ଗଞ୍ଜାମ ଜିଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ: ଦୁର୍ବଳ ନଦୀବନ୍ଧ, ଘାଇ ମରାମତି ନିର୍ଦ୍ଦେଶ

ଛତ୍ରପୁର,୪ା୬(ଡି.ଏନ୍‌.ଏ.)- ଛତ୍ରପୁରସ୍ଥିତ ଓସ୍ବାସ ଭିଡିଓ କନ୍‌ଫରେନ୍ସ ହଲ୍‌ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଜିଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଧ୍ୟକ୍ଷତା କରିଥିଲେ। ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର, ଜଙ୍ଗଲ ପରିବେଶ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏବଂ ଗଞ୍ଜାମ ଜିଲାର ସମସ୍ତ ଏମ୍‌ପି ଓ ବିଧାୟକ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ବୈଠକରେ ଯୋଡି ହୋଇଥିଲେ।
ଚଳିତ ବର୍ଷାଋତୁରେ କିପରି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରାଯାଇ ପାରିବ ସେଥିପ୍ରତି ସମସ୍ତ ଏମ୍‌ପି ଏବଂ ବିଧାୟକମାନେ ନିଜ ନିଜ ଅଞ୍ଚଳର ସମସ୍ୟା ଜିଲାପାଳଙ୍କୁ ଅବଗତ କରାଇଥିଲେ। ବର୍ଷାଋତୁ ପୂର୍ବରୁ ସମସ୍ତ ସମସ୍ୟାର ସମାଧାନ କରାଯିବ ବୋଲି ଜିଲାପାଳ କହିଥିଲେ। ପ୍ରାକୃତିକ ବିପର୍ଯ୍ୟୟ ସମୟରେ କୃଷି ବିଭାଗ, ସ୍ବାସ୍ଥ୍ୟ ବିଭାଗ ଏବଂ ଯୋଗାଣ ବିଭାଗ ସଜାଗ ରହିବା ସହ ବର୍ଷା ପୂର୍ବରୁ ଡ୍ରେନ ମାନଙ୍କରେ ଜଳ ନିଷ୍କାସନ ଏବଂ ଅଧିକ ଅମଳକ୍ଷମ ଓ ଉନ୍ନତମାନର ବିହନ ଯୋଗାଣ ଉପରେ ମନ୍ତ୍ରୀ ଆରୁଖ ଗରୁତ୍ୱ ଆରୋପ କରିଥିଲେ।
ନଦୀ ତଟବର୍ତ୍ତୀ ଅଞ୍ଚଳ ଏବଂ ବିଭିନ୍ନ ଘାଇର ସ୍ଥିତି ଅନୁଧ୍ୟାନ କରି ମରାମତି ପାଇଁ ଜିଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବାଘୁଆ ନଦୀବନ୍ଧର ଯେଉଁ ସ୍ଥାନ ଦୁର୍ବଳ ଅଛି ତାର ମରାମତି ପାଇଁ ଆସିକା ବିଧାୟିକା ମତ ରଖିଥିଲେ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଇଂ. ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଛତ୍ରପୁର ଉପ ଜିଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ବ୍ରହ୍ମପୁର ଉପଜିଲାପାଳ ସିନ୍ଧେ ଦତ୍ତାତ୍ରେୟ ଭାଉସାହେବ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମକର ବେଢ଼ା ପରିକ୍ରମା ଲାଗି ତାରାତାରିଣୀ ପୀଠରେ ପ୍ରବଳ ଜନସମାଗମ

ପୁରୁଷୋତ୍ତମପୁର,୧୪।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟ ଦେବୀ ମା’ ତାରା ତାରିଣୀଙ୍କ ପୀଠରେ ଗୁରବାର ପବିତ୍ର ମକର ସଂକ୍ରାନ୍ତି ହେତୁ ଦର୍ଶନ ଲାଗି ହଜାର ହଜାର...

ଜାଲ୍‌ ହନୁମାନ ତମ୍ବା ପଇସା ଦେଇ ଠକୁଥିଲେ, ତାପରେ…

ଚିତ୍ରକୋଣ୍ଡା,୧୪ା୨: ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସଦରର ଜଣେ ବ୍ୟକ୍ତିଙ୍କ ଘରୁ ହନୁମାନ ପଇସା, ବହୁ ପୁରୁଣା ତମ୍ବା ମୁଦ୍ରା, ହରିଣ ଛାଲ, ଗୋଟିଏ ବନ୍ଧୁକ, ଜବତ...

ମୋ ସରକାର କାର୍ଯ୍ୟକ୍ରମ ପାଇଁ ସ୍ବତନ୍ତ୍ର ବୈଠକ

ଛତ୍ରପୁର,୨୭ା୯(ଡି.ଏନ.ଏ)- ଅକ୍ଟୋବର ୨ତାରିଖରୁ ମୋ ସରକାର କାର୍ଯ୍ୟକ୍ରମ ଆରମ୍ଭ ହେବ ା ଗଞ୍ଜାମ ପୋଲିସ ଜିଲା ପକ୍ଷରୁ ଏଥିପାଇଁ ସ୍ବତନ୍ତ୍ର ସମୀକ୍ଷା ବୈଠକ ଗୁରୁବାର ଛତ୍ରପୁରସ୍ଥିତ...

‘ବୈଶାଖୀ ମହୋତ୍ସବ’ର ଦ୍ୱିତୀୟ ସନ୍ଧ୍ୟା: ମନମୋହିଲା ନୃତ୍ୟାଭିନୟ ‘ମୁଁ’

ଭୁବନେଶ୍ୱର,୧୭।୪(ବ୍ୟୁରୋ)- ଚିନ୍ତା ଓ ଚେତନା ପକ୍ଷରୁ ରବୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ୪୦ତମ ବୈଶାଖୀ ମହୋତ୍ସବର ମଙ୍ଗଳବାର ଥିଲା ଦ୍ୱିତୀୟ ସନ୍ଧ୍ୟା। ଏହି ଅବସରରେ ରାଜ୍ୟର ବହୁ...

ଶରତଙ୍କୁ ‘ପ୍ରଜାପତି ବାଲେଶ୍ୱର ସାହିତ୍ୟ ସମ୍ମାନ’, ଅଶ୍ୱିନୀଙ୍କୁ ‘ପ୍ରଜାପତି ନବ ପ୍ରତିଭା ସମ୍ମାନ’

ବାଲେଶ୍ୱର ଅଫିସ,୨୫।୨: ବାଲେଶ୍ୱରର ଶିକ୍ଷା ଓ ଜ୍ଞାନର ଦିବ୍ୟ ଦୃଷ୍ଟି ‘ପ୍ରଜାପତି’ ଅନୁଷ୍ଠାନ ପକ୍ଷରୁ ଚଳିତବର୍ଷ କବି ଡ. ଶରତ ମହାନ୍ତିଙ୍କୁ ‘ପ୍ରଜାପତି ବାଲେଶ୍ୱର ସାହିତ୍ୟ...

ମା’ଙ୍କ ଜୀବନ ନେଲା ପୁଅ

ଖଇରା,୧୮।୨(ଡି.ଏନ.ଏ) ବାଲେଶ୍ବର ଜିଲା ଖଇରା ବ୍ଲକ ମିରିପୁର ଖଇରା ଗ୍ରାମରେ ରଘୁନାଥ ଶିଅଳଙ୍କ ସାନ ପୁଅ ଜଗବନ୍ଧୁ ବୁଧବାର ବିଳମ୍ବିତ ରାତିରେ ମଦ ପିଇ ନିଶାଶକ୍ତ...

କୋଭିଡ୍‌ ଫଣ୍ଡକୁ ସହାୟତା

ରାଇକିଆ,୧୧ ।୪(ଡି.ଏନ୍‌.ଏ.)- ରିଲିଫ ପାଣ୍ଠିକୁ ଆର୍ଥିକ ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ ପରେ ବିଭିନ୍ନ ସଙ୍ଗଠନ ପକ୍ଷରୁ ସହାୟତାର ସୁଅ ଛୁଟୁଛି। ଏଥିପାଇଁ ରାଇକିଆ ବ୍ଲକର...

ବିଧବାଙ୍କୁ ପ୍ରେମ ପ୍ରତାରଣା

ବ୍ରହ୍ମପୁର ଅଫିସ,୨୯।୫: ଜନୈକା ବିଧବା ମହିଳାଙ୍କୁ ପ୍ରେମ ପ୍ରତାରଣା ଅଭିଯୋଗରେ ବଡ଼ବଜାର ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣଙ୍କ ହିଞ୍ଜିଳିକାଟୁ ଥାନା...

Advertisement
Archives

Model This Week