ଗଞ୍ଜାମରେ ପୁଣି ଏନ୍‌କାଉଣ୍ଟର: ଦୁର୍ଦ୍ଦାନ୍ତ ଅପରାଧୀ ପ୍ରମୋଦ ଗୁରୁତର; ଜୀବନ୍ତ ଗୁଳି, ମାଉଜର ଜବତ

ଗଞ୍ଜାମ,୧୫।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୋଲିସକୁ ଆଉ ଏକ ସଫଳତା ମିଳିଛି। ଶନିବାର ଦୁର୍ଦ୍ଦାନ୍ତ ଅପରାଧୀ ସୁଶାନ୍ତ ଓରଫ କୋକୋଙ୍କୁ ଏନ୍‌କାଉଣ୍ଟର ହୋଇଥିଲା। ଏହାର ୨୪ ଘଣ୍ଟା ନ ପୂରୁଣୁ ରବିବାର ଗଞ୍ଜାମ ବ୍ଲକ ପାଲୁର-କୃଷ୍ଣପ୍ରସାଦ ରାସ୍ତାରେ ଏନ୍‌କାଉଣ୍ଟର ହୋଇଛି। ଏଥିରେ ଦୁର୍ଦ୍ଦାନ୍ତ ଅପରାଧୀ ପୁଇଁତୋଳା ଗ୍ରାମର ପ୍ରମୋଦ ବାରିକ (୩୦) ଗୁରୁତର ହୋଇଛନ୍ତି। ପ୍ରମୋଦଙ୍କ ଡାହାଣ ଗୋଡ଼ରେ ଗୁଳିବାଜିଥିବାରୁ ତାଙ୍କୁ ପ୍ରଥମେ ଗଞ୍ଜାମ ପରେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ତାଙ୍କଠାରୁ ୨ଟି ଜୀବନ୍ତ ଗୁଳି ସହ ୧ମାଉଜର ଜବତ କରାଯାଇଛି। ସେ ବିଜେଡି ନେତା ସୁଧୀର ପାଢ଼ୀଙ୍କ ଉପରକୁ ହୋଇଥିବା ବୋମାମାଡ ଘଟଣାରେ ସମ୍ପୃକ୍ତ ଥିବା ପୋଲିସ କହିଛି। ତାଙ୍କ ନାମରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି।
ସୂଚନାଯୋଗ୍ୟ, ପ୍ରମୋଦ ରମ୍ଭା ଥାନା ଅଞ୍ଚଳରେ ଥିବା ପୋଲିସ ଖବର ପାଇଥିଲା। ତାଙ୍କୁ ଧରିବାକୁ ଉଦ୍ୟମ କରୁଥିବା ବେଳେ ସେ ପୋଲିସ ଉପରକୁ ଗୁଳି ଚଳାଇଥିଲେ। ପରେ ପୋଲିସର ପାଲଟା ଗୁଳିରେ ସେ ଗୁରୁତର ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜ୍ଞାନ,କାରିଗରୀ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀଙ୍କ ନୂଆପଡା ଗସ୍ତ: ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା; ଯୋଗେଶ୍ୱର ମନ୍ଦିରରେ ପୂଜାର୍ଚ୍ଚନା

ନୂଆପଡ଼ା ଅଫିସ,୧୯ା୮ : ପୂର୍ବତନ ପର୍ଯ୍ୟଟନ ମନ୍ତ୍ରୀ ତଥା ବର୍ତ୍ତମାନର ବିଜ୍ଞାନ, କାରିଗରୀ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶୋକ କୁମାର ପଣ୍ଡା ଦିନିକିଆ ନୂଆପଡା ଗସ୍ତରେ...

ବିଶ୍ୱ ଆଦିବାସୀ ଦିବସ ପାଳିତ: ଭାଷା,ସଂସ୍କୃତିର ସୁରକ୍ଷା ଉପରେ ଗୁରୁତ୍ୱ

ମୁରିବାହାଲ, ୧୮।୮ (ଡି.ଏନ.ଏ.):ବଲାଙ୍ଗୀର ଜିଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ମୁରିବାହାଲ ବ୍ଲକ ଆଦିବାସୀ ସଂଘ ପକ୍ଷରୁ ଜମିଦାରପଡାଠାରେ ରବିବାର ରାଜ୍ୟସ୍ତରୀୟ ବିଶ୍ୱ ଆଦିବାସୀ ଦିବସ...

୨୨ରେ ଭାରତ ପ୍ରତିଭା ସମ୍ମାନ ଉତ୍ସବ

କଟକ ଅଫିସ,୨୦ା୮: ଜୟ ଭାରତ ଫାଉଣ୍ଡେଶନ ପକ୍ଷରୁ ସବୁବର୍ଷ ଭଳି ପୂଜ୍ୟପୂଜା ପରମ୍ପରାକୁ ଅବ୍ୟାହତ ରଖି ଚଳିତ ବର୍ଷ ୨୧ତମ ଭାରତ ପ୍ରତିଭା ସମ୍ମାନ ଓ...

ଡେଥଜୋନ ପାଲଟିଛି ବାମପଦା ଛକ

ରେମୁଣା,୨୯।୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ରେମୁଣା ଶିଳ୍ପାଞ୍ଚଳ ଥାନା ଅଧୀନ ୧୬ନମ୍ବର ଜାତୀୟ ରାଜପଥର ବାମପଦା ଛକରେ ବାରମ୍ବାର ଦୁର୍ଘଟଣା ଘଟି ଏକ ଡେଥ ଜୋନ୍‌ରେ ପରିଣତ ହୋଇଛି।...

ବସ୍‌ରେ ପାଣି, ହ୍ୟାଣ୍ଡୱାଶ୍‌ ବ୍ୟବସ୍ଥା ଉପରେ ଗୁରୁତ୍ୱ

ବ୍ରହ୍ମପୁର ଅଫିସ,୨୦ା୩ – କରୋନା ମହାମାରୀର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ଘରୋଇ, ସରକାରୀ, ସିଟି ବସ୍‌ କର୍ତ୍ତୃପକ୍ଷ । କରୋନା ସଂକ୍ରମଣକୁ ରୋକିବାକୁ...

ଦୃଷ୍ଟି ଆଢୁଆଳରେ ପରଙ୍ଗବାସୀ

ଛେଣ୍ଡିପଦା, ୭।୧୧(ଡି.ଏନ.ଏ.) ବିନା ମୌଳିକ ସୁବିଧା, ପରିଚୟପତ୍ର ସହ ସରକାରୀ ଯୋଜନାରୁ ବାଦ୍‌ ପଡି ଜୀବନ କାଟୁଛନ୍ତି ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ପରଙ୍ଗ ଗ୍ରାମବାସୀ। ଜିଲା...

ବଗଲା ଧର୍ମଶାଳା ଜମି ଆବଣ୍ଟନକୁ ନେଇ କେଁ

ପୁରୀ ଅଫିସ, ୨୯ା୧୧: ଶ୍ରୀମନ୍ଦିର ସୁରକ୍ଷା ଜୋନ ଯୋଗୁ ଜମି ହରାଇଥିବା ନିଯୋଗ, ଭବନ ଏବଂ ଲଜ୍‌ ମାଲିକଙ୍କୁ ବଡ଼ଦାଣ୍ଡସ୍ଥିତ ବଗଲା ଧର୍ମଶାଳା ଜମିରେ ଥଇଥାନ...

ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ପୂର୍ବରୁ ବିଜେପୁରରେ ଧାରଣା ଦେଲେ ଚିନିକଳ କର୍ମଚାରୀ

ବିଜେପୁର, ୧୬।୧୦(ଡି.ଏନ୍‌.ଏ.): ବରଗଡ଼ ଜିଲା ବିଜେପୁର ଉପନିର୍ବାଚନ ପ୍ରଚାର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ବିଜେପୁର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏହା ପୂର୍ବରୁ...

Coronavirus Update


Archives

Model This Week

Why Dharitri