ଗଣତନ୍ତ୍ରର ନୂଆ ସଂଜ୍ଞା ଦରକାର

ସହଦେବ ସାହୁ

ଗଣଙ୍କ ପ୍ରତି ଉଦାସୀନ ସରକାର ତ ସରକାର ପ୍ରତି ଉଦାସୀନ ଗଣ- ଆଉ ଗୋଟିଏ ସାଧାରଣ ନିର୍ବାଚନ ଆସନ୍ନ ହେଲା ବେଳକୁ ଏଭଳି ଦେଖିବାକୁ ମିଳିଲାଣି। ଆମ ଗଣତନ୍ତ୍ର ଦଳତନ୍ତ୍ରର ରୂପ ନେଲାଣି! ଏହାର ଦୁଇଟା ମୁଖ୍ୟ କାରଣ: (କ) ନିର୍ବାଚନରେ ଭୋଟରମାନଙ୍କ ଇଚ୍ଛାର ପ୍ରତିନିଧି ଜିତିପାରିବେ ନାହିଁି (୧) ରାଜନୈତିକ ଦଳ ବାଛୁଛି କାହାକୁ ସେ ପ୍ରାର୍ଥୀ କରିବ ସେ ନିର୍ବାଚନମଣ୍ଡଳୀର ଭୋଟର ହୋଇନଥିଲେ ବି; (୨) ଦଳ ପ୍ରାର୍ଥୀର ନିର୍ବାଚନରେ ଅପର୍ଯ୍ୟାପ୍ତ ଖର୍ଚ୍ଚ କଲେ ବି ତାହା ନିର୍ବାଚନ କମିଶନ ଧାର୍ଯ୍ୟ କରିଥିବା ପ୍ରାର୍ଥୀର ଖର୍ଚ୍ଚସୀମା ଭିତରେ ଗଣାଯିବ ନାହିଁ; (୩) ଦଳର ଛାଟ (ହ୍ବିପ୍‌) ନ ମାନିଲେ ଦଳପତିଙ୍କ ଅନୁରୋଧରେ ବାଚସ୍ପତି ସମ୍ପୃକ୍ତ ବ୍ୟକ୍ତିକୁ ଏମ୍‌ଏଲ୍‌ଏ/ଏମ୍‌ପି ପଦରୁ ଅଯୋଗ୍ୟ ଘୋଷଣା କରିପାରିବେ, ନିର୍ବାଚିତ ହୋଇଥିବା ବ୍ୟକ୍ତିର ପ୍ରତିନିଧିତ୍ୱ ଦଳ କାଟି ଦେଇପାରିବ। (ଖ) ନିର୍ବାଚନରେ ସଂଖ୍ୟାଧିକତା (ଇଲେକ୍ଟୋରାଲ୍‌ ମେଜରିଟି) ପ୍ରକୃତ ମେଜରିଟି ନୁହେଁ! ତା’ ଏକ ‘ମେଜରିଟି ଫିଲିଂ’ା ଗତ ଦୁଇ ଦଶନ୍ଧିର ନିର୍ବାଚନରୁ ଦେଖାଯାଇଛି ଯେ, ତାଲିକାଭୁକ୍ତ ଭୋଟରଙ୍କ ଭିତରୁ ଅତିବେଶୀରେ ୭୦% ଭୋଟ ଦେବାକୁ ଆସୁଛନ୍ତି। ସେମାନଙ୍କ ଭିତରୁ ସରକାର ଗଢୁଥିବା ଦଳ ପ୍ରାୟ ୪୦% ଭୋଟ୍‌ ପାଉଛି, ଅର୍ଥାତ୍‌ ମୋଟ ଭୋଟର ସଂଖ୍ୟାର ମାତ୍ର ୨୮% ହିଁ ଇଲେକ୍ଟୋରାଲ୍‌ ମେଜରିଟି। ଏତେ କମ୍‌ ଶତାଂଶକୁ ଆମେ ମେଜରିଟି ବୋଲି ଭାବିନେଉଛୁ, ଭୋଟରମାନଙ୍କ ମଧ୍ୟରୁ ୭୨% ଶାସକ ଦଳକୁ ଭୋଟ ନ ଦେଇଥିଲେ ବି! ଗଣତନ୍ତ୍ରର ଉଦ୍ଦେଶ୍ୟ ନୁହେଁ ଏତେ କମ୍‌ ସଂଖ୍ୟାରେ ସମର୍ଥନ ପାଇଥିବା ଦଳ ସରକାର ଗଢ଼ୁ, କିନ୍ତୁ ବ୍ୟବସ୍ଥାଗତ ଛଳନା ତଥା ପ୍ରଶାସନିକ ପ୍ରବଞ୍ଚନା (ଟ୍ରିକରି) ଫଳରେ ଏହା ଘଟୁଛି ଜାଣି ମଧ୍ୟ ବୁଦ୍ଧିଜୀବୀମାନେ ଚୁପ୍‌ ରହୁଛନ୍ତି। ଅଧିକନ୍ତୁ ଜଣେ ଜଣେ ପ୍ରାର୍ଥୀ ଏତେ କମ୍‌ ବ୍ୟବଧାନରେ ଜିତିଥାନ୍ତି ଯେ, ତା’ଠାରୁ ଅଧିକ ସଂଖ୍ୟାରେ ନାପସନ୍ଦ ବା ‘ନୋଟା’ ଭୋଟ୍‌ ପଡ଼ିଥାଏ। ଏପରି ପରିସ୍ଥିତରେ ଜିତିଥିବା ପ୍ରାର୍ଥୀମାନଙ୍କ ଦଳ ଜନାଦେଶ ପାଇଛି ବୋଲି କହେ ଏବଂ ହାରିଥିବା ଦଳ ପ୍ରତି ଅସୂୟାଭାବ ପୋଷଣ କରେ; ‘ଭିନ୍ନ ମତ’, ‘ଯୁକ୍ତିତର୍କ’ ଓ ‘ସମାଲୋଚନା’ ଯେ ‘ଗଣତନ୍ତ୍ର’ର ମୁଖ୍ୟ ଅଙ୍ଗ ତାହା ଭୁଲିଯାଏ। ଫଳରେ ଯେଉଁ ଗଣତନ୍ତ୍ର ସୁଶାସନ (ୟୁଟୋପିଆ) ଆଣିବା କଥା, ତାହା ଦୁଃଶାସନ (ଡିଷ୍ଟୋପିଆ) ଆଣେ। (୧୫୧୬ରେ ସାର୍‌ ଥମାସ୍‌ ମୋର୍‌ ତାଙ୍କ ବହିର ନାମ ୟୁଟୋପିଆ ରଖିଥିଲେ: ନୂ୍ୟନତମ ଅପରାଧ, ହିଂସା ଓ ଦାରିଦ୍ର୍ୟ ସହ ଏକ ଆଦର୍ଶ ସମାଜର ଢାଞ୍ଚା ହେଉଛି ୟୁଟୋପିଆ; ଏହାର ଓଲଟା ହେଉଛି ଡିଷ୍ଟୋପିଆ: ଯନ୍ତ୍ରଣା ଓ କଷଣର ରାଷ୍ଟ୍ର, ଯାହା ସମକାଳୀନ ସାମାଜିକ-ରାଜନୀତିକ ବାସ୍ତବିକତା ଦେଖାଏ।)
ବୁଦ୍ଧିଜୀବୀ (ଇଣ୍ଟେଲେକ୍ଚୁଆଲ୍‌)ମାନେ ନିର୍ବାଚନୀ ସଂଖ୍ୟାଧିକତା (ଇଲେକ୍ଟୋରାଲ ମେଜରିଟି)କୁ ବାସ୍ତବ ମେଜରିଟି ଧରିନେଲେଣି, ଅଥଚ ଦୁଃଖ ପ୍ରକାଶ କରୁଛନ୍ତି ଯେ ଆଇନର ଶାସନ ଚାଲିବ ବୋଲି ଯେଉଁ କେତେଗୁଡ଼ିଏ ବ୍ୟବସ୍ଥା ଓ ସଂସ୍ଥା ରହିଛି, ସେଗୁଡ଼ିକ ଗୋଟିଏ ପରେ ଗୋଟିଏ କାଳକ୍ରମେ ଭୁଶୁଡ଼ି ପଡ଼ୁଛି। ନିର୍ବାଚନୀ ସଂଖ୍ୟାଧିକତା ପାଇବା ପାଇଁ ଶାସକଦଳ ଶାସନ କଳକୁ କାମରେ ଲଗାଇଦେଉଛି। ଶାସନକଳର ସବୁଠାରୁ ବେଶି ଦରକାରୀ ସଂସ୍ଥା ପୋଲିସ୍‌ ତ ଶାସକ ଦଳର ସହକାରୀ ଭଳି କାମ କରୁଛି। ଯିଏ ଶାସନ କରିବ ସିଏ ଶୃଙ୍ଖଳା ରକ୍ଷା କରିବ, ଶୃଙ୍ଖଳା ରକ୍ଷା କରିବାର ଅସ୍ତ୍ର ତ ପୋଲିସ୍‌। ଯଦି ଶାସକ ଦଳ ଚାହୁଁଛି ବିରୋଧୀମାନେ ସରକାରଙ୍କ ଦୋଷତ୍ରୁଟି ସୂଚାଇବାର ପବ୍ଲିକ୍‌ ମିଟିଂ ନ କରନ୍ତୁ, ସରକାର ବିରୋଧରେ ଲୋକେ ପାଟି ନ କରନ୍ତୁ, ଶାସକ ଦଳର ସେହି ଇଚ୍ଛାକୁ ପୋଲିସ୍‌ ସମ୍ମାନ ଦେଉଛି। ନିର୍ବାଚନ ସମୟ ଆସିଗଲେ ଶାସକ ଦଳର ଇଙ୍ଗିତରେ ବିରୋଧୀମାନଙ୍କୁ ସଭାସମିତି କରାଇ ନ ଦେବା ଲାଗି ପୋଲିସ୍‌ ଲାଗିପଡ଼େ। ସଭାସ୍ଥଳ ମିଳୁନାହିଁ ବୋଲି କହେ! ଧମକ ଦେଇପାରେ! ଆଇନ-ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରାଇପାରେ! ଶାସକ ଦଳର ନେତୃସ୍ଥାନୀୟ ବ୍ୟକ୍ତିଙ୍କୁ କେହି ସମାଲୋଚନା କଲେ ତାହା କାହାରି ନା କାହାରି ଆତ୍ମସମ୍ମାନରେ ଆଞ୍ଚ ଆଣୁଛି ବା କାହାରି ନା କାହାରିକୁ ଆଘାତ ଦେଉଛି କହି ମାନହାନି ମକଦ୍ଦମାର ଡର ଦେଖାଇଥାଏ।
ସଂକ୍ଷେପରେ କହିଲେ ପୋଲିସ୍‌ ଶାସକ ଦଳ ସହ ହାତ ମିଳାଉଛି, ବହୁତ କ୍ଷେତ୍ରରେ ଖୁସି ହୋଇ ଶାସକ ଦଳର ରାଜନୀତିକ କାର୍ଯ୍ୟସୂଚୀକୁ ନିଜର ଏଜେଣ୍ଡା କରିନେଉଛି। ଫଳରେ ବୁଲ୍‌ଡୋଜର୍‌ ଚଢ଼େଇବା ଓ ଏନ୍‌କାଉଣ୍ଟର୍‌ରେ ଗୁଳି ମାରିଦେବା ଭଳି ଅହେତୁକ ଦଣ୍ଡବିଧାନରେ ପୋଲିସ୍‌ ସାହାଯ୍ୟ କରୁଛି। ଆଇନ ଲାଗୁ କରିବା ନାଁରେ ସାବାଡ଼ କରିବା ବା ମାରପିଟ୍‌ କରିବା ଏକ ସାଧାରଣ କଥା ହୋଇଯାଉଛି। କେତେକ ସନ୍ତକର ଓ ଦେବଦେବୀ ମୂର୍ତ୍ତି ବା ମନ୍ଦିରର ସମାଲୋଚନା କଲେ ଦେଶଦ୍ରୋହ ଭଳି ଧାରା ଲାଗୁ ହେଉଛି। ପୋଲିସ୍‌ କହୁଛି ସମସ୍ତେ ଫ୍ରିଡମ୍‌ (ବ୍ୟକ୍ତି ସ୍ବାଧୀନତା)କୁ ଦାୟିତ୍ୱର ସହ ବ୍ୟବହାର କରନ୍ତୁ, ନହେଲେ ପୋଲିସ୍‌ ଗିରଫ କରିନେବ ବା ଅଟକ ରଖିବ। ୧୨ ମାର୍ଚ୍ଚ ୨୦୨୪ ବାରଟାବେଳେ ଖବର ଆସିଲା- ଆସାମ ପୋଲିସ୍‌ ବିରୋଧୀ ଦଳଗୁଡ଼ିକୁ ଅର୍ଡର ଦେଇଛି, ସିଟିଜେନ୍‌ଶିପ୍‌ ଆମେଣ୍ଡମେଣ୍ଟ ଆକ୍ଟ (ସିଏଏ) ବିରୋଧରେ ଆନ୍ଦୋଳନ ବନ୍ଦ କରନ୍ତୁ, ନଚେତ୍‌ ଆକ୍ସନ୍‌ ନିଆଯିବ। ଅତୀତରେ ମୁଖ୍ୟମନ୍ତ୍ରୀଙ୍କୁ ଅଣ୍ଡା ପୋଫାଡ଼ିଥିଲ ବା ଅମୁକ ମନ୍ତ୍ରୀଙ୍କ ଘରେ ପଶିବାକୁ ଚେଷ୍ଟା କରିଥିଲ, ତେଣୁ ନିର୍ବାଚନ ସମୟରେ ତୁମକୁ ପୋଲିସ୍‌ ଅଟକ ରଖିବ (ତୁମେ ବିନା ବିଚାରରେ ବନ୍ଦୀ ରହିବ)- ନ୍ୟାୟିକ ବ୍ୟବସ୍ଥା ବାହାରେ ସରକାରୀ କର୍ମଚାରୀ ଆଶୁ ଦଣ୍ଡ ଦେଇପାରୁଛି। ଡକାୟତି, ଛିନ୍‌ତାଇ, ନାରୀ ନିର୍ଯାତନା ଓ ବିରୋଧୀର ହତ୍ୟା ଆଦିରେ ଶାସକ ଦଳର ନେତାଙ୍କ ସମ୍ପୃକ୍ତି ଥିଲେ ପୋଲିସ୍‌ ତା’ ପକ୍ଷରୁ ତାଙ୍କୁ ଏତଲାରୁ ବାଦ୍‌ ଦେଇପାରୁଛି, ଓଲଟି ଅଭିଯୋଗକାରୀ ଓ ଆକ୍ରମଣର ଶିକାର ହୋଇଥିବା ଲୋକକୁ ଗିରଫ କରୁଛି।
ପୋଲିସ୍‌ ତ ଶାନ୍ତି ଶୃଙ୍ଖଳା ରକ୍ଷା କରିବାର ଏକ ବ୍ୟବସ୍ଥା। ସରକାରଙ୍କ ଦୃଷ୍ଟିରେ ବା ଇଚ୍ଛାରେ ଯାହା କିଛି ବିଶୃଙ୍ଖଳ ତାକୁ ପୋଲିସ୍‌ ରୋକିବ, ବିଶୃଙ୍ଖଳ କରିବା ସନ୍ଦେହରେ ଲୋକକୁ ଗିରଫ କରିବ। ଗହିରେଇ ଦେଖିଲେ ଦିଶିବ ଯେ ପୋଲିସର ଏକ ମାନସିକତା ଆସିଗଲାଣି ଯେ ଶାସକଦଳ ଯାହା ଚାହୁଁଛି ତାହା ହିଁ ସରକାରୀ ଆଦେଶ ବୋଲି ଧରିବ। ଯଦି ଶାସକ ଦଳ କାହାର ମିଟିଂଟା ଚାହୁଁନାହିଁ, ପୋଲିସ୍‌ ଆୟୋଜକଙ୍କୁ ସିଧାସଳଖ ମନା ନ କଲେ ବି କହିବ ଜାଗା ଫାଙ୍କା ନାହିଁ, ୫ରୁ ବେଶୀ ଏକାଠି ହେବା ମନା, ଇତ୍ୟାଦି ଇତ୍ୟାଦି। ଶାସକ ଦଳର ଲୋକେ ଆଇନକୁ ହାତକୁ ନେଲେ ପୋଲିସ୍‌ ଚୁପ୍‌ ରହୁଛି। ମନ୍ତ୍ରୀ ଏପରିକି ପ୍ରଭାବୀ ନେତାଙ୍କ ସମ୍ପୃକ୍ତି ଅଛି ବୋଲି କେହି ଏତଲା ଦେଲେ ପୋଲିସ୍‌ ନାଁଟା କାଟିଦେଉଛି, ଏପରିକି ଏତଲାରେ ଲେଖା ଅନୁଯାୟୀ ଅଭିଯୁକ୍ତ-ତାଲିକା କରୁନା କି ନୋଟିସ୍‌ ଦେଉନା ବୋଲି ନିମ୍ନ ଅଦାଲତ କହିଲା ପରେ ବି ଥାନାବାବୁ ଚୁପ୍‌ ରହିଯାଉଛନ୍ତି, ତାଙ୍କ ଆଡୁ ନୋଟିସ୍‌ ଜାରି କରୁନାହାନ୍ତି। ନାରୀ ନିର୍ଯାତନା ବା ମୃତ୍ୟୁ ଘଟଣାରେ ଶାସକ ଦଳର ବଡ଼ବଡ଼ିଆଙ୍କ ସମ୍ପୃକ୍ତି ସନ୍ଦେହ ଆସିଲେ ତାଙ୍କୁ ଏତାଲାରୁ ବାଦ୍‌ ଦିଆଯାଉଛି। ମନ୍ତ୍ରୀଙ୍କ ସମ୍ପୃକ୍ତି ସମ୍ପର୍କରେ କେହି ସାକ୍ଷୀ ହେବାର ସୁରାକ ମିଳିଲେ ତାକୁ କୌଣସି ଉପାୟରେ ନିଶ୍ଚିହ୍ନ କରିଦିଆଯାଉଛି: ଜେଲ୍‌ ପରିସରସ୍ଥ ଏକ ବୁଦାରୁ ଗାମୁଛା ଓହଳାଇ ବା ରୋଷେଇଘର ଝରକାରୁ ଲୁଙ୍ଗି ଝୁଲାଇ ଫାଶୀ ଦେଇଥିବା ଦେଖାଇ ଦିଆଯାଉଛି। କୁବେରମାନେ ବ୍ୟାଙ୍କକୁ ଠକେଇ ଶହ ଶହ କୋଟି ନେଇ ବିଦେଶରେ ସ୍ବର୍ଣ୍ଣ ନାଗରିକତା କିଣିନେଉଛନ୍ତି, ପୋଲିସ୍‌ ସେମାନଙ୍କୁ ଦେଶକୁ ଫେରାଇ ଆଣିପାରୁନାହିଁ, ଅଥଚ ଭୋକିଲା ଲୋକଟିଏ କାହା ଘରୁ ରୁଟି ଖଣ୍ଡେ ନେଇଗଲେ ଚୋରି ଅଭିଯୋଗରେ ଜେଲ୍‌ ଯାଉଛି। ଏସବୁର ଅର୍ଥ ଗଣତନ୍ତ୍ରର ସଂଜ୍ଞା ବଦଳାଇବାର ସମୟ ଆସିଗଲାଣି।
sahadevas@yahoo.com


Enter your email to get our daily news in your inbox.

All Right Reserved By Dharitri.Com

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

ଦୁଇ ଆଞ୍ଚଳିକ ପ୍ରତିଦ୍ୱନ୍ଦ୍ୱୀ

ନିକଟରେ ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ଭାରତ ଗସ୍ତରେ ଆସିଥିଲେ। ସେତେବେଳେ ସେ କହିଥିଲେ, ଭାରତ ହେଉଛି ଆମେରିକାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ରଣନୈତିକ ଭାଗୀଦାରି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri