ଗଞ୍ଜେଇ ମାଫିଆଙ୍କ ଅଭିନବ ଉପାୟ : କଦଳୀ ଟ୍ରକ୍‌ରୁ ୨.୫ କୋଟିର ଗଞ୍ଜେଇ ଜବତ

ଭୁବନେଶ୍ୱର,୨୮।୨(ବ୍ୟୁରୋ): ରାଜ୍ୟରେ ଗଞ୍ଜେଇ ବେପାରୀମାନେ ଏବେ ବେଶ୍‌ ସକ୍ରୀୟ। ଦିନକୁ ଦିନ ଅଭିନବ ଉପାୟ ଅବଲମ୍ବନ କରି କୋଟିକୋଟି ଟଙ୍କାର ଗଞ୍ଜେଇ ଚାଲାଣ କରୁଛନ୍ତି। କେତେବେଳେ କାର୍‌ ଡିକିରେ ତ’ ଆଉ କେତେବେଳେ କାର୍‌ର ସିଟ୍‌ ତଳେ ରଖି ଗୋଟେ ସ୍ଥାନରୁ ଅନ୍ୟତ୍ର ଚାଲାଣ କରୁଛନ୍ତି। ବୁଧବାର ଆନ୍ଧ୍ରପ୍ରଦେଶରୁ ଭୁବନେଶ୍ୱରକୁ ଏକ କଦଳୀ ବୋଝେଇ ଟ୍ରକ୍‌ରେ ଗଞ୍ଜେଇ ଚାଲାଣ ହେଉଥିବାବେଳେ ଧରାପଡ଼ିଛି। ହାଇଦ୍ରାବାଦ୍‌ ଜୋନାଲ ୟୁନିଟର ରାଜସ୍ବ ବିଭାଗର ଅଧିକାରୀମାନେ ଉକ୍ତ ଟ୍ରକ୍‌ରୁ ପ୍ରାୟ ୧୬୩୮ କେଜି ଗଞ୍ଜେଇ ଜବତ କରିବା ସହ ଟ୍ରକ୍‌(ଓଡି ୦୨-ବିଡି-୪୧୫୫) ଜବତ କରିଛନ୍ତି। ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୨କୋଟି ୪୫ଲକ୍ଷ ଟଙ୍କା ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଉକ୍ତ ଟ୍ରକକୁ ସୁରକ୍ଷା ଦେଉଥିବା ଏକ ଇଣ୍ଡିଗୋ କାର (ଓଡି୦୨-ୟୁ- ୭୧୨୩)କୁ ମଧ୍ୟ ଜବତ କରାଯିବାସହ ଏହି କାରବାର ସମ୍ପୃକ୍ତ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।
ମିଳିଥିବା ସୂଚନା ମୁତାବକ ଆନ୍ଧ୍ରପ୍ରଦେଶର ନରସିଂପାଟଣା ଅଞ୍ଚଳରେ ଏକ କଦଳୀ ବୋଝେଇ ଟ୍ରକ୍‌ରେ ବହୁମାତ୍ରାରେ ଗଞ୍ଜେଇ ଚାଲାଣ ହେଉଥିବା ଏବଂ ଏହାକୁ ଏକ ଏକ କାର୍‌ ସୁରକ୍ଷା ଦେଉଥିବା ସମ୍ପର୍କରେ ରାଜସ୍ବ ଗୋଇନ୍ଦା ବିଭାଗକୁ ସୂଚନା ମିଳିଥିଲା। ଉକ୍ତ ସୂଚନାକୁ ଆଧାର କରି ରାଜସ୍ବ ଗୋଇନ୍ଦା ଅଧିକାରୀମାନେ ବିଶାଖାପାଟଣା ଏନ୍‌ଏଡି ଜଙ୍କ୍‌ସନରେ ଉକ୍ତ ଟ୍ରକକୁ ଅଟକାଇ ଯାଞ୍ଚ କରିଥିଲେ। ଟ୍ରକରେ କଦଳୀ ଲଦା ହୋଇଥିବାବେଳ ତଳେ ଗଞ୍ଜେଇ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିଲା। ଅଧିକାରୀମାନେ ଉକ୍ତ ୨ଟି ଗାଡିକୁ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଥିଲେ। ଟ୍ରକ୍‌ରୁ କଦଳୀ ବାହାର କରାଯିବା ପରେ ସେଥିରେ ୪୦ଟି ବସ୍ତାରେ ଥିବା ୮୦୦ ପ୍ୟାକେଟ ଗଞ୍ଜେଇକୁ ଜବତ କରାଯାଇଥିଲା। ଗିରଫ ଟ୍ରକ୍‌ ଡ୍ରାଇଭରଙ୍କୁ ପଚରାଉଚରା ପରେ ସେମାନେ ଅନେକ ତଥ୍ୟ ପ୍ରଦାନ କରିଛନ୍ତି। ତେବେ ଏହି କାରବାରରେ ଓଡ଼ିଶାର କାହାର ସମ୍ପୃକ୍ତି ଅଛି, ଏତେ ପରିମାଣର ଗଞ୍ଜେଇ କାହାକୁ ଦିଆଯାଇଥାନ୍ତା, ଏହି କାରବାରର ନେଟୱାର୍କ କେତେ ପର୍ଯ୍ୟନ୍ତ ଲମ୍ବିଛି ସେନେଇ ରାଜସ୍ବ ଗୁଇନ୍ଦା ବିଭାଗ ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ରାଜ୍ୟରୁ ସୁସ୍ଥ ହେଲେ ୩,୨୨୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୫ା୧(ବ୍ୟୁରୋ): ଶନିବାର ରାଜ୍ୟରୁ ଆଉ ୩,୨୨୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।...

ମୋ’ ବସ୍‌ ଓ ଘରୋଇ ବସ୍‌ କର୍ମଚାରୀଙ୍କ ମଧ୍ୟରେ ବିବାଦ: ୩ ଘଣ୍ଟା ବନ୍ଦ ରହିଲା ବସ୍‌ ଚଳାଚଳ

ଭୁବନେଶ୍ୱର,୨୭।୧୨(ବ୍ୟୁରୋ): ମାଷ୍ଟରକ୍ୟାଣ୍ଟିନ ବସ୍‌ଷ୍ଟାଣ୍ଡରେ ଗୁରୁବାର ମୋ’ ବସ୍‌ କର୍ମଚାରୀ ଓ ଘରୋଇ ବସ୍‌ କର୍ମଚାରୀଙ୍କ ମଧ୍ୟରେ ବିବାଦ ଘଟି ଉତ୍ତେଜନା ସୃଷ୍ଟି ହୋଇଥିଲା। ଫଳରେ ପ୍ରାୟ...

୧୦ ସନ୍ଧ୍ୟାରୁ ଏସବୁ ଜିଲାରେ ପ୍ରବଳ ବର୍ଷିବ!

ଭୁବନେଶ୍ୱର,୮।୫(ବ୍ୟୁରୋ): ଗଭୀର ଅବପାତ ପରେ ବଙ୍ଗୋପସାଗରରେ ବାତ୍ୟା ‘ଅସାନି’ ସୃଷ୍ଟି ହୋଇଛି। ଏ ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।...

ଖବରଦାତାଙ୍କ ଘର ଉପରକୁ ବୋମାମାଡ଼

କୋଣାର୍କ,୨୪ା୪(ଡି.ଏନ୍‌.ଏ.): ପୁରୀ ଜିଲା କୋଣାର୍କ ଥାନା ଅନ୍ତର୍ଗତ କରମଙ୍ଗା ବାଲିସାହିରେ ରହୁଥିବା ଖବରଦାତା ସଞ୍ଜୟ ପତିଙ୍କ ଘର ଉପରକୁ ଦୁର୍ବୃତ୍ତମାନେ ଗୁରୁବାର ବିଳମ୍ବିତ ରାତିରେ ବୋମାମାଡ଼...

ଏଣିକି ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳକୁ ଆସିବେ ସବୁ କର୍ମଚାରୀ

ଭୁବନେଶ୍ୱର,୫।୭(ବ୍ୟୁରୋ): କରୋନା ସଂକ୍ରମଣ ଧିରେ ଧିରେ କମୁଥିବା ବେଳେ ଲକ୍‌ଡାନ୍‌ ନିୟମ ମଧ୍ୟ କୋହଳ ହେଉଛି। ଏହାକୁ ଦୃଷ୍ଟିରେ ରଖି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନୂଆ...

୧୮ ବରିଷ୍ଠ ବିଜେଡି ନେତ୍ରୀଙ୍କୁ ଜିଲା ଦାୟିତ୍ୱ ଦେଲେ ନବୀନ

ଭୁବନେଶ୍ୱର,୧୩ା୭(ବ୍ୟୁରୋ)-ବିଜେଡିର ବରିଷ୍ଠ ନେତାମାନଙ୍କୁ ବିଭିନ୍ନ ଦାୟିତ୍ୱ ବଣ୍ଟନ କରିବା ପରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ରାଜ୍ୟ କମିଟିରେ ଥିବା ବରିଷ୍ଠ...

ଆଜିଠୁ ଆରମ୍ଭ ଖଣ୍ଡଗିରି ମେଳା: ହେବନି ଅପେରା କି ଖୋଲିବନି ଦୋକାନ ବଜାର

ଭୁବନେଶ୍ୱର,୭ା୨(ବ୍ୟୁରୋ): ସୋମବାର ସନ୍ଧ୍ୟାରୁ ଆରମ୍ଭ ହେବ ଖଣ୍ଡଗିରି ମେଳା। କୋଭିଡ୍‌ କଟକଣା ପାଇଁ ଚଳିତବର୍ଷ ବି ମେଳା ଫିକା ପଡ଼ିବ। କେବଳ ମନ୍ଦିର ଭିତରେ ନୀତିକାନ୍ତି...

‘ବାହାର ରାଜ୍ୟରେ ଫସିଥିବା ଓଡ଼ିଆ ଶ୍ରମିକଙ୍କୁ ଖାଦ୍ୟ ଯୋଗାଇ ଦିଆଯାଉ’

ଭୁବନେଶ୍ୱର,୧୪ା୪(ବ୍ୟୁରୋ): ଲକ୍‌ଡାଉନ ଯୋଗୁ ବାହାର ରାଜ୍ୟରେ ଫସିଯାଇଥିବା ଓଡ଼ିଆ ଶ୍ରମିକଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରିବାକୁ କେନ୍ଦ୍ରମନ୍ତ୍ରୀ ରାମ ବିଳାସ ପାଶ୍ବାନଙ୍କୁ ରାଜ୍ୟ ଖାଦ୍ୟ ଯୋଗାଣ...

Advertisement
Archives

Model This Week