ଗଞ୍ଜାମରେ ଶନିବାର ‘ନୋ ବ୍ୟାଗ୍‌ ଡେ’

ଛତ୍ରପୁର,୭ା୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଅଧୀନ ପ୍ରଥମରୁ ପଞ୍ଚମ ଶ୍ରେଣୀ ଥିବା ସମସ୍ତ ସରକାରୀ ସ୍କୁଲରେ ଶନିବାର ‘ନୋ ବ୍ୟାଗ୍‌ ଡେ’ ଆରମ୍ଭ ହୋଇଛି। ଛାତ୍ରୀଛାତ୍ରଙ୍କ ମଧ୍ୟରେ ଶିକ୍ଷା ପ୍ରତି ଆଗ୍ରହ ସୃଷ୍ଟି କରିବା ଓ ସେମାନଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭା ଲୋକଲୋଚନକୁ ଆଣିବା ଲାଗି ଜିଲା ପ୍ରଶାସନର ଏହା ମୁଖ୍ୟ ଉଦ୍ଦେଶ୍ୟ ବୋଲି ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି। ଶନିବାର ଛତ୍ରପୁର ପୁତ୍ତି ଗୋପାଳପୁର ସ୍କୁଲକୁ ଯାଇ ଜିଲାପାଳ ଏହାର ଶୁଭାରମ୍ଭ କରିଛନ୍ତି। ପ୍ରତି ଶନିବାର ‘ନୋ ବ୍ୟାଗ୍‌ ଡେ’ କରାଯିବ। ମାନସିକ ଓ ବୌଦ୍ଧିକ ବିକାଶ ପାଇଁ ଚାପମୁକ୍ତ ଶିକ୍ଷା ଦିଆଯିବା ସହ ଚିତ୍ରାଙ୍କନ, ନାଚଗୀତ, ଗପ ଆଦି କୁହାଯିବ। ତେବେ ଏହି ସମୟରେ ଛତ୍ରପୁର ବ୍ଲକ ଶିକ୍ଷା ଅଧିକାରୀ ଅଭିନାଶ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ଓଜେଇଇ

ଭୁବନେଶ୍ୱର,୪।୭(ବ୍ୟୁରୋ): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ସୋମବାରଠାରୁ ଆରମ୍ଭ ହେବ। ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ଦୈନିକ ତିନୋଟି ଶିଫ୍ଟରେ ଏହି ପରୀକ୍ଷା ଚାଲିବ।...

ବିପଦସଙ୍କୁଳ ଅବସ୍ଥାରେ ଛାତ୍ରୀଛାତ୍ରଙ୍କୁ ପରିବହନ; ଲକ୍ଷାଧିକ ଟଙ୍କା ଜରିମାନା ଆଦାୟ

ଅନୁଗୋଳ ଅଫିସ, ୭।୧୧:  ଅନୁଗୋଳ ପରିବହନ କାର୍ଯ୍ୟାଳୟ ପକ୍ଷରୁ ବୁଧବାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ବିପଦସଙ୍କୁଳ ଅବସ୍ଥାରେ ଶିକ୍ଷାନୁଷ୍ଠାନଗୁଡିକର ଛାତ୍ରୀଛାତ୍ରଙ୍କୁ ପରିବହନ କରୁଥିବା ଗାଡ଼ି ଧରାଯିବା...

ନାବାଳକଙ୍କୁ ଥାର୍ଡ ଡିଗ୍ରୀ

କଟକ ଅଫିସ,୧୧ା୪: ମୋବାଇଲ ଚୋରି ଅଭିଯୋଗରେ ଜଣେ ନାବାଳକକୁ ୩ଦିନ ଫାଣ୍ଡି ହାଜତରେ ରଖି ଅସହ୍ୟ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି। ହାଜତ ଭିତରେ ପୋଲିସ...

ଟେଲିସ୍କୋପ୍‌ରେ ସୂର୍ଯ୍ୟୋପରାଗ ଦେଖିଲେ

ବ୍ରହ୍ମପୁର ଅଫିସ,୨୭ା୧୨-ବ୍ରହ୍ମପୁରରେ ସୂର୍ଯ୍ୟୋପରାଗର ପ୍ରଭାବ ଭୟକୁ ଦୂରେଇବା ପାଇଁ ବିଜ୍ଞାନ ଚେତନା ମଞ୍ଚ ବ୍ରହ୍ମପୁର ଶାଖା ପକ୍ଷରୁ ଟେଲିସ୍କୋପ ମାଧ୍ୟମରେ ସୂର୍ଯ୍ୟୋପରାଗ ଦେଖିବା ନେଇ ଏକ...

ଜଙ୍ଗଲ ଭିତରେ ଲୁଚାଇ ରଖିଥିବା ୭ଟି ଦେଶୀ ବନ୍ଧୁକକୁ ଉଦ୍ଧାର କଲା ବନ ବିଭାଗ

ଠାକୁରମୁଣ୍ଡା,୯।୮(ତାରାକାନ୍ତ ପଟ୍ଟନାୟକ) କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ରେଞ୍ଜ ଅଞ୍ଚଳରୁ ଶିକାରୀମାନେ ଜଙ୍ଗଲରେ ଲୁଚାଇ ରଖିଥିବା ୭ ଟି ଦେଶୀ ବନ୍ଧୁକକୁ ଉଦ୍ଧାର କରିଛି ବନ ବିଭାଗ।...

ହାତୀ ଉପଦ୍ରବ: ବନ ବିଭାଗକୁ କଲାଣି ନାକେଦମ

ପଡ଼ିଆବାହାଲ,୧୭ା୨(ଡି.ଏନ.ଏ.): ସମ୍ବଲପୁର ଜିଲା ଯୁଯୁମୁରା ବ୍ଲକ ଅଞ୍ଚଳରେ ଦୁଇ ସପ୍ତାହ ହେବ ହାତୀ ଉପଦ୍ରବ ଲାଗିରହିଛି। ଦୁଇଟି ଦଳରେ ହାତୀ ଲୋକଙ୍କ ବାଡିବଗିଚାରେ ପଶି ଫସଲ...

ଭାରତ ବନ୍ଦ ଡାକରା: ଶ୍ରମିକ ସଂଘ ପକ୍ଷରୁ ବିକ୍ଷୋଭ

ନିଶ୍ଚିନ୍ତକୋଇଲି,୨୬।୧୧(ସ୍ବ.ପ୍ର.): କେନ୍ଦ୍ର ସରକାରଙ୍କ ଶ୍ରମିକ ଓ କୃଷକ ମାରଣ ନୀତି ବିରୋଧରେ ଗୁରୁବାର ଭାରତ ବନ୍ଦ ଡାକରା ଦିଆଯାଇଛି। ମିଳିତ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ...

ବାଲେଶ୍ୱରରେ ପୁଣି ୧୭ କରୋନା ପଜିଟିଭ୍‌ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୧୧୯ରେ ପହଞ୍ଚିଲା, ୨୨ ସୁସ୍ଥ

ବାଲେଶ୍ୱର ଅଫିସ,୧୭ା୫: ବାଲେଶ୍ୱର ଜିଲାରେ ରବିବାର ୧୭ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଏହାକୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ...

Advertisement
Archives

Model This Week