ଗଞ୍ଜାମରେ ଗୋଷ୍ଠୀ ସଂକ୍ରମଣ ହୋଇନି: ଜିଲାପାଳ

ଛତ୍ରପୁର,୩।୬(ଡି.ଏନ.ଏ.)-ରାଜ୍ୟରେ ସର୍ବାଧିକ କରୋନା ପଜିଟିଭ ସଂଖ୍ୟା ଗଞ୍ଜାମ ଜିଲାରେ ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଜିଲାରେ ୪୯୯ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିରୁ ୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩୪୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି। ବର୍ତ୍ତମାନ ଜିଲାରେ ୧୫୬ କରୋନା ପଜିଟିଭ୍‌ ଆକ୍ଟିଭ୍‌ ଅଛନ୍ତି। ଏମାନଙ୍କୁ ଟାଟା କୋଭିଡ୍‌ ହସ୍ପିଟାଲରେ ଚିକିତ୍ସା କରାଯାଉଛି ା ଅପରପକ୍ଷରେ ବୁଧବାର ଗୋଟିଏ ଦିନରେ ଗଞ୍ଜାମ ଜିଲାରେ ୪୧ କରେନା ପଜିଟିଭ୍‌ ହୋଇଛନ୍ତି। ସେଥିମଧ୍ୟରେ କ୍ୱାରାଣ୍ଟାଇନ ସେଣ୍ଟରରୁ ୧୫ ପଜିଟିଭ୍‌ ବାହାରିଛି। ଏଥିରେ ଆନ୍ଧ୍ରପ୍ରଦେଶରୁ ଜଣେ, ଗୁଜରାଟରୁ ୧୦ ଜଣ ଏବଂ ମହାରାଷ୍ଟ୍ରରୁ ଫେରିଥିବା ୪ ଜଣ ଅଛନ୍ତି। ଏଥିସହ ମହାରାଷ୍ଟ୍ର ଓ ଗୁଜରାଟରୁ ଫେରିଥିବା ୨୧ଜଣ ପ୍ରବାସୀ ପଜିଟିଭ୍‌ ହୋଇଛନ୍ତି ଏବଂ ଏମାନେ ହୋମ୍‌ କ୍ୱାରାଣ୍ଟାଇନରେ ରହିଥିଲେ। କରୋନ ପଜିଟିଭ୍‌ଙ୍କ କନଟାକ୍ଟରେ ଆସି ୫ ଜଣ ମଧ୍ୟ କରେନା ପଜିଟିଭ୍‌ ହୋଇଛନ୍ତି। ଅପରପକ୍ଷରେ ବୁଧବାର ୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ଏମାନଙ୍କୁ କୋଭିଡ୍‌ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି। ଗଞ୍ଜାମକୁ ଫେରିଥିବା ପ୍ରବାସୀଙ୍କ ସଂସ୍ପର୍ଶରେ ଆସି କେତେକଙ୍କ ଠାରେ ପଜିଟିଭ୍‌ ବାହାରିଛି ଏବଂ ବର୍ତମାନ ସୁଦ୍ଧା ଗୋଷ୍ଠୀ ସଂକ୍ରମଣ ହୋଇ ନ ଥିବା ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ଏଥିପାଇଁ କୌଣସି ଭୟଭୀତ ନ ହେବାକୁ ଜିଲାପାଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁବତୀଙ୍କୁ ବଳାତ୍କାର, ଜଣେ ଗିରଫ

ବ୍ରହ୍ମପୁର ଅଫିସ,୬ା୧୧-ଜନୈକା ଯୁବତୀଙ୍କୁ ବଳାତ୍କାର କରିବା ଅଭିଯୋଗରେ ବଡ଼ବଜାର ଥାନା ପୋଲିସ ମଙ୍ଗଳବାର ଜଣେ ଯୁବକଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣକ କୈଳାସନଗରର ଦଣ୍ଡପାଣି ବେହେରା।...

ପିଭିଟିଜିରେ ଅନ୍ତର୍ଭୁକ୍ତ ହେଲା ରାଜ୍ୟର ୮୮୮ ଗାଁ

ଭୁବନେଶ୍ୱର,୧୦ା୬(ବ୍ୟୁରୋ): ଚିହ୍ନଟ ହୋଇଥିବା ମାଇକ୍ରୋ ପ୍ରୋଜେକ୍ଟ ଅଞ୍ଚଳର ୮୮୮ଟି ଗ୍ରାମକୁ ନୂତନ ପିଭିଟିଜି (ଦୁର୍ବଳ ତଥା ଅନୁନ୍ନତ ଶ୍ରେଣୀର ଜନଜାତି ଗୋଷ୍ଠୀ) ଗ୍ରାମଭାବେ ରାଜ୍ୟ ସରକାର...

ବିଏସ୍‌କେୱାଇ କାର୍ଡଧାରୀଙ୍କୁ ଟଙ୍କା ମାଗୁଛି ହସ୍‌ପିଟାଲ

ଗୋପାଳପୁର,୩୦ା୧୨(ଡି.ଏନ.ଏ.): ରାଜ୍ୟ ସରକାରଙ୍କ ପକ୍ଷରୁ ଉନ୍ନତମାନର ଚିକିତ୍ସା ପାଇଁ ବିଏସ୍‌କେୱାଇ କାର୍ଡ ପ୍ରଣୟନ କରାଯାଇଥିଲେ ମଧ୍ୟ କିଛି ଘରୋଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ମନମାନି ଯୋଗୁଁ ଏହି...

୫୦ ହଜାର ଚାଷୀ ବିକି ପାରିଲେନି ଧାନ

ଛତ୍ରପୁର,୨୬।୫(ଡି.ଏନ.ଏ)-ଗଞ୍ଜାମ ଜିଲାର ଚାଷୀମାନଙ୍କଠାରୁ ଖରିଫ୍‌ ଧାନ କିଣା ପ୍ରକ୍ରିୟା ଗତ ଫେବୃୟାରୀ ୨୮ ତାରିଖ ପରଠାରୁ ବନ୍ଦ ହୋଯାଇଛି। ଫଳରେ ବହୁ ଚାଷୀ ସେମାନଙ୍କ ଧାନ...

ମହାପ୍ରଭୁଙ୍କ ଦର୍ଶନ ନ ପାଇ ଫେରିଲେ ଭକ୍ତ

ପୁରୀ ଅଫିସ, ୨୧ା୩: ଖଁ। ଖଁ। ବଡ଼ଦାଣ୍ଡ, ଶୂନ୍‌ଶାନ୍‌ ବେଳାଭୂମି। ପ୍ରତ୍ୟେକ ଦିନ ଭକ୍ତ, ପର୍ଯ୍ୟଟକଙ୍କ ଗହଳିରେ ଫାଟି ପଡୁଥିବା ବଡ଼ଦାଣ୍ଡ ଶୁକ୍ରବାର ସମ୍ପୂର୍ଣ୍ଣ ଭିନ୍ନ...

ସୁସ୍ଥ ହେଲେ ଆଉ ୨୧୪ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୩ା୯(ବ୍ୟୁରୋ): ରାଜ୍ୟରୁ ଶନିବାର ଆଉ ୨୧୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‌ ୧୩,୭୪,୪୯୨ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି।...

ଟ୍ରେନ ହେଲା ଅନ୍ତୁଡିଶାଳ

ଭୁବନେଶ୍ୱର,୨୪ା୬(ବ୍ୟୁରୋ)- ପୂର୍ବତଟ ରେଳପଥ ପକ୍ଷରୁ ପୁଣିଥରେ ମିଳିଛି ଖୁସି ଖବର। ରେଳବାଇ ଡାକ୍ତର ଏବଂ ସ୍ବାସ୍ଥ୍ୟ କର୍ମଚାରୀଙ୍କ ସହାୟତାରେ ସିକନ୍ଦରାବାଦ-ହାଓଡ଼ା ସ୍ପେଶାଲ ଟ୍ରେନରେ ଏକ ଶିଶୁପୁତ୍ର...

୩୦ ଯାଏ ବର୍ଷା ନାହିଁ: ୨ରେ ଲଘୁଚାପ ସମ୍ଭାବନା

ଭୁବନେଶ୍ୱର,୨୫ା୮(ଅନିଲ ଦାସ):ଚଳିତ ବର୍ଷ ମୌସୁମୀ ଧୋକା ଦେଇଛି। ରାଜ୍ୟରେ ଏହା ସ୍ବାଭାବିକ ହେଉନାହିଁ। ୧୧ ଜିଲାରେ ନିଅଣ୍ଟିଆ ପରିସ୍ଥିତି। ନିକଟରେ ରାଜ୍ୟକୁ ଆଉ ବଡ଼ ବର୍ଷାର...

Advertisement
Archives

Model This Week