ଗଞ୍ଜାମରେ ୧୦ କରୋନା ଯୋଦ୍ଧା ସମେତ ୩୮ ପଜିଟିଭ୍‌

ଛତ୍ରପୁର,୨୧ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ରବିବାର ପୁଣି ୩୮ କରୋନା ପଜିଟିଭ୍‌ ଚି଼ହ୍ନଟ ହୋଇଛନ୍ତି। ଏଥିରେ ୧୦ ଜଣ କରୋନା ଯୋଦ୍ଧା, ୮ ଜଣ ଅନ୍ୟ ରାଜ୍ୟ ଫେରନ୍ତା ଓ ୨୦ ଜଣ ପୂର୍ବ ପଜିଟିଭ୍‌ଙ୍କ ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଛନ୍ତି। ଫଳରେ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୯୧କୁ ବୃଦ୍ଧି ପାଇଛି। ବର୍ତ୍ତମାନ ସୁଦ୍ଧା ଜିଲାରେ ୬୫୮ ସୁସ୍ଥ ହୋଇଥିବାବେଳେ ୬ ଜଣଙ୍କ ମୃତ୍ୟୁ ଘଟିଛି। ୨୨୭ ଜଣ ଜଣ କରୋନା ଆକ୍ରାନ୍ତ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ନେଇ ରବିବାର ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ସମସ୍ତ ପଜିଟିଭ୍‌ଙ୍କ କଣ୍ଟାକ୍ଟ ଟ୍ରେସିଂ ଚାଲିଥିବା ଜିଲାପାଳ କହିଛନ୍ତି। ସାମାଜିକ ଦୂରତା ରକ୍ଷା କରିବା, ମାସ୍କ ପିନ୍ଧିବା, ବାରମ୍ବାର ହାତ ଧୋଇବା, ପାଟି, ନାକ ଓ ଆଖିକୁ ନ ଛୁଇଁବା, ଘରେ ରହିବା, ବରିଷ୍ଠ ନାଗରିକ ଓ ଶିଶୁଙ୍କ ଯତ୍ନ ନେବା ସହ କୋଭିଡ୍‌, ଶଟ୍‌ଡାଉନ୍‌ ଓ ଲକ୍‌ଡାଉନ୍‌ ନିୟମ ମାନିବାକୁ ଜନସାଧାରଣଙ୍କୁ ଜିଲାପାଳ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ପାଇଁ ସତର୍କ ପ୍ରଶାସନ

ଢେଙ୍କାନାଳ ଅଫିସ, ୧୮।୩ – କରୋନା ଭାଇରସ୍‌ ସଂକ୍ରମଣକୁ ନେଇ ବିଶ୍ୱବ୍ୟାପୀ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ ଏହାକୁ ପ୍ରତିହତ କରିବାକୁ ସତର୍କ ହୋଇଉଠିଛି ଢେଙ୍କାନାଳ...

କନ୍ଧମାଳ ଲକ୍‌ଡାଉନ୍‌: ବୃଦ୍ଧି ପାଉଛି ଚୋରା ମଦ କାରବାର

ଦାରିଙ୍ଗବାଡ଼ି,୨୫।୩(ଡି.ଏନ୍‌.ଏ.): କରୋନା ଭୟାବହତାକୁ ଦୃଷ୍ଟିରେ ରଖି ଏହାର ମୁକାବିଲା ଲାଗି କନ୍ଧମାଳ ଜିଲାରେ ୧୪୪ ଧାରା ବଳବତ୍ତର ରହିବା ସହ ଲକ୍‌ଡାଉନ୍‌ କରାଯାଇଛି । ଏହି...

ରାସ୍ତା ପାର୍ଶ୍ୱରୁ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ : ଖୁଡ଼ୀ ସହ ସମ୍ପର୍କରୁ କରାଯାଇଥିଲା ହତ୍ୟା

ଅନୁଗୋଳ ଅଫିସ, ୧୬।୧୧ – ଅନୁଗୋଳ ବ୍ଲକ ବନ୍ତଳା ଥାନା ଗୁରଙ୍ଗ ଗ୍ରାମର ତ୍ରିପୁର ନାଏକ(୧୯)ଙ୍କ ମୃତଦେହ ଗତ ୮ ତାରିଖରେ ସାକସିଂହା-ଘୁଞ୍ଚାପାଳ ରାସ୍ତା ପାର୍ଶ୍ୱରୁ...

ଡ୍ରେନ୍‌ ଭିତରେ ପାଏନ୍‌ ପାଇପ୍‌, ରୋଗ୍‌ ଆଶଁକା

ମନମୁଣ୍ଡା, ୭।୬ (ଡି.ଏନ.ଏ): ବୌଦ୍ଧ ଜିଲା ମନମୁଣ୍ଡାକେ ବହୁତ ବଛର ହେଲା ପାଇପ୍‌ ପାଏନ୍‌ ଯୁଗାବାର ବେବସ୍‌ତା ହେଇଛେ। ହେଲେ କମ୍‌ ପାଓ୍ବାରର ମୋଟର ଲାଗି...

ବାଙ୍ଗାଲୋରରୁ ଗିରଫ ନାବାଳିକା ଅପହରଣକାରୀ

ତିହିଡ଼ି, ୮।୧(ଡ.ଏନ.ଏ.): ଭଦ୍ରକ ଜିଲା ତିହିଡ଼ି ଥାନା ବିଲଣା ଅଞ୍ଚଳର ଜଣେ ନାବାଳିକାଙ୍କୁ ଅପହରଣ କରିଥିବା ଯୁବକଙ୍କୁ ବୁଧବାର ପୋଲିସ ବାଙ୍ଗାଲୋରରୁ ଗିରଫ କରିଛି। ଏଥିସହ...

ଜଳିଗଲା ୩ ବଖରା

ବନ୍ତ, ୨୯ା୩(ସ୍ବ.ପ୍ର.)-ଭଦ୍ରକ ଜିଲା ବନ୍ତ ତହସିଲ ଅଧୀନ ପଦିପାଟଣା ଗ୍ରାମରେ ଶନିବାର ଅଗ୍ନିକାଣ୍ଡ ଘଟି ୩ ବଖରା ଘର ସହ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି।...

ଟଙ୍କା ଦେବାକୁ ଯାଇ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଫସିଲେ ପୁଅ

ସରଣ୍ଡା,୧୮ା୫(ଡି.ଏନ୍‌.ଏ.): ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ଲରାସରା ପଞ୍ଚାୟତରେ ଖୋଲା ଯାଇଥିବା କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ୧୮ ଜଣ ପ୍ରବାସୀ ଓଡ଼ିଆ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରହିଛନ୍ତି।...

ମୃତ୍ୟୁ ମଧ୍ୟ ଏମିତି ଆସେ : ଟ୍ରକ୍‌ ଉପରେ ଚଢ଼ି ହଠାତ ଜଳିବାକୁ ଲାଗିଲେ ଡ୍ରାଇଭର

ବଲାଙ୍ଗୀର ଅଫିସ,୨୭।୮: ମୃତ୍ୟୁ ଏମିତି ମଧ୍ୟ ଆସେ। ଠିକଣା ସ୍ଥାନରେ ଟ୍ରକ ପହଞ୍ଚାଇବା ପରେ ମାଲ ଅନ୍‌ଲୋଡ କରିବା ପାଇଁ ଗାଡ଼ି ଉପରକୁ ଚଢ଼ିଥିବା ଡ୍ରାଇଭର...

Advertisement


Archives

Model This Week