ଗଛ ମୂଳେ ଚାଲିଛି ଅଙ୍ଗନୱାଡି କେନ୍ଦ୍ର

ପଦ୍ମପୁର, ୧୨।୫ (ଡି.ଏନ.ଏ.) – ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବିଦେଇପୁର ପଞ୍ଚାୟତର ଠାକୁରାଣୀସାହି ଅଙ୍ଗନୱାଡି କେନ୍ଦ୍ର ଦୀର୍ଘ ୯ ବର୍ଷ ଧରି ଗଛ ମୂଳେ ଚାଲିଛି। ପିଲାଙ୍କ ପାଇଁ ନା ଅଛି ରୋଷେଇଘର ନା ଶୌଚାଳୟ। କୋମଳମତି ଛାତ୍ରୀଛାତ୍ର ପ୍ରବଳ ଖରାରେ ମଧ୍ୟ ବାହାରେ ବସି ପାଠ ପଢୁଛନ୍ତି। ବର୍ଷାଦିନେ ଅବସ୍ଥା ଆହୁରି ଶୋଚନୀୟ ହୋଇପଡୁଛି। ପାଗ ଭଲ ହେଲେ ବାହାରେ ଯେନତେନ ପ୍ରକାର ଦୁଇଘଣ୍ଟା  ଛାତ୍ରୀଛାତ୍ରଙ୍କୁ ବସାଇ ପାଠ ପଢାଉଛନ୍ତି ଅଙ୍ଗନୱାଡି କର୍ମୀ। ନ ହେଲେ ଏହି କେନ୍ଦ୍ରରେ ପାଠପଢା ବନ୍ଦ ରହୁଛି।

ଚଳିତବର୍ଷ ଏହି କେନ୍ଦ୍ରରେ ଛାତ୍ରୀସଂଖ୍ୟା ୭ ଥିବାବେଳେ ୮ଜଣ ଛାତ୍ର ନାମ ଲେଖାଇଥିବା ଜଣାପଡ଼ିଛି। ଅସହ୍ୟ ଖରାରେ ପିଲାମାନଙ୍କୁ ବାହାରେ ବସାଇ ପାଠ ପଢ଼ାଉଥିବା ସମ୍ପର୍କରେ କର୍ମୀ ସୁପ୍ରଭା ମହାନ୍ତିଙ୍କୁ ପଚାରିବାରୁ ଘର ତିଆରି ହେଉ ନ ଥିବାରୁ ସେ ବାଧ୍ୟ ହୋଇ ପିଲାଙ୍କୁ ଗଛ ମୂଳେ ବସାଉଥିବାର କହିଛନ୍ତି। ସେିହପରି ରୋଷେଇ ଘର ନ ଥିବାରୁ ରୋଷେଇ ମଧ୍ୟ ଠିକ୍‌ ଭାବେ  ହୋଇପାରୁ ନାହିଁ। ଏ ବାବଦରେ ବାସୁଦେବପୁର ସମନ୍ବିତ ଶିଶୁ ବିକାଶ ଅଧିକାରୀ ଜାନକୀ ଦାସଙ୍କୁ ପଚାରିବାରୁ ଜାଗା ବିବାଦରୁ ଘର ତିଆରି ହୋଇପାରୁ ନ ଥିବା କହିଛନ୍ତି। ପ୍ରକାଶ ଯେ, ବ୍ଲକରେ ମୋଟ ୪୨୨ କେନ୍ଦ୍ର ଥିବାବେଳେ ୩୧୩ ଘର ତିଆରି ପାଇଁ କାର୍ଯ୍ୟାଦେଶ ଦିଆଯାଇଛି। ସେଥିମଧ୍ୟରୁ ୧୬୭ ଘର ସମ୍ପୂର୍ଣ୍ଣ ହୋଇଥିବା ବେଳେ ୧୪୬ ଘର ନିର୍ମାଣ ଶେଷ ହୋଇପାରି ନାହିଁ। ୧୧୦ କେନ୍ଦ୍ରର ନିଜସ୍ବ ଗୃହ ନ ଥିବାରୁ ପିଲାମାନେ ଖୋଲା ଆକାଶ ତଳେ ବିପଦପୂର୍ଣ୍ଣ ଅବସ୍ଥାରେ ପାଠ ପଢୁଛନ୍ତି। କର୍ମୀ ଓ ସହାୟକମାନେ ନାମକୁ ମାତ୍ର ଚାକିରି ବଞ୍ଚାଇବା ପାଇଁ ଛାତ୍ରୀଛାତ୍ରଙ୍କ ଉପସ୍ଥାପନ ପକାଇ କର୍ତ୍ତବ୍ୟ ସମ୍ପାଦନ କରୁଛନ୍ତି। ଅନ୍ୟପକ୍ଷେ ବିଭାଗୀୟ ଅଧିକାରୀ କାଗଜକଲମରେ ଦାୟିତ୍ୱ ନିର୍ବାହ କରି ନିଜ ମୁଣ୍ଡରୁ ଦୋଷ ଖସାଇ ବୁଲୁଛନ୍ତି ବୋଲି ଅଭିଯୋଗ ହେଉଛି। ଏଭଳି ଅବସ୍ଥାରେ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ସହ ନ ଖେଳି ପ୍ରଶାସନ ତୁରନ୍ତ ଅଙ୍ଗନଓ୍ବାଡ଼ି ଗୃହ ନିର୍ମାଣ ଶେଷ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁବ ବ୍ୟବସାୟୀଙ୍କଠାରୁ ଲୁଟ୍‌ ଉଦ୍ୟମ ମହଙ୍ଗା ପଡ଼ିଲା: ନିର୍ଧୂମ ଛେଚି ପୋଲିସର ଜିମା ଦେଲେ ଲୋକେ

ଜଳେଶ୍ୱର,୪।୯(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଜଳେଶ୍ୱର ଥାନା ଅନ୍ତର୍ଗତ ୬୦ନଂ ଜାତୀୟ ରାଜପଥ ନିକଟ ଜମାଳପୁର ବାଇପାସ ନିକଟରେ ଜଣେ ଯୁବ ବ୍ୟବସାୟୀଙ୍କଠାରୁ ଲୁଟ୍‌ ଉଦ୍ୟମ ଦୁର୍ବତ୍ତମାନଙ୍କୁ...

ପୋଲିସ ତଦନ୍ତରେ ଭରସା ନାହିଁ: ସୌମ୍ୟଙ୍କ ବାପା

ଖଇରା,୨୪।୭(ଡି.ଏନ.ଏ.): ସମୟ ଯେତେ ଗଡୁଛି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଉପରୁ ପରଦା ହଟିବା ଆଶା କ୍ଷୀଣ ହେବାରେ ଲାଗିଛି। ବିଶେଷ କରି ଗଜପତି ଏସ୍‌ପି...

ଭୋଗ ପ୍ରସ୍ତୁତିରେ ବ୍ୟତିକ୍ରମ: ସ୍ବାଦ ହରାଇଛି ବଳଦେବଜୀଉଙ୍କ ଖେଚୁଡ଼ି; ମଇଁଷି ଘିଅ ବ୍ୟବହାର ହେଉନି

କେନ୍ଦୁଝର, ୧୭ା୫ କେନ୍ଦୁଝରର ଆରାଧ୍ୟ ଠାକୁର ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ପୀଠକୁ ଘିଅ ପାଇଁ ପାହାଡ଼ର ୮ଟି ସ୍ଥାନରେ ମଇଁଷି ଗୋଠ ଥିଲା। ମଇଁଷି କ୍ଷୀରରୁ...

ଦିବ୍ୟାଙ୍ଗଙ୍କ ସହିତ ବଡ଼ଦିନ ପାଳିଲେ ବିଧାୟକ, କଣ୍ଠଶିଳ୍ପୀ

ବାଲିଆପାଳ,୨୬।୧୨(ସ୍ବ.ପ୍ର.)-ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ, ଓଲିଉଡ଼ର ପସିଦ୍ଧ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଏବଂ ଯୁବନେତା ରବୀନ୍ଦ୍ର ଅଣ୍ଡିଆ ଡଗରା ବେଳାଭୂମିରେ ଦିବ୍ୟାଙ୍ଗ ଛାତ୍ରୀଛାତ୍ରଙ୍କ ସହିତ ପବିତ୍ର...

ବାଲେଶ୍ୱରରେ ସୁଧୁରୁନି ବିଦ୍ୟୁତ୍‌ ସମସ୍ୟା

ବାଲେଶ୍ୱର ଅଫିସ, ୨।୬-ବାଲେଶ୍ୱର ଜିଲାରେ ବିଦ୍ୟୁତ୍‌ ସମସ୍ୟା ଲାଗିରହିଥିବାରୁ ଏହାର ପ୍ରତିକାର ଲାଗି ବାଲେଶ୍ୱର ସିଭିଲ ସୋସାଇଟି ପକ୍ଷରୁ ଗତ ମେ’ ୨୭ରେ ୬ଦଫା ସମ୍ବଳିତ...

ଚାନ୍ଦିପୁର ଆଇଟିଆରରେ ବ୍ୟବହାରିକ ପରୀକ୍ଷଣ:‘ବଂଶୀ’କୁ ଭେଦ କଲା ‘କ୍ୟୁଆର୍‌ଏସ୍‌ଏମ୍‌’

ବାଲେଶ୍ୱର ଅଫିସ, ୪।୮-ବାଲେଶ୍ୱର ଜିଲା ଚାନ୍ଦିପୁରସ୍ଥିତ ସମନ୍ବିତ ପରୀକ୍ଷଣ ରେଞ୍ଜ(ଆଇଟିଆର୍‌)ରୁ ଭ୍ରାମ୍ୟମାଣ ଟ୍ରକ ସାହାଯ୍ୟରେ ଭୂପୃଷ୍ଠରୁ ଆକାଶ ମାର୍ଗକୁ ନିକ୍ଷେପ କରାଯାଉଥିବା ‘କ୍ୟୁଆର୍‌ଏସ୍‌ଏମ୍‌’ (କୁଇକ୍‌ ରିଆକଶନ୍‌...

ରାସ୍ତା ଦୁର୍ଘଟଣାରେ ଯୁବ ବ୍ୟବସାୟୀ ମୃତ

ଆନନ୍ଦପୁର, ୨୪।୫(ସ୍ବ.ପ୍ର.): ରାମଚନ୍ଦ୍ରପୁର ଥାନା ୨୦ ନଂ ଜାତୀୟ ରାଜପଥର ପଦନା ହାଟ ନିକଟରେ ରାସ୍ତା ଦୁର୍ଘଟଣାରେ ଜଣେ ଯୁବ ବ୍ୟବସାୟୀ ପ୍ରାଣ ହରାଇଛନ୍ତି। ବ୍ୟବସାୟୀ...

କେନାଲ, ରାସ୍ତା କାମ ନିମ୍ନମାନର ଅଭିଯୋଗ : କାର୍ଯ୍ୟ ବନ୍ଦ କଲେ ଉତ୍ତ୍ୟକ୍ତ ଗ୍ରାମବାସୀ

ଖଇରା, ୨୦।୪(ଡି.ଏନ.ଏ.)-ସାଳନ୍ଦୀ ବାମପାର୍ଶ୍ୱ ଆମ୍ବହତା କେନାଲର ଖଇରା ଉପଖଣ୍ଡ ଅଧୀନ ଗଡ଼ ଗ୍ରାମ ନିକଟରେ ଚାଲିଥିବା କେନାଲ ଓ ତତ୍‌ସଂଲଗ୍ନ ଆପ୍ରୋଚ ରୋଡ଼ କାର୍ଯ୍ୟ ନିମ୍ନମାନର...

Advertisement
Archives

Model This Week