ୧୪୫୦ଟି ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟ ଚାଲୁ ରହିଛି। ଆହୁରି ୧୫ଟି ନୂତନ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଚଳିତବର୍ଷ ଆରମ୍ଭ କରାଯିବ। ଏହାଛଡ଼ା ରାଜ୍ୟରେ ୨୦ ହଜାର ଗଭୀର ନଳକୂଳ ଓ ୬୦୦ ଅଗଭୀର ନଳକୂପ ନିର୍ମାଣ କରାଯିବ। ବଲାଙ୍ଗୀର ଜିଲାରେ ମୋଟ ୩.୪୬ ଲକ୍ଷ ହେକ୍ଟର ଚାଷଜମିରେ ୨୦୧୯ ମାର୍ଚ୍ଚ ଶେଷ ସୁଦ୍ଧା ୧.୭୩ ଲକ୍ଷ ହେକ୍ଟର ଚାଷଜମିକୁ ଜଳସେଚନ ଯୋଗାଇ ଦିଆଯାଇଛି। ଏହି ଜିଲାରେ ଏ ପର୍ଯ୍ୟନ୍ତ ୩୩. ୭୪ ପ୍ରତିଶତ ଜଳସେଚନ ସୁବିଧା କରାଯାଇଛି। ୩୫ ପ୍ରତିଶତ କରିବା ପାଇଁ ଲୋୟକ ସୁକ୍‌ତେଲ, ଲୋୟର ଇନ୍ଦ୍ର, ୩୯ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଏବଂ ୩୭ଟି ଆଡିବନ୍ଧ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି। ଚଳିତବର୍ଷ ୧୫ ଶହ ଗଭୀର ନଳକୂପ ଖୋଳାଯିବ। ଲୋୟକ ସୁକ୍‌ତେଲ ପ୍ରକଳ୍ପ ସ୍ଥାନୀୟ ଲୋକଙ୍କ ଗଣ୍ଡଗୋଳ ଯୋଗୁ ଶେଷ ହୋଇପାରୁନି। ଲୋଇସିଙ୍ଗା ବିଧାୟକ ସହଯୋଗ କଲେ ଏହି ପ୍ରକଳ୍ପ କାର୍ଯ୍ୟ ଶେଷ ହେବ ବୋଲି ମନ୍ତ୍ରୀ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୧ରେ ବିଜେପୁର ଉପନିର୍ବାଚନ: ପୋଲିସ ବ୍ୟବସ୍ଥା ନେଇ ଡିଜିପିଙ୍କ ସମୀକ୍ଷା

ବରଗଡ଼ ଅଫିସ,୯।୧୦- ଆସନ୍ତା ୨୧ ତାରିଖରେ ବରଗଡ଼ ଜିଲା ବିଜେପୁର ଉପନିର୍ବାଚନ। ଉପନିର୍ବାଚନକୁ ଶୃଙ୍ଖଳିତ, ଅବାଧ ଓ ନିରପେକ୍ଷଭାବେ ସମାପନ କରିବା ପାଇଁ ପୋଲିସ ପ୍ରଶାସନ...

ହଟ୍ଟଗୋଳରେ ଖର୍ଚ୍ଚ ଦାବି ପାରିତ

ଭୁବନେଶ୍ୱର, ୧୦ା୧୨(ବ୍ୟୁରୋ): ଥମୁନି ମମିତା ମେହର ହତ୍ୟାକାଣ୍ଡ ତାତି କି ସ୍ବାଭାବିକ ହୋଇପାରୁନି ବିଧାନସଭା। ଦୀର୍ଘ ୭ଦିନ ଧରି ଗୃହରେ ଅଚଳାବସ୍ଥା ଲାଗି ରହିଥିବାବେଳେ ଗୁରୁବାର...

ପ୍ରଦୀପ ପାଣିଗ୍ରାହୀଙ୍କ ଜାମିନ ଆବେଦନ ଖାରଜ

ଭୁବନେଶ୍ୱର,୭।୧୨(ବ୍ୟୁରୋ): ବିଜେଡିରୁ ବହିଷ୍କୃତ  ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଜାମିନ ଆବେଦନ ସୋମବାର ଖାରଜ ହୋଇଛି। ଅନ୍ୟପଟେ ତାଙ୍କ ବିରୋଧରେ ଲୋକାୟୁକ୍ତ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ...

ପୁଣି ସବୁଜ ସୁନ୍ଦର ହେବ ଭୁବନେଶ୍ୱର: ଆଳଙ୍କାରିକ ବୃକ୍ଷ ସହରର ଶୋଭା ବଢ଼ାଇବ

ଭୁବନେଶ୍ୱର, ୨୪।୧୦(ବ୍ୟୁରୋ): ଭୁବନେଶ୍ୱରକୁ ପୁଣି ସବୁଜ ସୁନ୍ଦର କରାଯିବ। ରାସ୍ତାକଡ଼, ଫ୍ଲାଏ ଓଭର ତଳ ଓ ସହରର ବିଭିନ୍ନ ସ୍ଥାନରେ ସୌନ୍ଦର୍ଯ୍ୟଭରା ଓ ଆଳଙ୍କାରିକ ବୃକ୍ଷ,...

ରାଜପଥ ଅବରୋଧ, ଯାତ୍ରୀ ହୀନସ୍ତା

ଢେଙ୍କାନାଳ ଅଫିସ,୨୯।୩ କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ ଆହ୍ବାନରେ ସୋମବାରଠାରୁ ଆରମ୍ଭ ହୋଇଥିବା ଦୁଇଦିନ ଧରି ଦେଶବ୍ୟାପୀ ଧର୍ମଘଟର ପ୍ରଭାବ ଢେଙ୍କାନାଳରେ ଦେଖାଯାଇଛି। ନିଖିଳ ଓଡିଶା ଅଙ୍ଗନୱାଡି...

CORONAVIRUS UPDATE, ଆଜି ରାଜ୍ୟରେ ପୁଣି ୪୨୭୦ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୧୬।୯(ବ୍ୟୁରୋ): ରାଜ୍ୟରେ ପୁଣି ୪୨୭୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୪୭୮ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୧୭୯୨ଜଣ ଲୋକାଲ କେସ୍‌ ଥିବା...

ଓଡ଼ିଶାରେ ୨ ନକଲି ବିଶ୍ୱ ବିଦ୍ୟାଳୟ

ଭୁବନେଶ୍ୱର, ୭।୧୦(ବ୍ୟୁରୋ)- ୟୁଜିସି ପକ୍ଷରୁ ବୁଧବାର ନକଲି ବିଶ୍ୱବିଦ୍ୟାଳୟର ତାଲିକା ପ୍ରକାଶ ପାଇଛି। ସମଗ୍ର ଦେଶରେ ସରକାରଙ୍କୁ ଭୂଆଁ ବୁଲାଇ ୨୪ଟି ‘ଆତ୍ମଘୋଷିତ’ ଓ ‘ଅଣସ୍ବୀକୃତ’...

ପୁରୀକୁ ଗଡ଼ିବ ୨୦୦ ସ୍ବତନ୍ତ୍ର ବସ୍‌

କଟକ ଅଫିସ, ୧୧।୬: ରଥଯାତ୍ରା ପାଇଁ ପୁରୀକୁ ଅଧିକ ସ୍ବତନ୍ତ୍ର ୨୦୦ ବସ୍‌ ଚାଲିବ। ୪ ଦିନ ଏହି ବସ୍‌ ଚାଲିବ। ଜୁଲାଇ ୪ ତାରିଖରେ...

Advertisement
Archives

Model This Week