ଗଣବଳାତ୍କାର ପରେ, ଅଶ୍ଳୀଳ ଫଟୋ ଭାଇରଲ ମାମଲା: ପୂର୍ବତନ ସରପଞ୍ଚଙ୍କ ସହ ୪ ନିର୍ଦ୍ଦୋଷରେ ଖଲାସ

ଭଞ୍ଜନଗର,୨୫।୯(ଡି.ଏନ.ଏ.)-ସୋରଡ଼ା ଥାନା ଅଞ୍ଚଳରେ ୨୦୧୫ ମସିହାରେ ଜଣେ ମହିଳାଙ୍କୁ ଗଣବଳତ୍କାର ପରେ ଅଶ୍ଳୀଳ ଫଟୋ ଭାଇରଲ ମାମଲାର ରାୟ ମଙ୍ଗଳବାର ପ୍ରକାଶ ପାଇଛି। ଭଞ୍ଜନଗର ସବ୍‌ଜଜ୍‌ ପ୍ରମାଣ ଅଭାବରୁ ୪ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ପୂର୍ବତନ ସରପଞ୍ଚ ଥିବା ଜଣାପଡ଼ିଛି। ଏହି ମାମଲାରେ ସମ୍ପୃକ୍ତ ଆଉ ଜଣେ ଅଭିଯୁକ୍ତ ଫେରାର ଥିବାଯୋଗୁ ତାଙ୍କର ବିଚାରଣ ହୋଇପାରିନାହିଁ। ଜଣେ ନାବାଳକଙ୍କ ବ୍ରହ୍ମପୁର ଜୁଭେନାଇଲ କୋର୍ଟରେ ବିଚାର ଚାଲିଛି।
ପ୍ରକାଶଯେ, ଜଣେ ପୂର୍ବତନ ସରପଞ୍ଚଙ୍କ ସହ ପୀଡିତାଙ୍କ ସ୍ବାମୀଙ୍କର ପାରିବାରିକ ସମ୍ପର୍କ ଥିଲା। ତାଙ୍କ ଘରକୁ ସେ ବିଭିନ୍ନ ସମୟରେ ଯିବାଆସିବା କରନ୍ତି। ଦିନେ ପୀଡିତାଙ୍କ ସ୍ବାମୀ ଘରେ ନଥିବା ବେଳେ ପୂର୍ବତନ ସରପଞ୍ଚ ମହିଳାଙ୍କୁ ବଳାତ୍କାର କରିଥିଲେ। ଘଟଣା ସମ୍ପର୍କରେ ଅନ୍ୟ ଅଭିଯୁକ୍ତମାନେ ଜାଣିବା ପରେ ମହିଳାଙ୍କୁ ଧମକ ଦେଇ ବଳତ୍କାର କରିଥିଲେ। ଏହି ସମୟର ଫଟୋ ମଧ୍ୟ ଉତ୍ତୋଳନ କରିଥିଲେ। ଏହାପରେ ୨୦ ହଜାର ଟଙ୍କା ନଦେଲେ ଉକ୍ତ ଫଟୋକୁ ଭାଇରଲ କରିଦେବାକୁ ୨ଜଣ ଅଭିଯୁକ୍ତ ମହିଳାଙ୍କୁ ଧମକ ଦେଇଥିଲେ। ଏହାର କିଛିଦିନ ପରେ ଅଭିଯୁକ୍ତମାନେ ଫଟୋ ଗୁଡ଼ିକୁ ଗ୍ରାମର ସ୍କୁଲ ପାଚେରୀରେ ମାରିଥିଲେ। ଏନେଇ ପୀଡିତାଙ୍କ ସ୍ବାମୀ ସ୍ତ୍ରୀଙ୍କୁ ପଚାରିଥିଲେ। ଏହାପରେ ସ୍ତ୍ରୀ ସମସ୍ତ ଘଟଣା କହିବା ସହ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହାପରେ ୪ଜଣ ଅଭିଯୁକ୍ତ ଜାମିନରେ ଆସିଥିଲେ। ମୁଦାଲାମାନଙ୍କ ପକ୍ଷରୁ ଅଶୋକ ଜେନା ମାମଲା ପରିଚାଳନା କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରୁ ୮ ଶିଶୁ ଶ୍ରମିକ ଉଦ୍ଧାର

ଦିଗପହଣ୍ଡି,୨୩ା୮(ଡି.ଏନ.ଏ.)- ବ୍ରହ୍ମପୁର ପୋଲିସର ସ୍ବତନ୍ତ୍ର ଟିମ ଶୁକ୍ରବାର ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମର ହୋଟେଲ, ମୋଟର ଗ୍ୟାରେଜ, ଢ଼ାବା, ଫାଷ୍ଟଫୁଡ ଦୋକାନ ସମେତ ବିଭିନ୍ନ...

କେନ୍ଦୁଝର ଜିଲା କଂଗ୍ରେସ ପକ୍ଷରୁ ଅମିତ ଶାହାଙ୍କ କୁଶପୁତ୍ତଳିକା ଦାହ

କେନ୍ଦୁଝର,୨୮।୨(ସ୍ବ.ପ୍ର.): କେନ୍ଦୁଝର ଜିଲା କଂଗ୍ରେସ ପକ୍ଷରୁ ଶୁକ୍ରବାର ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଦେଶରେ ଅରାଜକତା ବୃଦ୍ଧି ପାଇ ଦେଖା ଦେଉଥିବା ଆଇନ ଶୃଙ୍ଖଳା ପରିସ୍ଥିତି...

୨୧୮୧୪ଜଣଙ୍କୁ ରନ୍ଧାଖାଦ୍ୟ ଦିଆଗଲା

ଦେବଗଡ,୬ା୪(ଡି.ଏନ.ଏ): ଦେବଗଡ ଜିଲାର ତିନୋଟି ବ୍ଲକର ୬୧ ପଞ୍ଚାୟତର ୨୩୨୨ ଏବଂ ପୌରାଞ୍ଚଳରେ ୩୦୦ଜଣ ଅସହାୟ, ନିରାଶ୍ରୟ ଏବଂ ଶ୍ରମିକଙ୍କୁ ଦୈନିକ ବିଭିନ୍ନ ସ୍ଥାନରେ ରନ୍ଧାଖାଦ୍ୟ...

ବିଭିନ୍ନ ସ୍ଥାନରେ ବିଶ୍ୱ ପରିବେଶ ଦିବସ ପାଳିତ: ପରିବେଶ ସୁରକ୍ଷା ପାଇଁ ସମସ୍ତେ ଆଗେଇ ଆସିବାକୁ ଆହ୍ବାନ

କର୍ଲାମୁଣ୍ଡା,୫।୬(ଡି.ଏନ.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ବିଭିନ୍ନ ସ୍ଥାନରେ ବିଶ୍ୱ ପରିବେଶ ଦିବସ ବୁଧବାର ପାଳିତ ହୋଇଯାଇଛି। ଏହି ଅବସରରେ ବୋରପଦର ପଞ୍ଚାୟତ ସରାବାହାଲି ଅର୍ଟଚାର୍ଟଠାରେ...

ଦରମା ନ ଦେଇ ଛଟେଇ

ଅନୁଗୋଳ ଅଫିସ,୧୭ା୫ – ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟ କରୁଥିବା ହେଲ୍ପଡେସ୍କ ମ୍ୟାନେଜର ଓ ଭଲ୍ୟୁଣ୍ଟରମାନଙ୍କୁ ଚାକିରିରୁ ଛଟେଇ କରାଯାଇଛି। ଏପରି କି ୭ମାସ...

ଆଜି ୧୨ ଘଣ୍ଟିଆ ଗଜପତି ବନ୍ଦ

ପାରଳାଖେମୁଣ୍ଡି,୬।୧୧(ଡି.ଏନ୍‌.ଏ.): ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲା ଏବେ ସବୁଆଡେ ଚର୍ଚ୍ଚା ଜୋର ଧରିଛି। ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଓ ତାଙ୍କ ବିରୋଧରେ...

ମସଲାରେ ମିଶାଯାଉଥିଲା ପୋକରା ଚାଉଳ, କେମିକାଲ: କାରଖାନା ସିଲ୍‌, ମାଲିକ ଅଟକ

କଟକ ସଦର, ୨୦।୨(ଡି.ଏନ୍‌.ଏ.): କଟକ ଜିଲା ୪୨ ମୌଜା ଥାନା ଅନ୍ତର୍ଗତ ଦିବାଟିଠାରେ ଥିବା ଏକ ଅପମିଶ୍ରିତ ମସଲା କାରଖାନା ଶନିବାର ଠାବ କରାଯାଇଛି। ସ୍ଥାନୀୟ...

ତହସିଲରେ ମିଳୁନି ସେବା

ହିନ୍ଦୋଳ, ୨୨।୮(ଡି.ଏନ.ଏ.) ଢେଙ୍କାନାଳ ଜିଲା ହିନ୍ଦୋଳ ତହସିଲ କାର୍ଯ୍ୟାଳୟରେ ଜନସାଧାରଣଙ୍କୁ ସେବା ମିଳୁ ନ ଥିବା ଅଭିଯୋଗ ହୋଇଛି। କାର୍ଯ୍ୟରତ କର୍ମଚାରୀଙ୍କ ଦାୟିତ୍ୱହୀନତାରୁ ଦାଖଲ ଖାରଜ...

Advertisement
Archives

Model This Week